spot_img
Home Blog Page 5141

ଭାରତ-ଚୀନ ମଧ୍ୟରେ ବଢ଼ି ଚାଲିଛି ବିବାଦ, ଏଲ୍‌ଏସିରେ ଚାଲିଛି ଶୀତଳ ଯୁଦ୍ଧ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଜାରି ରହିଛି ଶୀତଳ ଯୁଦ୍ଧ। ଚୀନ ବିରୋଧରେ ସମ୍ଭାବ୍ୟ ମୁକାବିଲା ଲାଗି ବିପୁଳ ଅସ୍ତ୍ରଶସ୍ତ୍ର ଠୁଳ କରିଛି ଭାରତ। ଚୀନର ମୁକାବିଲା ପାଇଁ ସୀମାରେ ୧୦୫ ଏମଏମ ଫିଲ୍ଡ ଗନ, ବୋଫର୍ସ ତୋପ, ରକେଟ୍, ନୂତନ ଭାବେ ନିର୍ମିତ ଏମ-୭୭୭ ଅଲଟ୍ରା ଲାଇଟ ହାଓଜିର। ପୂର୍ବ ଲଦାଖରେ ଦୁଇ ଦେଶ ସୈନ୍ୟ ମଧ୍ୟରେ ସହାବସ୍ଥାନ ନେଇ କୌଣସି ସୂଚନା ମିଳୁ ନଥିବାରୁ ଭାରତ ଆଗୁଆ ଏହି ପଦକ୍ଷେପ ନେଇଛି। ଭାରତ ନିକଟରେ ରହିଥିବା ଅତି ଶକ୍ତିଶାଳୀ ଚିନୁକ ହେଲିକପ୍ଟର ଜରିଆରେ ଏମ-୭୭୭ ହାଓଜିର ଗୁଡିକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି।

ସୀମାନ୍ତରେ ରାସ୍ତା ନିର୍ମାଣ ଯୋଗୁ ସଡକ ପଥରେ ବି ଅନେକ ଅସ୍ତ୍ରଶସ୍ତ୍ର ଲଦାଖ ଅଞ୍ଚଳକୁ ପଠାଯାଇଛି। ଆର୍ଟିଲେରି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଟି.କେ. ଚାଓ୍ବଲା କହିଛନ୍ତି, ଭାରତ ନିଜର ସାମର୍ଥ୍ୟ ଅନୁସାରେ ବିଭିନ୍ନ ସ୍ଥାନରେ ଅସ୍ତ୍ରଶସ୍ତ୍ର ମୁତୟନ କରୁଛି। ସେହିପରି ଲଢୁଆ କେ-୯ ବଜ୍ରକୁ ଅତି ଉଚ୍ଚାସ୍ଥାନରେ ମୁତୟନ କରାଯିବା ନେଇ ଚିନ୍ତା କରାଯାଉଛି। ୨୮ରୁ ୩୮ କିଲୋମିଟର ଦୂରକୁ ଗୋଳା ବର୍ଷଣ କରିପାରୁଥିବା ୧୦୦ଟି ୧୫୫ ଏମଏମ କେ-୯ ଜରିଆରେ ଭାରତ ନିଜର ପ୍ରତିରକ୍ଷାକୁ ସୁଦୃଢ କରିବାକୁ ଆଶା ରଖିଛି ସେନା।

ପ୍ରାୟ ୩୦ କିଲୋମିଟର ଦୂରକୁ ଗୋଳା ବର୍ଷଣ କରିପାରୁଥିବା ଏମ-୭୭୭ର ତିନିଟି ରେଜିମେଣ୍ଟ ଏଲଏସିରେ ମୁତୟନ କରାଯାଇଛି। ଚୀନର ପିପୁଲ୍ସ ଲିବରେସନ ଆର୍ମି ବା ପିଏଲଏ ପକ୍ଷରୁ ଏଲଏସିରେ ବହୁ ମଡୁଲାର କଣ୍ଟେନର ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି। ପ୍ରାୟ ୮ଟି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏହି କଣ୍ଟେନର ପ୍ରତିଷ୍ଠା ହୋଇଛି ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ସତର୍କ ହୋଇଛି ଭାରତୀୟ ସେନା।

