spot_img
Home Blog Page 5117

ମେଡିସିନ୍ ପାଇଁ ୨ ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ମେଡିସିନ୍ ପାଇଁ ଘୋଷଣା ହେଲା ନୋବେଲ୍ ପୁରସ୍କାର । ୨୦୨୧ ବର୍ଷ ପାଇଁ ମେଡିସିନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୨ଜଣଙ୍କୁ ଯୁଗ୍ମ ଭାବେ ମିଳିବ ନୋବେଲ୍ ପୁରସ୍କାର । ନୋବେଲ୍ ପାଇବେ ଡେଭିଜ୍ ଜୁଲିଅସ୍ ଓ ଆରଡେମ୍ ପଟାପୋଟିଆନ୍ । ଶରୀର ତାପମାତ୍ରା ଓ ସ୍ପର୍ଶ ପାଇଁ ଉଦ୍ଧିଷ୍ଟ ରିସେପ୍ଟର ଉଦ୍ଭାବନ ପାଇଁ ମିଳିବ ପୁରସ୍କାର ।

ଏହି ଦୁଇ ଆମେରିକୀୟ ଭେଷଜ ବିଜ୍ଞାନୀଙ୍କୁ ପୁରସ୍କାର ବାବଦରେ ଗୋଟିଏ ସ୍ୱର୍ଣ୍ଣ ପଦକ ସହ ଏବଂ ୧୦ ନିୟୁତ ସ୍ୱିଡେନ କ୍ରୋନୋର ଅର୍ଥାତ ଭାରତୀ ମୁଦ୍ରାରେ 8,47,28,562 ଟଙ୍କାର ଆର୍ଥିକ ରାଶି ମିଳିବ । ଯକୃତ ସମ୍ପର୍କିତ ହେପାଟାଇଟିସ୍ ସି ଭାଇରସ ଆବିଷ୍କାର କରିଥିବାରୁ ଗତ ବର୍ଷ ୩ ଜଣ ବୈଜ୍ଞାନିକଙ୍କୁ  ନୋବେଲ ପୁରସ୍କାର ମିଳିଥିଲା।  ଯାହା ଲିଭରୁ  ମାରାତ୍ମକ ରୋଗରୁ  ଉପଶମ ଦେଇପାରିବ।

ଆଲଫ୍ରେଡ ନୋବେଲଙ୍କ ନାମରେ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ପାଇଁ ଚୟନ ନେଇ କେତେକ ନିର୍ଦ୍ଧିଷ୍ଟ ମାନଦଣ୍ଡ ରଖିଛନ୍ତି। ସେହିଅନୁଯାୟୀ,  ଫିଜିଓଲୋଜି କିମ୍ବା  ମେଡିସିନରେ  ଉତ୍କର୍ଷତା ଲାଭ କରୁଥିବା ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଆଲଫ୍ରେଡ କହିଥିଲେ ଯେ, ମୁଁ ଏମିତି ଏକ ଆବିଷ୍କାର ସନ୍ଧାନରେ ରୁହେ ଯାହା ମାନବ ସମାଜ ପାଇଁ କଲ୍ୟାଣକାରୀ ହେବ। ତେଣୁ  ନିର୍ଦ୍ଧାରିତ  ମାନଦଣ୍ଡ ପୂରଣ କରୁଥିବା ବ୍ୟକ୍ତିବିଶେଷ ହିଁ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି।  ୧୮୯୫ ଆଲଫ୍ରେଡ୍‌ ମୃତ୍ୟୁ ପରଠାରୁ ତାଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

 

ପାଣ୍ଡୋରା ପେପର୍ସ ଲିକ୍‌ ତାଲିକାରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଅନେକ ହାଇ ପ୍ରୋଫାଇଲ ନାଁ

ନୂଆଦିଲ୍ଲୀ: ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି ପାଣ୍ଡୋରା ପେପର୍ସ ତଥ୍ୟ । ବିଶ୍ୱର ହାଇପ୍ରୋଫାଇଲ ବ୍ୟକ୍ତିମାନେ ମୂଲ୍ୟବାନ ସମ୍ପତି ହାତେଇବା ପାଇଁ ବିପୁଳ ଟିକସ ଫାଙ୍କିଛନ୍ତି । ୧୯୯୬ରୁ ୨୦୨୦ ମଧ୍ୟରେ ଟ୍ୟାକ୍ସ ଠକେଇ ପାଇଁ ବେଆଇନ୍ ଅର୍ଥ କାରବାର ହୋଇଛି । ଏମାନଙ୍କ ମଧ୍ୟରେ ୩୩୦ ରାଜନେତା ଓ ୧୩୦ ଫୋବର୍ସ ବିଲିଓନାୟାର ଅଛନ୍ତି ।

