ପରଲୋକରେ ପଶ୍ଚିମବଙ୍ଗର ପଞ୍ଚାୟତିରାଜ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ

କୋଲକାତା: ପରଲୋକରେ ବରିଷ୍ଠ ତ୍ରୁଣମୂଳ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ ପଞ୍ଚାୟତିରାଜ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ଶ୍ବାସ ପ୍ରଶ୍ବାସରେ ବାଧା ହେବାରୁ ଅକ୍ଟୋବର ୨୪ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସୁସ୍ଥ ମଧ୍ୟ ହୋଇସାରିଥିଲେ ଏବଂ ତାଭ୍କୁ ଡିସଚାର୍ଜ କରିବା ପାଇଁ ଯୋଜନା କରାଯାଇଥିଲା । କିନ୍ତୁ ଗତକାଲି ରାତି ୯.୨୨ରେ ହୃଦଘାତ ଫଳରେ ମୃତ୍ୟୁ ବରଣ କରିଥିଲେ । ସୁବ୍ରତଙ୍କ ମୃତ୍ୟୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଥିଲେ ।

ସୁବ୍ରତ ମୁଖାର୍ଜୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ମୁଁ ଜୀବନରେ ଅନେକ ବିପର୍ଯ୍ୟୟର ସମ୍ମୁକୀନ ହୋଇଛି କିନ୍ତୁ ଏହା ମୋ ପାଇଁ ବଡ଼ ଝଟକା । ମୁଁ ଭାବୁ ନାହିଁ ସୁବ୍ରତ ଦାଙ୍କ ପରି ଆଉ କିଏ ଏତେ ପରିଶ୍ରମୀ ବ୍ୟକ୍ତି ଥିଲେ । ଦଳ ଓ ତାଙ୍କ ନିର୍ବାଚନମଣ୍ଡଳୀ ଥିଲା ତାଙ୍କର ପ୍ରାଣ । ମୁଁ ସୁବ୍ରତଙ୍କ ମର ଶରୀର ଦେଖିପାରିବି ନାହିଁ ବୋଲି କହିଛନ୍ତି ମମତା ବାନାର୍ଜୀ ।

ସୁବ୍ରତ ମୁକାର୍ଜୀଙ୍କୁ ଆଜି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତାଙ୍କ ମୃତଦେହକୁ ସରକାରୀ ବାସଭବନ ଅଡିଟୋରିୟମ ରବୀନ୍ଦ୍ର ସଦାନକୁ ନିଆଯିବ । ସେଠାରୁ ଏହାକୁ ତାଙ୍କ ବାଲିଗୁଞ୍ଜ ଘରକୁ ଏବଂ ପରେ ତାଙ୍କ ପୈତୃକ ଘରକୁ ନିଆଯିବ ବୋଲି ଶ୍ରୀମତୀ ବାନାର୍ଜୀ କହିଛନ୍ତି । ସୁବ୍ରତ ମୁଖାର୍ଜୀ ଥିଲେ କାଲକାଟା ମୁନିସିପାଲ କର୍ପୋରେସନର ପ୍ରଥମ ମେୟର । ତୃଣମୂଳ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ । ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସହ ତାଙ୍କର ଥିଲା ନିବିଡ ସମ୍ପର୍କ ।

Leave a Reply