ଦିଲ୍ଲୀରେ କେବେ କମିବ ପେଟ୍ରୋଲ, ଡିଜେଲ ଦର? ଜାଣନ୍ତୁ ଦର କମ୍ ନେଇ କ’ଣ କହିଲେ ମନୀଷ ସିସୋଦିଆ

1 min read
Diesel Price Increase RS 25 Per Liter For Bulk Customers

ନୂଆଦିଲ୍ଲୀ: ଦୀପାବଳିରେ ସାଧାରଣ ଲୋକଙ୍କୁ ଭେଟି ଦେଇଥିଲେ କେନ୍ଦ୍ର ସରକାର । ବିଗତ କିଛି ଦିନ ହେବ ପେଟ୍ରୋଲ-ଡିଜେଲ ଦର୍ ଲଗାତର ଭାବରେ ବଢ଼ି ଚାଲୁଥିଲା ।  ତେବେ ଲଗାତର ଭାବରେ ତୈଳ ଦର ବୃଦ୍ଧିରେ ଅସ୍ତ୍ୟବ୍ୟସ୍ତ ହୋଇଯାଇଥିଲେ ସାଧରଣ ଜନତା ।  ତେବେ ପେଟ୍ରୋଲ ଡିଜେଲ ଦରକୁ ନେଇ ଦୀପାବଳି ପୂର୍ବ ରାତିରେ ଏକ ବଡ଼ ନିଷ୍ପତି ନେଇଥିଲେ କେନ୍ଦ୍ର ସରକାର । ପେଟ୍ରୋଲ ଉପରୁ ୫ ଟଭ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକ୍ସସାଇଜ ଡ୍ୟୁଟି କମ୍ କରିଥିଲେ କେନ୍ଦ୍ର ସରକାର । ତେବେ କେନ୍ଦ୍ର ସରକାର ତୈଳ ଦର ଉପରୁ ଏକ୍ସସାଇଜ ଡ୍ୟୁଟି କମ୍ କରିବା ପରେ ବିଜେପି ଓ ଏନଡିଏ ଶାସିତ ୧୫ ରାଜ୍ୟରେ ମଧ୍ୟ ଭାଟ୍‌ କମ୍ କରିଥିଲେ । ତେବେ ବିଜେପି ଶାସିତ ରାଜ୍ୟରେ ତୈଳ ଦର କମ୍ କରିବା ପରେ ଏବେ ଅନ୍ୟ ରାଜ୍ୟରେ ତୈଳ ଦର କମ୍ କରିବାକୁ ଚାପ ପଡ଼ୁଛି ।

ଯଦି ଦିଲ୍ଲୀ କଥା କହିବା ତାହାଲେ ଦିଲ୍ଲୀବାସୀ ଏବେ ଅପେକ୍ଷା କରିଛନ୍ତି କେବେ ଦିଲ୍ଲୀ ସରକାର ତୈଳ ଦର ଉପରୁ ଭାଟ୍ କମ୍ କରିବେ । ତେବେ ଏହି ମାମଲା ଉପରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି କି ତୈଳ ଦର ଉପରୁ ଭାଟ୍ କମାଇବା ପାଇଁ ଆମେ ବଚାର କରୁଛୁ । କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି କମ୍ କରିଛନ୍ତି, କିଛି ରାଜ୍ୟ ମଧ୍ୟ ଭାଟ୍‌ କମ୍ କରିଛନ୍ତି । ତେବେ ଆମେ ଭାଟ୍ କରିବା ନେଇ ପରୀକ୍ଷା କରୁଛୁ । ଗତ ଦୁଇ ତିନି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଡି ଲଗାତର ଭାବରେ ବଢ଼ାଇଥିଲେ । ଏକ୍ସସାଇଜ ଡ୍ୟୁଟିକୁ ୧୫ ଟଙ୍କାରୁ ନେଇ ୩୪ ଟଙ୍କା ପର୍ଯ୍ୟନ୍ତ ନେଇଥିଲେ । ଆଉ ଏବେ କେନ୍ଦ୍ର କିଛି ଟଙ୍କା କମ୍ କରଛନ୍ତି ଓ କିଛି ରାଜ୍ୟ ମଧ୍ୟ କିଛି ଭାଟ୍ ହ୍ରାସ କରିଛି । ମୁଁ କେନ୍ଦ୍ରକୁ ଅପିଲ କରୁଛି କି ଏକ୍ସସାଇଜ ଡ୍ୟୁଟିରୁ ଅତି କମରେ ୧୫ ଟଙ୍କା ହ୍ରାସ କରନ୍ତୁ ବୋଲି କହିଛନ୍ତି ମନୀଷ ସିସୋଦିଆ ।

ଅନ୍ୟପଟେ ମନୀଷଙ୍କ ଏହି ମନ୍ତବ୍ୟ ଉପରେ କାଉଣ୍ଟର କରିଛନ୍ତି ବିଜେପି ସାଂସଦ ପ୍ରଭେଶ ସାହିବ ସିଂ । କାହିଁକି ଅରବିନ୍ଦ କେଜ୍ରୀଓ୍ବାଲ ପେଟ୍ରୋଲ-ଡିଜେଲ ଉପରୁ ଦର କମ୍  କରୁନାହାନ୍ତି ବୋଲି କହିଛନ୍ତି ପ୍ରଭେଶ ।  କେତେବେଳେ ତ ଦିଲ୍ଲୀବାସୀଙ୍କ କଥା ଭାବନ୍ତୁ ବୋଲି କହିଥିଲେ ପ୍ରଭେଶ । ତେବେ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଏକ୍ସସାଇଜ ଡ୍ୟୁଟି କମ୍ କରିଥିବାବେଳେ ବିଜେପ ଓ ଏନଡିଏ ଶାସିତ ରାଜ୍ୟ କେବଳ ଦର୍ କମ୍ କରିଛି । ତେବେ ଓଡ଼ିଶା ହେଉଛି ଏକ ମାତ୍ର ଏମିତି ରାଜ୍ୟ ଯେଉଁଠି ଅଣ ଏନଡିଏ ବିଜେଡି ସରକାର ପେଟ୍ରୋଲ-ଡିଜେଲ ଉପରେ ୩ ଟଙ୍କା ଭାଟ୍ କମ୍ କରିଛନ୍ତି ।

 

Leave a Reply