ଅନ୍ତଜାତୀୟ ସଂସ୍ଥା ବିବିସି, ଦ ଗାର୍ଡିଆନ, ଭାରତର ଇଣ୍ଡିଆନ ଏକ୍ସପ୍ରେସ ସମେତ ବିଶ୍ୱର ୧୫୦ଟି ମିଡିଆ ସଂସ୍ଥା ଏହି ତଦନ୍ତ କରି ଏହି ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟ ବେଳେ ପାଖାପାଖି ୧୧.୩୩ ମିଲିୟନ ଅତି ଗୋପନୀୟ ଦସ୍ତାବିଜକୁ ନୀରିକ୍ଷଣ କରିଥିଲେ । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ‘ଗୁପ୍ତ ଡକ୍ୟୁମେଣ୍ଟ ତାଲିକାରେ ଭାରତୀୟ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର, ପପ୍ ମ୍ୟୁଜିକ୍ ତାରକା ଶାକିରା, ସୁପରମୋଡେଲ୍ କ୍ଲାଉଡିଆ ଶିଫର୍ ଏବଂ ଇଟାଲୀୟ ମାଓବାଦୀ ‘ଲେନ୍ ଦି ଫ୍ୟାଟ୍ ୱାନ୍’ ଭାବରେ ଜଣାଶୁଣା ।

ଏହି ଅନୁଯାୟୀ, ‘ସଚିନ ତେନ୍ଦୁଲକରଙ୍କ ପରାମର୍ଶଦାତା ଦର୍ଶାଇଛନ୍ତି ଯେ ତାଙ୍କର ପୁଞ୍ଜି ବିନିଯୋଗ ବୈଧ ହୋଇଛି । ଟିକସ କର୍ତ୍ତୃପକ୍ଷଙ୍କୁ ଏହା ଜଣାଇ ଦିଆଯାଇଛି । ଶାକିରାଙ୍କ ଓକିଲ କହିଛନ୍ତି ଯେ ତାଙ୍କ କମ୍ପାନୀଗୁଡିକ କହିବାକୁ ଗଲେ ସେମାନଙ୍କର କମ୍ପାନୀଗୁଡିକ କୌଣସି ଟ୍ୟାକ୍ସ ସୁବିଧା ପାଇନାହାଁନ୍ତି । ଏଥି ସହିତ ଶିଫରଙ୍କ ଓକିଲ କହିଛନ୍ତି ଯେ ସେ ବ୍ରିଟେନରେ ଟିକସ ଜମା କରିଛନ୍ତି । ସେମାନଙ୍କ ସମ୍ପତ୍ତି ସହ ଜଡିତ ତଥ୍ୟ ଲୁଚାଉଥିବା ରାଜନେତାଙ୍କ ସଂଖ୍ୟାରେ ପାକିସ୍ତାନ ସପ୍ତମ ଏବଂ ଭାରତ ଷଷ୍ଠ ସ୍ଥାନରେ ରହିଛି ।

ପାଣ୍ଡୋରା ପୂର୍ବରୁ ୫ ବର୍ଷ ତଳେ ଅର୍ଥାତ ୨୦୧୬ରେ ପ୍ରଥମ ଥର ପାଇଁ ପାନାମା ପେପର୍ସ ଲିିକ୍ ହୋଇଥିଲା । ବଡ ବଡ ଲୋକ ଏବଂ କମ୍ପାନୀଙ୍କର ଟିକସ ଚୋରି ଏହି ପେପର୍ସ ଜରିଆରେ ସାମ୍ନାକୁ ଆସିଥିଲା । ସେଲ କମ୍ପାନୀ ବା ବେନାମୀ କମ୍ପାନୀ ଜରିଆରେ ଏହି ବେଆଇନ ନେଣ ଦେଣ କରି ଟିକସ ଚୋରୀ ହୁଏ । ପାନାମାର କମ୍ପାନୀ ମୋସାକ ଫୋନସେକା ଏହି ବେଆଇନ କାରବାରକୁ ସହଯୋଗ କରୁଥିଲା । ଏହି ପାନାମା ପେପର ଲିକ ପାଇଁ ପାନାମା ଦେଶ ମଧ୍ୟ ବଦନାମ ହୋଇଛି ।

