spot_img
Home Blog Page 5159

ପିଲାଙ୍କ ଝଗଡ଼ାରୁ କଙ୍ଗାରୁକୋର୍ଟ, ପରିବାରକୁ ବାସନ୍ଦ ଧମକ ଦେଇ ୩ ଗିରଫ

ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ । ଭୁବନେଶ୍ୱରର ଛାତି ଉପରେ କଙ୍ଗାରୁକୋର୍ଟ ବସିଛି । ସାମାନ୍ୟ ଝଗଡ଼ାକୁ ନେଇ ନୟାପଲ୍ଲୀ ଥାନା ସାଲିଆସାହି ମାରୁତି ବିହାରରେ ଦାଦାଗିରି ଦେଖାଇଛନ୍ତି ମହିଳା କମିଟି । କଙ୍ଗାରୁକୋର୍ଟରେ ମହିଳାମାନେ ନାବାଳକଙ୍କୁ ଆଣ୍ଠେଇଥିବା ଜଣାପଡ଼ିଛି ।

Kangaroo Court In Bhubaneswar Saliasahi

ନାବାଳକଙ୍କ ପରିବାରକୁ ସାଢ଼େ ୫ ହଜାର ଟଙ୍କା ଜରିମାନା କରିଛି ମହିଳା କମିଟି । ଜରିମାନା ଅର୍ଥ ନଦେଲେ ନିଆଁ, ପାଣି, ବିଜୁଳି ବନ୍ଦ ପାଇଁ କଙ୍ଗାରୁକୋର୍ଟରେ ନିଷ୍ପତ୍ତି ଶୁଣାଇ ଦିଆଯାଇଛି । ଘଟଣାରେ ୩ ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।

ସ୍ତ୍ରୀ, ଦୁଇ ଝିଅ ପରେ ମିଳିଲା ସ୍ୱାମୀର ମୃତଦେହ, ସନ୍ଦେହରେ ସାନ ଭାଇ

ଝାରସୁଗୁଡ଼ା: ବ୍ରଜରାଜନଗରରେ ତିନି ଜଣଙ୍କ ହତ୍ୟା ଘଟଣାରେ ନୂଆ ମୋଡ଼ । ଗତକାଲି ଘର ଭିତରୁ ସ୍ତ୍ରୀ ଓ ଦୁଇ ଝିଅଙ୍କ ମୃତ ଦେହ ମିଳିଥିବା ବେଳେ ଆଜି ସ୍ୱାମୀଙ୍କ ମୃତଦେହ ମିଳିଛି । ୨୪ ଘଣ୍ଟାରେ ପୂରା ନିଶ୍ଚିହ୍ନ ହୋଇଯାଇଛି ଗୋଟିଏ ପରିବାର । ପୂର୍ବରୁ ସ୍ତ୍ରୀ ଓ ଦୁଇ ଝିଅଙ୍କ ହତ୍ୟା ଘଟଣାରେ ସ୍ୱାମୀଙ୍କୁ ଅଭିଯୁକ୍ତ ବୋଲି ପୋଲିସ ସନ୍ଦେହ କରୁଥିଲା । ଆଜି ମୃତ ମହିଳାଙ୍କ ସ୍ଵାମୀଙ୍କ ମୃତଦେହ ଘର ପାଖ କୂଅରୁ ଉଦ୍ଧାର କରାଯାଇଛି । ବ୍ରଜରାଜନଗର ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Brajarajnagr Triple Murder Case, Husband Suicide

ଗଙ୍ଗାନଗର ଫାଟକ ପଦାରେ ଏକ କୂଅରୁ ନାରାୟଣ ପୋଦାରଙ୍କ ମୃତଦେହ ମିଳିଛି । ଗତକାଲି ମାଆ ଓ ଦୁଇ ନାବାଳିକା ଝିଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ମହିଳାଙ୍କ ପରିବାର ଲୋକେ ନାରାୟଣଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଏହି ଘଟଣାରେ ମୃତ ମହିଳାଙ୍କ ଦିଅରକୁ ପୋଲିସ ଅଟକ ରଖିଛି । ଆଜି ଘଟଣା ସ୍ଥଳକୁ ପୋଲିସ ଯାଇ ତଦନ୍ତ ଚଳାଇଛି ।