ଚାଲିଥିଲା ଡକାୟତି କରିବାର ଯୋଜନା, ଠିକ୍‌ ସମୟରେ ମାଡ଼ିବସିଲା ପୋଲିସ୍‌

ଭୁବନେଶ୍ୱର: କମିଶନରେଟ ପୋଲିସ ପଞ୍ଝାରେ ହାଇଓ୍ବେ ଲୁଟେରା। ଡକାୟତି ଯୋଜନା କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏଥିସହ ପଣ୍ଡ ହୋଇଛି ଡକାୟତି ଯୋଜନା। ଆଜି ଭୋର ୩ଟା ସମୟରେ ପାଟ୍ରୋଲିଂ ବେଳେ ଏହି ୩ ଲୁଟେରାକୁ କାବୁ କରିଛି ପିସିଆର। ପିସ୍ତଲ ଧରି ସତସଙ୍ଗ ବିହାର ରାସ୍ତାରେ ଲୁଟ ପାଟ ପାଇଁ ଯୋଜନା କରୁଥିଲେ। କିନ୍ତୁ ପୋଲିସଙ୍କୁ ଦେଖି ଲୁଟେରା ମାନେ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପିସିଆରରେ ଥିବା ପୋଲିସ ଷ୍ଟାଫ ଏହି ୩ ଲୁଟେରାଙ୍କୁ କାବୁକରି ଥାନାକୁ ଆଣିଥିଲେ। ଗିରଫ ଲୁଟେରାଙ୍କ ଠାରୁ ଗୋଟିଏ ପିସ୍ତଲ ଓ ବାଇକ ଜବତ କରିଛି ପୋଲିସ।

ଜାତିସଂଘରେ ଆଉ ପ୍ରତିନିଧିତ୍ୱ କରିପାରିବନି ଆଫଗାନିସ୍ତାନ

କାବୁଲ: ଚଳିତବର୍ଷ ଜାତିସଂଘରେ ପ୍ରତିନିଧି ଶୂନ୍ୟ ହେଲା ଆଫଗାନିସ୍ତାନ। ଆଫଗାନିସ୍ତାନର କବଜାରା ପରେ ଏଭଳି ଅସୁବିଧାର ସମ୍ମୁଖିନ ଆଫଗାନିସ୍ତାନକୁ ହେବାକୁ ପଡ଼ିଛି। ଜାତିସଂଘରେ ଆଫଗାନିସ୍ତାନର କୌଣସି ପ୍ରତିନିଧି ଏଥର ସମ୍ବୋଧନ କରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ପୂର୍ବରୁ ଏନେଇ ଚର୍ଚ୍ଚା ଜାରି ରହିଥିଲେ ମଧ୍ୟ ରବିବାର ବସିଥିବା ବୈଠକରେ ଏହା ସ୍ପଷ୍ଟ ହୋଇଛି। ପୂର୍ବରୁ ଜାତିସଂଘରେ ତାଲିବାନ ପ୍ରତିନିଧିତ୍ୱ କରିବ ବୋଲି ଜାତିସଂଘ ମହାସଚିବଙ୍କୁ ଚିଠି ଲେଖିଥିଲା ତାଲିବାନ। ପ୍ରତିନିଧି ହିସାବରେ ମହମ୍ମଦ ସୁହେଲ ସାହିନଙ୍କ ନାଁ ସୁପାରିଶ କରିଥିଲା ତାଲିବାନ। ଗୁଲାମ ଇସାକ୍ଜାଇ ଆଫଗାନିସ୍ତାନର ପ୍ରତିନିଧି ନୁହନ୍ତି ବୋଲି ତାଲିବାନ ପକ୍ଷରୁ କୁହାଯାଇଥିଲା। ହେଲେ ଆଫଗାନିସ୍ତାନକୁ ତାଲିବାନ୍‌ କବ୍‌ଜା କରିବା ପରେ ଏବେ ଅନେକ ରାଷ୍ଟ୍ର ବିରୋଧ କରିଛନ୍ତି। ଏଭଳି କ୍ଷେତ୍ରରେ ଜାତିସଂଘରେ ତାଲିବାନ୍‌ର ପ୍ରତିନିଧିତ୍ବ ଦାବିକୁ ଖଣ୍ଡନ କରାଯାଇଛି। ଫଳରେ ଏବେ ତାଲିବାନ ବିଭିନ୍ନ ରାଷ୍ଟ୍ରର ଏକ ପ୍ରକାର ସମର୍ଥନ ହରାଇଛି।

ଆସୁଛି ଆଉ ଏକ ବଡ଼ ଲଘୁଚାପ ବର୍ଷା, ୫ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ପୁଣି ଟେନସନ ଆଣିବ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକାଧିକ ସିଷ୍ଟମ୍। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଏହା ପଶ୍ଚିମବଙ୍ଗ ଉପକୂଳରେ ଘନୀଭୁତ ହେବା ପରେ ଉତ୍ତର ଦିଗକୁ ଗତି କରିବ ବୋଲି ପୂ୍ର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପରେ ଆହୁରି ଘନିଭୁତ ହୋଇ ଏହା ଅବପାତରେ ପରିଣତ ହୋବ।

