spot_img
Home Blog Page 5142

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଗୋଆର ବର୍ଷିୟାନ୍‌ କଂଗ୍ରେସ ନେତା ଲୁଇଜିହ୍ନୋ ଫଲେରିଓ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଷ୍ଟ୍ରିଟ୍‌ଫାଇଟର୍‌। ସେ ବିଜେପିକୁ କଡ଼ା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ କରାଇପାରିବେ। ଏଭଳି କହିବା ପରେ ଗୋଆର ବର୍ଷିୟାନ୍‌ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିଓ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ‌ରେ ୪୦ ବର୍ଷ ଧରି ସଦସ୍ୟ ଥିବା ଫଲେରିଓ ତୃଣମୂଳ କଂଗ୍ରେସରେ ଯୋଗ ଦେବେ ଜଣାପଡିଛି।

ଗୋଆରେ ମମତାଙ୍କ ଭଳି ଶାସକଙ୍କର ଆବଶ୍ୟକତା ଅଛି ଲୁଇଜିହ୍ନୋ କହିଛନ୍ତି। ବିଜେପି ସହ ଲଢ଼ିବା ପାଇଁ ଉପଯୁକ୍ତ ଥିବା ତୃଣମୂଳ କଂଗ୍ରେସକୁ ସେ କଂଗ୍ରେସରୁ ବାହାରିଥିବା ଶାଖା ବୋଲି କହିଛନ୍ତି। ଫଲେରିଓଙ୍କ ସହ ଆଲୋଚନା ପାଇଁ ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ଡେରେକ୍‌ ଓବ୍ରାଇନ୍‌ ଏବଂ ପ୍ରସୂନ ବାନାର୍ଜୀ ଏବେ ଗୋଆରେ ଅଛନ୍ତି। ନିକଟରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ମଧ୍ୟ ଗୋଆରେ ଟିଏମସି ନିଜ ପାଦ ଥାପିବାକୁ ଯାଉଛି ବୋଲି କହିଥିଲେ। ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହି ମିଶ୍ରଣ ଗୁରୁତ୍ବବହନ କରୁଛି।

ସୀମାନ୍ତରେ ଅନ୍ଧାରରେ ଫୁଟିଲା ଗୁଳି, ସିଆରପିଏଫ-ନକ୍ସଲ ମୁହାମୁହିଁ

ମାଲକାନାଗିରି: ସୀମାନ୍ତରେ ସିଆରପିଏଫ-ନକ୍ସଲ ମୁହାମୁହିଁ। ଛତିଶଗଡ଼ ବିଜାପୁର ଜିଲ୍ଲା ଧର୍ମାରାମ ସିଆରପିଏଫ କ୍ୟାମ୍ପ ଉପରେ ଫାଇରିଙ୍ଗ କରିଛି ଲାଲବାହିନୀ। ଜବାବରେ ପାଲଟା ଗୁଳିଚାଳନା କରୁଛନ୍ତି ଯବାନ। ପ୍ରାୟ ୨ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଛି। ସିଆରପିଏଫର ୧୯୬ ବାଟାଲିୟନ କ୍ୟାମ୍ପରେ ରହୁଥିବା ବେଳେ, ଆଜି ସଂଧ୍ୟାରେ ହଠାତ ଆକ୍ରମଣ କରିଥିଲା ଲାଲବାହିନୀ। ଏନେଇ ଏଏସପି ପଙ୍କଜ ଶୁକ୍ଲା ସୂଚନା ଦେଇଛନ୍ତି।

