ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀପ ରାୟ: କହିଲେ, ଆଗାମୀ ଦିନରେ ସ୍ପୋର୍ଟସ ହବ୍ ହେବ ଓଡ଼ିଶା

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ରାଉରକେଲା ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ରାଉରକେଲା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ ସହ ହକି ବିଶ୍ୱକପ୍ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀପ ରାୟ ।  ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓଡ଼ିଶା ହକିକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି । ଆଗାମୀ ଦିନରେ ଓଡ଼ିଶା ସ୍ପୋର୍ଟସ ହେବାକୁ ଯାଉଛି । ବିଶ୍ରା ଛକରେ ଓଡ଼ିଶାର ସବୁଠାରୁ ବଡ଼ ଫୁଟବଲ ଷ୍ଟାଡିୟମ୍ ନିର୍ମାଣ କରିବା ସହ ଇଣ୍ଡୋର ଷ୍ଟାଡିୟମ୍ କାର୍ଯ୍ୟ ଏବେ ଶେଷ ହେବାକୁ ଆସିଲାଣି, ଏଣୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ରାଜ୍ୟରେ କ୍ରୀଡ଼ାର ବିକାଶ ନେଇ ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ଭାରତୀୟ ହକିର ପୁନରୁଦ୍ଧାର ଦିଗରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ରହିଛି । ଭାରତୀୟ ହକି ଦଳର କେହିଁ ସ୍ପନ୍ସର ନଥିବା ବେଳେ ଭାରତୀୟ ହକି ଦଳର ସ୍ପନ୍ସର ସାଜିଥିଲା ଓଡ଼ିଶା । ଆଉ ଏହାର ଫଳ ସ୍ୱରୂପ ଭାରତୀୟ ଦଳ ଟୋକିଓ ଅଲିମ୍ପିକ୍ସରେ ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁରୁଷ ଦଳ ପଦକ ଜିତିବା ସହ ମହିଳା ଦଳ ଖୁବ ଭଲ ପ୍ରଦର୍ଶନ କରିପାରିଥିଲା । ଏହା ପରେ ରାଜ୍ୟ ସରକାର ହକିକୁ ୫ ବର୍ଷ ପାଇଁ ସ୍ପନ୍ସର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରିଥିଲେ । ଏଥିସହିତ ଉଭୟ ଅଲିମ୍ପିକ୍ସ ଓ ପରା ଅଲିମ୍ପିକ୍ସରେ ଭାଗ ନେଇ ପଦକ ଜିତିଥିବା ଓଡ଼ିଆ ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ମଧ୍ୟ ଯୋଗାଇଦେଇଥିଲେ । ଅଲିମ୍ପିକ୍ସ ପଦକ ବିଜେତା ପୁରୁଷ ହକି ଦଳର ସଦସ୍ୟ ଥିବା ଓଡ଼ିଆ ଖେଳାଳି ଅଢ଼େଇ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଓ ସରକାରୀ ଚାକିରି ଦେଇଥିଲେ ।

 

Leave a Reply