Brajarajnagr Triple Murder Case, Husband Suicide

ଛତିଶଗଡ଼ର ନାରାୟଣ ବ୍ରଜରାଜନଗରରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ସ୍ତ୍ରୀ ଏବଂ ତାଙ୍କ ଦୁଇ ଛୁଆ ମଧ୍ୟ ନାରାୟଣଙ୍କ ସହ ରହୁଥିଲେ । ମଙ୍ଗଳବାର ରାତିରେ ଖାଇସାରିବା ସମସ୍ତେ ଶୋଇଥିବା ବେଳେ, ଭୋରରୁ ନାରାୟଣ କୁଆଡେ ଚାଲି ଯାଇଥିଲେ । ସକାଳୁ କ୍ଷୀରବାଲା ତିନି ଜଣଙ୍କର ମୃତଦେହ ଦେଖି ପଡ଼ୋଶୀଙ୍କୁ ଜଣାଇବା ସହ ପୋଲିସକୁ ଖବର ଦେଇଥିଲେ । ମୃତ ମହିଳାଙ୍କୁ ପ୍ରାୟ ତିନି ମାସ ପୂର୍ବରୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଦିଅରଙ୍କୁ ଜେଲ ପଠାଯାଇଥିଲା । ଜାମିନରେ ଆସିବା ପରେ କ୍ଷୁବ୍ଧ ଦିଅର ଏପରି କାଣ୍ଡ ଘଟାଇ ଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ।

ବିଷାକ୍ତ ବାୟୁ ଯୋଗୁ ବଢୁଛି ମୃତ୍ୟୁ ସଂଖ୍ୟା, ଚିନ୍ତା ବ୍ୟକ୍ତ କଲା WHO

ନୂଆଦିଲ୍ଲୀ: ବିଷାକ୍ତ ବାୟୁ ଯୋଗୁ ରୋଗ ବଢିବା ସହ ବଢୁଛି ମୃତ୍ୟୁସଂଖ୍ୟା। ବାୟୁର ଗୁଣାବତ୍ତା କମୁଥିବାରୁ ହାର୍ଟ ଓ ଲଙ୍ଗସଜନିତ ରୋଗ ହୁ ହୁ ହୋଇ ବଢୁଛି। ବର୍ଷକୁ ବିଶ୍ବରେ ପ୍ରାୟ ୭୦ଲକ୍ଷ ଲୋକଙ୍କ ଜୀବନ ନେଉଛି ପ୍ରଦୂଷିତ ବାୟୁ। ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛି WHO ବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

୨୦୦୫ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନକୁ ପରିବର୍ତ୍ତନ କରି ନୂଆ ଗାଇଡଲାଇନ ଜାରି କରାଯାଇଛି। ବିଶେଷ କରି ବାୟୁ ପ୍ରଦୂଷଣର ଛଅଟି ମୁଖ୍ୟ ପ୍ରଦୂଷକର ସ୍ତର ହେଉଛି PM2.5, PM10, ଓଜୋନ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, ସଲଫର୍ ଡାଇଅକ୍ସାଇଡ୍, ଏବଂ କାର୍ବନ ମନୋକ୍ସାଇଡ୍ ।

ବାୟୁରେ PM ୨.୫ର ସ୍ତର 10ରୁ ୫କୁ ଖସାଇ ଦିଆଯାଇଥିବା ବେଳେ PM ୧୦ର ସ୍ତର ୧୫ ରହିଲେ ବିପଦଜନକ ବୋଲି କୁହାଯାଇଛି । ପୂର୍ବରୁ ଏହି ସ୍ତର ୨୦ ଥିଲା । ସେହିପରି ବାୟୁରେ ନାଇଟ୍ରୋଜେନ ସ୍ତର ୧୦ ହେଲେ ବିପଦଜନକ ବୋଲି ଧରାଯିବ। ପୂର୍ବରୁ ଏହା ୪୦ ରହିଥିଲା। WHOର ତଥ୍ୟ ଅନୁସାରେ ବାୟୁ ପ୍ରଦୂଷଣରେ ଯେତିକି ଲୋକଙ୍କର ମୃତ୍ୟୁ ହେଉଛି, ସେଥିରୁ ୮୦ ପ୍ରତିଶତ ମୃତ୍ୟୁ କେବଳ ପିଏମ ୨.୫ ଯୋଗୁ ହେଉଛି।