ମୋ ସ୍କୁଲ୍ ଅଭିଯାନରେ ୧୨୩୮ ସ୍କୁଲ୍‌ରେ ୧୬ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ‘ମୋ ସ୍କୁଲ୍ ଅଭିଯାନ’ ର ୨୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୫ଟି ଜିଲ୍ଲାର ୧୨୩୮ ବିଦ୍ୟାଳୟରେ ମୋଟ ୧୬ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ୧ ମାସ ମଧ୍ୟରେ ୧୬ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୪୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ବାଲେଶ୍ୱରରେ ସର୍ବାଧିକ ୧ କୋଟି ୬୧ ଲକ୍ଷ, ଯାଜପୁରରେ ୫୦ ଲକ୍ଷ ୧୦ ହଜାର, କଟକରେ ୨୭ ଲକ୍ଷ ୩୯ ହଜାର, ଭଦ୍ରକରେ ୨୫ ଲକ୍ଷ ୮୭ ହଜାର ଏବଂ ବଲାଙ୍ଗୀରରେ ୨୪ ଲକ୍ଷ ୯୨ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି। ଚଳିତ ମାସରେ ବାଲେଶ୍ୱର ଜିଲ୍ଲାରେ ପୁଣିଥରେ ରେକର୍ଡ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀମାନେ ‘ମୋ ସ୍କୁଲ୍ ଅଭିଯାନ’ସହ ଯୋଡ଼ି ହୋଇଥିବା ବେଳେ କ୍ରମାଗତ ୯ମ ଥର ପାଇଁ ରାଜ୍ୟସ୍ତରରେ ସର୍ବାଧିକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେହିଭଳି ଯାଜପୁର ଜିଲ୍ଲା ଏଥର ପ୍ରଥମଥର ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ଦ୍ୱିତୀୟ ସ୍ଥାନରେ ରହିଛି। ଚଳିତ ମାସରେ ଜିଲ୍ଲାରେ ରେକର୍ଡ ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟ ସହ ଯୋଡ଼ିହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ସହାୟତାର ହାତ ବଢାଇଛନ୍ତି ।

ପ୍ରଥମଥର ପାଇଁ ‘ମୋ ସ୍କୁଲ୍ ଅଭିଯାନ’ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାମିଲ କରାଯାଇଥିବା ବେଳେ ରାଜ୍ୟରେ ଥିବା ସମସ୍ତ ଷ୍ଟାଣ୍ଡ୍‌ଆଲୋନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ମୋ ସ୍କୁଲ୍‌’ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବାକୁ ନିଷ୍ପତ୍ତି ହୋଇଛି । ନିକଟରେ ଭୁବନେଶ୍ୱରସ୍ଥିତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ଭଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ମୋ ସ୍କୁଲ୍‌’କୁ ଏକ ସଫଳ ଅଭିଯାନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ ।

‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍‌ମେଶନ କାର୍ଯ୍ୟକ୍ରମ’ରେ ଅନ୍ତର୍ଭୁକ୍ତ ହୋଇଥିବା ହାଇସ୍କୁଲ୍‌ଗୁଡ଼ିକରେ ଶୈକ୍ଷିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ‘ମୋ ସ୍କୁଲ୍‌’ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍‌ମେଶନ କାର୍ଯ୍ୟକ୍ରମ’ର ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାପୂର୍ବରୁ ଅତିରିକ୍ତ ବଜେଟରେ ‘ମୋ ସ୍କୁଲ୍‌’କୁ ୮୮୭ କୋଟି ଟଙ୍କା ପ୍ରଦାନ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଆଗତ କରିଛି ।

ଆବା ଜାନ ବିବାଦ: ଚାରମୀନାରକୁ ନିଜ ବାପାଙ୍କର କହି ମୋଦି, ଯୋଗୀ ଓ ରାହୁଲଙ୍କୁ ଚ୍ୟାଲେଞ୍ଜ କଲେ ଓୱେସୀ

