spot_img
Home Blog Page 5116

‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଶୁଭାରମ୍ଭ; ୨୦୦ ଟାବଲେଟ୍ ପ୍ରଦାନ କଲେ ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଶୁଭାରମ୍ଭ ହୋଇଛି । ଭର୍ଚୁଆଲ ମୋଡ୍‌ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ରାଜ୍ୟର ୩୨୦ ଜଣ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ନିମନ୍ତେ ମାଗଣାରେ କୋଚିଂ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ସମ୍ପ୍ରତି ରାଜ୍ୟର ୧୪ଟି ଜିଲ୍ଲାରେ ବିଭାଗ ଦ୍ୱାରା ପରିଚାଳିତ ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ପ୍ରତ୍ୟେକ ବର୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ବର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଥାନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବା, ପିଲାମାନଙ୍କ ପ୍ରତିଭାର ବିକାଶ ସହିତ ସେମାନଙ୍କୁ ଚିହ୍ନଟ କରିବା ଲକ୍ଷ୍ୟରେ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ୭ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏଥିପାଇଁ ମେଧା ଭିତ୍ତିରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଓ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ୭ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

‘ଛାତ୍ର ପ୍ରୋତ୍ସାହନ ଯୋଜନା’ ଦ୍ୱାରା ଦଶମ ଶ୍ରେଣୀର ମେଧାବୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ତରୁଣ ବୟସରୁ ପ୍ରୋତ୍ସାହିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ଏକ ଅନ୍ତର୍ଭୁକ୍ତିକରଣ ଆଭିମୁଖ୍ୟ ମାଧ୍ୟମରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ସେମାନେ ପଢ଼ୁଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିବେଶରେ କୋଚିଂ ପ୍ରଦାନ କରାଯିବ । ଏହି ଅବସରରେ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ ନିମନ୍ତେ ମନୋନୀତ କୋଚିଂ ଏଜେନ୍ସି ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଏଜେନ୍ସିଗୁଡ଼ିକ ପ୍ରତ୍ୟକ୍ଷ ଭାବେ (on-site) ମେଡିକାଲ ଓ ଇଞ୍ଜିନିୟରିଂ କୋଚିଂ ପ୍ରଦାନ କରିବେ ଓ ମନୋନୀତ ଛାତ୍ରଛାତ୍ରୀଙ୍କୁ ୭ଟି ଉତ୍କର୍ଷ କେନ୍ଦ୍ରରେ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ ଦେବେ ।

ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସାଂସଦ ପାଣ୍ଠିରୁ ୨୦୦ଟି ଟାବଲେଟ୍ ପ୍ରଦାନ କରିଥିଲେ । ଟାବଲେଟ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଡିଜିଟାଲ ଶିକ୍ଷା ଗ୍ରହଣ କରିପାରିବେ ଏବଂ ସେମାନେ ଦେଶ ଓ ଦେଶ ବାହାରୁ ବିଷୟ ସମ୍ପର୍କିତ ତଥ୍ୟ ଓ ସମ୍ୱଳ ଏବଂ ଅନ୍ୟାନ୍ୟ ପାଠ୍ୟସାମଗ୍ରୀ ଆହରଣ କରିପାରିବେ । ଚଳିତ ବର୍ଷର ମନୋନୀତ ଛାତ୍ରଛାତ୍ରୀମାନେ ୨୦୨୩ ବର୍ଷର ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବେ ।

ସମ୍ୱଲପୁରରେ ଅଭାବନୀୟ ଘଟଣା: ମହାନଦୀରେ ଭାସିଗଲେ ପୂରା ପରିବାର

ସମ୍ୱଲପୁର: ସମ୍ବଲପୁର ମହାନଦୀରେ ଅଭାବନୀୟ ଘଟଣା । ଦଳେଇପଡ଼ା ଘାଟରେ ଗାଧୋଉଥିବା ବେଳେ ଭାସିଗଲେ ବାପା, ପୁଅ ଓ ଝିଅ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଜଣେ ଉଦ୍ଧାର କରାଯାଇଛି । ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି । ଗାଧୋଇବା ବେଳେ ନଦୀର ସ୍ରୋତରେ ଭାସି ଯାଇଥିଲେ ବାପା, ପୁଅ ଓ ଝିଅ । ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏଥିସହିତ ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ପୁଅ ସେକ୍ କାଦିରକୁ ଆଜୀବନ ଜେଲ୍

