ଦୀପାବଳି ପରେ ଦିଲ୍ଲୀରେ ବଢ଼ିଲା ବାୟୁ ପ୍ରଦୂଷଣ

1 min read

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢ଼ାଇଲା ଦିଲ୍ଲୀର ବାୟୁ ପ୍ରଦୁଷଣ । କଟକଣା ସତ୍ତ୍ବେ ଦିଲ୍ଲୀ-ଏନସିଆରରେ ମାତ୍ରାଧିକ ବାଣ ଫୁଟିବା ଫଳରେ ପ୍ରଦୂଷଣ ବଢିଛି । ଫଳ ସ୍ବରୂପ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ଅତି ଗମ୍ଭୀର ସ୍ତରକୁ ଚାଲି ଯାଇଛି । ଆଜି ସକାଳୁ ସକାଳୁ ଦିଲ୍ଲୀରେ ବାୟୁର ମାନ ଅତି ବିପଦଜ୍ଜନକ ସ୍ଥିତିରେ ପହଞ୍ଚିଛି । ଆଜି ସକାଳେ ଦିଲ୍ଲୀ ଜନପଥରେ AQI ୬୫୫.୦୭ରେ ପହଞ୍ଚିଯାଇଛି ।  ଏହା ପ୍ରଭାବରେ ବହୁ ଲୋକଙ୍କ ଆଖିରୁ ପାଣି ବାହାରୁଥିବା ବେଳେ ଗଳା ଦରଜ ହେବା ପରି ଲକ୍ଷଣ ମଧ୍ୟ ଦେଖାଯାଉଛି । ଏପରିକି ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ଲୋକେ । ଏହାଦ୍ବାରା ଅଧିକ ପ୍ରଭାବିତ ହେଉଛନ୍ତି ବୟସ୍କ ଓ ଛୋଟ ପିଲା । ତେବେ ଏଭଳି ସ୍ଥିତି ଆଗକୁ ଦୁଇ ଦିନ ମଧ୍ୟରେ ଠିକ୍ ହେବ ନାହିଁ ତେଣୁ ଲୋକ ଆହୁରି ଅସୁବିଧାର ସମ୍ମୁଖୀନ ହେବେ ବୋଲି ଚେତାବନୀ ଦିଆଯାଇଛି । ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର୍କ ପକ୍ଷରୁ ବହୁତ ଆଗରୁ ଏକ ବଡ଼ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ଚେତବାନୀ ମଧ୍ୟ ଦେଇଥିଲେ । କିନ୍ତୁ ଗତକାଲି ଲୋକ ଏହି ନିୟମକୁ ମାନିନଥିଲେ । ସନ୍ଧ୍ୟାରୁ ରାଜଧାନୀରେ ଆରମ୍ଭ ହୋଇଯାଇଥିଲା ଆତସବାଜୀ । ବାଣ ଫୁଟାଇବା ଉପରେ ଦିଲ୍ଲୀ ସରକାର ରୋକ ଲଗାଇଥିଲେ ବି ଲୋକମାନେ ଦିଲ୍ଲୀ ରାଜରାସ୍ତାକୁ ଆସି ବାଣ ଫୁଟାଇଥିଲେ ।  ଯାହା ଫଳରେ ଗତକାଲି ରାତିରୁ ଦିଲ୍ଲୀ ଆକାଶ ଧୂଆଁମୟ ହୋଇଯାଇଥିଲାବେଳେ ଆଜି ସକାଳୁ ମଧ୍ୟ ଆକାଶ ଧୂଆଁମୟ ହୋଇରହିଥିଲା ।

କେବଳ ଦିଲ୍ଲୀ ନୁହେଁ, ପଡୋଶୀ ସହର ଗୁଡିକରେ ବି ଏଭଳି ପ୍ରଦୂଷଣ ବଢିଛି । ଦୀପାବଳି ଯୋଗୁଁ ପ୍ରଦୂଷଣ ବଢିବା ସହ ଏକ୍ୟୁଆଇ ମଧ୍ୟ ଉପରମୁହାଁ ହୋଇଛି । ପଡୋଶୀ ଜିଲ୍ଲାରେ ଚଳିତ ବର୍ଷ ଫାର୍ମ ନିଆଁ ଲାଗି ନଥିବା ସହ ପ୍ରବଳ ବର୍ଷ ହେବାରୁ ବାୟୁ ପ୍ରଦୂଷଣ ହ୍ରାସ ପାଇଥିଲା । କେବଳ ଦିଲ୍ଲୀ ନୁହେଁ ଦିଲ୍ଲୀର ଆଖପାଖ ଅଞ୍ଚଳରେ ବି ବାୟୁ ପ୍ରଦୂଷଣର ସ୍ଥିତି ସମାନ । ଫରିଦାବାଦରେ ବାୟୁର ଗୁଣବତା ୪୨୪ ରହିଛି । ସେହିପରି ଭାବରେ ଗଜିଆବାଦରେ AQI ୪୪୨, ଗୁରଗାଁରେ AQI ୪୨୩ ଓ ନୋଏଡାରେ AQI ରହିଛି ୪୩୧ । ସାଧାରଣତଃ ବାୟୁର ଗୁଣବତ୍ତା ୫୦ ମଧ୍ୟରେ ଥିଲେ ତାହାକୁ ଭଲ କୁହାଯାଇଥାଏ। ବାୟୁର ଗୁଣବତ୍ତା ୫୦ରୁ ୧୦୦ ମଧ୍ୟରେ ଥିଲେ ଏହା ସନ୍ତୋଷଜନକ, ୧୦୦ରୁ ୨୦୦ ମଧ୍ୟରେ ମଧ୍ୟମ, ୩୦୦ ମଧ୍ୟରେ ଥିଲେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ବହୁତ ଖରାପ ଓ ୪୦୧ରୁ ୫୦୦ ମଧ୍ୟରେ ଥିଲେ ତାହାକୁ ଗମ୍ଭୀର ଶ୍ରେଣୀରେ ବିବେଚନା କରାଯାଇ ।

 

Leave a Reply