ପ୍ରିମିୟମ ଭରି ନଥିଲେ ଏଲଆଇସି ଦେବନି ଆସିଡେଣ୍ଟ କ୍ଲେମ୍ ବେନିଫିଟ୍

1 min read

ନୂଆଦିଲ୍ଲୀ: ଆସିଡେଣ୍ଟ କ୍ଲେମ୍ ବେନିଫିଟକୁ ନେଇ ସୁପ୍ରିମକୋର୍ଟଙ୍କୁ ଗୁରୁତ୍ବପୂର୍ଣ୍ଣ ରାୟ । ପ୍ରିମିୟମ ଠିକ୍ ସମୟରେ ଭରା ଯାଇନଥିଲେ ଆସିଡେଣ୍ଟ କ୍ଲେମ୍ ବେନିଫିଟ୍ ମିଳିବ ନାହିଁ । ଏକ ମାମଲାର ବିଚାର କରି କୋର୍ଟ ଏହି ରାୟ ଦେଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଦୀପ କୁମାର ନାମକ ଜଣେ ବ୍ୟକ୍ତି LICର ଜୀବନ ସୁରକ୍ଷା ପଲିସି କରିଥିଲେ । ଏଥିରେ ୩.୭୫ ଲକ୍ଷ ଟଙ୍କା ବୀମା ଥିଲା ଓ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ଅତିରିକ୍ତ ୩.୭୫ ଲକ୍ଷ ଟଙ୍କା ମିଳିବାର ଥିଲା । ପ୍ରତି ୬ ମାସରେ ବୀମା କିସ୍ତି ଦେବାକୁ ଥିଲା । ୨୦୧୧ ଅକ୍ଟୋବର ୧୪ରେ ବୀମା କିସ୍ତି ଦେବାର ଥିଲା, ହେଲେ ପ୍ରଦୀପ କିସ୍ତି ଭରି ନଥିଲେ । ୨୦୧୨ ମାର୍ଚ୍ଚ ୬ ତାରିଖରେ ପ୍ରଦୀପଙ୍କ ଦୁର୍ଘଟଣା ହୋଇଥିଲା ଓ ୨୧ ମାର୍ଚ୍ଚରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟ ମଧ୍ୟରେ ମାର୍ଚ୍ଚ ୯ ତାରିଖରେ ତାଙ୍କ ତରଫରୁ ବାକି ପ୍ରିମିୟର ଭରା ଯାଇଥିଲା । ଏଲଆଇସି ପ୍ରଦୀପଙ୍କ ପତ୍ନୀଙ୍କୁ ୩. ୭୫ ଲକ୍ଷ ବୀମା ଟଙ୍କା ଦେଇଥିଲା ହେଲେ ଆସିଡେଣ୍ଟ ବେନିଫିଟ୍ ଦାବିକୁ ନାକଚ କରି ଦେଇଥିଲା । ଏଲଆଇସି ପକ୍ଷରୁ କୁହାଯାଇଥିଲା ଠିକ୍ ସମୟରେ ପ୍ରିମିୟର ଭରା ଯାଇ ନଥିବାରୁ ପଲିସି ଲ୍ୟାପ୍ସ ହେବା କଣ୍ଡିସନରେ ଥିଲା ।

ଏଲଆଇସି ଦୁର୍ଘଟଣା ବେନିଫିଟ୍ ଦେବାକୁ ମନା କରିବା ପରେ ପ୍ରଦୀପଙ୍କ ପତ୍ନୀ ଜିଲ୍ଲା ଉପଭୋକ୍ତା ଅଦାଲତକୁ ଯାଇଥିଲେ । ମାମଲାର ବିଚାର କରି ଜିଲ୍ଲା ଉପଭୋକ୍ତା କୋର୍ଟ ଏଲଆଇସିକୁ ଦୁର୍ଘଟଣା ବାବଦକୁ ୩.୭୫ ଲକ୍ଷ ଟଙ୍କା ଦେବାକୁ ନିେଦ୍ଦର୍ଶ ଦେଇଥିଲେ । ଏହାପରେ ମାମଲା ଜିଲ୍ଲା କଞ୍ଜୁମର ଫୋରମକୁ ଯାଇଥିଲା । ସେଠାରେ ଏଲଆଇସିର ଦଲିଲି ଶୁଣିବାକୁ ଗ୍ରହଣ କରାଯାଇଥିଲା । ଏହାପରେ ପ୍ରଦୀପଙ୍କ ପତ୍ନୀ ନ୍ୟାସନାଲ କଞ୍ଜୁମର ଫୋରମକୁ ଯାଇଥିଲେ । ସେଠାରେ ଏଲଆଇସିର ଦାବିକୁ ଅସ୍ବୀକାର କରି ଆସିଡେଣ୍ଟ ବେନିଫିଟ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ଏଲଆଇସି ସିପ୍ରିମକୋର୍ଟ ଯାଇଥିଲେ ।

ଦୁଇ ପକ୍ଷଙ୍କ ଦଲିଲ ଶୁଣିବା ପରେ କୋର୍ଟ କହିଥିଲେ, ’୧୧ ଅକ୍ଟୋବର ୨୦୧୧ରେ କିସ୍ତି ଦେବାର ଥିଲା । ୨୦୧୨ ମାର୍ଚ୍ଚ ୬ ତାରିଖରେ ଦୁର୍ଘଟଣା ହେବା ପରେ ୯ ମାର୍ଚ୍ଚରେ କିସ୍ତି ଭରାଯାଇଥିଲା ଓ ଦୁର୍ଘଟଣା ସମ୍ପର୍କରେ ଏଲଆଇସିକୁ ଜଣାଯାଇନଥିଲା । ଜାଣିଶୁଣି ମନ୍ଦ ଉଦ୍ଦେଶ୍ୟ ରଖି ଏଲଆଇସିକୁ ଦୁର୍ଘଟଣା ସମ୍ପର୍କରେ ଅବଗତ କରାଯାଇ ନଥିଲା ।’

କୋର୍ଟ ଆହୁରି କହିଥିଲେ, ‘ଏଲଆଇସି ସର୍ତ୍ତ ଅନୁସାରେ ଦୁର୍ଘଟଣା ସମୟରେ ପଲିସି ଜାରି ରହିବା ଦରକାର । ହେଲେ ଏହି ମାମଲାରେ ୧୪ ଅକ୍ଟୋବର ୨୦୧୧ରେ କିସ୍ତି ଭରା ଯାଇନଥିବାରୁ ପଲିସି ଲ୍ୟାପ୍ସ କଣ୍ଡିସନରେ ଥିଲା । ୬ ମାର୍ଚ୍ଚରେ ଦୁର୍ଘଟଣା ହେବା ବେଳକୁ ପଲିସି କାମ କରୁନଥିଲା । ଏମିତି ସ୍ଥିତିରେ ଉପଭୋକ୍ତା ଦୁର୍ଘଟଣା ବେନିଫିଟ୍ ମାଗିବା ଯୁକ୍ତିଯୁକ୍ତ ନୁହେଁ ।’

Leave a Reply