ଏହି ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲା ଗୁଡିକୁ ୟଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ରହିବ। ଅକ୍ଟୋବର ୩ ତାରିଖରେ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେବାକୁ ଥିବା ଆଉ ଏକ ସିଷ୍ଟମ୍ ୫ ତାରିଖରେ ଫିଲିପାଇନ୍ସ ଏବଂ ୬ ତାରିଖରେ ଦକ୍ଷିଣ ଚୀନ୍ ସାଗର ଦେଇ ୭ ତାରିଖରେ ମିଆଁମାର ଉପକୂଳରେ ପହଞ୍ଚିବ।

ଏହାର ପ୍ରଭାବରେ ୯ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୩ ତାରିଖ ବେଳକୁ ଏହି ଲଘୁଚାପର ତୀବ୍ରତା ସ୍ପଷ୍ଟ ହେବ। ତେବେ ବଙ୍ଗୋପ ସାଗରରେ ଘନଘନ ସିଷ୍ଟମ୍ ସୃଷ୍ଟି ହେବା ପାଇଁ ଏବେ ପାଗ ଅନୁକୂଳ ରହିଛି। ସେପଟେ ବାତ୍ୟା ଗୁଲାବ୍ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଏହା ଏବେ ପ୍ରଭାବ ଶୂନ୍ୟ ହୋଇଛି। କିନ୍ତୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହୁ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପୋଲିସ୍‌ କବଜାରେ ମାଓ କମାଣ୍ଡର ହିଡ଼ମା

ମାଲକାନାଗିରି: ମାଓ କମାଣ୍ଡର ହିଡମା ଗିରଫ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ପୋଲିସ ଦ୍ବାରା ମିଲିସିଆ କମାଣ୍ଡର ହିଡମା ଗିରଫ ହୋଇଛି। ହିଡମା ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଅନେକ ମାଓ ହିଂସାରେ ହିଡମାର ସଂପୃକ୍ତି ଥିଲା । ଏନେଇ ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି  । ଏହି ଦାଗୀ ନକ୍ସଲର ସୁରକ୍ଷାରେ ଥିଲେ ୮ଶହ ନକ୍ସଲ କ୍ୟାଡର । ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ହିଡମାର ଆଡ୍ଡା ରହିଥିଲା।

ସୀମାନ୍ତରେ ସିଆରପିଏଫ-ନକ୍ସଲ ମୁହାମୁହିଁ। ଛତିଶଗଡ଼ ବିଜାପୁର ଜିଲ୍ଲା ଧର୍ମାରାମ ସିଆରପିଏଫ କ୍ୟାମ୍ପ ଉପରେ ଗୁଳି ମାଡ କରିଛି ଲାଲବାହିନୀ । ଜବାବରେ ପାଲଟା ଗୁଳିଚାଳନା କରିଛନ୍ତି ଯବାନ । ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ସିଆରଏଫର ୧୯୬ ବାଟାଲିୟନ କ୍ୟାମ୍ପରେ ରହୁଥିବା ବେଳେ, ହଠାତ ଆକ୍ରମଣ କରିଥିଲା ଲାଲବାହିନୀ । ଏନେଇ ଏଏସପି ପଙ୍କଜ ଶୁକ୍ଳା ସୂଚନା ଦେଇଛନ୍ତି  ।

ପିପିଲି ବଳଙ୍ଗା ଥାନାରେ ଭୟଙ୍କର ବିସ୍ଫୋରଣ, ଭୟରେ ସ୍ଥାନୀୟ ଲୋକେ

ପିପିଲି: ପିପିଲି ବଳଙ୍ଗା ଥାନାରେ ବିସ୍ଫୋରଣ। ଭୁଶୁଡ଼ିଲା ଥାନାର ଛାତ, ଫାଟିଗଲା କାନ୍ଥ। ବିଳମ୍ବିତ ରାତିରେ ଅଚାନକ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। କୌଣସି ଜବତ ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ବିସ୍ଫୋରଣରେ ଥାନା ଭିତରର ନକ୍ସା ବଦଳି ଯାଇଛି।