ବିଏମ୍‌ସିର ନୂଆ ଗାଇଡଲାଇନ୍: ୫୦ ଜଣଙ୍କ ମଧ୍ୟରେ ହେବ ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା

ଭୁବନେଶ୍ୱର: ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ଭୁବନେଶ୍ୱର ମହାନଗର ନିଗମର ନୂଆ ଗାଇଡଲାଇନ୍ । ଆଗାମୀ ଶୀତ ଋତୁକୁ ନଜରରେ ରଖି ବିଏମସିର ନୂଆ ଗାଇଡଲାଇନ୍ । ସର୍ବାଧିକ ୫୦ଜଣରେ ହେବ ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା । ଆୟୋଜନ ପୂର୍ବରୁ ବିଏମସିର ଅନୁମତି ନେବା ବାଧ୍ୟତାମୂଳକ । ଥଣ୍ଡା, ଜ୍ୱର, କାଶ ଥିଲେ ସମାରୋହଠାରୁ ଦୂରେଇ ରହିବେ । ବୟସ୍କ, ଗର୍ଭବତୀ ଓ ୧୦ବର୍ଷରୁ କମ ଶିଶୁଙ୍କୁ ସାମିଲ କରାଯିବାକୁ ନେଇ କଟକଣା । ସମାରୋହରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଇବେ ଆୟୋଜକ । ସମାରୋହରେ ୬ଫୁଟର ସାମାଜିକ ଦୂରତା ନିୟମ ମାନିବେ । ଖାଇବା ସମୟ ଛଡ଼ା ଅନ୍ୟ ସବୁବେଳେ ମାସ୍କ ପିନ୍ଧିବେ । ପାନ/ଗୁଟଖା ଖାଇବା ଓ ଛେପ ପକାଇବା ସମ୍ପୂର୍ଣ୍ଣ ମନା ।

ଏଥିସହିତ ପଢ଼ନ୍ତୁ: ଆଜି ଅରିନ୍ଦମଙ୍କ ଏକାଦଶାହ, ଶ୍ରଦ୍ଧାଞ୍ଜଳି ଜଣାଇଲେ ସାଥି ସାମ୍ବାଦିକ

ପିପିଲି ବାର୍ତ୍ତା ଦେଇଛି ନବୀନ ନମ୍ବର ୧, ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ହାସଲ କରିବ ବିପୁଳ ଭୋଟ୍

ଭୁବନେଶ୍ୱର: ପିପିଲି ବାର୍ତ୍ତା ଦେଇଛି ଯେ ନବୀନ ୧ ନମ୍ବର ଥିଲେ, ରହିଛନ୍ତି  । ପିପିଲି ଫଳାଫଳ ଆଗାମୀ ପଞ୍ଚାୟତ ନିର୍ବାଚନରେ କର୍ମୀଙ୍କ ମନୋବଳ ବଢାଇବ ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି । ବିକାଶ ସହ ଲୋକ ରହିଲ,  ନବୀନ ହେଉଛନ୍ତି ଜନନେତା  । ତାଙ୍କ ନେତୃତ୍ବ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ବାସ ରହିଛି  । ସବୁ ଉପନିର୍ବାଚନରେ ବିଜେଡି ଜିତିଛି ,ପଞ୍ଚାୟତ ନିର୍ବାଚନରେ ବିଜେଡି ବିପୁଳ ବିଜୟ କରିବ ବୋଲି ଦେବୀ ମିଶ୍ର କହିଛନ୍ତି ।

ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ବିଜେପିକୁ ଲୋକ ପ୍ରତ୍ୟାଖାନ କରିବା ସହିତ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ସହିତ ରହିଛନ୍ତି ବୋଲି ପ୍ରଶାନ୍ତ ମଦୁଲି କହିଛନ୍ତି । ରବିବାର ପିପିଲି ଉପନିର୍ବାଚନ ଫଳ ଘୋଷଣା ହୋଇଥିବାବେଳେ ୨୦ ହଜାରରରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀ  । ଦଳୀୟ ମହଲରେ ସଭିଏଁ ଉତ୍ସାହିତ ରହିତିବାବେଳେ ନବୀନଙ୍କ ଉପରେ ଜନତାଙ୍କ ଆସ୍ଥା ରହିଥିବା କହିଛନ୍ତି ନେତା  ।

