ରାମଲିଲାରେ ହିନ୍ଦୁ ଦେବତାଙ୍କ ମଜ୍ଜା ଉଡାଇବାକୁ ନେଇ ବଢ଼ିଲା ଅସନ୍ତୋଷ

ନୂଆଦିଲ୍ଲୀ: ହରିୟାଣାର ଏକ ସ୍କୁଲରେ ରାମଲିଲା ମଞ୍ଚସ୍ଥ ବେଳେ ହିନ୍ଦୁ ଦେବାଦେବୀଙ୍କୁ ଥଟ୍ଟା କରାଯିବା ଭିଡିଓ ଭାଇରାଲ ହେବାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ସମ୍ପୃକ୍ତ ସ୍କୁଲର ପ୍ରିନ୍ସପାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିବାରେ ଲାଗିଛି । ହରିୟାଣାର ସେଣ୍ଟ ମ୍ୟାରୀ ସ୍କୁଲରେ ରାମଲିଲା ମଞ୍ଚସ୍ଥ ବେଳେ ଏମିତି ଘଟଣା ଘଟିଛି ।

ମଞ୍ଚରେ ହିନ୍ଦୁ ଦେବାଦେବୀଙ୍କୁ ଥଟ୍ଟା କରାଯାଇ ସେମାନଙ୍କ ଚରିତ୍ରକୁ ଉପସ୍ଥାପନ କରାଯାଉଥିବା ବେଳେ ତଳେ ବସି ସ୍କୁଲର ଶିକ୍ଷକମାନେ ମଜ୍ଜା ଉଠାଉ ଥିଲେ । ଯାହା ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଉଠିବାରେ ଲାଗିଛି ବିରୋଧର ସ୍ବର । କିଛି ୟୁଜର୍ସ ଲେଖିଛନ୍ତି, ହିନ୍ଦୁ ଧର୍ମୀକ ଭାବନାକୁ ଆହତ କରିବା ଯେମିତି କିଛି ଲୋକଙ୍କ ଅଭ୍ୟାସ ହୋଇଗଲାଣି ।

କିଛି ୟୁଜର୍ସ ଖଟ୍ଟର ସରକାରଙ୍କୁ ସ୍କୁଲ ପ୍ରିନ୍ସପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି, ‘ରାମଲିଲାକୁ ଏମିତି ପରିବେଷଣ କରିବାକୁ କେମିତି ଅନୁମତି ମିଳିଲା । କୌଣସି ଧର୍ମ ସହ ଏମିତି କରିବାକୁ ଏମାନଙ୍କୁ କିଏ ଅନୁମତି ଦେଲା।’

ତେବେ ହିନ୍ଦୁ ଧର୍ମକୁ ନେଇ ଏମିତି ଘଟଣା କିଛି ନୂଆ ନୁହେଁ । ଗତମାସ ଦିଲ୍ଲୀ ଏମ୍ସରେ ମଧ୍ୟ ରାମଲିଲାର ଭିଡିଓ ଭାଇରାଲ ହୋଇଥିଲା । ଏମବିବିଏସ୍ ପ୍ରଥମ ବର୍ଷ ଛାତ୍ରମାନେ ଏମ୍ସ ପରିସର ହଷ୍ଟେଲ ପାଖରେ ଦଶହରା ସମୟରେ ରାମଲିଲା ମଞ୍ଚସ୍ଥ କରିଥିଲେ । ଏଥିରେ ରାମାୟଣର କିଛି ବ୍ୟକ୍ତିତ୍ବଙ୍କ ମଜ୍ଜା ଉଡା ଯାଇଥିଲା । ଯାହାକୁ ନେଇ ଅସନ୍ତୋଷ ବଢ଼ିବା ପରେ ଏମ୍ସ ଛାତ୍ର ସଂଗଠନ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିଲା ।

Leave a Reply