spot_img
Home Blog Page 5133

ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ଦେବଗଡ଼ ଅବକାରୀ ଅତିରିକ୍ତ ଅଧିକ୍ଷକ ଓ ଏସଆଇ

ଦେବଗଡ଼: ଲାଞ୍ଚ ହେଲା କାଳ । ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ଦେବଗଡ଼ ଅବକାରୀ ଅତିରିକ୍ତ ଅଧିକ୍ଷକ ଅଜିତ କୁମାର ମହାପାତ୍ର ଓ ଏସଆଇ ମଥୁରା ମୋହନ ପ୍ରଧାନ । ବାରକୋଟ ଥାନା ବିଦେଇବଡକୁଦରେ ଥିବା ଦେଶୀ ମଦଭାଟି ମାଲିକଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଏନେଇ ରାଉରକେଲା ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଅବକାରୀ ଅଧିକ୍ଷକ ଅଜିତ କୁମାର ମହାପାତ୍ରଙ୍କ ଦେବଗଡ଼ ଓ ବ୍ରହ୍ମପୁର ସ୍ଥିତ ବାସଭବନରେ ଏକକାଳୀନ ଛାପା ମାରିଛି ଭିଜିଲାନ୍ସ । ଏସଆଇ ମଥୁରା ମୋହନଙ୍କ ଜରିଆରେ ଅବକାରୀ ଅଧିକ୍ଷକ ଲାଞ୍ଚ ନେଉଥିବା ଭିଜିଲାନ୍ସ ଖବର ପାଇ ଚଢାଉ କରି ଉଭୟଙ୍କୁ ଗିରଫ କରାଯାଇଛି ।

ଓଡ଼ିଶା ଶିଖାଇଲା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ରଣକୌଶଳ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଜାତୀୟ ସ୍ତରରେ ସର୍ବୋକୃଷ୍ଟ ମଡେଲ୍ ଭାବେ ପ୍ରମାଣିତ ହୋଇଛି । ଓଡ଼ିଶା ମଡେଲ ବିଷୟରେ ଲାଲ୍ ବାହାଦୂର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀ ତରଫରୁ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ବିଭିନ୍ନ ରାଜ୍ୟର ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ତିନିଦିନିଆ ତାଲିମ୍ କାର୍ଯ୍ୟ ଆରମ୍ଭ ହୋଇଛି ।
Three Days Natural Disaster Training In Odisha
ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୨୨ ଜଣ ପ୍ରଶାସନିକ ଅଧିକାରୀ ଯୋଗ ଦେଇଛନ୍ତି । ତାଲିମ୍ ସମୟରେ ଏହି ଅଧିକାରୀମାନେ ରାଜ୍ୟ ଆପଦକାଳୀନ କେନ୍ଦ୍ର, ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧିତ ଆଗୁଆ ସତର୍କ ସୂଚନା ପ୍ରସାରଣ, ଉଦ୍ଧାର ଓ ରିଲିଫ୍ ଯୋଗାଣ ପାଇଁ ବ୍ୟବହୃତ ଯନ୍ତ୍ରପାତି, ଆପଦକାଳୀନ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମକଡ୍ରିଲ୍, ବହୁମୁଖୀ ବାତ୍ଯା ଆଶ୍ରୟସ୍ଥଳୀ ଆଦି ବୁଲି ଦେଖିବା ସହ ଓଡ୍ରାଫ୍, ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସ୍ୱେଚ୍ଛାସେବୀ, ଆପଦ ମିତ୍ର ଓ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିବେ ।
Three Days Natural Disaster Training In Odisha
କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ୧୯୯୯ ମହାବାତ୍ୟା ଓଡ଼ିଶା ପାଇଁ ଏକ ବିରାଟ ଆହ୍ୱାନ ଓ ଅଭିଜ୍ଞତା ଥିଲା । ସେହିଭଳି ଏସଆରସି ପ୍ରଦୀପ ଜେନା କହିଥିଲେ, ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ସହଚର । ଉଦଘାଟନୀ ପର୍ଯ୍ୟାୟରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ସୁଦର୍ଶନ ପାଲ୍ ଠାକୁର, ମଧୁସୂଦନ ଆଞ୍ଚଳିକ ଆର୍ଥିକ ପରିଚାଳନା ଏକାଡେମୀର ନିର୍ଦ୍ଦେଶକ ନିହାର ରଞ୍ଜନ ସ୍ୱାଇଁ, ଲାଲବାହାଦୂର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀର ପ୍ରାକୃତିକ ବିପର୍ଯ୍ୟୟ କେନ୍ଦ୍ରର ନିର୍ଦ୍ଦେଶକ ଅଭିରାମ ଜି ଶଙ୍କର ପ୍ରମୁଖ ତାଲିମ୍ ଦେଇଥିଲେ ।