ବିଶ୍ବର ବିଭିନ୍ନ ଦେଶର ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ନୂଆ ମାର୍ଗଦର୍ଶିକା ଜାରି କରିଛି। ସବୁଠୁ ଚିନ୍ତାଜନକ କଥା ହେଲା, ସମଗ୍ର ଭାରତ ବର୍ଷ ପ୍ରଦୂଷିତ ଅଞ୍ଚଳରେ ରହୁଛି ବୋଲି କହିଛି WHO। କେବଳ ଭାରତବର୍ଷ ନୁହେଁ ବିଶ୍ବର ୯୦ ପ୍ରତିଶତ ଲୋକ ରହୁଥିବା ଅଞ୍ଚଳ ବାୟୁ ପ୍ରଦୂଷିତ ଅଞ୍ଚଳରେ ରହିଛି ।

Climate Change Report On Earth Climate Predict Above 2 Degree Rise In Temperature By 2100

ତେଣୁ ୨୦୦୫ରେ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ପରିବର୍ତ୍ତନ ଆଣି ବିଶ୍ବରେ ପ୍ରଦୂଷଣ କମାଇବାକୁ ପ୍ରୟାସ ଆରମ୍ଭ କରିବା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।

ଗ୍ରାହକଙ୍କ ପାଇଁ LIC ଜାରି କଲା ନୂଆ ସୂଚନା, ଘରେ ବସି କରିପାରିବେ ପଲିସି ସହ ପାନ୍ ଲିଙ୍କ…

ନୂଆଦିଲ୍ଲୀ: ସମସ୍ତ ପଲିସି ହୋଲଡରଙ୍କ ପାଇଁ LIC ଜରୁରୀ ସୂଚନା ଜାରି କରିଛି। ଏନେଇ କମ୍ପାନୀ ପକ୍ଷରୁ ଟ୍ୱିଟ୍ କରାଯାଇଛି । ପଲିସି ସହ ପାନ୍ କାର୍ଡ ଲିଙ୍କ କରିବା ଆବଶ୍ୟକ ବୋଲି ଏଲଆଇସି ନିଜ ଅଫିସିଆଲ୍ ୱେବସାଇଟରେ ଅବଗତ କରାଇଛି।

ସୂଚନା ଅନୁଯାୟୀ, ପାନ୍ ଓ ଆଧାର  ଲିଙ୍କ୍ କରିବାର ଶେଷ ତାରିଖ ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖ ଯାଏଁ ସରକାର ବଢାଇଛନ୍ତି । ଠିକ୍ ସେହିପରି ମାର୍କେଟ୍ ରେଗୁଲେଟର ସେବି ମଧ୍ୟ ନିବେଶକଙ୍କ ପାଇଁ ପାନ୍ ଓ ଆଧାର  ଲିଙ୍କ୍ ଘୁଞ୍ଚାଇ ଦେଇଛି । ଯଦି ଆପଣ ମଧ୍ୟ ପାନ୍ ଓ ଆଧାର  ଲିଙ୍କ୍ କରାଇନାହାଁନ୍ତି ତାହେଲେ ଘରେ ବସି ଅନଲାଇନ୍ ଯୋଗେ କରାଇପାରିବେ ।

ଏହି ଟ୍ୱିଟର ପୋଷ୍ଟରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କଲେ ସବିଶେଷ ବିବରଣୀ ମଧ୍ୟ ପାଇପାରିବେ ।

ସେହିପରି ଯଦି ଆପଣ ଏଲଆଇସି ପଲିସିର ଅନଲାଇନ୍ ଷ୍ଟାଟସ୍ ଜାଣିବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ଆଧିକାରିକ ୱେବସାଇଟ https://www.licindia.in/ କୁ ଯାଇ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଏଥିପାଇଁ କୌଣସି ପ୍ରକାର ଦେୟ ମଧ୍ୟ ଦେବାକୁ ପଡିବ ନାହିଁ ।