ଚାକିରି ଦେବାକୁ କହି ଠକିନେଲେ, ୫ଜଣଙ୍କୁ ଅଟକ ରଖିଲା ପୋଲିସ

କଳାହାଣ୍ଡି: ଭବାନୀପାଟଣାରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ । ଭବାନୀପାଟଣାର ଏକ ଭଡା ଘରେ ବେନାମୀ ସଂସ୍ଥା ଖୋଲି ଯୁବକଙ୍କୁ ଚାକିରି ଦେବାକୁ କହି ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ୫ ଜଣଙ୍କୁ ଅଟକ ରଖିଛି ଟାଉନ ଥାନା ପୋଲିସ ।

ସୂଚନା ଅନୁସାରେ ବେକାର ଯୁବକଙ୍କୁ ଚାକିରି ଦେବାକୁ କହି ୨୨ହଜାର ଜମା କରିବାକୁ ଯୁବକଙ୍କୁ କୁହାଯାଉଥିଲା । ଚାକିରି ଆଶାୟୀ ଯୁବକ ମାନଙ୍କୁ ଗୃହଗନ୍ଦି ଭାବେ ରଖାଯାଉଛି । ତେବେ ଚାକିରି ଦେବା ନାଁରେ ଠକାଯାଉଥିବା ଜାଣିପାରି ପୁରୀ କାକଟପୁରର ସୌମ୍ୟ ରଞ୍ଜନ ନିଜ ସାଙ୍ଗକୁ କହିବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଛି ।

ପିପିଲିରେ ପରାଜୟ: କାରଣ କହିଲେ ବିଜେପି ନେତା ଖାରବେଳ ସ୍ୱାଇଁ

ଭୁବନେଶ୍ୱର: ପିପିଲି ପରାଜୟ ପରେ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ପ୍ରତିକ୍ରିୟା । ବିଜେଡିକୁ ହରାଇବାକୁ ବିଜେପି ପାଖରେ ବିକଳ୍ପ ବ୍ୟବସ୍ଥା ନାହିଁ । ତେଣୁ ଓଡ଼ିଶାରେ ବିଜେପି ବାରମ୍ବାର ବିଫଳ ହେଉଛି । ଏହାର କାରଣ ଖୋଜିବାର ଆବଶ୍ୟକତା ରହିଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ  ।

ବିଜେପି ୭୬ ହଜାର ଭୋଟ ପାଇଥିବାବେଳେ ଗତ ନିର୍ବାଚନ ଠାରୁ ମଧ୍ୟ ଅଧିକ ଭୋଟ ପାଇଛି  । ତଥାପି ଦଳର ସମନ୍ୱୟ ଅଭାବ ହିଁ ବିଜେପିକୁ ପରାଜୟ ମୁହଁକୁ ଠେଲି ଦେଇଥିବା କହିଛନ୍ତି ଖାରବେଳ  । ସେପଟେ ଓଡ଼ିଶାରେ ବିଜେପି କାହିଁକି ହାରୁଛି, କେନ୍ଦ୍ରୀୟ ନେତା ସମୀକ୍ଷା କରନ୍ତୁ ବୋଲି ବିଜେପି ନେତା ଖାରବେଳ ସ୍ବାଇଁ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ବଡ଼ ଫୈସଲା, ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ୍ ଜନିତ ମୃତ୍ୟୁ ଲେଖା ନଥିଲେ ବି ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ: କରୋନା ଜନିତ ମୃତ୍ୟୁ ହେଲେ କ୍ଷତିପୂରଣ ହିସାବରେ ୫୦ ହଜାର ଟଙ୍କା ଦେବାକୁ କେନ୍ଦ୍ରର ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଅନୁମୋଦନ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ମୃତକଙ୍କ ପରିବାରକୁ ଦିଆଯାଇଥିବା ଏହି କ୍ଷତିପୂରଣ ଅନ୍ୟ କଲ୍ୟାଣକାରୀ ଯୋଜନାଠାରୁ ଭିନ୍ନ ହେବ । ଦାବିର ୩୦ ଦିନ ମଧ୍ୟରେ ଏହି ଦେୟ ପ୍ରଦାନ କରାଯିବ । ଉକ୍ତ ଅନୁକମ୍ପାମୂଳକ ଅର୍ଥରାଶି ‘ରାଜ୍ୟ ବିପର୍ଯ୍ୟୟ ରିଲିଫ୍‌ ଫଣ୍ଡ୍‌’ରୁ ଦିଆଯିବ। ମୃତ୍ୟୁର କାରଣ କୋଭିଡ୍‌-୧୯ ବୋଲି ସାର୍ଟିଫିକେଟ୍‌ରେ ଉଲ୍ଲେଖ ଥାଇ ଦରଖାସ୍ତ ଦାଖଲ ହେବାର ୩୦ ଦିନ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ସୁପ୍ରିମ୍‌ କୋର୍ଟ କହିଛନ୍ତି।

