କୋଲକାତାରୁ ସଡ଼କ ପଥରେ ଆସିବ ବିଜୁବାବୁଙ୍କ ଯୁଦ୍ଧ ବିମାନ ‘ଡାକୋଟା’

Biju Patnaik's Dakota Jet Fighter To Transport Odisha In Road

ଭୁବନେଶ୍ୱର: ଜାରି ରହିଛି ବିଜୁବାବୁଙ୍କ ଐତିହାସିକ ଡାକୋଟା ବିମାନକୁ ଭୁବନେଶ୍ୱର ଫେରାଇ ଆଣିବା ଉଦ୍ୟମ । ଏଥିପାଇଁ ପରିବହନ ବିଭାଗକୁ ପ୍ରସ୍ତାବ ଦେଇଛି ବିଧାନସଭା ଷ୍ଟାଣ୍ଡିଂ କମିଟି । କେମିତି ଓ କାହା ଦ୍ୱାରା ଏହାକୁ ଅଣାଯିବ, ସେନେଇ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରି ମ୍ୟୁଜିୟମ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ସୁପାରିସ କରାଯାଇଛି । ଏଥିପାଇଁ ପୂର୍ବତନ ସେନା ଅଧିକାରୀମାନେ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ।

Biju Patnaik's Dakota Jet Fighter To Transport Odisha In Road

ଫେରିବ ଡାକୋଟା, ପ୍ରସ୍ତୁତ ହେବ ବଜେଟ୍‌ । ନିର୍ମାଣ ହେବ ଡାକୋଟା ମ୍ୟୁଜିୟମ୍‌ । ଗଠନ ହୋଇପାରେ ଟିମ୍ । ଦୀର୍ଘ ୫ ଦଶନ୍ଧିରୁ ଅଧିକ ହେଲା କୋଲକାତା ବିମାନବନ୍ଦରରେ ପଡ଼ି ରହିଛି ବିଜୁବାବୁଙ୍କ ଅସୀମ ସାହସର ପ୍ରତୀକ ଡାକୋଟା ବିମାନ । ଏହି ବିଶାଳକାୟ ଯୁଦ୍ଧ ବିମାନକୁ ଓଡ଼ିଶା ଆଣିବା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ପରିବହନ ବିଭାଗକୁ ବିଭିନ୍ନ ପ୍ରସ୍ତାବ ଦେଇଛି ବିଧାନସଭା ଷ୍ଟାଣ୍ଡିଂ କମିଟି । ସଡ଼କ ପଥରେ ଭୁବନେଶ୍ୱର ଆସିବ ଡାକୋଟା । ଏହାର ଖର୍ଚ୍ଚ ବାବଦ ଚିଠା ପ୍ରସ୍ତୁତ କରିବା ପାଇଁ ପରିବହନ ବିଭାଗକୁ ସୁପାରିସ୍‌ କରାଯାଇଛି । ଭୁବନେଶ୍ୱର ଆସିବା ପରେ ଏହାକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରଖିଲେ ସର୍ବସାଧାରଣ ଦେଖି ପାରିବେ ନାହିଁ ।

Biju Patnaik's Dakota Jet Fighter To Transport Odisha In Road

ତେଣୁ ଡାକୋଟାର ମରାମତି ସାରି ତାକୁ ରଖିବା ପାଇଁ ମ୍ୟୁଜିୟମ ପ୍ରତିଷ୍ଠା ଉପରେ ଜୋର ଦିଆଯାଇଛି । ବିଭିନ୍ନ ସମୟରେ ଅନେକ ଅନୁଷ୍ଠାନ ପକ୍ଷରୁ ଡାକୋଟା ଆଣିବାକୁ କୋଟି କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି । ହେଲେ ୫୦ ଲକ୍ଷ ଟଙ୍କା ଭିତରେ କାମ ହୋଇଯିବ ବୋଲି ବିଶେଷଜ୍ଞ କହିଛନ୍ତି । ଅବସରପ୍ରାପ୍ତ ସେନା ଅଧିକାରୀମାନେ ଏହାକୁ ଆଣିବାର ବୈଷୟିକ ଦିଗ ଉପରେ ବି ଆଲୋକପାତ କରିଛନ୍ତି । ଡାକୋଟାର ଦୁଇଟି ଯାକ ଡେଣାକୁ ଖୋଲି ଏକ ବଡ଼ ଟ୍ରେଲର ଯୋଗେ ଅଣାଯାଇ ପାରିବ । ଭୁବନେଶ୍ୱର ଆଣି ପୁଣି ଡେଣା ଲଗାଯିବା ସହ ମରାମତି କରାଯାଇ ପାରିବ । ଏଥିପାଇଁ ସ୍ଥଳସେନା, ଜଳସେନା ଓ ବାୟୁସେନାର ଆଭିଏଟରମାନେ ସହଯୋଗ କରିବେ ।

Biju Patnaik's Dakota Jet Fighter To Transport Odisha In Road

ବିଶ୍ୱଯୁଦ୍ଧରୁ ଆରମ୍ଭ କରି ବିଭିନ୍ନ ଦେଶର ସ୍ୱାଧୀନତା ସଂଗ୍ରାମର ମୁକସାକ୍ଷୀ ହେଉଛି ଡାକୋଟା ବିମାନ । ଯାହାକୁ ଡେୟାରଡେଭିଲ ଡେମୋକ୍ରାଟ ବିଜୁ ପଟ୍ଟନାୟକ ଉଡ଼ାଉଥିଲେ । ସବୁ ପିଢ଼ି ଏହି ଦୁଃସାହସୀ ପାଇଲଟଙ୍କ ବୀରଗାଥାକୁ ଜାଣିବା ପାଇଁ ଡାକୋଟାକୁ ଓଡ଼ିଶା ଆଣିବାର ଯଥେଷ୍ଟ ଆବଶ୍ୟକତା ରହିଛି ।

Leave a Reply