ଥାନା ଭିତରର ସବୁ ଆସବାବପତ୍ର ଛିନଛତ୍ର ହୋଇପଡିଛି। ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ, କମ୍ପ୍ୟୁଟର, ଟେବୁଲ, ଚେୟାର ସବୁ ନଷ୍ଟ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ବିସ୍ଫୋରଣରେ କାହାରି ଜୀବନ ପ୍ରତି ଆଞ୍ଚ ଆସିନାହିଁ। ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଘଟଣାସ୍ଥଳରେ ପିପିଲି ଏସଡିପିଓଙ୍କ ସମେତ ପୁରୀ ଏସପି ପହଞ୍ଚିଛନ୍ତି। ବିସ୍ଫୋରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଅଚାନକ ଏଭଳି ବିସ୍ଫୋରଣକୁ ନେଇ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ସ୍ଥାନୀୟ ଲୋକେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାତି ଅଧରେ ଅଚାନକ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ। ଭୟରେ ଘର ଛାଡ଼ି ବାହାରକୁ ଚାଲି ଆସିଲେ ସ୍ଥାନୀୟ ଲୋକେ। ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। କେବଳ ଜଣେ କନଷ୍ଟେବଳ ହିଁ ବାହାରେ ଛିଡ଼ା ହୋଇଥିଲେ। ଏଭଳି ବିସ୍ଫୋରଣକୁ ନେଇ ଦୃଢ଼ ତଦନ୍ତର ଆବସ୍ୟକତା ରହିଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଏହି ବଳଙ୍ଗା ଥାନା ୩ଟି ନିର୍ବାଚନ ମଣ୍ଡଳିକୁ ନେଇ ହୋଇଛି। ସେଥିପାଇଁ ଥାନାର ସୁରକ୍ଷା ଏବଂ ଯଥାଶୀଘ୍ର ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଆକାଶ ମିଶାଇଲର ନୂଆ ଭରସନର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ଆକାଶ ମିଶାଇଲର ନୂଆ ଭରସନର ପରୀକ୍ଷଣ। ଚାନ୍ଦିପୁରରୁ ‘ଆକାଶ ପ୍ରାଇମ’ର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷାଗାରରୁ ହେଲା ପରୀକ୍ଷା। ଟାର୍ଗେଟକୁ ଲକ୍ଷଭେଦ କରିବାରେ ସଫଳ ହୋଇଛି ଆକାଶ ପ୍ରାଇମ। ସ୍ଥଳଭାଗରୁ ଆକାଶମାର୍ଗକୁ ଟାର୍ଗେଟ କରିବାକୁ ଆକାଶ ପ୍ରାଇମ ଭବିଷ୍ୟତରେ ସଫଳ ହେବ ବୋଲି କୁହାଯାଉଛି।

ବର୍ତ୍ତମାନ ଥିବା ଆକାଶ ମିସାଇଲ ଠାରୁ ଆକାଶ ପ୍ରାଇମ ମିସାଇଲ ଅଧିକ ଶକ୍ତିଶାଳୀ। ଏଥିରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ଯଥେଷ୍ଟ ଅଧିକ ରହିଛି। ଏହା ଯେକୌଣସି ପରିସ୍ଥିତିରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିବ। ଏଥିରେ ଇଲେକ୍ଟ୍ରୋ ଅପଟିକାଲ ଟ୍ରାକିଂ ସିଷ୍ଟମର ବ୍ୟବହାର କରାଯାଇଛି। ଡିଆରଡିଓର ଏହି ସଫଳତା ଭାରତୀୟ ମିସାଇଲକୁ ବିଶ୍ବସ୍ତରକୁ ନେଇଛି। ଡିଆରଡିଓର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ପିପିଲି ଉପନିର୍ବାଚନରେ ମତଦାନ ପୂର୍ବରୁ ଏକଜିଟ୍‌ ପୋଲ ଉପରେ କଟକଣା

