ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ: ବାଲିକୁଦାରୁ ୪ଥର ବିଧାୟକ ନିର୍ବାଚିତ ହୋଇଥିଲେ

1 min read

ଭୁବନେଶ୍ୱର: ଆଉ ନାହାନ୍ତି ଉମେଶ ସ୍ୱାଇଁ । ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ । ହୃଦଘାତରେ ୭୬ ବର୍ଷ ବୟସରେ ପୂର୍ବତନ ବାଲିକୁଦା ବିଧାୟକଙ୍କ ଦେହାନ୍ତ । ଜଗତସିଂହପୁର ବାଲିକୁଦାରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ । ବିଜୁବାବୁଙ୍କଠାରୁ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ୧୯୭୭-୧୯୮୦, ୧୯୯୦-୯୫, ୨୦୦୦-୨୦୦୫, ୨୦୦୫-୨୦୦୯ଯାଏ ବିଧାୟକ ଥିଲେ ଉମେଶ । ଜନ୍ମମାଟି ମାଛଗାଁରେ ହେବ ଉମେଶଙ୍କର ହେବ ଶେଷକୃତ୍ୟ ।

ଛାତ୍ର ଜୀବନରୁ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ । ମଧୁସୁଦନ ଲ କଲେଜର ସେ ସଭାପତି ଥିଲେ। ସେବେଠୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ  ବିଜୁ ପଟ୍ଟନାୟକଙ୍କ ସହ ତାଙ୍କ ଘନିଷ୍ଠତା ବଢ଼ିଥିଲା।  ୧୯୭୭-୮୦ ମସିହାରେ ସେ ପ୍ରଥମେ ଜନତା ଦଳରୁ ବିଧାୟକ ହୋଇଥିଲେ। ଏହାପରେ ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ସରକାର ଶାସନ ଭାର ସମ୍ଭାଳିବା ପରେ ୫ ବର୍ଷ ପର୍ଯ୍ୟନ୍ତ ଉମେଶ ବିଧାୟକ ଭାବେ କାମ କରିଥିଲେ।  ଏହାପରେ ଜନତା ଦଳ ସହ ତିକ୍ତତା ହେବାରୁ ଜନତା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ।  କଂଗ୍ରେସରୁ ୨୦୦୦-୨୦୦୪, ୨୦୦୪-୨୦୦୯ ପର୍ଯ୍ୟନ୍ତ ବିଧାୟକ ଥିଲେ।  ଏହାପରେ କିଛି ବର୍ଷ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ। ଉମେଶଙ୍କର ସେପରି କିଛି ସ୍ୱାସ୍ଥ୍ୟ ସମସ୍ୟା ନ ଥିଲା। ଗତକାଲି ରାତିରେ ଖାଇକି ଶୋଇଥିବା ବେଳେ ଆଜି ସକାଳେ ହୃଦଘାତରେ ତାଙ୍କର ପରଲୋକ ହୋଇଛି।

ଏଥିସହିତ ପଢ଼ନ୍ତୁ: ଦକ୍ଷିଣ ଓଡ଼ିଶାରେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା, ୨୦ ତାରିଖ ଯାଏଁ ଜାରି ରହିବ

Leave a Reply