ତେବେ ଅନଲାଇନ୍ ଷ୍ଟାଟସ୍ ଜାଣିବା ପାଇଁ ଆପଣଙ୍କୁ କେବଳ ଜନ୍ମତିଥି, ନାମ ଓ ପଲିସି ନମ୍ବର ଏଣ୍ଟ୍ରି କରିବାକୁ ପଡିବ । ଆଉ ଥରେ ରେଜିଷ୍ଟ୍ରେସନ୍ କରିବା ପରେ ଆପଣ ସବୁବେଳେ ଷ୍ଟାଟ୍ସ ଚେକ୍ କରିପାରିବେ ।

ମୁଣ୍ଡ ନୂଆଁଇଲା ପଶ୍ଚିମବଙ୍ଗ, ଅଧ ରାତିରେ ଭାଙ୍ଗିଲା ବେଆଇନ୍ ନିର୍ମାଣ

ଜଳେଶ୍ୱର: ବିରୋଧ ପରେ ପଛକୁ ହଟିଲା ପଶ୍ଚିମବଙ୍ଗ । ଅଧ ରାତିରେ ଭାଙ୍ଗିଲା ନିଜେ କରିଥିବା ବେଆଇନ୍ ନିର୍ମାଣ । ଓଡ଼ିଶା ସୀମା ଭିତରକୁ ପ୍ରାୟ ୫୦ ଫୁଟ୍ ପସି ପଶ୍ଚିମବଙ୍ଗ ପ୍ରଶାସନ ପାଚେରି ଗଢ଼ିଥିଲା । ଯାହାକୁ ସ୍ଥାନୀୟ ଲୋକ ସହ ବାଲେଶ୍ୱର ପ୍ରଶାସନ ପକ୍ଷରୁ ବିରୋଧ କରାଯାଇଥିଲା । ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ପ୍ରଶାସନ ଉକ୍ତ ବେଆଇନ୍ ନିର୍ମାଣକୁ ଭାଙ୍ଗି ଦେଇଛି ।

West Bengal Demolish Illegal Construction In Udaipur Beach

ପ୍ରଥମେ ଚଳିତ ମାସ ୭ ତାରିଖରେ ପଶ୍ଚିମବଙ୍ଗ ବେଆଇନ୍ ନିର୍ମାଣ ଆରମ୍ଭ କରିଥିଲା । ସ୍ଥାନୀୟ ଲୋକ ଓ ପ୍ରଶାସନର ବିରୋଧ ପରେ ଉଦୟପୁର ମନୋରମ ବେଳାଭୂମିରେ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲା । ବାଲେଶ୍ୱର ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲା ।

ପରେ ୨୧ ତାରିଖରେ ପୁଣି ପଶ୍ଚିମବଙ୍ଗ ପ୍ରଶାସନ ୧୪୪ ଧାରା ଉଲ୍ଲଂଘନ କରି ପାଚେରି ନିର୍ମାଣ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ବାଲେଶ୍ୱର ପ୍ରଶାସନର ଅଧିକାରୀ ପହଞ୍ଚି ନିର୍ମାଣ ବନ୍ଦ କରିଥିଲେ । ଏହାପରେ ରାତି ଅଧିଆ ଭାବେ ପଶ୍ଚିମବଙ୍ଗ ପ୍ରଶାସନ ନିଜେ କରିଥିବା ବେଆଇନ୍ ନିର୍ମାଣକୁ ଭାଙ୍ଗି ନେଇଛି ।

ପେଗାସସ୍ ଜାସୁସୀ ମାମଲା; ଖୁବ୍‌ ଶୀଘ୍ର ଗଠନ ହୋଇପାରେ ଏକ୍ସପର୍ଟ କମିଟି

ନୂଆଦିଲ୍‌ଲ: ପେଗାସସ୍ ଜାସୁସୀ ମାମଲାର ଯାଞ୍ଚ କରିବା ଲାଗି ଗଠନ ହୋଇପାରେ ଏକ୍ସପର୍ଟ କମିଟି । ସୁପ୍ରିମକୋର୍ଟ ଗଠନ କରିବେ ଏହି ଏକ୍ସପର୍ଟ କମିଟି। ଖୁବଶୀଘ୍ର ବିଶେଷଜ୍ଞ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯିବ ବୋଲି ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି ।

ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ବିଶେଷଜ୍ଞ କମିଟି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଚଳିତ ସପ୍ତାହ ସୁଦ୍ଧା କମିଟି ଗଠନ ପାଇଁ ଆଲୋଚନା ହୋଇଥିଲା । ମାତ୍ର କମିଟି ପାଇଁ କେତେଜଣ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି ବ୍ୟକ୍ତିଗତ କାରଣ ଯୋଗୁ ସେମାନେ ଏହି କମିଟିରେ ସାମିଲ ହେବାକୁ ମନା କରିଦେଇଛନ୍ତି । ଯାହାଫଳରେ କମିଟି ଗଠନରେ ବିଳମ୍ବ ହେଉଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି।

 

ଇସ୍ରାଏଲି ସ୍ପାଏଓ୍ବେର ପେଗାସସ୍ ଯୋଗେ ଦେଶର ବହୁ ପୁଞ୍ଜିପତି, ରାଜନେତା, ସାମ୍ବାଦିକ, ଆଇନଜୀବୀ ଏପରିକି ସୁପ୍ରିମକୋର୍ଟର କେତେଜଣ ବିଚାରପତିଙ୍କ ତଥ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । କେନ୍ଦ୍ର ସରକାର କମିଟି ଗଠନ କରି ଏହାର ଯାଞ୍ଚ କରିବାକୁ କୋର୍ଟଙ୍କୁ କହିଥିଲେ ବି ରାଷ୍ଟ୍ରର ସୁରକ୍ଷା ପାଇଁ ବିସ୍ତୃତ ସତ୍ୟପାଠ ଦାଖଲ କରିହେବ ନାହିଁ ବୋଲି କହିଥିଲେ । ଯାହାପରେ ସୁପ୍ରିମକୋର୍ଟ ବିଶେଷଜ୍ଞ କମିଟି ଗଠନ କରି ପିଟିସନର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଲୋକ ଭୁଲି ଯାଉଛନ୍ତି ଦ୍ୱିତୀୟ ଡୋଜ୍, ଟିକା କେନ୍ଦ୍ରକୁ ଆଣିବେ ସମ୍ମୁଖ ଯୋଦ୍ଧା

ଭୁବନେଶ୍ୱର: ରାଜ୍ୟରେ ଦୈନିକ ଦିଆଯିବ ୪ ଲକ୍ଷ ଡୋଜ୍ ଟିକା । ଗତକାଲି ଗୋଟିଏ ଦିନରେ ୪ ଲକ୍ଷ ୫ ହଜାର ଡୋଜ୍ ଟିକା ଦିଆଯାଇଛି । ଦ୍ଵିତୀୟ ଡୋଜଜୁ ମିଶାଇଲେ ୨ କୋଟି ୮୫ ଲକ୍ଷ ଡୋଜ୍ ଦିଆ ସରିଛି । ସେଥିରୁ ୨ କୋଟି ୧୦ ଲକ୍ଷ ପ୍ରଥମ ଡୋଜ ଓ ୭୭ ଲକ୍ଷ ଦ୍ଵିତୀୟ ଡୋଜ ଦିଆ ଯାଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

୬୭ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି । ଯେତିକି ଟିକାକରଣ ବାକି ଅଛି ସେଥିରୁ ୭୨ ପ୍ରତିଶତ ଦ୍ଵିତୀୟ ଡୋଜ୍ ପାଇ ସାରିଲେଣି । ଯିଏ ପାଇଁ ନାହାନ୍ତି, ସେମାନଙ୍କ ଜିଲ୍ଲାସ୍ତରୀୟ ତାଲିକା କରାଯାଇଛି । ସମ୍ମୁଖ ଯୋଦ୍ଧାମାନେ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବେ । ଆଜି ରାଜ୍ୟରେ ୧୮ଶହ ଟିକାକରଣ କେନ୍ଦ୍ରରେ ଟିକା ଦିଆ ଯାଉଛି । ଆଜି ୪ ଲକ୍ଷରୁ ଅଧିକ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ପର୍ଯ୍ୟାପ୍ତ ଟିକା ମହଜୁଦ ଅଛି ।