 

 

ଆର୍ଯ୍ୟନ ଖାନଙ୍କୁ ମିଳିଲାନି ଜାମିନ, ଅକ୍ଟୋବର ୭ ଯାଏ ବଢିଲା ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିଲାନି ଜାମିନ । ଆସନ୍ତା ଅକ୍ଟୋବର ୭ ଯାଏ ବଢିଲା ରିମାଣ୍ଡ ଅବଧି । ଡ୍ରଗସ ସେବନ ମାମଲାରେ କିଙ୍ଗ ଖାନଙ୍କ ପୁଅଙ୍କୁ ଅଧିକ ଜେରା କରିବ ନାର୍କୋଟିକସ୍ କଣ୍ଟ୍ରୋଲ ବ୍ୟୁରୋ । ରେଭ ପାର୍ଟିରେ ଡ୍ରଗସ୍ ସେବନ ମାମଲାରେ ଗତକାଲି ଆର୍ଯ୍ୟନ ହୋଇଥିଲେ ଗିରଫ । ଏନସିବି ରେଡ ବେଳେ ଆର୍ଯ୍ୟନଙ୍କ ଚଷମା ଖୋଳରୁ ଜବତ ହୋଇଥିଲା ନିଷିଦ୍ଧ ସାମଗ୍ରୀ ।

ଡ୍ରଗ୍ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ବାରମ୍ବାର ପଚରାଉଚରା କରାଯାଉଛି । ପଚରାଉଚରା ସମୟରେ ଆର୍ଯ୍ୟନ ନିଜ ଲୁହକୁ ନିୟନ୍ତ୍ରଣ କରିବାରେ ଅସମର୍ଥ । ସେ ଅହରହ କାନ୍ଧୁଥିବା ସୂଚନା ରହିଛି । ଇତି ମଧ୍ୟକେ ଆର୍ଯ୍ୟନ ସ୍ୱୀକାର କରିଛନ୍ତି ଯେ ସେ ପ୍ରାୟ ୪ ବର୍ଷ ଧରି ଡ୍ରଗ୍ସ ନେଉଛନ୍ତି । ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ କୋର୍ଟ ତିନି ଅଭିଯୁକ୍ତଙ୍କୁ ଏକ ଦିନିଆ ଏନସିବି ହେପାଜତକୁ ପଠାଇଥିଲେ। ଏହି ମାମଲାରେ ଏନସିବି ଆଉ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି, ଯିଏ ଆଜି ଗିରଫ ହୋଇପାରେ, ଏନସିବି ତାଙ୍କୁ କୋର୍ଟରେ ମଧ୍ୟ ଉପସ୍ଥାପନ କରିପାରିବ ।

ରିୟା ଚକ୍ରବର୍ତ୍ତୀଙ୍କୁ ମୁକୁଳାଇଥିବା ଓକିଲ ଏବେ ଲଢ଼ୁଛନ୍ତି ଆର୍ଯ୍ୟନ ଖାନଙ୍କ କେସ

ନୂଆଦିଲ୍ଲୀ: ନାର୍କୋଟିକ୍ସ କନଟ୍ରୋଲ ବ୍ୟୁରୋ(ଏନସିବି) ଶନିବାର ଏକ ହାଇ ପ୍ରୋଫାଇଲ ରେଭ ପାର୍ଟି ଉପରେ କରିଥିଲା ରେଡ୍। ଏହି ସମୟରେ ୮ ଜଣଙ୍କୁ ଗିରଫ କଷ୍ଟଡିରେ ନେଇଥିଲା। ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ସମସ୍ତଙ୍କୁ ପଚରାଉଚରା କରାଯାଇଥିଲା। ଯାହାପରେ ସମସ୍ତଙ୍କ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଭିତରେ ରହିଛନ୍ତି ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍। ସୋମବାର ପୁଣି ଏହି ମାମଲାରେ ଶୁଣାଣି ହୋଇଛି।