0

ହାଇଦ୍ରାବାଦ: ପ୍ରାୟ ୫ ମାସ ପରେ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଆଇଏମ୍ଆଇଏମ୍ ରାଷ୍ଟ୍ରୀୟ ସଭାପତି ଅସଦୁଦ୍ଦିନ ଓୱେସୀ ବାରମ୍ବାର ରାଲି ଏବଂ ବୈଠକ କରି ମୁସଲମାନମାନଙ୍କୁ ଉସୁକାଉଛନ୍ତି । ସୋମବାର ସଭାରେ ଯୋଗ ଦେବାପାଇଁ କାନପୁରରେ ପହଞ୍ଚିଥିବା ଓୱେସୀ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇ ଚର୍ଚ୍ଚାରେ । ତାଙ୍କ ଅଭିଭାଷଣରେ ସେ ହାଇଦ୍ରାବାଦର ପ୍ରସିଦ୍ଧ ଚାରମିନାରଙ୍କୁ ତାଙ୍କ ବାପାଙ୍କ କୋଠା ବୋଲି କହିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ମୁସଲମାନମାନଙ୍କ ଅବସ୍ଥା ବାଜା ବଜାଳିଙ୍କ ଭଳି ଯେଉଁମାନଙ୍କୁ ବିବାହ ସମୟରେ ବାହାରେ ହିଁ ଅଟକାଇଦିଆଯାଏ ।

ହାଇଦ୍ରାବାଦରେ ନିଜ ସମ୍ବୋଧନରେ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ପାଇଁ ହାଇଦ୍ରାବଦର ଲୋକମାନଙ୍କୁ କୋଟି କୋଟି ସଲାମ । ଆମେ ମାନେ ବିଜେପିକୁ ପୁଣି ଥରେ ହରାଇଛୁ । ନରେନ୍ଦ୍ର ମୋଦି ନିଜେ ଆସି ମୋ ବିରୋଧରେ ଅଭିଯୋଗ କଲେ, ମୁଖ୍ୟମନ୍ତ୍ରୀ ବାବା (ଯୋଗୀ ଆଦିତ୍ୟନାଥ) ମଧ୍ୟ ନିର୍ବାଚନ ପ୍ରଚାର କରିବା ପାଇଁ ଆସିଥିଲେ । ପୁଣି ରାହୁଲ ଗାନ୍ଧି ମଧ୍ୟ ଆସିଥିଲେ । ଚାରମିନାର ସାମ୍ନାରେ ଉତ୍ସବ ମନାଇଥିଲେ । ସେତେବେଳେ ମୁଁ କହିଥିଲୁ ଯେ, ଚାରମିନାର ମୋ ବାପାଙ୍କର, ବାପାଙ୍କ ସାମ୍ନାକୁ ଆସ ।

ଜାଜମଉର ଆକୀଲ କମ୍ପାଉଣ୍ଡରେ ଆୟୋଜିତ ଏକ ସାଧାରଣ ସଭାରେ ଓୱାଇସି କହିଛନ୍ତି ଯେ ମୁସଲମାନମାନେ ସେହି ବରଯାତ୍ରୀର ବ୍ୟାଣ୍ଡ ପାର୍ଟି ଭଳି ହୋଇଯାଇଛନ୍ତି, ଯେଉଁମାନଙ୍କୁ ପ୍ରଥମେ ବାଜା ବଜାଇବାକୁ କୁହାଯାଏ, କିନ୍ତୁ ବର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ବାହାରେ ହିଁ ଅଟକାଇ ଦିଆଯାଏ । କିନ୍ତୁ ଏବେ ମୁସଲମାନମାନେ ବ୍ୟାଣ୍ଡ ବଜାଇବେ ନାହିଁ, ଆମେ ଡେମୋକ୍ରେସୀର ବାଜା ବଜାଇବୁ । ଏମିତିକି ସବୁ ଜାତିର ନେତା ଅଛନ୍ତି କିନ୍ତୁ ମୁସଲମାନ ଜାତିର କେହି ବି ନେତା ନାହାନ୍ତି । ମୋର ଆଶା ଅଛି କି ମରିବା ପୂର୍ବରୁ ୟୁପିରେ ୧୦୦ ମୁସଲମାନ ନେତା ହୁଅନ୍ତୁ ।

