ଅଯୋଧ୍ୟା ରାମ ମନ୍ଦିର; ୨୦୨୩ ଶେଷ ବେଳକୁ ଦର୍ଶନ ସୁଯୋଗ ପାଇବେ ଶ୍ରଦ୍ଧାଳୁ

1 min read

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଏହାର ନିର୍ମାଣ କାର୍ଯ୍ୟ  ନଭେମ୍ବର ୨୧ ତାରିଖ ସୁଦ୍ଧା ସରିବା ନେଇ ଆଶା କରାଯାଉଥିବା ବେଳେ ଆସନ୍ତା ବର୍ଷ ୨୦୨୩ ମସିହା ଡିସେମ୍ବର ବେଳକୁ ଶ୍ରଦ୍ଧାଳୁ ଦର୍ଶନ ସୁଯୋଗ ପାଇବେ ବୋଲି ସୂଚନା ମିଳିଛି ।

ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ତଦାରଖ କରୁଥିବା ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ନେତା ଗୋପାଳ କହିଛନ୍ତି ଯେ, ମନ୍ଦିରର କାର୍ଯ୍ୟ ଅନେକାଂଶରେ ସରିଥିବା ବେଳେ ଆଉ କିଛି କାମ ବାକି ରହିଛି । ଏ କାମ ଗୁଡିକ ଦ୍ରୁତ ଗତିରେ ଚାଲିଥିବା ବେଳେ ଆସନ୍ତା ୧୫ ଦିନ ମଧ୍ୟରେ  କାର୍ଯ୍ୟ ସମାପ୍ତ ହେବ । ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ଚଳିତ ବର୍ଷ ନଭେମ୍ବର ମାସରେ ସମ୍ପୂର୍ଣ୍ଣ ଶେଷ ହୋଇଯିବ।

ଅଧିକ ପଢନ୍ତୁ- ୧୨ ଲକ୍ଷ ଦୀପ ଜଳାଇ ବିଶ୍ୱ ରେକର୍ଡ; ଆଲୋକ ମାଳାରେ ଝଲସୁଛି ଅଯୋଧ୍ୟା ନଗରୀ

ଅପରପକ୍ଷେ ଦୀପାବଳି ଅବସରରେ ପୁରା ଦେଶ ଉଲ୍ଲସିତ ହୋଇଥିବା ବେଳେ ଅଯୋଧ୍ୟାରେ ଆୟୋଜିତ ହୋଇଥିଲା ଦୀପୋତ୍ସଭ କାର୍ଯ୍ୟକ୍ରମ। ୧୨ଲକ୍ଷ ଦୀପ ଜାଳି ଚଳିତ ବର୍ଷ ଗିନିଜ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବ ଅଯୋଧ୍ୟା । ୧୨ ଲକ୍ଷ ଦୀପ ମଧ୍ୟରୁ କେବଳ ପ୍ରଭୁ ଶ୍ରୀରାମଙ୍କ ପାଦରେ ୯ ଲକ୍ଷ ଦୀପ ଜଳାଯାଇଥିଲା। ବାକି ସ୍ଥାନରେ ୩ ଲକ୍ଷର ଦୀପ ପ୍ରଜ୍ୱଳିତ କରାଯାଇଥିଲା । ସେପଟେ ଛୋଟ ଛୋଟ ମଞ୍ଚ ପ୍ରସ୍ତୁତ କରାଯାଇ ଦୀପୋତ୍ସବ ହୋଇଛି। ଅଯୋଧ୍ୟା ନଗରୀରେ ପ୍ରଭୁ ରାମଚନ୍ଦ୍ର ଓ ଦେବୀ ସୀତାଙ୍କୁ ବନ୍ଦାପନା ସହିତ ପ୍ରତୀକାତ୍ମକ ଶୋଭାଯାତ୍ରାରେ ଭଗବାନ ରାମ ଏବଂ ମାତା ସୀତାଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥିଲା ।

ଅଧିକ ପଢନ୍ତୁ- ଭୂମିପୂଜନ ପାଇଁ ଏବେ ଏମିତି ଦିଶୁଛି ଅଯୋଧ୍ୟା, ଦେଖିଲେ ଆପଣଙ୍କ ମନବି ଖୁସି ହୋଇଯିବ

Leave a Reply