ପ୍ରତିଦିନ ଭରନ୍ତୁ ୫୦ ଟଙ୍କା, ପାଇବେ ୩୫ ଲକ୍ଷ

ଭୂବନେଶ୍ୱର: ଗୋଟିଏ ସମୟ ଥିଲା ଯେବେ ପୋଷ୍ଟ ଅଫିସର ବହୁତ ମହତ୍ତ୍ୱ ଥିଲା । ଆମ ପାଖରେ ଯେତେବେଳେ ଇଣ୍ଟରନେଟ ନଥିଲା । ଚିଠି ମାଧ୍ୟମରେ ସୂଚନା ଆଦାନପ୍ରଦାନ କରୁଥିଲେ । ସମୟ ବଦଳିଛି । ବର୍ତ୍ତମାନ ସ୍ମାର୍ଟ ଯୁଗରେ ପୋଷ୍ଟ ଅଫିସରେ ଆଉ ଆଗ ଭଳି ଭିଡ଼ ଦେଖିବାକୁ ମିଳୁନାହିଁ। କିନ୍ତୁ ଏବେ ବି ପୋଷ୍ଟ ଅଫିସ ସକ୍ରିୟ ଅଛି ଓ ଆମ ପାଇଁ ଆଣୁଛି ବହୁ ଲାଭଦାୟୀ ଯୋଜନା । ଆଉ ଏହି ଯୋଜନାଗୁଡ଼ିକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ମଧ୍ୟ ।
ଆପଣ ବି ଯଦି ଏକ ସୁରକ୍ଷିତ ନିବେଶ ସହ ଭଲ ରିଟର୍ଣ୍ଣ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସର ଏହି ଯୋଜନାରେ ନିବେଶ କରିପାରିବେ । ଯୋଜନାଟିର ନାଁ ହେଉଛି ‘ପୋଷ୍ଟ ଅଫିସ୍ ଗ୍ରାମ୍ ସୁରକ୍ଷା ଯୋଜନା’। ଏଥିରେ ଆପଣଙ୍କୁ ବିନା ରିସ୍କରେ ଭଲ ଲାଭ ମିଳିବ । ଏହି ଯୋଜନାରେ, ଆପଣ ଅଳ୍ପ ପରିମାଣର ଅର୍ଥ ବିନିଯୋଗ କରି ରିଟର୍ଣ୍ଣରେ ମୋଟା ଅଙ୍କର ଟଙ୍କା ଉଠାଇ ପାରିବେ । ଯୋଜନାରେ ନିୟମିତ ବିନିଯୋଗ ପରେ, ଆପଣ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । କେବଳ ଏତିକି ନୁହେଁ ‘ଗ୍ରାମ ସୁରକ୍ଷା ଯୋଜନା’ରେ ଉନ୍ନତ ରିଟର୍ଣ୍ଣ ସହିତ ଆପଣଙ୍କୁ ଜୀବନ ବୀମାର ସୁବିଧା ମଧ୍ୟ ମିଳିବ। କହିବାକୁ ଗଲେ ପୋଷ୍ଟ ଅଫିସର ଏହା ସବୁଠୁ ଭଲ ଯୋଜନା ମଧ୍ୟରୁ ଗୋଟିଏ । ତେବେ ଆସନ୍ତୁ ଏହି ସ୍କିମ୍ ବିଷୟରେ ବିସ୍ତୃତ ଭାବରେ ଜାଣିବା ।

କ’ଣ ମିଳିବ ଫାଇଦା ?
‘ଗ୍ରାମ ସୁରକ୍ଷାର ଯୋଜନା’ର ନିୟମ ଅନୁଯାୟୀ ନିବେଶକଙ୍କ ବୟସ ୧୯ରୁ ୫୫ ବର୍ଷ ମଧ୍ୟରେ ହେବା ଉଚିତ୍ । ଏହି ଯୋଜନାରେ ୧୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରାଯାଇପାରିବ । ସବୁଠୁ ଭଲ କଥା ହେଉଛି, ଆପଣ ଏହାର ପ୍ରିମିୟମ୍ ମାସିକ, ତ୍ରୟ ମାସିକ, ଅର୍ଦ୍ଧ ବାର୍ଷିକ ଏବଂ ବାର୍ଷିକ ହିସାବରେ ଦେଇପାରିବେ । ଆଉ ପ୍ରିମିୟମ ଭରିବା ପାଇଁ ଆପଣଙ୍କୁ ୩୦ ଦିନର ସମୟ ବି ମିଳିବ ।