କ୍ଷତିପୂରଣ ପାଇଁ ‘କୋଭିଡ କାରଣରୁ ମୃତ୍ୟୁ’ ପ୍ରମାଣପତ୍ର ଆବଶ୍ୟକ ନୁହେଁ

ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ମୃତ୍ୟୁ ପ୍ରମାଣପତ୍ରରେ କୋଭିଡକୁ ମୃତ୍ୟୁର କାରଣ ଭାବରେ ଉଲ୍ଲେଖ କରାଯାଇନଥିବାରୁ କୌଣସି ସରକାର କ୍ଷତିପୂରଣ ଦେବା ପାଇଁ ମନା କରିପାରିବେ ନାହିଁ । ଯଦି ସାର୍ଟିଫିକେଟ୍ ପୂର୍ବରୁ ପ୍ରଦାନ କରାଯାଇଛି ଏବଂ ପରିବାର କୌଣସି ସଦସ୍ୟଙ୍କର ଆପତ୍ତି ଅଛି, ତେବେ ସେମାନେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିପାରିବେ । ପ୍ରାଧିକରଣକୁ RT-PCR ପରି ଆବଶ୍ୟକୀୟ ଦଲିଲ ଦେଖାଇବା ପରେ ମୃତ୍ୟୁ ପ୍ରମାଣପତ୍ରରେ ପରିବର୍ତ୍ତନ କରିବାକୁ ପଡିବ । ଏହା ପରେ ମଧ୍ୟ ଯଦି ପରିବାରର କିଛି ଆପତ୍ତି ଥାଏ, ତେବେ ଏହା ଅଭିଯୋଗ ସମାଧାନ କମିଟି ଆଗରେ ଯାଇପାରେ ।

କେନ୍ଦ୍ର ପକ୍ଷରୁ ଶେଷ ଶୁଣାଣିରେ ସୁପ୍ରିମକୋର୍ଟଙ୍କୁ କୁହାଯାଇଥିଲା ଯେ, କ୍ଷତିପୂରଣ ରାଶି ପାଇଁ କୋଭିଡ ମୃତ୍ୟୁ ପ୍ରମାଣପତ୍ର ଦେଖାଇବାକୁ କରିବାକୁ ପଡିବ। ରାଜ୍ୟ ସରକାର SDRF ରୁ ଏହି ଟଙ୍କା ଦେବେ ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏହି ଟଙ୍କା ବଣ୍ଟନ କରିବେ । ଏଥିପାଇଁ ଦାବିଦାର ସଂପୃକ୍ତ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଆବଶ୍ୟକୀୟ ଦଲିଲ ଏବଂ ମୃତ୍ୟୁ ପ୍ରମାଣପତ୍ର ଉପସ୍ଥାପନ କରିବେ ଏବଂ ଏହାର ଯାଞ୍ଚ ହେବାପରେ ୩୦ ଦିନ ମଧ୍ୟରେ ତାଙ୍କୁ କ୍ଷତିପୂରଣ ଦିଆଯିବ । ଏହି ଟଙ୍କା ଆଧାର ଲିଙ୍କ୍ ହେବ ଏବଂ ମୃତକଙ୍କ ସମ୍ପର୍କୀୟମାନେ ନିର୍ଦ୍ଦେଶକ ବେନିଫିଟ୍ ଟ୍ରାନ୍ସଫର ପ୍ରକ୍ରିୟା ମାଧ୍ୟମରେ ଏହି ରାଶି ପାଇବେ ।

ଅଟକ ରଖିଲା ପୋଲିସ, ଝାଡୁ ମାରିଲେ ପ୍ରିୟଙ୍କା,

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସୀତାପୁରରେ ଅଟକ ରଖିଛି ପୋଲିସ । ଲକ୍ଷ୍ମୀପୁରରେ ଚାଷୀଙ୍କୁ ହତ୍ୟା ଘଟଣାରେ ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ସୀତାପୁରଠାରେ ପ୍ରିୟଙ୍କାଙ୍କୁ ପୋଲିସ ଅଟକାଇବା ସହ ଏକ ଗେଷ୍ଟ ରୁମରେ ରଖିଛି । ପୋଲିସ ତାଙ୍କୁ ଅଟକ ରଖିଥିବା ରୁମକୁ ପ୍ରିୟଙ୍କା ସଫା କରୁଥିବା ଦେଖାଯାଇଛି । ପ୍ରିୟଙ୍କା ସେହି ଘର ଝାଡୁ ମାରିବା ପରେ ତଳେ ବସିଥିବାର ଭିଡିଓ ଭାଇରାଲ ହେଉଛି ।