ତେବେ ମାମଲା ସମ୍ପର୍କରେ ଏକ ବଡ ଖବର ସାମନାକୁ ଆସିଛି। ତାହା ହେଲା ଆର୍ଯ୍ୟନ ଖାନ୍‌ଙ୍କ ଡ୍ରଗ୍ସର କନେକ୍ସନ ରିୟା ଚକ୍ରବର୍ତ୍ତୀଙ୍କ କେସ୍ ସହିତ ରହିଛି। ଆର୍ଯ୍ୟନ ଖାନ୍‌ଙ୍କୁ ବେଲ୍‌ ଦେବାର ଦାୟିତ୍ବ ଏବେ ଓକିଲ ସତୀଶ ମାନେଶିନ୍ଧେଙ୍କ ପାଖରେ ରହିଛି। ଏ ହେଉଛନ୍ତି ସେହି ଓକିଲ, ଯିଏକି ସୁଶାନ୍ତ ସିଂ ରାଜପୁତଙ୍କ କେସ୍‌ରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ କେସ୍ ଲଢିଥିଲେ। ରିୟାଙ୍କୁ ଜେଲରୁ ବାହାର କରିଥିଲେ ସତୀଶ। ଏବେ ଆର୍ଯ୍ୟନ ଖାନ୍‌ଙ୍କ ପୁରା ପରିବାରର ଆଶା ସତୀଶଙ୍କ ଉପରେ ରହିଛି।

କେବଳ ରିୟା ନୁହେଁ ସତୀଶ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ସଞ୍ଜୟ ଦତ୍ତଙ୍କୁ ବେଲ୍ ଦେବାରେ କାମ କରିଥିଲେ। ୨୦୦୨ ରେ ସଲମାନ ଖାନ୍‌ଙ୍କ ହିଟ୍ ଆଣ୍ଡ ରନ୍ କେସ୍‌ରେ ମଧ୍ୟ ସତୀଶ ତାଙ୍କୁ ବଞ୍ଚାଇଥିଲେ। କେବଳ ସେତିକି ନୁହେଁ ସତୀଶ ବହୁ ହାଇପ୍ରୋଫାଇଲ କେସ୍ ଲଢି ସାରିଛନ୍ତି।

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ପୁଅ ସେକ୍ କାଦିରକୁ ଆଜୀବନ ଜେଲ୍

କେନ୍ଦ୍ରାପଡ଼ା: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ପୁଅ ସେକ୍‌ କାଦିର ଓରଫ ମୁନ୍ନାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜ୍ । ୨୦୧୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାମାମଲାରେ କାଦିର ଦୋଷୀ ସାବ୍ୟସ୍ତ ହୋଇଛି। ବ୍ୟବସାୟୀ ସାହା ନବାଜଙ୍କୁ ଦାଦାବଟି ମାଗି ବିଫଳ ହେଲା ପରେ ସେକ୍‌ କାଦିର ତାଙ୍କ ଦୋକାନରେ ପଶି ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହି ମାମଲାରେ ଅନ୍ୟ ୮ ଜଣ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଇଛି ।

ଦୁର୍ଦ୍ଦାନ୍ତ ଅପରାଧୀ ତଥା ବିଗତ ଦିନର ଗ୍ୟାଙ୍ଗଷ୍ଟାର ହାଇଦରର ବଡ଼ ପୁଅ ହେଉଛି ସେକ୍‌ କାଦିର। କାଦିର ନାଁରେ ବିଭିନ୍ନ ଥାନାରେ ପ୍ରାୟ ୩୦ରୁ ଅଧିକ ମାମଲା ରହିଛି। ଧମକ ଚମକ ଦେବା, ଦାଦାବଟି ଆଦାୟ, ହତ୍ୟା ଧମକ, ଟେଣ୍ଡର ଫିକ୍ସିଂ, ବୋମାମାଡ଼, ଲୁଟ, ହତ୍ୟା ପ୍ରଭୃତି ମାମଲାରେ ସେକ କାଦିରର ସମ୍ପୃକ୍ତି ରହିଛି। ନିକଟରେ ହାଇଦରର ମୃତ୍ୟୁ ପରେ ନିଜ ବାପାର ଅନ୍ତ୍ୟୋଷ୍ଟି କ୍ରିୟାରେ ଯୋଗଦେବା ପାଇଁ ସେକ କାଦିର ଜାମିନ ପାଇଁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ସୂଚନା ଯୋଗ୍ୟ ଯେ, ଗତ ଜୁଲାଇ ୨୫ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୋଲିସ ଏନକାଉଣ୍ଟର ଶିକାର ହୋଇଥିଲା । ବାଲେଶ୍ୱର ଚିକିତ୍ସାଳୟରେ ପୋଷ୍ଟମର୍ଟମ କରାଯାଇଥିଲା । ଏବଂ ହାଇଦର ଶରୀରରୁ ମୋଟ ୪ଟି ଗୁଳି ବାହାରିଥିଲା । ସେଥିମଧ୍ୟରୁ ୩ଟି ଗୁଳି ନୂଆ, ଗୋଟିଏ ପୁରୁଣା ଥିଲା । ଜଙ୍ଘରୁ  ୨ଟି ଗୁଳି ବାହାରିଥିଲା ବେଳେ, ଗୋଟିଏ ନୂଆ, ଅନ୍ୟଟି ପୁରୁଣା ବୋଲି ସୂଚନା ଦେଇଛନ୍ତି ଡାକ୍ତର । ଛାତିରୁ ଗୋଟିଏ ଓ ପେଟରୁ ଗୋଟିଏ ଗୁଳି ମଧ୍ୟ ବାହାରିଥିବା କହିଥିଲେ ଡାକ୍ତର ।