କେତେ ଟଙ୍କାର ପଲିସି କରିବେ ?
ପଲିସିଧାରୀ ହେବାର ୪ ବର୍ଷ ପରେ ଆପଣ ଋଣ ନେବାକୁ ବି ଯୋଗ୍ୟ ହୋଇଯିବେ । ଯୋଜନା ମୁତାବକ ଆପଣଙ୍କ ଯଦି ୧୯ ବର୍ଷ ବୟସରେ ୧୦ ଲକ୍ଷ ଟଙ୍କା ଦେଇ ‘ଗ୍ରାମ ସୁରକ୍ଷାର ଯୋଜନା’ କିଣୁଛନ୍ତି ତେବେ ୫୫ ବର୍ଷ ବୟସ ପର୍ଯ୍ୟନ୍ତ ଆପଣଙ୍କୁ ପ୍ରତି ମାସରେ ୧୫୧୫ ଟଙ୍କା ପ୍ରିମିୟମ ଦେବାକୁ ପଡ଼ିବ । ସେହିଭଳି ୫୮ ବର୍ଷ ପର୍ଯ୍ୟନ୍ତ ଭରିଲେ ୧୪୬୩ ଟଙ୍କା ଓ ୬୦ ବର୍ଷ ପାଇଁ ଆପଣଙ୍କୁ ମାସିକ ୧୪୧୪ ଟଙ୍କା ଭରିବାକୁ ପଡ଼ିବ। ଏହାକୁ ହିସାବ କଲେ ଆପଣଙ୍କୁ ପ୍ରତିଦିନ ମାତ୍ର ୫୦ ଟଙ୍କା ନିବେଶ କରିବାକୁ ପଡ଼ିବ ।

ରିଟର୍ଣ୍ଣ କେତେ ପାଇବେ ?
‘ଗ୍ରାମ ସୁରକ୍ଷା ଯୋଜନା’ରେ ନିବେଶକଙ୍କୁ ୫୫ ବର୍ଷ ପାଇଁ ୩୧.୬୦ ଲକ୍ଷ ଟଙ୍କା, ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଟଙ୍କାର ମ୍ୟାଚ୍ୟୁରିଟି ବେନିଫିଟ ମିଳିବ । ଯୋଜନା ମୁତାବକ ବ୍ୟକ୍ତି ୮୦ ବର୍ଷ ହେବା ପରେ ଟଙ୍କା ଉଠାଇ ପାରିବେ । ଏହା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଲେ, ନୋମିନଙ୍କୁ ଟଙ୍କା ମିଳିବ ।
ଯେବେ ଚାହିଁବେ ଭାଙ୍ଗି ପରିବେ
ପଲିସି ନେବାର ୩ ବର୍ଷ ପରେ ଆପଣ ଯେବେ ଚାହିଁବେ ଏହାକୁ ଭାଙ୍ଗି ପାରିବେ । ହେଲେ ଏଭଳି କ୍ଷେତ୍ରରେ ଆପଣଙ୍କୁ ବିଶେଷ କିଛି ଲାଭ ମିଳିବ ନାହିଁ। ପଲିସିର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଇଣ୍ଡିଆ ପୋଷ୍ଟ ଦ୍ୱାରା ଦିଆଯାଇଥିବା ବୋନସ । ଏହି ସ୍କିମରେ ବାର୍ଷିକ ୧ହଜାର ଟଙ୍କା ପାଇଁ ୬୦ ଟଙ୍କା ବୋନସ ନିଶ୍ଚିତ ହୋଇଛି ।
ଆପଣଙ୍କୁ ଯଦି ଏହି ଯୋଜନାଟି ଭଲ ଲାଗୁଛି ଓ ଆପଣ ମଧ୍ୟ ଏହି ଯୋଜନାରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ନିକଟସ୍ଥ ଡାକଘର ସହିତ ଯୋଗାଯୋଗ କରନ୍ତୁ |

Leave a Reply