ବାବା ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ୭ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ

ନୂଆଦିଲ୍ଲୀ: ବାବା ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା। ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ। ଅଭିଯୁକ୍ତମାନଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ମଞ୍ଜୁରି ମିଳିଛି। ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି, ଆଧ୍ୟା ଓ ସନ୍ଦୀପ ତିଓ୍ବାରିଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦିଆଯାଇଛି। ଆସନ୍ତାକାଲି ସକାଳ ୯ଟାରୁ ସିବିଆଇ ତିନି ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେବ। ବାବାଙ୍କ ମୃତ୍ୟୁ ନେଇ ଅକ୍ଟୋବର ୪ ତାରିଖ ଯାଏ ୩ ଅଭିଯୁକ୍ତଙ୍କୁ ଝାଳବୁହା ପ୍ରଶ୍ନ କରିବ ସିବିଆଇ। ଏହା ପୂର୍ବରୁ ମଠରେ ସିବିଆଇ ପହଞ୍ଚିବା ସହ ମୃତ୍ୟୁକୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା।

ମହନ୍ତଙ୍କ ଶିଷ୍ୟ ବଲବର ଗିରିଙ୍କୁ ମଧ୍ୟ ପ୍ରଶ୍ନ କରିଥିଲା ସିବିଆଇ। ପ୍ରାୟ ୬ଘଣ୍ଟା ଧରି ସିବିଆଇ ମଠରେ ରହିବା ସହ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲା। ବାବାଙ୍କ ମୃତ୍ୟୁ ହୋଇଥିବା କୋଠରିରେ ମଧ୍ୟ ତନ୍ନତନ୍ନ ଯାଞ୍ଚ କରିଥିଲା ସିବିଆଇ। ଘଟଣାସ୍ଥଳରୁ କିଛି ସନ୍ଦେହଜନକ ତଥ୍ୟ ମିଳିବା ସହ କିଛି ଜିନିଷ ମଧ୍ୟ ଜବତ କରିଥିଲା।  ପୋଲିସ ପହଞ୍ଚିବା ପୂର୍ବରୁ ମଠରୁ ବାବାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ବାବା ନରେନ୍ଦ୍ରଗିରିଙ୍କ ମୃତଦେହ ଯେଉଁ ଫ୍ୟାନରେ ଝୁଲୁଥିବା କୁହାଯାଇଥିଲା ତାହା ଘୂରୁଥିବା ଦେଖିବାକୁ ମିଳିଥିଲା।

ତାଗିଦ୍‌ ପରେ ମଧ୍ୟ ସୁଧୁରୁନି ଆନ୍ଧ୍ର, ଓଡ଼ିଆ ସାଇନବୋର୍ଡକୁ ହଟାଇ ଲଗାଉଛି ତେଲଗୁ ସାଇନବୋର୍ଡ

କୋରାପୁଟ: ସୁଧୁରୁନି ଆନ୍ଧ୍ର, କୋଟିଆରେ ବାରମ୍ବାର ପ୍ରବେଶ କରି ଜାରି ରଖିଛି ହୀନ ଉଦ୍ୟମ। ପୂର୍ବରୁ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓ ମହିଳା ସମାବେଶ କରି ଲୋକଙ୍କୁ ଆକୃଷ୍ଟ କରିବାରେ ବିଫଳ ହେବା ପରେ, ଏବେ ଭାଷା ଭିତ୍ତିକ ରାଜନୀତି ଆରମ୍ଭ କରିଛି ଆନ୍ଧ୍ର।