ସେପଟେ ପ୍ରିୟଙ୍କାଙ୍କୁ ସମର୍ଥନ କରି ଭାଇ ତଥା ସାଂସଦ  ରାହୁଲ ଗାନ୍ଧୀ ସେହି ଚିତ୍ରକୁ ଟ୍ୱିଟ କରିଛନ୍ତି  । କହିଛନ୍ତି, ସେମାନେ ତୁମ ସାହସ ଦେଖି ଡରି ଯାଇଛନ୍ତି । ମୁଁ ଜାଣିଛି ତୁମେ କେବେ ପଛକୁ ହଟିବ ନାହିଁ ବୋଲି  । ହରଗାଁ ପୋଲିସ ଥାନା ଅଞ୍ଚଳରେ ଆଜି ଭୋରରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଅଟକାଇଥିଲା । ପରେ ତାଙ୍କୁ ସୀତାପୁର ଜିଲ୍ଲାର ଏକ ଗେଷ୍ଟ ହାଉସକୁ ନିଆଯାଇଛି । ସେ ତିକୁନିଆ ଅଞ୍ଚଳକୁ ଯାଇ ସେଠାରେ ମୃତକଙ୍କ ପରିବାରକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିଲା ।

ଆଜି ଅରିନ୍ଦମଙ୍କ ଏକାଦଶାହ, ଶ୍ରଦ୍ଧାଞ୍ଜଳି ଜଣାଇଲେ ସାଥି ସାମ୍ବାଦିକ

ଭୁବନେଶ୍ୱର: ଆଜି ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଏକଦଶାହ । ଏ ନେଇ ଭୁବନେଶ୍ବର ସାମ୍ବାଦିକମାନେ ଏଜି ଛକ ସ୍ଥିତ ଡଟ୍ କମଠାରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିଥିଲେ । ଏଥିରେ ଅନେକ ଗଣମାଧ୍ୟମ ସଂସ୍ଥାର ସଂପାଦକ ଓ ସାମ୍ବାଦିକ ଯୋଗ ଦେଇଥିଲେ । ବିଗତ ଦିନରେ ଅରିନ୍ଦମଙ୍କ ଦ୍ବାରା ପରିବେଶିତ ଖବର ଓ ଦୁଃସାହସିକ ରିପୋର୍ଟଂର ସମସ୍ତେ ସ୍ମୁତିଚାରଣ କରିଥିଲେ । ଆଜିଠାରୁ ଠିକ୍ ୧୧ ଦିନ ତଳେ ମୁଣ୍ଡଳୀଠାରେ ହାତୀ ଉଦ୍ଧାର ଅପରେସନ୍ ଖବର ପରିବେଶଣ କରିବାକୁ ଯାଇ ଅରିନ୍ଦମଙ୍କ ମୃତ୍ୟୁ ଘଟିଥିଲା  ।

ସେହିପରି ସହଯୋଗୀ ତଥା କ୍ୟାମେରାପର୍ସନ ପ୍ରଭାତ ସିହ୍ନାଙ୍କ ସମେତ ଓଡ୍ରାଫର କିଛି ସଦସ୍ୟ ଉଦ୍ଧାର ହୋଇଥିବାବେଳେ  । ସୀତାରାମ ମୁର୍ମୁଙ୍କ ଭଳି ସାହାସୀ କର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା  । ଯୁବ ସାମ୍ବାଦକ  ଅରିନ୍ଦମଙ୍କ ମୃତ୍ୟୁୂରେ ବିଭିନ୍ନ ମହଲରେ ଶୋକ ଖେଳିଯାଇଥିଲା । ଆଜି ଦିବଙ୍ଗତ ଅରିନ୍ଦମ ଦାସଙ୍କ ଏକାଦଶାହ ଥିବାବେଳେ ଭୁବନେଶ୍ୱର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସଭିଏ ପୁଷ୍ପଞ୍ଜଳି ପ୍ରଦାନ କରିଥିଲେ  । ଏବଂ ଆଗାମୀ ଦିନରେ ସାମ୍ବାଦିକଙ୍କୁ ସରକ୍ଷା ଅବଲମ୍ବନ କରି ରିପୋର୍ଟିଂ କରିବା ଦିଗରେ ଶ୍ରଦ୍ଧାଞ୍ଜଳୀ ସଭାରେ ଆଲୋଚନା ହୋଇଥିଲା ।

ପାଣ୍ଡୋରା ପେପର୍ସରେ ୭୦୦ ପାକିସ୍ତାନୀଙ୍କ ନାମ, କ’ଣ ପାଇଁ ମୁସ୍କିଲରେ ଇମ୍ରାନ୍ ?