ଏଥିସହିତ ପଢ଼ନ୍ତୁ: ପୋଷ୍ଟମୋର୍ଟମରେ ହାଇଦର ଦେହରୁ ବାହାରିଲା ୪ ଗୁଳି

ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ କାରାଦଣ୍ଡ ରାୟ ଶୁଣାଇଲେ ସୁନ୍ଦରଗଡ଼ ପୋକ୍ସୋ କୋର୍ଟ

ସୁନ୍ଦରଗଡ଼: ନାବାଳିକା ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ ପୋକ୍‌ସୋ କୋର୍ଟଙ୍କ ଐତିହାସିକ ରାୟ । ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା । ପୀଡିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ତାଲୁକ ଆଇନ୍ ସେବା ସଂସ୍ଥାକୁ ସୁପାରିଶ । ୨୦୧୪ ରେ ବଣାଇଁ ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି ସୁନ୍ଦରଗଡ଼ ପୋକସୋ କୋର୍ଟ ବିଚାରପତି ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି ।

ବଣାଇଁ ଥାନା ଅନ୍ତର୍ଗତ ବାରତେଙ୍ଗଡ଼ା ଅଞ୍ଚଳରେ ସଂଘଟିତ ଏହି ଘଟଣାରେ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ମାନ୍ୟବର ଅଦାଲତ ଆଜି ଅଭିଯୁକ୍ତ ଟୁନୁ ଓରଫ ହରେ କିଷାନ ଓ ପ୍ରହଲ୍ଲାଦ କିଷାନ ଦୁଇଜଣଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଏହାସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି କୋର୍ଟ । ଅପରପକ୍ଷେ ପୀଡିତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ତାଲୁକ ଆଇନ୍ ସେବା ସଂସ୍ଥା ପକ୍ଷରୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସୁପାରିଶ କରିଥିବା ଜଣାପଡ଼ିଛି ।