ଭୁବନେଶ୍ୱର: ଆଉ ମାତ୍ର ୨ଦିନ ପରେ ପିପିଲି ଉପ ନିର୍ବାଚନ। ନିର୍ବାଚନ ପୂର୍ବରୁ ପିପିଲି ଉପନିର୍ବାଚନ ଏକଜିଟ୍ ପୋଲ ଉପରେ କଟକଣା ଲାଗିଛି। କଟକଣା ଜାରି କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଭୋଟ ପୂର୍ବରୁ ଫଳାଫଳ ପୂର୍ବାନୁମାନ କରିବାକୁ ସମ୍ବାଦ ପତ୍ର, ଟେଲିଭିଜନ ଓ ରେଡିଓ ଚ୍ୟାନେଲକୁ ମନା କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ଗେଜେଟରେ ଏହି ନିଷେଧାଦେଶ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ତେବେ ସେପଟେ ଆଜି ପିପିଳି ମହାସମର ପାଇଁ ସରିଲା ପ୍ରଚାର। ଭୋଟ୍‌ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ଦୁଇ ଦିନ ପରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା। ଆଜି ଶେଷ ଦିନରେ ଜୋରଦାର କ୍ୟାମ୍ପେନିଂରେ କମ୍ପିଛି ପିପିଲି। ବିଜୟ ପାଇଁ ପ୍ରମୁଖ ରାଜନୈତିକ ଦଳ କରିଛନ୍ତି ଶେଷ କସରତ। କ୍ୟାମ୍ପେନିଂରେ ଫାଇନାଲ୍‌ ଟଚ୍‌ ଦେଇଛନ୍ତି ହେଭିଓ୍ବେଟ୍‌ ନେତା। ଭୋଟରଙ୍କ ସମର୍ଥନ ସାଉଁଟିବାକୁ ଶେଷ ଉଦ୍ୟମ କରିଛନ୍ତି ପ୍ରାର୍ଥୀ ଓ ନେତା।

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଗୋଆର ବର୍ଷିୟାନ୍‌ କଂଗ୍ରେସ ନେତା ଲୁଇଜିହ୍ନୋ ଫଲେରିଓ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଷ୍ଟ୍ରିଟ୍‌ଫାଇଟର୍‌। ସେ ବିଜେପିକୁ କଡ଼ା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ କରାଇପାରିବେ। ଏଭଳି କହିବା ପରେ ଗୋଆର ବର୍ଷିୟାନ୍‌ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିଓ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ‌ରେ ୪୦ ବର୍ଷ ଧରି ସଦସ୍ୟ ଥିବା ଫଲେରିଓ ତୃଣମୂଳ କଂଗ୍ରେସରେ ଯୋଗ ଦେବେ ଜଣାପଡିଛି।

ଗୋଆରେ ମମତାଙ୍କ ଭଳି ଶାସକଙ୍କର ଆବଶ୍ୟକତା ଅଛି ଲୁଇଜିହ୍ନୋ କହିଛନ୍ତି। ବିଜେପି ସହ ଲଢ଼ିବା ପାଇଁ ଉପଯୁକ୍ତ ଥିବା ତୃଣମୂଳ କଂଗ୍ରେସକୁ ସେ କଂଗ୍ରେସରୁ ବାହାରିଥିବା ଶାଖା ବୋଲି କହିଛନ୍ତି। ଫଲେରିଓଙ୍କ ସହ ଆଲୋଚନା ପାଇଁ ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ଡେରେକ୍‌ ଓବ୍ରାଇନ୍‌ ଏବଂ ପ୍ରସୂନ ବାନାର୍ଜୀ ଏବେ ଗୋଆରେ ଅଛନ୍ତି। ନିକଟରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ମଧ୍ୟ ଗୋଆରେ ଟିଏମସି ନିଜ ପାଦ ଥାପିବାକୁ ଯାଉଛି ବୋଲି କହିଥିଲେ। ଆସନ୍ତାବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହି ମିଶ୍ରଣ ଗୁରୁତ୍ବବହନ କରୁଛି।

ସୀମାନ୍ତରେ ଅନ୍ଧାରରେ ଫୁଟିଲା ଗୁଳି, ସିଆରପିଏଫ-ନକ୍ସଲ ମୁହାମୁହିଁ

ମାଲକାନାଗିରି: ସୀମାନ୍ତରେ ସିଆରପିଏଫ-ନକ୍ସଲ ମୁହାମୁହିଁ। ଛତିଶଗଡ଼ ବିଜାପୁର ଜିଲ୍ଲା ଧର୍ମାରାମ ସିଆରପିଏଫ କ୍ୟାମ୍ପ ଉପରେ ଫାଇରିଙ୍ଗ କରିଛି ଲାଲବାହିନୀ। ଜବାବରେ ପାଲଟା ଗୁଳିଚାଳନା କରୁଛନ୍ତି ଯବାନ। ପ୍ରାୟ ୨ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଛି। ସିଆରପିଏଫର ୧୯୬ ବାଟାଲିୟନ କ୍ୟାମ୍ପରେ ରହୁଥିବା ବେଳେ, ଆଜି ସଂଧ୍ୟାରେ ହଠାତ ଆକ୍ରମଣ କରିଥିଲା ଲାଲବାହିନୀ। ଏନେଇ ଏଏସପି ପଙ୍କଜ ଶୁକ୍ଲା ସୂଚନା ଦେଇଛନ୍ତି।