ନୂଆଦିଲ୍ଲୀ: ‘ପାଣ୍ଡୋରା ପେପର୍ସ ଲିକ୍‌’ ରୂପେ ଜଣାଶୁଣା ଆର୍ଥିକ ରେକର୍ଡ ଅପ୍ରତ୍ୟାଶିତ ଭାବେ ‘ଲିକ୍‌’ ହୋଇଯିବାରୁ ଏସିଆ ଏବଂ ମଧ୍ୟ ପ୍ରାଚ୍ୟରୁ ଆରମ୍ଭ କରି ଲାଟିନ୍‌ ଆମେରିକା ପର୍ଯ୍ୟନ୍ତ ବହୁ ସାମ୍ପ୍ରତିକ ଏବଂ ପୂର୍ବତନ ବିଶ୍ୱ ନେତୃବୃନ୍ଦଙ୍କର ବିଦେଶରେ ଥିବା ସମ୍ପତ୍ତି ତଥ୍ୟାବଳୀ ପ୍ରଘଟ ହୋଇଯାଇଛି। ‘ଦି ଇଣ୍ଟର୍‌ନ୍ୟାସ୍‌ନାଲ୍‌ କନ୍‌ଷ୍ଟୋରିୟମ୍‌ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ଣ୍ଣାଲିଷ୍ଟ୍‍ସ୍‌’ ୧୪ଟି ପୃଥକ୍‌ ଆଇନଗତ ଏବଂ ଆର୍ଥିକ ସେବା ପ୍ରଦାନକାରୀ କମ୍ପାନିରୁ ପାଇଥିବା ୧୧.୯ ନିୟୁତ ଗୁପ୍ତ ଦଲିଲ୍‌ ଉପରୋକ୍ତ ତଥ୍ୟ ମିଳିଛି। ବିଗତ ୨୫ ବର୍ଷ ହେଲା ବିଶ୍ୱର ଅନେକ ନେତା, ରାଜନେତା, କୋଟିପତି, ସେଲିବ୍ରିଟି, ଧାର୍ମିକ ନେତା ଏବଂ ଡ୍ରଗ୍‌ ଡିଲର୍ସମାନେ ‘ମାନିସନ୍‌ସ୍‌’, ‘ଏକ୍ସକ୍ଲୁସିଭ୍‌ ବିଚ୍‌ଫ୍ରଣ୍ଟ୍‌ ପ୍ରପର୍ଟି’, ‘ୟଟ୍‌’ ଏବଂ ଅନ୍ୟାନ୍ୟ ସମ୍ପତ୍ତିରେ ବିନିଯୋଗ କରିଥିବା ଅର୍ଥ ସମ୍ବନ୍ଧୀୟ ତଥ୍ୟାବଳୀ ଗୁପ୍ତ ରଖିଥିବା କଥା ଉପରୋକ୍ତ ଦଲିଲରୁ ଜଣାପଡ଼ିଛି।

ତେବେ ପାଣ୍ଡୋରା ପେପର୍ସ ଲିକ ହେବା ପରେ ପାକିସ୍ତାନ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏହି ତାଲିକାରେ ପାକିସ୍ତାନର ୭୦୦ ବ୍ୟକ୍ତିଙ୍କ ନାମ ପ୍ରକାଶ ପାଇଛି। ଏଥିମଧ୍ୟରେ ଇମରାନ ସରକାରର ଅର୍ଥମନ୍ତ୍ରୀ ଶୌକତ ତାରିନ, ଜଳ ସମ୍ପଦ ମନ୍ତ୍ରୀ ମୁନିସ ଇଲାହି, ସାଂସଦ ଫୈସଲ ବାୱଡା, ଶିଳ୍ପ ଓ ଉତ୍ପାଦନ ମନ୍ତ୍ରୀ ଖୁସ୍ରୋ ବଖତିୟାରଙ୍କ ପରିବାର ସଦସ୍ୟ ଅଛନ୍ତି । ଏହା ବ୍ୟତୀତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କିଛି ନିକଟତର, ବିରୋଧୀ ଦଳର ନେତା ତଥା ବହୁ ସେନା ଅଧିକାରୀଙ୍କ ନାମ ମଧ୍ୟ ରହିଛି ।

ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଇମ୍ରାନ ଖାନ ଟ୍ୱିଟ କରି କହିଛନ୍ତି ଯେ, ଯେଉଁମାନଙ୍କ ନାମ ନୂଆ ତାଲିକାରେ ଆସିଛି, ସେମାନଙ୍କୁ ଯାଞ୍ଚ କରାଯିବ ଏବଂ ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେବାକୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛନ୍ତି । ଇମ୍ରାନ ଟ୍ୱିଟ କରି ଲେଖିଛନ୍ତି ଯେ, ‘ଆମେ ପାଣ୍ଡୋରା ପେପର୍ସକୁ ସ୍ୱାଗତ କରୁଛୁ… ଯାହା ଧନୀଲୋକମାନଙ୍କର ଅବୈଧ ସମ୍ପତ୍ତିର ଖୁଲାସା କରିଛି । ଟ୍ୟାକ୍ସ ଫାଙ୍କିବା ଏବଂ ଦୁର୍ନୀତି କରି ଟଙ୍କା ଜମା କରଛନ୍ତି । ଜାତିସଂଘର ମହାସଚିବ FACTI ଆନୁମାନିକ ୭ ଟ୍ରିଲିୟନ ଡଲାର ମୂଲ୍ୟର ସମ୍ପତ୍ତିର ଆକଳନ କରିଛନ୍ତି ଯାହା ଚୋରି ହୋଇ ବିଦେଶକୁ ପଠାଯାଇଛି ।

ଅନ୍ୟପଟେ ବିରୋଧୀ ଏହି ପ୍ରସଙ୍ଗରେ ପାକିସ୍ତାନ ସରକାର ଉପରେ ଆକ୍ରମଣ କରିଛନ୍ତି । ପାଣ୍ଡୋରା ପେପର୍ସ ପ୍ରକାଶ ପାଇବା ପରେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ, ଇମ୍ରାନ ଖାନଙ୍କ ଇସ୍ତଫା ଦାବି କରିଛନ୍ତି । ଏକ ଗଣମାଧ୍ୟମ ସମ୍ମିଳନୀରେ ପିଏମଏଲ-ଏନ ସଚିବ ଏହସାନ ଇକବାଲ ଏ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ଇମ୍ରାନ ଖାନ ବର୍ତ୍ତମାନ ଇସ୍ତଫା ଦିଅନ୍ତୁ। ତୋଶାନା ମାମଲାରେ ତାଙ୍କ ନାମ ଆସିଥିଲା। ପାଣ୍ଡୋରା ପେପର୍ସରେ ତାଙ୍କ ନାମ ଆସିବାର ଏକ ସମ୍ଭାବନା ମଧ୍ୟ ଅଛି । ଏହି ପେପରରେ ପାକିସ୍ତାନର ବହୁ ମନ୍ତ୍ରୀଙ୍କ ନାମ ଦେଖାଯିବା ପରେ ଇମ୍ରାନଙ୍କର ଆଉ ଏହି ପଦରେ ରହିବାର ନୈତିକ କାରଣ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ପାଞ୍ଚ ବର୍ଷ ପୂର୍ବେ ପାନାମା ପେପର ଲିକରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାମ ପ୍ରକାଶ ପାଇଥିଲା। ଏହା ପରେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଲା। ଏହା ବ୍ୟତୀତ ଏହି ତାଲିକାରେ ଅନେକ ସେଲିବ୍ରିଟିଙ୍କ ନାମ ମଧ୍ୟ ଦେଖାଦେଇଛି । ପାକିସ୍ତାନର ଲେଜେଣ୍ଡାରୀ କ୍ରିକେଟର ଇମ୍ରାନ ଖାନ ନୱାଜ ସରିଫଙ୍କ ବିଫଳତାକୁ ଟାର୍ଗେଟ କରି କ୍ଷମତା ହାସଲ କରିଥିଲେ ଏବଂ ସେ ଏକ ନୂଆ ପାକିସ୍ତାନ ସୃଷ୍ଟି କରିବାର ସ୍ୱପ୍ନ ଦେଖାଇଥିଲେ, କିନ୍ତୁ ବର୍ତ୍ତମାନ ପାଣ୍ଡୋରା ପେପର ଲିକ୍ ଇମ୍ରାନ ସରକାରଙ୍କ ଅନେକ ମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିବା ପରେ ତାଙ୍କ ପାଇଁ ଚ୍ୟାଲେଞ୍ଜ ଆହୁରୀ ବଢ଼ିଯାଇଛି ।