କମିଶନରେଟ୍ ପୋଲିସ ହାତରେ କୁଖ୍ୟାତ ଚୋର: ୧୯୮୬ ମସିହାରୁ କରିଆସୁଥିଲା ଚୋରି

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ କୁଖ୍ୟାତ ଚୋର କ୍ରୋ-ବାର୍-ମ୍ୟାନ୍ । ୧୯୮୬ ମସିହାରୁ ରାଜ୍ୟ ଓ ରାଜ୍ୟ ବାହାରେ କରୁଥିଲା ଚୋରି । ଏ ପର୍ଯ୍ୟନ୍ତ ୫୦୦ ଚୋରି କରିଥିବାବେଳେ ପ୍ରାୟ ୫ କୋଟି ଟଙ୍କାର ଚୁନ ଲଗାଇଛି ଏହି ଚୋର । ଏହି କୁଖ୍ୟାତ ଚୋରର ନାଁ ହେଉଛି ହେମନ୍ତ ଦାସ । ସେ ଭୁବନେଶ୍ୱରବାସିନ୍ଦା । ଚୋରି ପଇସାରେ ବିଭିନ୍ନ ଜାଗା ବୁଲୁଥିଲେ ହେମନ୍ତ । ଭୁବନେଶ୍ୱରରେ କେବଳ ହେମନ୍ତଙ୍କ ନାଁରେ ରହିଛି ୧୦୨ଟି ମାମଲା । ଚୋରି ପଇସାରେ ଗ୍ୟାଙ୍ଗଟକ , ଚେନ୍ନାଇ , ବମ୍ବେରେ ଷ୍ଟାର ହୋଟେଲରେ ରହିବା ସହ କଲ ଗାର୍ଲଙ୍କ ପଛରେ ଟଙ୍କା ଉଡ଼ାଉଥିଲା । ବିଜେବି କଲେଜରେ ପାଠ ପଢା ବେଳେ ଗଣ୍ଡଗୋଳ କରି ଜେଲ ଯାଇଥିଲେ ହେମନ୍ତ । ଜେଲରେ ଏକ ଚୋର ସହ ଏକ ସମ୍ପର୍କ ସ୍ଥାପନ ହୋଇଥିଲା । ଏହା ପରେ ଜେଲରୁ ବାହାରି ଚୋରି ଆରମ୍ଭ କରିଥିଲେ ହେମନ୍ତ ଦାସ । ଅନ୍ୟ ରାଜ୍ୟରେ ଚୋରି କରି ଜେଲ ଯାଇଥିଲେ ହେମନ୍ତ ପୂର୍ବରୁ ୨୦୧୮ରେ ତାଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ୨୦୨୦ରେ ମଧ୍ୟ ପୁରୀ ପୋଲିସ ଗିରଫ କରିଥିଲା ।

ଏଥିସହିତ ପଢ଼ନ୍ତୁ: ବିଏମ୍‌ସିର ନୂଆ ଗାଇଡଲାଇନ୍: ୫୦ ଜଣଙ୍କ ମଧ୍ୟରେ ହେବ ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା

ମେଡିସିନ୍ ପାଇଁ ୨ ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ମେଡିସିନ୍ ପାଇଁ ଘୋଷଣା ହେଲା ନୋବେଲ୍ ପୁରସ୍କାର । ୨୦୨୧ ବର୍ଷ ପାଇଁ ମେଡିସିନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୨ଜଣଙ୍କୁ ଯୁଗ୍ମ ଭାବେ ମିଳିବ ନୋବେଲ୍ ପୁରସ୍କାର । ନୋବେଲ୍ ପାଇବେ ଡେଭିଜ୍ ଜୁଲିଅସ୍ ଓ ଆରଡେମ୍ ପଟାପୋଟିଆନ୍ । ଶରୀର ତାପମାତ୍ରା ଓ ସ୍ପର୍ଶ ପାଇଁ ଉଦ୍ଧିଷ୍ଟ ରିସେପ୍ଟର ଉଦ୍ଭାବନ ପାଇଁ ମିଳିବ ପୁରସ୍କାର ।

ଏହି ଦୁଇ ଆମେରିକୀୟ ଭେଷଜ ବିଜ୍ଞାନୀଙ୍କୁ ପୁରସ୍କାର ବାବଦରେ ଗୋଟିଏ ସ୍ୱର୍ଣ୍ଣ ପଦକ ସହ ଏବଂ ୧୦ ନିୟୁତ ସ୍ୱିଡେନ କ୍ରୋନୋର ଅର୍ଥାତ ଭାରତୀ ମୁଦ୍ରାରେ 8,47,28,562 ଟଙ୍କାର ଆର୍ଥିକ ରାଶି ମିଳିବ । ଯକୃତ ସମ୍ପର୍କିତ ହେପାଟାଇଟିସ୍ ସି ଭାଇରସ ଆବିଷ୍କାର କରିଥିବାରୁ ଗତ ବର୍ଷ ୩ ଜଣ ବୈଜ୍ଞାନିକଙ୍କୁ  ନୋବେଲ ପୁରସ୍କାର ମିଳିଥିଲା।  ଯାହା ଲିଭରୁ  ମାରାତ୍ମକ ରୋଗରୁ  ଉପଶମ ଦେଇପାରିବ।