କେବଳ ଆଦିବାସୀ ଅଞ୍ଚଳ ନୁହେଁ, ଅନେକ ଅଞ୍ଚଳକୁ ନେଇ ଗୋଟିଏ କଥା ଦେଖାଦେଇଛି । ଯେହେତୁ ପ୍ରଥମରୁ ଦ୍ଵିତୀୟ ଡୋଜ ଟିକା ମଧ୍ୟରେ ୩ ମାସ ବ୍ୟବଧ୍ୟାନ ରହୁଛି । ଲୋକେ ଅନ୍ୟ ସମୟ ରହୁଛି, ସେମାନେ ଅନ୍ୟ କାମରେ ବ୍ୟସ୍ତ ରହି ଟିକା ନେବାକୁ ଭୁଲି ଯାଉଛନ୍ତି । ସେମାନଙ୍କୁ ଟିକା ନେବା ପାଇଁ ଏସଏମଏସ୍ ପଠାଯାଉଛି । ବାକି ଥିବା ୨୮ ପ୍ରତିଶତଙ୍କ ପାଖକୁ ତାଲିକା ଅନୁସାରେ ସମ୍ମୁଖ ଯୋଦ୍ଧା ଯାଇ ଟିକାକରଣ କେନ୍ଦ୍ରକୁ ଆଣିବେ ।

ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ଫାର୍ମାସିଷ୍ଟ ଦେଇପାରିବେ ନିର୍ଦ୍ଦିଷ୍ଟ ଔଷଧ

ଭୁବନେଶ୍ୱର: ଏଣିକି ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ନିର୍ଦ୍ଦିଷ୍ଟ ଔଷଧ ଦେଇପାରିବେ ଫାର୍ମାସିଷ୍ଟ । ଏ ନେଇ ସରକାରୀ ନିୟମ ଲାଗୁ ହୋଇଛି । ଯେଉଁ ହସ୍ପିଟାଲରେ ଜଣେ ଡାକ୍ତର ଅଛନ୍ତି, ସେଠାରେ ବିଭିନ୍ନ ସମୟରେ ରୋଗୀଙ୍କୁ ଫାର୍ମାସିଷ୍ଟ ଔଷଧ ସୁପାରିସ୍ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାରୀ ନିୟମରେ ସଂଶୋଧନ କରାଯାଇଛି ।

 Pharmacist Can Prescribed Certain Medicine Odisha

ଫାର୍ମାସିଷ୍ଟମାନେ ୧୩ ପ୍ରକାର ରୋଗ ପାଇଁ ଔଷଧ ଦେଇପାରିବେ । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଫାର୍ମାସିଷ୍ଟମାନେ କେଉଁ କେଉଁ ରୋଗର ଚିକିତ୍ସା କରିପାରିବେ ଓ କେଉଁ କେଉଁ ଔଷଧ ଦେଇପାରିବେ ତାହାର ଏକ ତାଲିକା ପ୍ରକାଶ ପାଇଛି । ଜର, ମାଲେରିଆ, ଛିଙ୍କ, କାଶ, ଚର୍ମ ରୋଗ, ଡାଇରିଆ, ଆଘାତ ଏବଂ ପୋଡାଜଳା, ଅଣ ସଂକ୍ରମଣ ଚିକିତ୍ସା ପାଇଁ ଔଷଧ ଦେଇପାରିବେ ଫାର୍ମାସିଷ୍ଟ ।

ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ବହୁ ପୂର୍ବରୁ ପଞ୍ଚବ୍ୟାଧି ଚିକିତ୍ସାରେ ଫାର୍ମାସିଷ୍ଟମାନଙ୍କୁ ଟ୍ରେନିଂ ଦିଆଯାଇଥିଲା । ଯେଉଁଠି ଡାକ୍ତର ନଥିଲେ, ସେଠାରେ ଔଷଧ ସୁପାରିସ୍ କରିବା ପାଇଁ ଫାର୍ମାସିଷ୍ଟଙ୍କୁ କୁହାଯାଇଥିଲା । ସେତେବେଳେ ଗୋଟିଏ ରୋଗ ପାଇଁ ଦୁଇଟି ଔଷଧ ଥିଲା, ଏବେ ତିନୋଟି ଔଷଧ ଆସିଛି । ଡ୍ରଗ କଣ୍ଟ୍ରୋଲରଙ୍କ ପରାମର୍ଶ ନେଇ ଏହି ସଂଖ୍ୟା ବଢ଼ାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ଡାକ୍ତର ବିଜୟ ମହାପାତ୍ର ।

