ରାହୁଲ-ରୋହିତ ଯୁଗର ଆରମ୍ଭ: ଆଜିଠୁ ଆରମ୍ଭ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ

1 min read

ଜୟପୁର: ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ୍ । ସନ୍ଧ୍ୟା ୭ଟାରେ ଜୟପୁରରେ ମୁହାଁମୁହଁ ହେବେ ୨ ଦଳ । ବହୁ ଦିନ ପରେ ଘରୋଇ ମାଟିରେ ମ୍ୟାଚ୍ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଏଥି ପାଇଁ ସମସ୍ତ ଖେଳାଳି ବେଶ ଉତ୍ସାହିତ ଥିବା ସହ ବ୍ଲାକ କ୍ୟାପକୁ ଚକମା ଦେବା ପାଇଁ ଜୋରଦାର ଅଭ୍ୟାସ କରିଛନ୍ତି । ବିରାଟ କୋହଲୀଙ୍କ ଅବସର ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍ । ଉପ-ଅଧିନାୟକ ଲୋକେଶ ରାହୁଲ, ଋତୁରାଜ ଗାଏକଓ୍ୱାଡ, ଶ୍ରେୟସ ଆୟାର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ଥ, ଭେଙ୍କଟେସ୍ ଆୟାର, ଅକ୍ସର ପଟେଲ, ଆବେଶ ଖାନ, ହର୍ସଲ ପଟେଲ୍ ଦୀପକ ଚହର ଓ ମହମ୍ମଦ ସିରାଜଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ନବାଗତକୁ ଅଧିକ ସୁଯୋଗ ମିଳିଥିବାରୁ ମ୍ୟାଚ୍ ବେଶ ରୋମାଞ୍ଚକର ହେବା ନେଇ ଆଶା ରହିଛି । ସେପଟେ ଓ୍ୱିଲିୟମସନ୍‌ଙ୍କ ବଦଳରେ ଟିମ୍ ସାଉଥୀ କିଓ୍ୱି ଦଳର ମଙ୍ଗ ସମ୍ଭାଳିବେ । ମାର୍ଟିନ ଗୁପତିଲ୍, ଡାରି ମିଚେଲ୍. ଜିମି ନିଶାମ, ଟ୍ରେଣ୍ଟ ବୋଲ୍ଚଙ୍କୁ ନେଇ ପଡିଆକୁ ଓହ୍ଲାଇବ ଭ୍ରମଣକାରୀ ଦଳ । ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଥିବାରୁ ଦଳର ମନୋବଳ ସୁଦୃଢ଼ ରହିଛି । ଅପରପକ୍ଷରେ ଭାରତ ସଦ୍ୟ ସମାପ୍ତ ଟି-୨୦ ବିଶ୍ୱକପରେ ନକଆଉଟ ରାଉଣ୍ଡରେ ପ୍ରବେଶ କରିବାରେ ବିଫଳ ହୋଇଥିଲା । ଏଭଳି ସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କ ମନୋବଳ ଦୃଢ଼ ଥିଲେ ହେଁ, ଘରୋଇ ପରିବେଶ ବେଶ ଫାଇଦା ଉଠାଇ ଟିମ୍ ଇଣ୍ଡିଆ ।

ଅନ୍ୟପକ୍ଷରେ ରାହୁଲ ଦ୍ରାବିଡ଼ ମଧ୍ୟ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ କରିସାରିଥିବା ବେଳେ ଆଜି ଟିମ୍ ଇଣ୍ଡିଆ ତାଙ୍କ ତତ୍ତ୍ୱାବଧନରେ ପଡ଼ିଆକୁ ଓହ୍ଲାଇବ । ପୂର୍ବରୁ ଶ୍ରୀଲଙ୍କା ଗସ୍ତ ସମୟରେ ମଧ୍ୟ ଟିମ୍ ଇଣ୍ଡିଆର କୋଚ୍ ଦାୟିତ୍ୱ ତୁଲାଇଥିଲେ ରାହୁଲ  । ଅଣ୍ଡର-୧୯ କ୍ରିକେଟ ବିଶ୍ୱକପ ବିଜୟୀ ଟିମ୍‌ର ମଧ୍ୟ ସେ କୋଚ୍ ଥିଲେ । ତାଙ୍କ ତତ୍ତ୍ୱାବଧନାରେ ଯୁବ କ୍ରିକେଟରମାନେ ଭଳ ପ୍ରଦର୍ଶନ କରିବା ସହ ବିଶ୍ୱକପ ହାତେଇପାରିଥିଲେ ।

ଏଥିସହିତ ପଢ଼ନ୍ତୁ: ୨୯ ବର୍ଷ ପରେ ପାକିସ୍ତାନକୁ ଫେରିଲା ଆଇସିସି ଟୁର୍ଣ୍ଣାମେଣ୍ଟ; ୨୦୨୫ରେ ଆୟୋଜକ ହେବ ପାକିସ୍ତାନ

Leave a Reply