ଆଲଫ୍ରେଡ ନୋବେଲଙ୍କ ନାମରେ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ପାଇଁ ଚୟନ ନେଇ କେତେକ ନିର୍ଦ୍ଧିଷ୍ଟ ମାନଦଣ୍ଡ ରଖିଛନ୍ତି। ସେହିଅନୁଯାୟୀ,  ଫିଜିଓଲୋଜି କିମ୍ବା  ମେଡିସିନରେ  ଉତ୍କର୍ଷତା ଲାଭ କରୁଥିବା ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଆଲଫ୍ରେଡ କହିଥିଲେ ଯେ, ମୁଁ ଏମିତି ଏକ ଆବିଷ୍କାର ସନ୍ଧାନରେ ରୁହେ ଯାହା ମାନବ ସମାଜ ପାଇଁ କଲ୍ୟାଣକାରୀ ହେବ। ତେଣୁ  ନିର୍ଦ୍ଧାରିତ  ମାନଦଣ୍ଡ ପୂରଣ କରୁଥିବା ବ୍ୟକ୍ତିବିଶେଷ ହିଁ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି।  ୧୮୯୫ ଆଲଫ୍ରେଡ୍‌ ମୃତ୍ୟୁ ପରଠାରୁ ତାଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

 

ପାଣ୍ଡୋରା ପେପର୍ସ ଲିକ୍‌ ତାଲିକାରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଅନେକ ହାଇ ପ୍ରୋଫାଇଲ ନାଁ

ନୂଆଦିଲ୍ଲୀ: ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି ପାଣ୍ଡୋରା ପେପର୍ସ ତଥ୍ୟ । ବିଶ୍ୱର ହାଇପ୍ରୋଫାଇଲ ବ୍ୟକ୍ତିମାନେ ମୂଲ୍ୟବାନ ସମ୍ପତି ହାତେଇବା ପାଇଁ ବିପୁଳ ଟିକସ ଫାଙ୍କିଛନ୍ତି । ୧୯୯୬ରୁ ୨୦୨୦ ମଧ୍ୟରେ ଟ୍ୟାକ୍ସ ଠକେଇ ପାଇଁ ବେଆଇନ୍ ଅର୍ଥ କାରବାର ହୋଇଛି । ଏମାନଙ୍କ ମଧ୍ୟରେ ୩୩୦ ରାଜନେତା ଓ ୧୩୦ ଫୋବର୍ସ ବିଲିଓନାୟାର ଅଛନ୍ତି ।

ଅନ୍ତଜାତୀୟ ସଂସ୍ଥା ବିବିସି, ଦ ଗାର୍ଡିଆନ, ଭାରତର ଇଣ୍ଡିଆନ ଏକ୍ସପ୍ରେସ ସମେତ ବିଶ୍ୱର ୧୫୦ଟି ମିଡିଆ ସଂସ୍ଥା ଏହି ତଦନ୍ତ କରି ଏହି ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟ ବେଳେ ପାଖାପାଖି ୧୧.୩୩ ମିଲିୟନ ଅତି ଗୋପନୀୟ ଦସ୍ତାବିଜକୁ ନୀରିକ୍ଷଣ କରିଥିଲେ । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ‘ଗୁପ୍ତ ଡକ୍ୟୁମେଣ୍ଟ ତାଲିକାରେ ଭାରତୀୟ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର, ପପ୍ ମ୍ୟୁଜିକ୍ ତାରକା ଶାକିରା, ସୁପରମୋଡେଲ୍ କ୍ଲାଉଡିଆ ଶିଫର୍ ଏବଂ ଇଟାଲୀୟ ମାଓବାଦୀ ‘ଲେନ୍ ଦି ଫ୍ୟାଟ୍ ୱାନ୍’ ଭାବରେ ଜଣାଶୁଣା ।

