ଦିନେଶ ପଟ୍ଟନାୟକ ହେଲେ ସ୍ପେନ ରାଷ୍ଟ୍ରଦୂତ, ନିଯୁକ୍ତି ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ପୁଣି ଚମକିଲେ ଓଡିଆ । ଓଡିଆ ଆଇଏଫଏସ ଅଫିସର ଦିନେଶ କୁମାର ପଟ୍ଟନାୟକ ହୋଇଛନ୍ତି ସ୍ପେନ ଲାଗି ଭାରତର ରାଷ୍ଟ୍ରଦୂତ । ଦିନେଶଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ସେ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ବା ଆଇସିସିଆରର ମହାନିର୍ଦ୍ଦେଶକ ଅଛନ୍ତି । ୧୯୯୦ ଆଇଏଫଏସ ଅଫିସର ଦିନେଶଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ଦିନେଶ ଖୁବ୍ ଶୀଘ୍ର ଏହି ଦାୟିତ୍ବ ନେବେ ।

ପୂର୍ବରୁ ସେ ଜେନେଭା, ଢାକ୍କା, ବେଜିଂ ଓ ଭିଏନାସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟ କରିଆସିଛନ୍ତି । ଏହା ସହ ୟୁରୋପ, ଆଫ୍ରିକା ଓ ଜାତିସଂଘର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦାୟିତ୍ବ ସମ୍ଭାଳିଛନ୍ତି । ସେ ୨୦୦୯ରୁ ୨୦୧୨ ଯାଏଁ ଭିଏନାରେ ଡେପୁଟି ଆମ୍ବାସାଡର ଭାବେ ଦାୟିତ୍ବ ସମ୍ଭାଳିଥିଲେ । ପରେ ୨୦୧୨ରୁ ୨୦୧୫ ଯାଏଁ କାମ୍ବୋଡିଆର ରାଷ୍ଟ୍ରଦୂତ ଥିଲେ ।

୨୦୧୬ରୁ ୨୦୧୮ ଯାଏ ସେ ଲଣ୍ଡନରେ ଡେପୁଟି ହାଇକମିଶନର ଭାବେ ନିଯୁକ୍ତି ପାଇଥିଲେ । ସେ କୋଲକାତା ଆଇଆଇଏମରୁ ମାଷ୍ଟର୍ସ ଡିଗ୍ରି ହାସଲ କରିଥିଲେ । ପରେ ସେ ଭିଏନ ବିଶ୍ବବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ ।

Leave a Reply