କୋରପୁଟ ଜିଲ୍ଲା ପ୍ରଶାସନ ଓଡ଼ିଆ ସାଇନବୋର୍ଡ ଲଗାଇଥିବା ବେଳେ, ଏବେ ଜୋରଜବରଦସ୍ତ ତେଲଗୁ ଭାଷାରେ ଲିଖିତ ନାମଫଳକ ମାରିଛି ଆନ୍ଧ୍ର। ସୀମାନ୍ତରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଆନ୍ଧ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ବାରମ୍ବାର ଅନୁପ୍ରବେଶ କରି ଆସୁଛି। ଏପରକି ବିବାଦୀୟ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ମଧ୍ୟ କରାଇଥିଲା ଆନ୍ଧ୍ରପ୍ରଦେଶ।

ଗୁଲାବ ପ୍ରଭାବରେ କୋରାପୁଟରେ ପାହାଡ଼ ଧସିବା ସହ ଉପୁଡ଼ିଲା ଗଛ

କୋରାପୁଟ: କୋରାପୁଟ ଜିଲ୍ଲାରେ ବାତ୍ୟା ପ୍ରଭାବ। ଗୁଲାବ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବଳେ କେତେଜ ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି। ଏହାସହ ବାତ୍ୟା ସମୟରେ କିଛି ଘର ଭାଙ୍ଗିଛି। ପଟାଙ୍ଗି ବ୍ଲକରେ ସର୍ବାଧିକ ୯୦ କିମି ବେଗରେ ପବନ ବୋହିବା ସହ ପ୍ରବଳ ବର୍ଷା ହୋଇଥିଲା। ପାହାଡ ଧସି ୨୬ ନଂ ଜାତୀୟ ରାଜପଥର ଶୁଙ୍କି ଘାଟି ଓ ରାଲେଗଡାଠାରେ ରାସ୍ତା ଅବରୋଧ ହୋଇଛି। ସେପଟେ ପ୍ରବଳ ବର୍ଷା ଯୋଗୁ କୋଟିଆ ଫାଟୁସେନେରି ରାସ୍ତାର ମାଡକର ପୋଲ ଉପରେ ୨ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। କୋଟିଆ ସହ ୮ ଟି ଗ୍ରାମକୁ ଯୋଗା ଯୋଗ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ସମ୍ବାଇ ଝାଙ୍କରଗୁଡା ରାସ୍ତାର ପୋଲ ଉପରେ ୧ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। କ୍ଷତ କ୍ଷତି ଆକଳନ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି।

୧୩ ବର୍ଷ ବୟସରେ ସେ ଗାଉଛନ୍ତି ୧୦ ଟି ଭାଷାରେ ଗୀତ

କଟକ: ଆଦ୍ୟାଶା ଆଶାଠୁ ଅଧିକ। ଅନନ୍ୟ ପ୍ରତିଭାର ଅଧିକାରୀଣୀ। ମାତ୍ର ୧୩ ବର୍ଷରେ ୧୦ଟି ଭାଷାରେ ଗାଉଛନ୍ତି ଗୀତ। ବେଙ୍ଗଲୀ, ମରାଠି, ତେଲଗୁ, ହିନ୍ଦୀ ଓ ଓଡ଼ିଆ ସହ ଅନ୍ୟ ଭାଷାରେ ଗାଉଛନ୍ତି ସୁମଧୁର ଗୀତ। ଭିନ୍ନ ସ୍ବାଦର ସଙ୍ଗୀତ ଗାଉଥିବା କୁନି କଣ୍ଠଶିଳ୍ପୀକୁ ଏବେ ମିଳିଛି ବଡ଼ ସୁଯୋଗ। ଏମ୍ ଏମ୍ ପ୍ରଡକସନ ପକ୍ଷରୁ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ତୁହି ତୁ ଗୀତରେ କଣ୍ଠଦାନ କରିଛନ୍ତି। ଜଣାଶୁଣା ଗୀତିକାର ଅରୁଣ ମନ୍ତ୍ରୀ ଗୀତ ଲେଖିଥିବା ବେଳେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସହିତ ଗୀତଟି ଗାଇଛନ୍ତି ଆଦ୍ୟାଶା।

