ମେହବୁବା ମୁଫିତ ନଜର ବନ୍ଦୀ !

ଶ୍ରୀନଗର: ମେହବୁବା ମୁଫିତ ନଜର ବନ୍ଦୀ । ଏମିତି ଦାବି କରିଛନ୍ତି ପିପୁଲ୍ସ ଡେମୋକ୍ରାଟିକ ପାର୍ଟୀ (ପିପିଡି)ର ଜଣେ ନେତା । ସେ କହିଛନ୍ତି, ମେହବୁବାଙ୍କୁ ସୋମବାର ତାଙ୍କ ବାସଭବନରେ ନଜର ବନ୍ଦୀ କରାଯାଇଛି ।

ଗତ ସପ୍ତାହରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ମୃତ୍ୟୁବରଣ କରିଥିବା ଜଣେ ଯୁବକଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଅନନ୍ତନାଗ ଯିବାକୁ ଚାହୁଁ ଥିଲେ ମେହବୁବା । ହେଲେ ସୁରକ୍ଷା କାରଣରୁ ପୋଲିସ ତାଙ୍କୁ ଅନୁମତି ଦେଇନାହିଁ । ପିପିଡି ନେତା ଦାବି କରିଛନ୍ତି, ‘ପୋଲିସ ତାଙ୍କ ଘର ବାହାର ପଟୁ ତାଲା ପକାଇ ଦେଇଛି ।’

ସେ ଦାବି କରିଛନ୍ତି, ‘ମେହବୁବାଙ୍କୁ ଗୁପକାର ଅଞ୍ଚଳରେ ତାଙ୍କ ବାସଭବରେ ନଜରବନ୍ଦୀ କରାଯାଇଛି । ତାଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଉନାହିଁ । ମେହବୁବା ଅନନ୍ତନାଗ ଅଞ୍ଚଳରେ ଗୁଳି ବିନିମୟ ବେଳେ ମୃତ୍ୟୁବରଣ କରିଥିବା ଶାହିଦ ଅହମଦଙ୍କ ପରିବାରକୁ ଭେଟିବାକୁ ଯାଇଥାନ୍ତେ । ସେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବାକୁ ଯିବାକୁ ସ୍ଥିର କରିଥିଲେ, ହେଲେ ତାଙ୍କୁ ଘରୁ ବହାରିବାକୁ ଅନୁମତି ଦିଆଯାଉନାହିଁ ।’

 

ସୂଚନାଯୋଗ୍ୟ, ମେହବୁବା ମୁଫିତ ଦେଶ ବିରୋଧୀ ବୟାନବାଜି କରି ଚର୍ଚ୍ଚାରେ ରହି ଆସିଛନ୍ତି । ଜମ୍ମୁ ଓ କାଶ୍ମୀରରେ ଯାହା ବି ଘଟିଲେ ମୁଫିତ ବିକଳରେ ରଡି ପକାଇବା ଆରମ୍ଭ କରିଦିଅନ୍ତି । ଏପରିକି ୩୭୦ ଧାରା ଉଚ୍ଛେଦ ପରେ ତ ସେ ସବୁ ସୀମା ପାର କରିଯାଇଥିଲେ । କାଶ୍ମୀରରେ ତ୍ରୀରଙ୍ଗା ଧରିବାକୁ କେହି ରହିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ହେଲେ ଧାରା ୩୭୦ ଉଠିବା ପରେ ପ୍ରଥମ ସ୍ବାଧୀନତା ଦିବସ ଉତ୍ସବରେ ଜମ୍ମୁ ଓ କାଶ୍ମୀର ଲୋକ ତାଙ୍କୁ ଭୁଲ ପ୍ରମାଣିତ କରିଥିଲେ । ସହରଠାରୁ ଗାଁ ସବୁ ସ୍ଥାନ ତ୍ରୀରଙ୍ଗାର ରଙ୍ଗରେ ରଙ୍ଗୀନ ହୋଇ ଯାଇଥିଲା ।

ଟିକିଏ ଟିକିଏ କଥାରେ ଦେଶରେ ଅଶାନ୍ତି ସୃଷ୍ଟି କରିବା ଭଳି ବୟାନ ଦେବା, ପାକିସ୍ତାନ ପ୍ରେମ ଦେଖାଇବା ଓ ଘାଟିର ନିରୀହ ଜନତାଙ୍କୁ ଉସକାଇବା ଭଳି ବୟାନବାଜି ମେହବୁବାଙ୍କ ପାଇଁ କିଛି ନୂଆ କଥା ନୁହେଁ । ଏମିତି ସ୍ଥିତିରେ ଶୋକ ପ୍ରକାଶ ବାହାନାରେ ଅନନ୍ତନାଗ ଯାଇ ସେଠାରେ ପୁଣି ଥରେ ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ବୟାନ ଦେବା ଚକ୍କରରେ ଥିବା ମେହବୁବାଙ୍କୁ ନଜରବନ୍ଦୀ କରାଯିବା ଠିକ ବୋଲି ରାଜେନୖତିକ ବିଶେଷଜ୍ଞମାନେ ମତ ରଖିଛନ୍ତି ।

Leave a Reply