ଇଭିଏମ୍, ଭଭିପାଟ୍ ପ୍ରସ୍ତୁତ; କାଲି ସକାଳ ୭ଟାରୁ ପିପିଲିରେ ଆରମ୍ଭ ହେବ ଭୋଟ୍ ଗ୍ରହଣ

ପିପିଲି: କାଲି ନେତା ବାଛିବ ପିପିଲି । ଭୋଟ୍ ଗ୍ରହଣ ପାଇଁ ରାଜ୍ୟର ଏହି ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିକାଂଶ ବୁଥରୁ ୱେବକାଷ୍ଟିଂ ହେଉଥିବାରୁ ମତଦାନ ମୁକ୍ତ ଓ ନିରପେକ୍ଷ ହେବ । ୨୩ଟି ବୁଥରେ ମାଇକ୍ରୋ ଅବଜରଭର ରହିଥିବା ବେଳେ ୧୨ଟି ବୁଥରେ ଭିଡିଓଗ୍ରାଫି କରାଯିବ । ସବୁ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଜିଲ୍ଲାପାଳ । ସେହିପରି ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ପୁରୀ ଏସପି ସମୀକ୍ଷା କରିଛନ୍ତି ।
 Pipili Bye Election, Voting To Starts From Tomorrow 7 AM
ଚିହ୍ନଟ ହୋଇଥିବା ୨୦୧ ସମ୍ବେଦନଶୀଳ ବୁଥ୍ ମଧ୍ୟରୁ ୧୭୫ ବୁଥରେ ୱେବ କାଷ୍ଟିଂ ହେବ । ସବୁ ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଓ ବିଏଲଓ ପହଞ୍ଚି ଇଭିଏମ୍‌, ଭିଭିପାଟ୍‌ ଓ ନିର୍ବାଚନୀ ଦସ୍ତାବିଜର ଯାଞ୍ଚ କରିଛନ୍ତି । ଭୋର ୫ଟା ୩୦ରେ ସମସ୍ତ ରାଜନୈତିକ ଦଳର ଏଜେଣ୍ଟଙ୍କ ଆଗରେ ଇଭିଏମ୍‌, ଭିଭିପାଟ୍‌ ଖୋଲାଯାଇ ପ୍ରଥମେ ମକ୍‌ ଭୋଟିଂ ହେବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ମତଦାନ । ଦିବ୍ୟାଙ୍ଗ ଭୋଟରଙ୍କୁ ହ୍ବିଲ୍‌ ଚେୟାରରେ ମତଦାନ କେନ୍ଦ୍ର ଯାଏ ଅଣାଯିବ ।
 Pipili Bye Election, Voting To Starts From Tomorrow 7 AM
ମତଦାନ କେନ୍ଦ୍ରରେ ଗ୍ଲୋବସ, ମାସ୍କ ଦିଆଯିବ। ତେବେ କୋଭିଡ୍ ଲକ୍ଷଣ ଥିବା ଭୋଟରଙ୍କୁ ଶେଷ ଏକ ଘଣ୍ଟାରେ ମତଦାନର ସୁଯୋଗ ମିଳିବ। ସେ ସମୟରେ ଭୋଟିଂ ଅଧିକାରୀ ପିପିଇ କିଟ୍‌ ପିନ୍ଧିବେ । ସୁରକ୍ଷା, ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ପିପିଲିରେ ମୋଟ ୨୫ ପ୍ଲାଟୁନ୍ ଫୋର୍ସ ସହ ୩ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଛନ୍ତି । ଏସପି, ଅତିରିକ୍ତ ଏସପି, ଡିଏସପି ଓ ଇନ୍ସପେକ୍ଟର ରାଙ୍କର ୩୫ ଅଧିକାରୀ ତଦାରଖ କରିବେ । ୩୪୮ଟି ବୁଥକୁ ୪ଟି ଜୋନରେ ବିଭକ୍ତ କରାଯାଇଛି । ୪ ଜଣ ଡେପୁଟି ଏସପିଙ୍କ ସହାୟତାରେ ୩ ଜଣ ଅତିରିକ୍ତ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି ।
 Pipili Bye Election, Voting To Starts From Tomorrow 7 AM
୧୦ଟି ସ୍ଥାନରେ ନାକାବନ୍ଦୀ ଓ ଚେକପୋଷ୍ଟ କରାଯାଇଛି । ଏଥିରେ ୩୦ ଜଣ ଏସଆଇ ଓ ଏଏସ୍ଆଇ ରାଙ୍କର ଅଫିସର ସହ ୩୦ ସେକ୍ସନ୍ ଫୋର୍ସ ନିୟୋଜିତ ହୋଇଛନ୍ତି । ପିପିଲି, ଡେଲାଙ୍ଗ, ବଳଙ୍ଗା ଓ ସତ୍ୟବାଦୀ ଥାନା ଅଞ୍ଚଳରେ ୬ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସହ ୧୫ ସେକ୍ସନ୍ ଫୋର୍ସକୁ ନେଇ କ୍ୟୁଆରଟି ଗଠନ ହୋଇଛି । ୩୨ଟି ମୋବାଇଲ୍ ପାର୍ଟି ମଧ୍ୟ ମୁତୟନ ହୋଇଛନ୍ତି । ୬ଗୋଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି ।

