ଭୁବନେଶ୍ୱର: ରାଜ୍ୟ ଲୋକସେବା ଭବନରେ ପୁଣି ବାହାରିଲା ସାପ। ହୋମ ଡିପାର୍ଟମେଣ୍ଟର କୋର୍ଡିନେସନ ସେକ୍ସନରୁ ୪ ଫୁଟ ଲମ୍ବର ଢମଣା ସାପ ଉଦ୍ଧାର ହୋଇଛି। ଆଜି ସକାଳ ପ୍ରାୟ ୯ ଟା ୧୫ ସମୟରେ ଗୃହ ବିଭାଗ କର୍ମଚାରୀ ମାନେ ଅଫିସ ଖୋଲିବା ବେଳେ କୋର୍ଡିନେସନ ସେକ୍ସନର ଟେବୁଲ ତଳକୁ ଏକ ସାପ ପସିଯିବାର ଦେଖିଥିଲେ। ଖବର ପାଇ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପହଞ୍ଚି ସାପ ଉଦ୍ଧାର କରି ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦେଇଛନ୍ତି। ତେବେ ଯଦି ଦେଖିବା ବିଗତ ଦିନରେ ମଧ୍ୟ ଅନେକ ଥର ଲୋକସେବା ଭବନରୁ ସାପ ବାହାରିଥିବା ଦେଖିବାକୁ ମିଳିଛି।
ବାଘ ସହ ଲଢ଼ିଲେ ବୃଦ୍ଧା, ଆଶାବାଡ଼ିରେ ବାଘକୁ ବାଡ଼େଇ ନିଜକୁ ବଞ୍ଚାଇଲେ
ମୁମ୍ବାଇ: ମୁମ୍ବାଇରେ କଲରାପତରିଆ ବାଘ ଆତଙ୍କ। ବାଘ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବୃଦ୍ଧା। ଉପସ୍ଥିତ ବୁଦ୍ଧି ଯୋଗୁ ବାଘ ମୁହଁରୁ ନିଜକୁ ବଞ୍ଚାଇବାରେ ସକ୍ଷମ ହେଲେ ଏହି ସାହସୀ ବୃଦ୍ଧା। ଦେଖନ୍ତୁ ବାଘ ଆକ୍ରମଣର ସିସିଟିଭି ଦୃଶ୍ୟ। ମହିଳା ଗୋରେଗାଁଓର ଏହି ବୃଦ୍ଧା ନିଜ ଘର ବାଡିରେ ବସିଥିଲେ। ହାତରେ ଥିଲା ତାଙ୍କର ଆଶାବାଡି। ବସିବା ବେଳେ ପୂର୍ବରୁ ଜଗିରହିଥିବା ବାଘ ହଠାତ୍ ତାଙ୍କ ଉପରକୁ ଲମ୍ଫ ମାରିଥିଲା।
ମହିଳା ଜଣଙ୍କୁ ନିଜକୁ ବଞ୍ଚାଇବାକୁ ଶତ ଚେଷ୍ଟ ଜାରି କଲେ। ନିଜକୁ ବଞ୍ଚାଇବାକୁ ହାତ ଦେକାଇବା ପରେ ନିଜ ଆସା ବାଡିରେ ବାଘ ଉପରକୁ ପ୍ରତି ଆକ୍ରମଣ କରିଥିଲେ। ଗୋଟେ ମୁହୁର୍ତ୍ତରେ ସେ ତଲେ ପଡି ଉଠି ପାରିନଥିଲେ , କିନ୍ତୁ ବାଡି ଚାଲିଥିଲା। ଶେଷରେ ବାଘ ମହିଳାଙ୍କ ସାହସିକତା ଆଗରେ ହାର୍ ମାନି ସେଠାରୁ ପଳାଇଯାଇଥିଲା। ଏ ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୬୦୨ ଜଣ ସଂକ୍ରମିତ
ଭୁୂବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଆଜି ପୁଣି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୦୨ ଜଣ କରୋନା ସଂକ୍ରମିତ । ଶୂନରୁ ୧୮ ବର୍ଷ ମଧ୍ୟରେ ୯୬ ଜଣ ଶିଶୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୨୪୯। ଖୋର୍ଦ୍ଧାରୁ ୨୮୩ ଜଣ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୧, ବାଲେଶ୍ୱରରୁ ୨୧, ବରଗଡ଼ରୁ ୨, ଭଦ୍ରକରୁ ୫, କଟକରୁ ୫୪, ଦେବଗଡ଼ରୁ ୧, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧୮, ଯାଜପୁରରୁ ୨୪, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୭, କୋରାପୁଟରୁ ୪, ମୟୂରଭଞ୍ଜରୁ ୩୧, ନୟାଗଡ଼ରୁ ୧, ନୂଆପଡ଼ାରୁ ୧, ପୁରୀରୁ ୨୧, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୩, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୯, ଏବଂ ଷ୍ଟେଟପୁଲରୁ ୬୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