ଆଦ୍ୟାଶାଙ୍କ ଏଭଳି ପ୍ରତିଭା ଦେଖି ନନ୍ଦିଘୋଷ ଟିଭି ପ୍ରଣାମ ଓଡ଼ିଶାରେ ତାଙ୍କୁ ଲୋକଲୋଚନକୁ ଆଣିଥିଲା। ସୁମଧୁର କଣ୍ଠଶିଳ୍ପୀଙ୍କ ସଙ୍ଗୀତ ମୁର୍ଚ୍ଛନାକୁ ନେଇ ଅନେକ ଦର୍ଶକ ବିମୋହିତ ହୋଇଥିଲେ। ଗୁରୁ ଅନୁରାଗ ପାତ୍ରଙ୍କଠାରୂ ଆଦ୍ୟାଶା ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିବା ବେଳେ ନିଜର କଠିନ ଅଭ୍ୟାସରେ ଏବେ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ସୁଯୋଗ ପାଇଛନ୍ତି। ଦଶମ ଶ୍ରେଣୀରେ ପଢୁଥିବା ଆଦ୍ୟାଶା ଆଗକୁ ଆହୁରି ଭାଷାରେ ଗୀତ ଗାଇବା ସହ ସଂଗୀତ ଜଗତରେ ନିଜର ନାଁ କରନ୍ତୁ ବୋଲି ପରିବାର ଲୋକ ଆଶା ରଖିଛନ୍ତି।

ଅସୀତ ତ୍ରିପାଠୀ ହେଲେ ଭୁବନେଶ୍ୱର କ୍ଳବର ନୂଆ ସଭାପତି

0

ଭୁବନେଶ୍ୱର: ଭୁବନେଶ୍ୱର କ୍ଳବର ନୂଆ ସଭାପତି ଭାବରେ ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ନିକଟତମ ପ୍ରତିଦ୍ୱନ୍ଦୀ ବିଜୟ ପଟ୍ଟନାୟକଙ୍କ ଠାରୁ ୨୭୮ ଭୋଟରେ ବିଜୟ ଲାଭ କରିଛନ୍ତି ଅସୀତ । ୧୨୭୪ ମୋଟ ଭୋଟିଂ ହୋଇଥିବା ବେଳେ ଅସୀତ ୭୭୬ ଏବଂ ବିଜୟ ପଟ୍ଟନାୟକ ୪୯୮ ଖଣ୍ଡ ଭୋଟ ପାଇଛନ୍ତି ।

ସଭାପତି ଭାବରେ ନିର୍ବାଚିତ ପରେ ଅସୀତ ତ୍ରିପାଠୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ଭୁବନେଶ୍ୱର କ୍ଳବ କେବଳ ରେଷ୍ଟୁରାଣ୍ଟ ଓ ବାର ହୋଇ ନରହୁ । ଯେମିତି ବଡ଼ ବଡ଼ ସହରରେ ରିକ୍ରିଏସନ, ଏଜୁକେସନ, କଲଚରାଲ କାର୍ଯ୍ୟକ୍ରମ ପାଇଁ ସୁଯୋଗ ରହିଛି ସେହିଭଳି ପ୍ରସ୍ତୁତ କରାଯିବ। ଇଣ୍ଡିଆ ଇଂଟରନେସନାଲ ସେଣ୍ଟର, ଜିମ ଖାନା କ୍ଳବ ଭଳି ଏହାକୁ ବହୁମୁଖୀ କ୍ଳବ କରିବା ପାଇଁ ମୁଁ ଓ ମୋର ଟିମ ଉଦ୍ୟମ କରିବୁ ବୋଲି ଅସୀତ ତ୍ରିପାଠୀ କହିଛନ୍ତି।