ପ୍ରସ୍ତୁତ ହେବ ଛୋଟ ଛୋଟ କୋଭିଡ୍ କେୟାର ସେଣ୍ଟର

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ଯୋଜନା । ଏହି ଯୋଜନାରେ ମାର୍ଚ୍ଚ ୨୦୨୨ ସୁଦ୍ଧା ପ୍ରସ୍ତୁତ ହେବ ଛୋଟ ଛୋଟ କୋଭିଡ୍ କେୟାର ସେଣ୍ଟର । ୬ରୁ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ । ଏନେଇ ରାଜ୍ୟ ସରକାର ଗତ ଜୁଲାଇ ମାସରେ କେନ୍ଦ୍ରକୁ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମଳିଛି । ଏ ବାବଦରେ ୮୫୯ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । କେନ୍ଦ୍ର ରାଜ୍ୟ ସହଭାଗିତାରେ ଏହି ସବୁ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ ।
Odisha To Setup Small Covid Care Centre Amid Third Wave Warning
ଏହି ଯୋଜନା ରାଜ୍ୟରେ ମହାମାରୀ ସଂକ୍ରମଣର ମୁକାବିଲାରେ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରିବାରେ ସହଯୋଗ କରିବ । କୋଭିଡ୍ ମୁକାବିଲାରେ ଏହି ସ୍ଥାୟୀ ସ୍ୱାସ୍ଥ୍ୟସେବା ଯୋଜନା ଅଗ୍ରଗତିର ନିୟମିତ ସମୀକ୍ଷା କରାଯିବା ସହ ରାଜ୍ୟ ଡାସ୍‌ବୋର୍ଡରେ ମଧ୍ୟ ଏ ସମ୍ପର୍କିତ ତଥ୍ୟ ରହିବ । କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟର ଅଗ୍ରଗତି ନେଇ କେନ୍ଦ୍ରକୁ ମଧ୍ୟ ରାଜ୍ୟ ସରକାର ମାସିକିଆ ରିପୋର୍ଟ ପ୍ରଦାନ କରିବେ । ଆରଟି-ପିସିଆର ଲ୍ୟାବ ସହ ଜିଲ୍ଲାସ୍ତରରେ ମଧ୍ୟ ଜନସ୍ୱାସ୍ଥ୍ୟ ଲ୍ୟାବ ପ୍ରତିଷ୍ଠା କରାଯିବ ।
Odisha To Setup Small Covid Care Centre Amid Third Wave Warning
ସେପଟେ ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତଙ୍କୁ ଦିଆଯିବ ପ୍ରଥମ ଡୋଜ ଟିକା । ଏହି ଲକ୍ଷ୍ୟ ନେଇ ସ୍ୱାସ୍ଥ୍ୟ ବିଭାଗ ଦୈନିକ ୪ ଲକ୍ଷ ଟିକାକରଣ ଟାର୍ଗେଟ ରଖିଛି । ଜାନୁଆରୀରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି । ସେଥିମଧ୍ୟରୁ ୨ କୋଟି ୧୮ ଲକ୍ଷ ୪୧ ହଜାର ୮୧ ଜଣ ଅର୍ଥାତ ୭୦ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ।

