ଆଜି ଟି-୨୦ ବିଶ୍ବକପରେ ମୁହାଁମୁହିଁ ହେବେ ଭାରତ-ସ୍କଟଲାଣ୍ଡ

1 min read

ଦୁବାଇ: ଟି-୨୦ ବିଶ୍ବକପରେ ଆଜି ମୁହାଁମୁହଁ ହେବେ ଭାରତ ଓ ସ୍କଟଲାଣ୍ଡ । ସନ୍ଧ୍ୟା ୭ଟାରେ ଦୁବାଇରେ ଖେଳାଯିବ ଏହି ମ୍ୟାଚ । ଆଜିର ମ୍ୟାଚକୁ ଜିତି ସେମିଫାଇନାଲ୍ ଆଶା ଉଜିବୀତ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଚଳିତ ଟି-୨୦ ବିଶ୍ବକପରେ ପ୍ରଥମ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ପରେ ତୃତୀୟ ମ୍ୟାଚରେ କମବ୍ୟାକ କରିଥିଲା ବିରାଟ ବାହିନୀ ।  ତୃତୀୟ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ଏକ ଦମଦାର ବିଜୟ ଲାଭ କରିଥିଲା ଭାରତ। କର ବା ମର ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ ଯିବା ଆଶା ଉଜ୍ଜିବୀତ ରଖିଛି ଟିମ୍ ଇଣ୍ଡିଆ । ଆଫଗାନିସ୍ତାନ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲା ଭାରତ । ବ୍ୟାଟିଂ କ୍ଷେତ୍ରରେ ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଶତକୀୟ ପାର୍ଟନରସିପ୍ କରିଥିଲେ ।  ଏହାପରେ ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଧୁଆଁଧାର ଫିନିସିଂ କରିଥିଲେ । ଏହାପରେ ବୋଲିଂ କଥା କହିବା ଯଦି ତାହାଲେ ସବୁ ବୋଲର ଭଲ ପ୍ରଦର୍ଶନ କରିଥିଲେ । ବିଶେଷ କରି ରବିଚନ୍ଦ୍ରନ ଅଶ୍ବିନ ଯେଉଁ ଭଳି ଭାବରେ ବୋଲିଂ କରିଥିଲେ ତାହା ଟିମ୍ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା ।

ତେବେ ଆଫଗାନିସ୍ତାନ ବିପକ୍ଷରେ ବଡ଼ ବିଜୟ ପରେ ଆଜି ସ୍କଟଲାଣ୍ଡ ବିପକ୍ଷରେ ମଧ୍ୟ ସେହି ଫର୍ମ ବଜାୟ ରଖିବାକୁ ଚେଷ୍ଟା କରିବ ବିରାଟ ବ୍ରିଗେଡ । ତେବେ ଭାରତ ସେମିଫାଇନାଲକୁ ଯିବାକୁ ହେଲେ ଏହି ମ୍ୟାଚରେ ବିଜୟଲାଭ କରିବା ନିହାତି ଦରକାର ।  ଖାଲି ବିଜୟ ଲାଭ କଲେ ହେବନି ସ୍କଟଲାଣ୍ଡ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରିବାକୁ ପଡ଼ିବ ଭାରତକୁ । କାହିଁକି ନା ଭାରତର ନେଟ୍ ରନ ରେଟ ବହୁତ ଖରାପ ଅଛି । ତେଣୁ ଆଜିର ମ୍ୟାଚରେ ଏକ ବଡ଼ ବିଜୟ ହାସଲ କରି ନେଟ୍ ରନ ରେଟ ବୃଦ୍ଧି କରିବାକୁ ଚେଷ୍ଟା କରିବ । ଏଣୁ ଆଜିର ମ୍ୟାଚ୍ ଜିତିବାକୁ ଜୋରଦାର ଉଦ୍ୟମ କରିବ ଟିମ୍ ଇଣ୍ଡିଆ । ତେବେ ଆଜିର ମ୍ୟାଚରେ ଭାରତ ବିଜୟ ହାସଲ କରିବା ପରେ ଆସନ୍ତା ୭ ତାରିଖରେ ହେବାକୁ ଥିବା ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ ଉପରେ ରହିବ ସମସ୍ତଙ୍କ ନଜର । ଯଦି ଏହି ମ୍ୟାଚରେ ଆଫଗାନିସ୍ତାନ ବିଜୟ ଲାଭ କରିବେ ତେବେ ଭାରତ ସେମିଫାଇନାଲ ଯାଇପାରିବ ।

 

Leave a Reply