ମହାତ୍ମା ଗାନ୍ଧୀଙ୍କୁ ଅଭିନେତ୍ରୀ ପଦ୍ମଶ୍ରୀ କଙ୍ଗନା ରାଣାଓ୍ୱତଙ୍କ କଟାକ୍ଷ: କହିଲେ, ଗୋଟିଏ ଗାଲ ଦେଖାଇ ସ୍ୱାଧୀନତା ପାଇବା ଭିକ୍ଷା

1 min read

ମୁମ୍ୱାଇ: ପୁଣି ଅଭିନେତ୍ରୀ ପଦ୍ମଶ୍ରୀ କଙ୍ଗନା ରାଣାଓ୍ୱତଙ୍କ ପାଗଳାମୀ । ଏଥର ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ କରିଛନ୍ତି କଟାକ୍ଷ । କହିଛନ୍ତି ମହାତ୍ମା ଗାନ୍ଧିଙ୍କଠାରୁ ସୁଭାଷ ଚନ୍ଦ୍ର ବୋଷ ଓ ଭଗତ ସିଂ ସମର୍ଥନ ପାଇ ନଥିଲେ । ଏହା ସହ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ସେ ସମାଲୋଚନା କରିଛନ୍ତି । କହିଛନ୍ତି – ଗୋଟିଏ ଗାଲ ଦେଖାଇ ସ୍ୱାଧୀନତା ପାଇବା ଏକ ଭିକ୍ଷା । ପୂର୍ବରୁ ବି ସେ ସ୍ୱାଧୀନତାର ଇତିହାସକୁ ଅବମାନନା କରି କହିଥିଲେ ୧୯୪୭ରେ ଯେଉଁ ସ୍ୱାଧୀନତା ଆସିଥିଲା ତାହା ଏକ ଭିକ୍ଷା ଥିଲା । ବରଂ ୨୦୧୪ରେ ହିଁ ପ୍ରକୃତ ସ୍ୱାଧୀନତା ଆସିଥିଲା । ନିଜ ଇନଷ୍ଟାଗ୍ରାମରେ କଙ୍ଗନା କହିଛନ୍ତି ଆପଣମାନେ ନିଜ ଜ୍ଞାନ ଓ ବିବେକ ଅନୁସାରେ ନିଜର ନାୟକଙ୍କୁ ଚିହ୍ନନ୍ତୁ ।

ସେ ଏହା ସହ ନେତାଜୀଙ୍କୁ ହସ୍ତାନ୍ତର କରିବା ଲାଗି ଗାନ୍ଧିଜୀ ଓ ଅନ୍ୟମାନେ ରାଜି ହୋଇଥିଲେ ବୋଲି ପ୍ରକାଶିତ ଖବରର ଏକ କ୍ଲିପିଂ ବି ସେୟାର କରିଛନ୍ତି । ଏହି ରିପୋର୍ଟରେ ପ୍ରକାଶିତ ହୋଇଛି- ଯଦି ନେତାଜୀ ଭାରତରେ ପ୍ରବେଶ କରନ୍ତି ତେବେ ତାଙ୍କୁ ହସ୍ତାନ୍ତର କରିବା ଲାଗି ବ୍ରିଟିଶ ସହ ଗାନ୍ଧିଜୀ, ଜବାହାରଲାଲ ନେହରୁ ଓ ମହମ୍ମଦ ଅଲ୍ଲୀ ଜିନ୍ନା ଏକ ରାଜିନାମା କରିଥିଲେ । କଙ୍ଗନା କହିଛନ୍ତି ଆପଣ ଗାନ୍ଧିଜୀ କିମ୍ବା ନେତାଜୀଙ୍କ ମଧ୍ୟରୁ ଜଣକର ହିଁ ସମର୍ଥକ ହୋଇପାରିବେ । ଦୁଇ ଜଣଙ୍କ ସମର୍ଥକ ହୋଇପାରିବେ ନାହିଁ । ସେ ଆହୁରି କହିଛନ୍ତି ଶୋଷଣକାରୀ ଶକ୍ତି ବିରୋଧରେ ଲଢେଇ ଲାଗି ସାହସ ନଥିବା କ୍ଷମତାଲିପସୁ ଓ ଚତୁର ବ୍ୟକ୍ତିମାନେ ପ୍ରକୃତ ସଂଗ୍ରାମୀମାନଙ୍କୁ ହସ୍ତାନ୍ତର କରିଥିଲେ । ଏପରିକି ଭଗତ ସିଂ ଫାଶୀ ପାଆନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିବା ନେଇ ପ୍ରମାଣ ରହିଛି ବୋଲି କଙ୍ଗନା କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ସରକାର

Leave a Reply