କିଛି ବର୍ଷା ହେଲେ ଟଳିନି ବିପଦ, ଜଳକା ନଦୀର ବିପଦ ସଂକେତ ଟପିଲା ଜଳସ୍ତର
ଜଳେଶ୍ୱର: କମିଛି ବର୍ଷା ହେଲେ ଟଳିନି ବିପଦ। ବିପଦ ସଂକେତ ଉପରେ ରହିଛି ଜଳକା ନଦୀ। ଲଗାଣ ବର୍ଷା ଫଳରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକାର ଜଳସ୍ତର। ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳା ୮ଟା ସୁଧା ଜଳସ୍ତର ବୃଦ୍ଧି ପାଇ ୫.୭୭ ମିଟରରେ ପ୍ରବାହିତ ହେଉଛି। ଜଳକା ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀ ତଟବର୍ତ୍ତି ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର।
ଆଜି ଆସିପାରେ କରୋନା ନୂଆ ଗାଇଡଲାଇନ୍, ବଦଳିପାରେ ପାର୍ବଣର ଗାଇଡଲାଇନ୍
ଭୁବନେଶ୍ୱର: ଆଜି ସରୁଛି ସେପ୍ଟେମ୍ବର ଗାଇଡଲାଇନ। ଆଜି ଆସିପାରେ ଅକ୍ଟୋବର ଗାଇଡଲାଇନ। ପୂର୍ବରୁ ସନ୍ଧ୍ୟା ୮ଟା ପରେ ନାଇଟକର୍ଫ୍ୟୁ ଲାଗୁଥିବା କାରଣରୁ ଦୋକାନ ବଜାର ସନ୍ଧ୍ୟା ୮ଟା ଯାଏଁ ଖୋଲା ରହୁଥିଲା। କିନ୍ତୁ ନୂଆ ଗାଇଡଲାଇନରେ ନାଇଟକର୍ଫ୍ୟୁର ସମୟସୀମା ବଦଳିଥିଲା। ନାଇଟ କର୍ଫ୍ୟୁକୁ ଉଠାଇ ଦିଆଯାଇଥିଲା। ସେହିଭଳି ପାର୍ବଣ ଋତୁକୁ ନଜରରେ ରଖି ସରକାର କିଛି କଟକଣା ଲଗାଇପାରନ୍ତି। ସଂକ୍ରମଣ କମୁଥିଲେ ମଧ୍ୟ ସମ୍ଭାବ୍ୟ ତୃତୀୟ ଲହର ପାଇଁ ସତର୍କ ରହିବା ଦରକାର। ସେଥିପାଇଁ ପୁର୍ବରୁ ନିର୍ଧାରିତ ହୋଇଥିବା ପାର୍ବଣ ପାଇଁ ଗାଇଡଲାଇନର ପୁଣିଥରେ ପରିବର୍ତ୍ତନ ହୋଇପାରେ। ସେପ୍ଟେମ୍ବର ଗାଇଡଲାଇନ୍ରେ ସାମାନ୍ୟ ପରିବର୍ତ୍ତନ କରାଯାଇପାରେ। ପାର୍ବଣ ସମୟରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ସରକାର କିଛି ସ୍ବତନ୍ତ୍ର ଗାଇଡଲାଇନ୍ ଆଣିପାରନ୍ତି।
ମିଠା ବିକ୍ରି ପାଇଁ ଯାଉଥିବା ସମୟରେ ହେଲା ଦୁର୍ଘଟଣା, ୨ ଜଣଙ୍କର ମୃତ୍ୟୁ ୨ ଗୁରୁତର
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ୨୬ନଂ ଜାତୀୟ ରାଜପଥର ଲୁହୁରାପାଲି ଛକ ନିକଟରେ ସଡ଼କ ଦୁର୍ଘଟଣା। ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସିସକେଲା ଗାଁର ମିଠା ବ୍ୟବସାୟୀ ସୁବଳ ସାହୁ, ବଡ଼ମୁଡ଼ିଆ ମାଝୀ ଓ ଦେବାଶିଷ ସାହୁ ଏକ ଡାଲାଅଟୋରେ ସିସକେଲାରୁ କୁଇକେଡା ବଜାରକୁ ମିଠା ବିକ୍ରି କରିବା ପାଇଁ ଯାଉଥିଲେ।

ଭୋର ପ୍ରାୟ ୫ଟା ସମୟରେ ଲୁହୁରାପାଲି ନିକଟରେ ବଲାଙ୍ଗୀର ପଟୁ କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ ମାଲବୋଝେଇ ଟ୍ରକ ସହ ଅଟୋ ମୁହାଁମୁହିଁ ହୋଇଛି। ଘଟଣାସ୍ଥଳରେ ମିଠା ବ୍ୟବାସୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣକୁ ଓ ଟ୍ରକ ଡ୍ରାଇଭରକୁ ସଇଁନ୍ତଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୨୬ ନମ୍ବର ଜାତୀୟରାଜପଥକୁ ଅବରୋଧ କରିଛନ୍ତି। ବଡମାଳ ଫାଣ୍ଡି ଓ ସଇଁନ୍ତଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
