ନବୀନ-ଜଗନ ଭେଟଘାଟ, କିଏ-କାହାକୁ କଣ ଦେଲେ ?

Naveen Gives Boita, Jagan Gives Tirupati

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି ଆଲୋଚନା ପରେ ଫେରି ଯାଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଅଢ଼େଇ ଘଣ୍ଟାର ଓଡ଼ିଶା ଗସ୍ତ ସମୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ଜଗନ ମୋହନ । କୋଟିଆ ସୀମା ବିବାଦ, ପୋଲାଭରମ, ନେରାଡ଼ି ଆଦି ପ୍ରକଳ୍ପ ବାବଦରେ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ସମାଧାନର ବାଟ ଖୋଜି ବାହାର କରିଛନ୍ତି । ଏଥିସହ ବିଭିନ୍ନ ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି ।

Naveen Gives Boita, Jagan Gives Tirupati

ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ ସହ କେବଳ ସୀମା ଲାଗି ରହିନାହିଁ । ପ୍ରାଚୀନ ଐତିହ୍ୟ ଓ ସଂସ୍କୃତି ମଧ୍ୟ ଜଡ଼ିତ ହୋଇ ରହିଛି । ଏହାକୁ ମନେ ପକାଇଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ । ଜଗନ ମୋହନ ରେଡ୍ଡୀଙ୍କ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସାଧବ ପୁଅଙ୍କ ସ୍ମୃତି ବୋଇତର ପଟ୍ଟଚିତ୍ର ଉପହାର ଭାବେ ଦେଇଛନ୍ତି । ମନେ ପକାଇ ଦେଇଛନ୍ତି ସାଧବ ପୁଅ କିଭଳି ସାତ ସମୁଦ୍ର ପାରି ହୋଇ ବେପାର ବଣିଜ କରୁଥିଲେ ।

Naveen Gives Boita, Jagan Gives Tirupati

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉପହାର ଭେଟି ଦେଇଛନ୍ତି । ପ୍ରସିଦ୍ଧ ତିରୁପତିଙ୍କ ଫଟୋଚିତ୍ର ନବୀନଙ୍କୁ ଭେଟି ଦେଇଛନ୍ତି ଜଗନ ମୋହନ ରେଡ୍ଡୀ ।

Leave a Reply