ଅମିତ ଶାହଙ୍କୁ ଭେଟିଲେ କ୍ୟାପଟେନ୍ ଅମରିନ୍ଦର ସିଂ; ବିଜେପିରେ ସାମିଲ ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ଶାହଙ୍କୁ ଭେଟିବା ପରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ଆଜି ଶାହାଙ୍କ ବାସଭବନରେ ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ରାଜ୍ୟସଭା ଦେଇ କେନ୍ଦ୍ର କ୍ୟାବିନେଟ୍‌ରେ ଅମରିନ୍ଦରଙ୍କୁ ସାମିଲ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବିଜେପିରେ ସାମିଲ ହେବା ନେଇ ସେ କିଛି ପ୍ରକାଶ କରିନାହାଁନ୍ତି । ତାଙ୍କ ଆଗାମୀ ଭବିଷ୍ୟତର ଯୋଜନା ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ନଦେଇ କ୍ୟାପଟେନ୍ ଅମରିନ୍ଦର ଏହାକୁ ଏକ “ସୗେଜନ୍ୟ ପରିଦର୍ଶନ” ବୋଲି କହିଛନ୍ତି ।


ଗତ ୧୦ ଦିନ ତଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର ସିଂ । ସେ ସମୟରେ ତାଙ୍କ ପାଇଁ ସବୁ ଦଳକୁ ରାସ୍ତା ଖୋଲା ଅଛି ବୋଲି କହିଥିଲେ । ସେବେଠୁ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏପଟେ ବିଜେପି ପାଇଁ ମଧ୍ୟ ଅମରିନ୍ଦର ସିଂ ଗୁରୁତ୍ବ ବହନ କରୁଛି । ଆସନ୍ତାବର୍ଷ ପଞ୍ଜାବରେ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ନିଜର ସ୍ଥିତିକୁ ସୁଦୃଢ କରିବାକୁ ଚାହୁଁଛି ବିଜେପି ।

ପ୍ରକାଶ ପାଇଲା OJEE ରେଜଲ୍ଟ,, ଜାଣନ୍ତୁ କେମିତି ଡାଉନଲୋଡ୍ କରିବେ ରାଙ୍କ କାର୍ଡ…

ଭୁବନେଶ୍ୱର: ଓଡ଼ିଶା ଜଏଣ୍ଟ ଏଣ୍ଟରାନ୍ସ ଏକଜାମ୍ (OJEE) ଫଳାଫଳ ପ୍ରକାଶ ପାଇଛି । ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ କମ୍ପ୍ୟୁଟର ବେସଡ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ୪୯ ହଜାର ୩୬୦ ଜଣ ପରୀକ୍ଷା ଦେଇଥିବା ବେଳେ ୪୯ ହଜାର ୨୭୯ ଜଣଙ୍କୁ ରାଙ୍କ ଆଲଟ କରାଯାଇଛି । ପରୀକ୍ଷାର୍ଥୀ ଓଜେଇଇର ୱେବସାଇଟ୍ www.ojee.nic.in ରୁ ରାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ ।

