କେଦାରନାଥରେ ମୋଦି; ଲୋକାର୍ପଣ କଲେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି

ଡେରାଡୁନ: ଉତ୍ତରାଖଣ୍ଡର କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦି ଡେରୁଡୁନ ବିମାନ ବନ୍ଦରରେ ପହଞ୍ଚିବା ପରେ ଉତ୍ତରାଖଣ୍ଡ ରାଜ୍ୟପାଳ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମୋଦିଙ୍କୁ ସ୍ବାଗତ କରିଥିଲେ । ନରେନ୍ଦ୍ର ମୋଦି କେଦାରନାଥରେ ପହଞ୍ଚି ବାବାଙ୍କ ଦର୍ଶନ କରିଛନ୍ତି । କେଦାରନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ  । ମନ୍ଦିରରେ ବାବାଙ୍କ ଦର୍ଶନ କରିବା ପରେ ଅନେକ ବିକାଶମୂଳକ କାର୍ଯ୍ୟର ତଦାରଖ କରିବେ ମୋଦି  । ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି ।

ଏହାପରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ । ୩୫ ଟନ ଓଜନ ବିଶିଷ୍ଟ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ୨୦୧୯ରୁ ନିର୍ମାଣ ଆରମ୍ଭ କରିଥିଲେ । ଉତ୍ତରାଖଣ୍ଡ ଜଳ ପ୍ରଳୟରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଧ୍ୱଂସ ପାଇ ଯାଇଥିଲା। ଏହାକୁ ପୁଣିଥରେ ତିଆରି କରାଯାଇଛି। ମୋଦି କେଦାରନାଥ ଆଜି ଆସୁଥିବାରୁ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ୮୭ଟି ସ୍ଥାନରେ ସିଧାପ୍ରସାରଣ ହେବ । ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବା ପରେ ସେ ସେହି କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିବେ । ଏଥିପାଇଁ ଏହି କାର୍ଯ୍ୟକ୍ରମକୁ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେଦାରନାଥ ମନ୍ଦିରକୁ ୮ କୁଇଣ୍ଟାଲ ଫୁଲରେ ସଜାଯାଇଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ମୋଦି କେଦାରନାଥ ଦର୍ଶନ କରିବା ସମୟରେ ଅନ୍ୟ ଭକ୍ତଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଥିଲା ।

 

 

Leave a Reply