୨ ଲକ୍ଷ ୮୦ ହଜାର ଟଙ୍କା ଜବତ ପରେ IIC ଗିରଫ

ଭୁବନେଶ୍ୱର: ଗିରଫ ହେଲେ ମୋଟୁ ଆଇଆଇସି । ବୁଧବାର ସନ୍ଧ୍ୟାରେ ମୋଟୁ ଥାନା ଅଧିକାରୀ ସୁଶାନ୍ତ ସାହୁ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ମୋଟୁରୁ ନିଜ ଘର କଟକ ଫୁଲନଖରା ଫେରୁଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ସୁଶାନ୍ତଙ୍କୁ ଧରିଥିଲା । ତାଙ୍କ କାରରୁ ନଗଦ ୨.୮ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଆଇଆଇସିଙ୍କ କାରରୁ ବିପୁଳ ପରିମାଣର ଟଙ୍କା ମିଳିଥିବା ବେଳେ ଏତେ ଟଙ୍କା କେଉଁଆଡ଼ୁ ଆସିଲା ସେନେଇ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ।

Motu IIC Sushant Sahu Arrested By Vigilance

ସୁଶାନ୍ତଙ୍କୁ ଅଟକ ରଖି ପଚରାଉଚରା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସର୍ଚ୍ଚ ବେଳେ ୨୪ ଲକ୍ଷ ୯୦ ହଜାର ଟଙ୍କାର ସେଲ୍ ଡିଡ୍ ଜବତ କରିଛି ଭିଜିଲାନ୍ସ । ନିକଟରେ ସୁଶାନ୍ତଙ୍କ ସ୍ତ୍ରୀ ନାଁରେ ନଖରାରେ ଏହି ଜମି କିଣା ଯାଇଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ସୁଶାନ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି । ଗତକାଲି ମୋଟୁ ସ୍ଥିତ ସରକାରୀ ବାସଭବନ ସହ କଟକର ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା ।

ହାଇସ୍କୁଲ୍ ରୂପାନ୍ତରଣ ନେଇ 5T ସଚିବଙ୍କ ଆଲୋଚନା

ରାଉରକେଲା: 5T ଓ ମୋ ସରକାର  ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ଟ୍ରାନ୍ସଫର୍ମେସନ ତଥା ରୂପାନ୍ତରଣ କାର୍ଯ୍ୟକ୍ରମ ଚାଲିଛି । ଜିଲ୍ଲାରେ ପ୍ରାଥମିକ ପର୍ଯ୍ୟାୟରେ ୮୨ଟି ହାଇସ୍କୁଲରେ ହାଇସ୍କୁଲ ଟ୍ରାନ୍ସଫର୍ମେସନ ତଥା ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୨୯ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

5T Secretary VC High School Transformation Sundergarh

5T ସଚିବ ଆଜି ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଭିସି ଜରିଆରେ ଆଲୋଚନା କରିଛନ୍ତି । ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରୀ, ବିଜ୍ଞାନାଗାର, ଖେଳ ପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଇଛି । ସରକାରୀ ହାଇସ୍କୁଲର  ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ଉନ୍ନତି କାର୍ଯ୍ୟ କରାଯାଉଛି । ସ୍କୁଲର ପରିବେଶକୁ ସୁନ୍ଦର ଓ ଆକର୍ଷଣୀୟ କରାଯାଉଛି ।

5T Secretary VC High School Transformation Sundergarh

ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ  ଯେପରି ଭବିଷ୍ୟତରେ IAS, OAS, ଡକ୍ଟର, ଇଞ୍ଜିନିୟର, ଆଇଟି ଇଞ୍ଜିନିୟର ହୋଇ ପାରିବେ ସେନେଇ ପଦଷେପ ନିଆଯାଉଛି । ହାଇସ୍କୁଲ ପରିବେଶକୁ ସୁନ୍ଦର ଓ ଆକର୍ଷଣୀୟ କରାଯାଉଛି । ରୂପାନ୍ତରଣ କାର୍ଯ୍ୟକ୍ରମରେ  ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ଅଧିକ ଆକର୍ଷଣୀୟ ହୋଇପାରିବ ସେନେଇ ଗୁରୁତ୍ୱ ଦିଆଯାଉଛି ।