ଟି-୨୦ ବିଶ୍ୱକପ୍: ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ

1 min read

ଦୁବାଇ: ଟି-୨୦ ବିଶ୍ୱକପରେ ଆଜି ସେମିଫାଇନାଲ୍ ଲଢେଇ । ପ୍ରଥମ ସେମିଫାଇନାଲରେ ଆଜି ମୁହାଁମୁହଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ସନ୍ଧ୍ୟା ୭ଟା ୩୦ ମିନିଟରେ ଆବୁଧାବିରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ଉଭୟ ଟିମ୍ ମ୍ୟାଚ୍ ଜିତି ଫାଇନାଲ୍ ଖେଳିବା ପାଇଁ ଉଦ୍ୟମ କରିବେ । ଟିମ ଇଂଲଣ୍ଡ ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିଥିବାବେଳେ ନ୍ୟୁଜିଲାଣ୍ଡ ଟିମର ଖେଳାଳିମାନେ ଫର୍ମରେ ଅଛନ୍ତି । ଇଂଲଣ୍ଡର ଜୋସ୍ ବଟଲର, ଜନି ବେୟାରଷ୍ଟୋ, ଅଧିନାୟକ ଓ ମୋରଗାନଙ୍କ ଉପରେ ରହିବ ସଭିଙ୍କ ନଜର । ସେପଟେ ବ୍ୟାଟିଂ ଲାଇନ୍ ଉପରେ ଅଧିକ ଭରସା କରିବ କିଓ୍ୱି ଟିମ୍ ।

ଓପନର ମାର୍ଟିନ ଗୁପତିଲ୍, ଅଧିନାୟକ ଓ୍ବିଲିୟମସନ୍, ମିଚେଲଙ୍କ ଉପରେ ରହିବ ଗୁରୁ ଦାୟିତ୍ୱ । ଟିମ୍ ସାଉଥି, ଟ୍ରେଣ୍ଟ ବୋଲ୍ଟ ଓ ସୋଡି ବୋଲିଂରେ କମାଲ କରିବା ନେଇ ଦଳ ଆଶାବାଦୀ ରହିଛି ।ଉଭୟ ଟିମ୍ ସୁପର ଟୁଏଲଭରେ ୫ଟି ଲେଖାଏଁ ମ୍ୟାଚ୍ ଖେଳି ୪ଟିରେ ବିଜୟ ହାସଲ କରିଛନ୍ତି । ଇଂଲଣ୍ଡ ଗ୍ରୁପ ଏର ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ଥିବାବେଳେ ନ୍ୟୁଜିଲାଣ୍ଡ ବି ଗ୍ରୁପର ଦ୍ୱିତୀୟ ସ୍ଥାନରେ ରହିଛି । ସେପଟେ କାଲି ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ।

ତେବେ ଚଳିତ ବିଶ୍ୱକପରେ ଇଂଲଣ୍ଡ ମଧ୍ୟକ୍ରମ ଅଣପରୀକ୍ଷିତ ରହିଛି । ମାତ୍ର ୩ଜଣ ବ୍ୟାଟ୍ସମ୍ୟାନ୍  ୬୦ରୁ ଊର୍ଦ୍ଧ୍ୱ ବଲ୍ ଖେଳିଛନ୍ତି । ସେମାନଙ୍କ ମଧ୍ୟରୁ ଜସନ ରୟ ବାଦ ପଡ଼ିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବୋଲରମାନେ ଏଥିରୁ ଫାଇଦା ଉଠାଇବେ ବୋଲି ଆଶା କରାଯାଉଛି । ୟୁଏଇ ପରିବେଶରେ ବେଶ କିଛି ଦିନ ଖେଳି ଆସୁଥିବା ମୋଇନ୍ ଅଲ୍ଲୀ ଇଂଲଣ୍ଡର ଭରସା ରହିବେ । ସ୍ପିନରଙ୍କ ବିପକ୍ଷରେ ସେ ଭଲ ଖେଳୁଥିବାରୁ ଈଶ ସୋଢ଼ି ଏବଂ ମିଚେଲ୍ ସାଣ୍ଟନରଙ୍କୁ ଟାର୍ଗେଟ କରିପାରନ୍ତି ।

ଏଥିସହିତ ପଢ଼ନ୍ତୁ: ପୁଣି ବଢ଼ିଲା ଫଡ଼ନାଭିସ୍-ନବାବ ବିବାଦ: କାଲି ଅଣ୍ଡରଓ୍ୱାଲ୍ଡ ସମ୍ପର୍କ ନେଇ ପ୍ରମାଣ ଦେବେ ନବାବ

Leave a Reply