ତେବେ କ୍ଲବର ଯୁଗ୍ମ ସମ୍ପାଦକ ଭାବରେ ଅଶୋକ ମିଶ୍ର ବିଜୟ ଲାଭ କରିଛନ୍ତି । ସେ ୨୭୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଉପସଭାପତି ଭାବରେ ମହେନ୍ଦ୍ର ଗୁପ୍ତା ନିର୍ବାଚିତ ହୋଇଛନ୍ତି । ସେ ୨୧୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ୧୯୪୯ରେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ବର କ୍ଲବ ।

କୁନି ବୟସରେ ହାତେଇଛନ୍ତି ଇଣ୍ଡିଆ ବୁକ ରେକର୍ଡର ଟାଇଟଲ, ତାଙ୍କ ମୁହଁରେ ରହିଛି ସବୁ ପ୍ରଶ୍ନର ଉତ୍ତର

ସମ୍ବଲପୁର: ବୟସ ମାତ୍ର ୨ ବର୍ଷ ୧୦ ମାସ। ହେଲେ ବିଚକ୍ଷଣ ପ୍ରତିଭା। ନିଜର ଜ୍ଞାନ ପାଇଁ ଇଣ୍ଡିଆ ବୁକ୍ ରେକର୍ଡର ଅଧିକାରୀ। ସମ୍ବଲପୁରର ସୁଧିର ସାହୁ ଓ ସୁଶ୍ରୀ ସଙ୍ଗିତା ଜେନାଙ୍କ ଝିଅ ଶୁଭସ୍ମିତା। କଥା କହିଲେ ପାଟି ଲାଖି ଯାଉଛି। ହେଲେ ସଂସ୍କୃତ ଶ୍ଲୋକକୁ ଅନର୍ଗଳ କହି ସମସ୍ତଙ୍କ ମନ ମୋହୁଛନ୍ତି। ବିଜ୍ଞାନ ସମ୍ବନ୍ଧୀୟ ପିରିୟଡିକ ଟେବୁଲ କହି ଦେଖଣାହାରୀକୁ କରିଦେଉଛନ୍ତି ତାଜୁବ।

କେବଳ ସେତିକି ନୁହେଁ, ଇଂରାଜୀରେ ୧୧ଟି ପଶୁ, ୧୬ଟି ପନିପରିବା, ୬୦ରୁ ଉର୍ଦ୍ଧ୍ୱ ସାଧାରଣ ଜ୍ଞାନ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ନାଁ ଅନର୍ଗଳ କହୁଛନ୍ତି ଶୁଭସ୍ମିତା। ବୀପରିତ ଶବ୍ଦ, ୨୮ଟି ରାଜ୍ୟର ରାଜଧାନୀ, ଶରୀରର ୨୮ ଅଙ୍ଗପ୍ରତ୍ୟଙ୍ଗର ନାଁ କହି ସେ ଏହି ଇଣ୍ଡିଆ ବୁକ ରେକର୍ଡର ଅଧିକାରୀ ହୋଇଛନ୍ତି।

ତେବେ ଝିଅର ପ୍ରତିଭା ପାଇଁ ମା ବାପା ବେଶ ଖୁସି ବୋଲି କହିଛନ୍ତି। ତେବେ ଝିଅକୁ ସବୁବେଳେ ପାଠପଢାଉଥିବା ମା ଇଣ୍ଡିଆ ବୁକରେ ଝିଅର ନାଁ ଆସିଲା ପରେ ଆଗକୁ କେମିତି ଆହୁରି ଭଲ ପାଠପଢିବ ସେନେଇ ବେଶ ପରିଶ୍ରମ କରୁଛନ୍ତି। ଯେଉଁ ବୟସରେ ପିଲା ଏବିସିଡିରେ ବ୍ୟସ୍ତ ସେହି ବୟସରେ ଏତେ ସବୁ ଶିଖିବା ନିଶ୍ଚିତ ଭାବରେ ପ୍ରଶଂସା ଯୋଗ୍ୟ।