ଆରଟିଓ-୧ ସ୍ଥିତ ନୂଆ କୋଠା ଓ ଆଇଟିସି ଗ୍ରୁପର ଷ୍ଟାର୍‌ ହୋଟେଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଆଚାର୍ଯ୍ୟ ବିହାରରେ ଥିବା RTO-1 ସ୍ଥିତ ନୂଆ ବିଲ୍ଡିଂର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିଲ୍ଡିଂ କାର୍ଯ୍ୟକ୍ଷମ ହେବା ଫଳରେ ଲୋକେ ଉନ୍ନତ ମାନର ସେବା ପାଇବେ । ଡ୍ରାଇଭିଂ ଲାଇସେନ୍ସ କ୍ଷେତ୍ରରେ ଲୋକେ ବେଶ ସୁବିଧା ପାଇପାରିବେ । ଏଥିପାଇଁ ଏକ ସ୍ମାର୍ଟକ୍ୟୁ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଲୋକେ ପୂର୍ବରୁ ଯେଉଁଭଳି ଭାବେ ଠେଲା ପେଲା ହେବା ଦୃଶ୍ୟ ନଜରକୁ ଆସୁଥିଲା, ସେଥିରେ ସୁଧାର ଆଣିବା ପାଇଁ ଏହି ବ୍ୟବସ୍ଥା ହୋଇଛି ।

ଡ୍ରାଇଭିଂ ଲାଇସେନ୍ସ ପାଇଁ ‘ସାରଥୀ’ ୱେବସାଇଟ ଜରିଆରେ ଅନଲାଇନରେ ବୁକିଂ ହେଉଛି । ଅନଲାଇନରେ ସ୍ଲଟ ବୁକିଂ ହେଉଛି । ଯଦି କେହି ଅନଲାଇନରେ କରିପାରୁନାହାନ୍ତି, ଆରଟିଓ ଅଫିସ ଆସିଲେ ସ୍ଲଟ ବୁକିଂ ହେଇପାରିବ । ସେହିପରି ‘ବାହାନ’ ସର୍ଭିସ ଜରିଆରେ ଯେଉଁମାନେ ଆରସି ବୁକ୍ , ପରମିଟ୍, ଗାଡି କାଗଜ ପତ୍ର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ମଧ୍ୟ ଆସି ନିଜ କାମ କରିପାରିବେ । କାଉଣ୍ଟରରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ସାରା ରାଜ୍ୟରେ ଭୁବନେଶ୍ୱର ଆରଟିଓ-୧ ରେ ଏହି ବ୍ୟବସ୍ଥାର କରାଯାଇଥିବା ବେଳେ ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଖୁବଶୀଘ୍ର ଗଞ୍ଜାମ, ଭଦ୍ରକ, କଟକ, ପୁରୀ, ବାଲେଶ୍ୱର ଓ କଟକରେ ଆରମ୍ଭ ହେବାକୁ ଯାଉଛି ।

ଅନ୍ୟ ପକ୍ଷରେ ରାଜ୍ୟ ଅତିଥି ଭବନର ମଧ୍ୟ ନୂଆ କୋଠା ଏବଂ ଡୁମ୍‌ଡୁମା ସ୍ଥିତ ଆଇଟିସି ହୋଟେଲକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ନୂଆ ରାଜ୍ୟ ଅତିଥି ଭବନର ନିର୍ମାଣ ନେଇ ୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୫୪୮୮ ସ୍କ୍ରୋଏର ମିଟର ଅଞ୍ଚଳରେ ଏହାକୁ ନିର୍ମାଣ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ସମ୍ୱଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: BSKY ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିବେ

Leave a Reply