୬ ସେପ୍ଟେମ୍ବରରୁ ୧୮ ସେପ୍ଟେମ୍ବର ମଧ୍ୟରେ କରୋନା କଟକଣା ମାନି ଓଜେଇଇ ପରୀକ୍ଷା ହୋଇଥିଲା । ପ୍ରଥମଥର ପାଇଁ ରାଜ୍ୟର ୩୦ ଜିଲ୍ଲାରେ ୫୭ଟି ପରୀକ୍ଷା କେନ୍ଦ୍ର ସହ ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଓ ପାଟଣାରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ୬୫ ହଜାର ୭୬୩ ଜଣ ପଞ୍ଜିକରଣ କରିଥିବା ବେଳେ ସେଥିରୁ ୭୫ ପ୍ରତିଶତ ଆବେଦନକାରୀ ପରୀକ୍ଷା ଦେଇଥିଲେ । ଆଜି ରାଙ୍କ ଆଲଟ ହୋଇଛି । ଓଜେଇଇ ୱେବସାଇଟକୁ ଯାଇ ପରୀକ୍ଷାର୍ଥୀ ଆପ୍ଲିକେସନ୍ ନମ୍ବର ଓ ଜନ୍ମ ତାରିଖ ଦେଇ ରାଙ୍କ କାର୍ଡ ଡାଉନଲୋଡ୍ କରି ପାରିବେ ।
OJEE Results-2021 Out, Know How To Download Rank Card
ବି. ଫାର୍ମାରେ ଲକ୍ଷ୍ମୀପ୍ରିୟା ସେନାପତି, ଏଲ୍‌ଇ.ଟେକ୍‌, ଡିପ୍ଲୋମାରେ ପିଙ୍କିରାଣୀ ସାହୁ, ଏଲ୍‌ଇ.ଟେକ୍‌, ବିଏସ୍‌ସିରେ ଦୀପକ ସା, ଏଲ୍‌ଇ.ଫାର୍ମାରେ ଗୁଣାକର ସାହୁ, ବି.ଟେକ୍‌ ସ୍ପେଶାଲରେ ପିୟୁଷ ଚନ୍ଦୁକା, ଏମ୍‌ବିଏରେ ଆଶୁତୋଷ ରଥ, ଏମ୍‌ସିଏରେ ନିଶିକାନ୍ତ ପରିଡ଼ା, ଇଣ୍ଟିଗ୍ରେଟେଡ ଏମବିଏରେ ରୁଦ୍ର ପ୍ରସାଦ ରଥ, ଏମ୍‌.ଫାର୍ମାରେ କେ ସଂଜନା ସୁବୁଦ୍ଧି, ଏମ୍‌ ଆର୍କିଟେକ୍‌ରେ ପ୍ରଣବ ଚନ୍ଦ୍ର ବିନ୍ଧାଣୀ, ଏମ୍‌ ପ୍ଲାନରେ ବିଶ୍ୱଜିତ ସ୍ୱାଇଁ ଟପ୍ପର ହୋଇଛନ୍ତି ।

