ସେମିଫାଇନାଲରେ ପହଁଚିପାରିବ ଭାରତ, ଜାଣନ୍ତୁ କେମିତି…

1 min read

 

ଟି-ଟ୍ବେଣ୍ଟି ୱାର୍ଲ୍ଡ କପର ଦୁଇଟି ମ୍ୟାଚ୍ ହାରିଲା ଭାରତ  । ପାକିସ୍ତାନଠୁ ୧୦ ୱିକେଟରେ ହାରିଥିବା ବେଳେ ଗତକାଲି ନ୍ୟୁଜିଲ୍ୟାଣ୍ଡଠୁ ୮ ୱିକେଟରେ ହାରିଛି  । ଏହି କାରଣରୁ ଭାରତ ସେମିଫାଇନାଲରୁ ଦୂରେଇ ଯାଉଥିବା ଦେଖାଯାଉଛି  । ଭାରତର ସେମିଫାଇନାଲରେ ପ୍ରବେଶର ଆଶା ଖୁବ୍ କମ୍ ବୋଲି ଜଣାପଡ଼ୁଛି  ।

ସୁପର-୧୨ ଗ୍ରପ୍-୨ର ଟେବୁଲ ଟପ୍ପର ଭାବେ ପାକିସ୍ତାନ ଦ୍ବିତୀୟ ସ୍ଥାନରେ ରହିବ ଏଥିରେ କୈାଣସି ସନ୍ଦେହ ନାହିଁ  । ମାତ୍ର ପାକିସ୍ତାନ ପରେ ଗୋଟିଏ ସ୍ଥାନରେ ରହିବା ପାଇଁ ଓ ନିଜ ଜାଗା ଅକ୍ତିଆର କରିବା ପାଇଁ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ଥାନ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ  । ଅବଶ୍ୟ ଭାରତ ହାତରେ ବର୍ତ୍ତମାନ ସୁଦ୍ଧା ଆଉ ୩ଟି ମ୍ୟାଚ୍ ବାକି ଅଛି  । ଏଥିପାଇଁ ଆମେ କହିପାରିବା କି ସୁଯୋଗ ଏବେ ବି ଅଛି  । ଏ ଯାଏ ସୁଯୋଗ ହାତଛଡ଼ା ହୋଇନାହିଁ  । ପାକିସ୍ତାନ ନିଶ୍ଚିତ ଭାବରେ ଟେବୁଲ ଟପ୍ପର ରୂପେ ଗଣାଯାଉଛି ଏହାପରେ ରହିଛି ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ  ।

ପୂରା ପରିସ୍ଥିତି ଦେଖିବାକୁ ଗଲେ ଏଥିରୁ ଜଣାଯାଉଛିଯେ ବର୍ତ୍ତମାନ ଭାରତର ଜିତିବା କେବଳ ଭାଗ୍ୟ ହାତରେ  । ଭାଗ୍ୟ ଭଲ ଥିଲେ ଭାରତ ଜିତିପାରିବ  । ଟାଇମ୍ସ ଅଫ୍ ଇଣ୍ଡିଆର ଶଙ୍କର ରଘୁରାମନ ସମସ୍ତ ପରିସ୍ଥିତିକୁ ଲକ୍ଷ୍ୟ କରି ଏହା ଉପରେ ନିଜ ମତ ରଖିଛନ୍ତି  । ଭାରତ ଜିତିପାରିବ ମାତ୍ର ଏହି ୭ଟି ପଏଣ୍ଟରେ ।

ଆସନ୍ତୁ ଜାଣିବା ସେ କହିଥିବା ୭ଟି ପଏଣ୍ଟ :-

ଭାରତ, ପାକିସ୍ତାନ ଓ ନ୍ୟୁଜିଲ୍ଯାଣ୍ଡ ଏହି ତିନୋଟି ଟିମ୍ ସ୍କଟଲ୍ୟାଣ୍ଡ ଓ ନିମ୍ବୋନିଆ ଦୁଇଟି ଟିମ୍କୁ ହରାଇବା ଦରକାର  । ଯଦି ଏମିତି ହେବ ତେବେ ପାକିସ୍ତାନ ନିଶ୍ଚିତ ଭାବେ ୧୦ଟି ଅଙ୍କ ନେଇ ଗ୍ରପରେ ଶୀର୍ଷରେ ପହଁଚିବା ସହ ସେମିଫାଇନାଲରେ ପହଁଚିଯିବ  ।

ଏହାପରେ ଖାଲି ଥିବା ଗୋଟିଏ ସ୍ଥାନ ପାଇଁ ଭାରତ,ନ୍ୟୁଜିଲ୍ଯାଣ୍ଡ ଓ ଆଫଗାନିସ୍ତାନ ଏହି ତିନୋଟି ଟିମ୍ ମଧ୍ୟରେ ଜବରଦସ୍ତ ଲଢ଼େଇ ଆରମ୍ଭ ହେବ  । ଯଦି ଭାରତୀୟ ଟିମ୍ ଆଫଗାନିସ୍ତାଠୁ ହାରିଯାଏ ତେବେ ଭାରତ ସେମିଫାଇନାଲରୁ ବାହାରିଯିବ  ।

ଭାରତ ଯଦି ଆଫଗାନିସ୍ତାନକୁ ହରାଇବା ପରେ ନ୍ୟୁଜିଲ୍ୟାଣ୍ଡକୁ ହରାଉଛି ତେବେ ଯାଇ ସେମିଫାଇନାଲରେ ନିଜ ସ୍ଥାନ ପାଇବାର ସୁଯୋଗ ଅଛି  ।

ଯଦି ଆଫଗାନିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ହରାଏ ଏବଂ ଭାରତ ଆଫଗାନିସ୍ତାନକୁ ହରାଏ ତେବେ ଭାରତ, ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ଏହି ତିନୋଟି ଟିମ୍ ୬ ଅଙ୍କ ହାସଲ କରିବେ  । ଏହି ପରିସ୍ଥିତିରେ ସବିକିଛି ନେଟ୍ ରନ୍ ଉପରେ ନିର୍ଭରଶୀଳ  । ବାସ୍ତବରେ ଭାରତକୁ ନାମିବିଆ ଓ ସ୍କଟଲ୍ଯାଣ୍ଡ ବିରୁଦ୍ଧରେ ବଡ଼ ବିଜୟର ଆବଶ୍ୟକତା ରହିଛି  ।

କାହା ସାଙ୍ଗରେ କେବେ ଅଛି କାହାର ଲଢ଼େଇ :

ଭାରତ : ନଭେମ୍ବର ୩ରେ ଆଫଗାନିସ୍ତାନ, ନଭେମ୍ବର ୫ରେ ସ୍କଟଲ୍ଯାଣ୍ଡ, ନଭେମ୍ବର ୮ରେ ନାମିବିଆ

ପାକିସ୍ତାନ : ନଭେମ୍ବର ୨ ନିମୋବିଆ, ନଭେମ୍ବର ୭ ସ୍କଟଲ୍ୟାଣ୍ଡ

ନ୍ୟୁଜିଲ୍ୟାଣ୍ଡ : ନଭେମ୍ବର ୩ ସ୍କଟଲ୍ୟାଣ୍ଡ, ନଭେମ୍ବର ୫ ନିମୋବିଆ, ନଭେମ୍ବର ୭ ଆଫଗାନିସ୍ତାନ

ଆଫଗାନିସ୍ତାନ : ନଭେମ୍ବର ୩ ଭାରତ, ନଭେମ୍ବର ୭ ନ୍ୟୁଜିଲ୍ୟାଣ୍ଡ

Leave a Reply