ଏହି ଅନୁଯାୟୀ, ‘ସଚିନ ତେନ୍ଦୁଲକରଙ୍କ ପରାମର୍ଶଦାତା ଦର୍ଶାଇଛନ୍ତି ଯେ ତାଙ୍କର ପୁଞ୍ଜି ବିନିଯୋଗ ବୈଧ ହୋଇଛି । ଟିକସ କର୍ତ୍ତୃପକ୍ଷଙ୍କୁ ଏହା ଜଣାଇ ଦିଆଯାଇଛି । ଶାକିରାଙ୍କ ଓକିଲ କହିଛନ୍ତି ଯେ ତାଙ୍କ କମ୍ପାନୀଗୁଡିକ କହିବାକୁ ଗଲେ ସେମାନଙ୍କର କମ୍ପାନୀଗୁଡିକ କୌଣସି ଟ୍ୟାକ୍ସ ସୁବିଧା ପାଇନାହାଁନ୍ତି । ଏଥି ସହିତ ଶିଫରଙ୍କ ଓକିଲ କହିଛନ୍ତି ଯେ ସେ ବ୍ରିଟେନରେ ଟିକସ ଜମା କରିଛନ୍ତି । ସେମାନଙ୍କ ସମ୍ପତ୍ତି ସହ ଜଡିତ ତଥ୍ୟ ଲୁଚାଉଥିବା ରାଜନେତାଙ୍କ ସଂଖ୍ୟାରେ ପାକିସ୍ତାନ ସପ୍ତମ ଏବଂ ଭାରତ ଷଷ୍ଠ ସ୍ଥାନରେ ରହିଛି ।

ପାଣ୍ଡୋରା ପୂର୍ବରୁ ୫ ବର୍ଷ ତଳେ ଅର୍ଥାତ ୨୦୧୬ରେ ପ୍ରଥମ ଥର ପାଇଁ ପାନାମା ପେପର୍ସ ଲିିକ୍ ହୋଇଥିଲା । ବଡ ବଡ ଲୋକ ଏବଂ କମ୍ପାନୀଙ୍କର ଟିକସ ଚୋରି ଏହି ପେପର୍ସ ଜରିଆରେ ସାମ୍ନାକୁ ଆସିଥିଲା । ସେଲ କମ୍ପାନୀ ବା ବେନାମୀ କମ୍ପାନୀ ଜରିଆରେ ଏହି ବେଆଇନ ନେଣ ଦେଣ କରି ଟିକସ ଚୋରୀ ହୁଏ । ପାନାମାର କମ୍ପାନୀ ମୋସାକ ଫୋନସେକା ଏହି ବେଆଇନ କାରବାରକୁ ସହଯୋଗ କରୁଥିଲା । ଏହି ପାନାମା ପେପର ଲିକ ପାଇଁ ପାନାମା ଦେଶ ମଧ୍ୟ ବଦନାମ ହୋଇଛି ।

ବିଏମ୍‌ସିର ନୂଆ ଗାଇଡଲାଇନ୍: ୫୦ ଜଣଙ୍କ ମଧ୍ୟରେ ହେବ ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା

ଭୁବନେଶ୍ୱର: ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ଭୁବନେଶ୍ୱର ମହାନଗର ନିଗମର ନୂଆ ଗାଇଡଲାଇନ୍ । ଆଗାମୀ ଶୀତ ଋତୁକୁ ନଜରରେ ରଖି ବିଏମସିର ନୂଆ ଗାଇଡଲାଇନ୍ । ସର୍ବାଧିକ ୫୦ଜଣରେ ହେବ ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା । ଆୟୋଜନ ପୂର୍ବରୁ ବିଏମସିର ଅନୁମତି ନେବା ବାଧ୍ୟତାମୂଳକ । ଥଣ୍ଡା, ଜ୍ୱର, କାଶ ଥିଲେ ସମାରୋହଠାରୁ ଦୂରେଇ ରହିବେ । ବୟସ୍କ, ଗର୍ଭବତୀ ଓ ୧୦ବର୍ଷରୁ କମ ଶିଶୁଙ୍କୁ ସାମିଲ କରାଯିବାକୁ ନେଇ କଟକଣା । ସମାରୋହରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଇବେ ଆୟୋଜକ । ସମାରୋହରେ ୬ଫୁଟର ସାମାଜିକ ଦୂରତା ନିୟମ ମାନିବେ । ଖାଇବା ସମୟ ଛଡ଼ା ଅନ୍ୟ ସବୁବେଳେ ମାସ୍କ ପିନ୍ଧିବେ । ପାନ/ଗୁଟଖା ଖାଇବା ଓ ଛେପ ପକାଇବା ସମ୍ପୂର୍ଣ୍ଣ ମନା ।

ଏଥିସହିତ ପଢ଼ନ୍ତୁ: ଆଜି ଅରିନ୍ଦମଙ୍କ ଏକାଦଶାହ, ଶ୍ରଦ୍ଧାଞ୍ଜଳି ଜଣାଇଲେ ସାଥି ସାମ୍ବାଦିକ