ଏମ୍‌.ଟେକ୍‌ର ୧୨ଟି ବିଷୟରେ ମଧ୍ୟ ଟପ୍ପର ତାଲିକା ପ୍ରକାଶ ପାଇଛି । ସିଭିଲରେ ସୌମ୍ୟା ସାହୁ, ଇଲେକ୍ଟ୍ରିକାଲରେ ସତ୍ୟବ୍ରତ ସାହୁ, ମେକାନିକାଲରେ ମଳୟ କୁମାର ଓଝା, କମ୍ପ୍ୟୁଟର ସାଇନ୍ସରେ ସୌମ୍ୟ ସଂକେତ ପାତ୍ର, ଇଲେକଟ୍ରୋନିକ ଆଣ୍ଡ କମ୍ୟୁନିକେସନରେ ଦୀପକ କୁମାର ପୃଷ୍ଟି, କେମିକାଲ ଇଞ୍ଜିନିୟରିଂରେ ସମ୍ବିତ ନାୟକ, ମେଟାଲୁରଜିକାଲରେ ସମ୍ବିତ କୁମାର ସାହୁ, ଏନଭରମେଣ୍ଟାଲରେ ଅମିତ କର, ବାଓଟେକ୍ନୋଲୋଜିରେ ସୁସ୍ମିତା ପତି, ପ୍ଲାଷ୍ଟିକରେ ସାଈସ୍ୱପ୍ନ ରାଉତରାୟ ଓ ଟେକ୍ସଟାଇଲରେ ଅଜିତ କୁମାର ସାହୁ ଟପ୍ପର ହୋଇଛନ୍ତି ।

ପାକିସ୍ତାନର ରାସ୍ତାକଡ଼ରେ ରୋହିତ ଶର୍ମା! ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

0

ପାକିସ୍ତାନର ରାସ୍ତା କଡରେ ଦେଖିବାକୁ ମିଳିଛି ରୋହିତ ଶର୍ମାଙ୍କୁ। ଯିଏକି ସରବତ ପିଉଥିବା ନଜର ଆସିଛନ୍ତି। ଆଉ ଯେଉଁ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ଇଏ ରୋହିତ ଶର୍ମା ନୁହଁନ୍ତି ବରଂ ତାଙ୍କର ହମସକଲ । ଯାହାଙ୍କୁ ୟୁଜର୍ସ ମାନେ ‘ଗରିବଙ୍କ ରୋହିତ’ ବେଲି କହିଛନ୍ତି ।
ଖବର ଅନୁଯାୟୀ, ଜଣେ ବ୍ୟକ୍ତି ପାକିସ୍ତାନର ରାୱଲପିଣ୍ଡିର ରାସ୍ତାକଡରେ ସରବତ ପିଉଥିଲେ । ସ୍ଥାନୀୟ ବାସିନ୍ଦା ତାଙ୍କୁ ହିଟ୍ ମ୍ୟାନ୍ ‘ରୋହିତ ଶର୍ମା’ ବୋଲି ଭାବିନେଇଥିଲେ । ଏନେଇ ଏକ ଫଟୋକୁ  ସିରାଜ ହାସନ ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ।


ଯେଉଁଥିରେ ସେ ଲେଖିଛନ୍ତି, ଭାରତୀୟ ଷ୍ଟାର କ୍ରିକେଟର ରୋହିତ ଶର୍ମା ରାୱଲପିଣ୍ଡିର ସଦରରେ ଆଲୁ ବୁଖାରା ସରବତ ପିଉଛନ୍ତି । ଏହି ପୋଷ୍ଟ ପରେ ସୋସିଆଲ୍ ମିଡିଆ ୟୁଜର୍ସ ଖୁବ୍ କମେଣ୍ଟ କରିବାରେ ଲାଗିଛନ୍ତି ।

ଭୋଟ୍ ପୂର୍ବରୁ ପିପିଲିର ବିଭିନ୍ନ ବୁଥରେ ପ୍ରସ୍ତୁତି ବୁଲି ଦେଖିଲେ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ

ପିପିଲି: ପିପିଲି ଭୋଟ୍ ପାଇଁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ପ୍ରାକ୍ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏମ.ଭୀରାମୟ । ପିପିଲିର ସବୁ ବୁଥ ବୁଲି ଅବାଧ ଓ ନିରପେକ୍ଷ ଭୋଟିଂ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପର ତଦାରଖ କରିଛନ୍ତି । ଭୋଟ୍ ପାଇଁ ହୋଇଥିବା ପ୍ରସ୍ତୁତିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ । ଆଇନ୍ ଶୃଙ୍ଖଳା ବଜାୟ ରଖିବା ସହ ମୁକ୍ତ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ୱେବକାଷ୍ଟିଂ, ସିସିଟିଭି ସର୍ଭେଲାନ୍ସ ଆଦି ବ୍ୟବସ୍ଥାକୁ ସେ ପ୍ରଶଂସା କରିଛନ୍ତି ।
Pipili Bye Election, Central Election Observer Visits Different Booths
ଭୋଟରଙ୍କ ପାଇଁ ବୁଥ୍ ଗୁଡ଼ିକରେ ହୋଇଥିବା ବ୍ୟବସ୍ଥା ମଧ୍ୟ ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଅନୁଯାୟୀ ଗ୍ରହଣ କରାଯାଇଥିବା ସେ କହିଛନ୍ତି । ସେହିଭଳି ପୋଲିଂ ପାର୍ଟି ସବୁ ବୁଥରେ ପହଞ୍ଚି ସାରିଛନ୍ତି ଏବଂ ସମ୍ବେଦନଶୀଳ ବୁଥ୍ ଗୁଡିକ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ପିପିଲି ବିଡିଓ ରଶ୍ମିତା ନାଥ । ସମ୍ବେଦନଶୀଳ ବୁଥ୍ ଗୁଡିକର ୱେବ କାଷ୍ଟିଂ କରାଯାଇଛି ଏବଂ ଏହିସବୁ ବୁଥରେ ଭୋଟ ଗ୍ରହଣ ସମୟର ଭିଡିଓ ସିଧାସଳଖ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତଦାରଖ କରିପାରିବେ ବୋଲି କହିଛନ୍ତି ।

ବଲବୀର ହେବେ ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ, ୫ରେ ସମ୍ଭାଳିବେ ଗାଦି

ପ୍ରୟାଗରାଜ: ଅଖିଳ ଭାରତୀୟ ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ତାଙ୍କ ଗାଦିରେ କିଏ ବରାଜମାନ କରିବ ସେନେଇ ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ଏବେ ସେହି ପ୍ରତିକ୍ଷାର ଅନ୍ତ ଘଟିଛି । ଆଉ ନୂଆ ମହନ୍ତ କିଏ ହେବେ ସେନେଇ ମଧ୍ୟ ନିଷ୍ପତ୍ତି ହୋଇସାରିଛି ।
ମଠ ବାଘମ୍ବରୀ ଗାଦିର ଉତ୍ତରାଧିକାରୀ ବଲବୀର ଗିରି ହେବେ । ଏନେଇ ଔପଚାରିକ ଭାବେ ଅକ୍ଟୋବର ୫ ତାରିଖ ତଥା ଷୋଡଶୀ ଭୋଜ ଦିନ ଘୋଷଣା କରାଯିବ । ମହନ୍ତଙ୍କ ମୃତ୍ୟୁ ପରେ ଯେଉଁ ସୁଇସାଇଡ୍ ନୋଟ୍ ମିଳିଥିଲା ସେଥିରେ ବଲବୀର ଗିରିଙ୍କ ନାମ ରହିଥିଲା । ଆଉ ସେହି ନୋଟରେ ବଲବୀରଙ୍କୁ ମହନ୍ତ କରିବା ପାଇଁ ଉଲ୍ଲେଖ ରହିଥିଲା ।

