ଅଖତାରଙ୍କ ନ୍ୟୁଜଲାଣ୍ଡକୁ ଚେତାବନୀ, ଯଦି ଆଫଗାନିସ୍ତାନଠାରୁ ହାରିବ ତେବେ…

1 min read

ନୂଆଦିଲ୍ଲୀ:  ଚଳିତ ଟି-୨୦ ବିଶ୍ବକପରେ ଆସନ୍ତାକାଲି ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ । ଆସନ୍ତାକାଲି ନ୍ୟୁଜିଲାଣ୍ଡ ତା’ର ଶେଷ ଗ୍ରୁପ ମ୍ୟାଚ ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ଏହି ମ୍ୟାଚ ଆସନ୍ତାକାଲି ଆବୁଧାବିରେ ଖେଳାଯିବ । ତେବେ ଏହି ମ୍ୟାଚ ଉପରେ ସବୁଠାରୁ ଅଧିକ ନଜର ରହିବ ଭାରତୀୟଙ୍କର । କାହିଁକି ନା ଭାରତକୁ ସେମିଫାଇନାଲକୁ ଯିବାକୁ ହେଲେ ଏହି ଆଫଗାନିସ୍ତାନ ଏହି ମ୍ୟାଚକୁ ଜିତିବା ନିହାତି ଦରକାର । ଅନ୍ୟପକ୍ଷରେ ଯଦି ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ବିଜୟ ଲାଭ କରେ ତାହାଲେ ବିରାଟ ବାହିନୀ ଚଳିତ ବିଶ୍ବକପର ସେମିଫାଇନାଲକୁ ଯାଇପାରିବ ନାହିଁ ।

ତେବେ ଏହି ମ୍ୟାଚ ପୂର୍ବରୁ ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତାର ନ୍ୟୁଜିଲାଣ୍ଡକୁ ଚେତାବନୀ ଦେଇଛନ୍ତି । ଏହି ବଡ଼ ମ୍ୟାଚ ପୂର୍ବରୁ ସୋଏବ ଏକ ବଡ଼ ବୟାନ ଦେଇଛନ୍ତି । ସୋଏବ ଅଖତାର କହିଛନ୍ତି କି ଯଦି ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ପରାଜୟ ବରଣ କରେ ତାହାଲେ ବହୁତ ପ୍ରଶ୍ନବାଚୀ ସୃଷ୍ଟି ହେବ । ତେବେ ଏପରି ସ୍ଥିତିରେ ସୋସିଆଲ ମିଡିଆକୁ ରୋକିବା ପାଇଁ କେହି ରହିବେ ନାହିଁ । ଅଖତାର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ ଯଦି ଆସନ୍ତାକାଲି ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ପରାଜୟ ବରଣ କରେ ତାହାଲେ ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେବ । ଏହା ମୁଁ ଆଗରୁ ଆପଣଙ୍କୁ ଚେତାଇ ଦେଉଛି । ମୋତେ ଡର ଲାଗୁଛି କି ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପରାଜୟ ପରେ ଟପ୍ ଟ୍ରେଡିଂରେ ଆଉ କିଛି ଆରମ୍ଭ ହୋଇଯିବ ବୋଲି କହିଛନ୍ତି ସୋଏବ ଅଖତାର ।

ଅଖତାର ଆହୁରି କହିଛନ୍ତି କି ମୁଁ ଜାଣିଛି ନ୍ୟୁଜିଲାଣ୍ଡ ଏକ ଭଲ ଟିମ୍ ଯିଏକି ଆଫଗାନିସ୍ତାନକୁ ପରାସ୍ତ କରିପାରିବ । ଯଦି ନ୍ୟୁଜିଲାଣ୍ଡ ଭଲ ନଖେଳିବ ତାହାଲେ ସମସ୍ୟା ହୋଇପାରେ । ଯଦି ନ୍ୟୁଜିଲାଣ୍ଡ ପରାଜୟ ବରଣ କରେ ତେବେ ସୋସିଆଲ ମିଡିଆକୁ କେହି ରୋକି ପାରିବେ ନାହିଁ । ତେବେ ଭାରତ ସେମିଫାଇନାଲ ରେସରେ ଆସିବା ପରଠାରୁ ଏହି ଟୁର୍ଣ୍ଣାମେଣ୍ଟ ଆହୁରି ରୋମାଞ୍ଚକର ହୋଇଯାଇଛି । ପୁଣି ଥରେ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚ ହୋଇପାରେ ବୋଲି କହିଛନ୍ତି ସୋଏବ ଅଖତାର । ମୁଁ ବି ଚାହେଁ କି ଭାରତ ପାକିସ୍ତାନ ଫାଇନାଲ ହେଉ । ଯଦି ଭାରତ-ପାକିସ୍ତାନ ଫାଇନାଲ ହୁଏ ତେବେ ଏହା ଦୁଇ ଦେଶ ପାଇଁ ଭଲ । ଅନ୍ୟପକ୍ଷରେ ଯଦି ଭାରତ ଏହି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଏ ତେବେ ଏହା ଅତ୍ୟନ୍ତ ହୃଦୟ ବିଦାରକ ହେବ । ଭାରତ ଭଲ କ୍ରିକେଟ ଖେଳିଛି କିନ୍ତୁ ଏହି କ୍ରିକେଟ ଟିକେ ବିଳମ୍ବରେ ଭାରତ ଖେଳିଲା ବୋଲି କହିଛନ୍ତି ସୋଏବ ଅଖତାର ।

Leave a Reply