ଭାରତକୁ ଚିଠି ଲେଖିଲା ତାଲିବାନ, ଚିଠିରେ ଦେଲା କୂଟନୀତିର ପରିଚୟ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ତାଲିବାନର ଅତ୍ୟାଚାର ଏବେ ସାମ୍ନାକୁ ଆସିବାକୁ ଲାଗିଛି। ତାଲିବାନ ସବୁବେଳେ ବର୍ବତାରେ ଆଗରେ ରହିଥାଏ। ଯେଉଁଥିପାଇଁ ପୁରା ବିଶ୍ୱ ତାଲିବାନକୁ ନର ରାକ୍ଷସ ବୋଲି ବିବେଚନା କରିଛି। ସେହି ନର ରାକ୍ଷସ ତାଲିବାନ ଏବେ ଆଫଗାନିସ୍ତାନର ଶାସନଭାର ଆହତକୁ ନେଇଛି। ପୂର୍ବରୁ ଆଫଗାନିସ୍ତାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାର ପ୍ରତିସୃତି ଦେଉଥିବା ତାଲିବାନ ଏବେ ବର୍ବରତା ଆଡ଼କୁ ମୁହାଁଇଛି।
ଗୋଟିଏ ପଟେ ତାଲିବାନ ଲୋକଙ୍କୁ ହତ୍ୟା କରି ଛକ ଛକରେ ଟାଙ୍ଗି ଦେଉଥିବା ବେଳେ ତାଲିବାନ ନେତା ମଲ୍ଲିକ ନୁରୁଦ୍ଦିନ ତୁରାବୀ କହିଛନ୍ତି ଯେ ଯେଉଁମାନେ ଆଫଗାନିସ୍ତାନରେ ଭୁଲ କରିଛନ୍ତି ସେମାନଙ୍କ ହାତ ଓ ଗୋଡ କାଟି ଦିଆଯିବ। ନୁରୁଦ୍ଦିନ ତୁରାବୀ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ କାଟିବେ ସେମାନଙ୍କୁ ଚାବୁକରେ ମାଡ ମରାଯିବ। ଏଭଳି ଧମକ ଆଉ ହତ୍ୟା ପରେ ଆଫଗାନିସ୍ତନରେ ଭୟର ବାତାବରଣ ଖେଳିଯାଇଛି।
ଅନ୍ୟପଟେ ତାଲିବନ ଏବେ ଭାରତ ସହ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି। ତାଲିବାନ ଭଲ ସମ୍ପର୍କ ପାଇଁ ଇଚ୍ଛା ପ୍ରକାଶ କରି ଭାରତକୁ ଏକ ଚିଠି ଲେଖିଛି। ତାଲିବାନ ଏକ ଚିଠି ଲେଖି ଭାରତକୁ ଆଫଗାନିସ୍ତାନ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ କହିଛି। ବାସ୍ତବରେ ଏହି ଚିଠି ମାଧ୍ୟମରେ ତାଲିବାନ ଭାରତ ବିରୋଧରେ କୂଟନୈତିକ ପଦକ୍ଷେପ ନେଇଛି। ଯଦି ଭାରତ ଏବଂ ଆଫଗାନିସ୍ତାନର ବିମାନ ସେବା ପୁନଃ ଆରମ୍ଭ ହୁଏ, ତେବେ ଏଥିପାଇ ତାଲିବାନ ସରକାରଙ୍କୁ ସମର୍ଥନ ମିଳିପାରେ। ଏଭଳି କୂଟନୈତିକ ଚିନ୍ତା ଧାରାକୁ କାର୍ଯ୍ୟକାରି କରି ଭାରତକୁ ଚିଠି ଲେଖିଛି ତାଲିବାନ।
ତାଲିବାନ ଚାହୁଁଛି ଯେ ତାକୁ ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦିଆଯାଉ। ଯଦି ଭାରତ ବିମାନ ଉଡ଼ାଣ ଆରମ୍ଭ ନକରେ ତେବେ ଏହା ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ। ବାସ୍ତବରେ ଯଦି ଦେଖିବା ତେବେ ୨୦୧୯ରୁ ୨୦୨୦ ବର୍ଷରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରାୟ ୧୧ ହଜାର କୋଟି ବାଣିଜ୍ୟ ହୋଇଥିଲା। ଭାରତ ଆଫଗାନିସ୍ତାନରୁ ବହୁ ପରିମାଣରେ ଶୁଖିଲା ଫଳ ଏବଂ ହର୍ବାଲ ଔଷଧ ଆମଦାନୀ କରିଥାଏ।
ଅନ୍ୟପକ୍ଷରେ ଚା, କଫି, ହଳଦୀ, କପା ଏବଂ ଖେଳନା ଭାରତରୁ ଆଫଗାନିସ୍ତାନକୁ ରପ୍ତାନି ହୋଇଥାଏ। ୧୫ ଅଗଷ୍ଟରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଭାରତ ଆଫଗାନିସ୍ତାନକୁ ବିମାନ ଚଳାଚଳ ବନ୍ଦ କରି ଦେଇଥିଲା। ଯଦିଓ ଡିଜିଏ କରୋନା କାରଣରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି, କିନ୍ତୁ ତାଲିବାନ ଚିଠି ଲେଖି ତାର କୂଟନୀତିର ପରିଚୟ ଦେଇଛି ।