ସୂଚନା ଅନୁଯାୟୀ, ଅକ୍ଟୋବର ୫ ତାରିଖ ସକାଳ ୧୧ଟାରୁ ୧ଟା ମଧ୍ୟରେ ବଲବୀର ଗିରିଙ୍କ ପଟ୍ଟାଭିଷେକ କରାଯିବ । ଯେଉଁଠି ସନ୍ଥ ସମାଜର ଲୋକେ ବଲବୀରଙ୍କୁ ମହନ୍ତ ଚାଦର ଚଢାଇବେ । ଗତ ମଙ୍ଗଳବାର ଦିନ ପଞ୍ଚ ପରମେଶ୍ୱର ବୖେଠକରେ ବଲବୀର ଗିରିଙ୍କ ନାମରେ ସହମତି ପ୍ରକାଶ ହୋଇଥିଲା । ପରେ ଗୁରୁବାର ଦିନ ହରିଦ୍ୱାରରେ ନିରଞ୍ଜନ ଅଖାଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର କୖେଳାଶନନ୍ଦ ମହାରାଜାଙ୍କ ସହ ବୈଠକ ପରେ ବଲବୀରଙ୍କ ନାମ ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତି ନିରଞ୍ଜନି ଅଖାଡାର ସଚିବ ରବିନ୍ଦ୍ର ପୁରୀ ।

ରୋଗୀଙ୍କ ଜୀବନ ସହ ଖେଳ, ଭୀମଭୋଇ ମେଡିକାଲ କଲେଜରେ ଏକ୍ସପାରୀ ଔଷଧ ଦିଆଯାଇଥିବା ଅଭିଯୋଗ

ବଲାଙ୍ଗିର: ରୋଗ ଭଲ ପାଇଁ ଲୋକ ମେଡିକାଲ୍ ଆସୁଛନ୍ତି । କିନ୍ତୁ ଏଠି ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ଔଷଧ ବିତରଣ ଦାୟିତ୍ୱରେ ଥିବା କର୍ମଚାରୀ । ଔଷଧର ଏକ୍ସପାରୀ ତାରିଖ ଦେଖୁନାହାଁନ୍ତି, ସିଧା ରୋଗୀଙ୍କୁ ଖାଇବାକୁ ଦେଇ ଦେଉଛନ୍ତି । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ଜଣେ ରୋଗୀ ।
BBMC Expiry Medicine To Patient Balangir
ଛାତି ରୋଗରେ ପୀଡ଼ିତ ଜଣେ ଯୁବକ ଗତକାଲି ଭୀମଭୋଇ ମେଡିକାଲର ବହିଃ ବିଭାଗରେ ଦେଖାଇ ମେଡିସିନ୍ ନେଇଥିଲେ । ଘରେ ଯାଇ ଦେଖନ୍ତି ତ ହସ୍ପିଟାଲରେ ଦିଆଯାଇଥିବା ମେଡିସିନର ବୈଧତା ବା ଏକ୍ସପାରୀ ଡେଟ୍ ସରିଯାଇଛି । ଔଷଧରେ ଏକ୍ସପାରୀ ତାରିଖ ଅଗଷ୍ଟ ମାସ ରହିଛି । ଏନେଇ ସେ ଆଜି ମେଜିକାଲରେ ଅଭିଯୋଗ କରିଥିଲେ । ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ମହେନ୍ଦ୍ର ନାୟକ ଏକ୍ସପାରୀ ଔଷଧ କଥା ମାନିବା ସହ ତଦନ୍ତ କରାଯାଉଥିବା କହିଛନ୍ତି ।
BBMC Expiry Medicine To Patient Balangir
ଅନ୍ୟପଟେ ଭୁଲ୍ ଧରା ପଡ଼ିଯିବା ପରେ ମୁହଁ ତୋଡ଼ ଦେଖାଇଛନ୍ତି ମେଡିକାଲରେ ଔଷଧ ବିତରଣ ଦାୟିତ୍ୱରେ ଥିବା କର୍ମଚାରୀ । ମେଡ଼ିସିନ ପୁରୁଣା, ଯୁବକ ଜଣକ ପୁରୁଣା ମେଡିସିନ ଦେଖାଇ ଏପରି ଅଭିଯୋଗ ଆଣୁଛନ୍ତି ବୋଲି କର୍ଯ୍ୟରତ କର୍ମଚାରୀ ମାନେ ପାଲଟା ଅଭିଯୋଗ ଆଣିଛନ୍ତି । ତେବେ କିଏ ସତ କହୁଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ମେଡିକାଲ ଅଧିକ୍ଷକ ମହେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।