spot_img
Home Blog Page 5070

ନଭେମ୍ବର ୨ରୁ ଜୟପୁରକୁ ବିମାନ ଉଡ଼ାଣ, ସପ୍ତାହକୁ ୩ ଦିନ ସେବା ଯୋଗାଇବ ଇଣ୍ଡିଗୋ

ଭୁବନେଶ୍ୱର: ଆକାଶ ମାର୍ଗରେ ଭୁବନେଶ୍ୱର ସହ ଯୋଡ଼ି ହେବ ଗୋଆ ଓ ରାଜସ୍ଥାନ । ଆସନ୍ତା ନଭେମ୍ବର ୨ ତାରିଖରୁ ଭୁବନେଶ୍ୱରରୁ ରାଜସ୍ଥାନରୁ ଜୟପୁରକୁ ଆରମ୍ଭ ହେବ ବିମାନ ସେବା । ଜୟପୁର-ଭୁବନେଶ୍ୱର ମଧ୍ୟରେ ବିମାନ ସେବା ଯୋଗାଇବ ଇଣ୍ଡିଗୋ । ଏହି ସେବା ସପ୍ତାହକୁ ତିନିଦିନ ମିଳିବ ।

Indigo To Start Flight Service From Jeypore Airport On 2nd November

ଅନ୍ୟପଟେ ଡିସେମ୍ବର ୧ ତାରିଖରୁ ଭୁବନେଶ୍ୱରରୁ ଗୋଆ ସିଧା ସଳଖ ଉଡ଼ିବ ବିମାନ । ସପ୍ତାହକ ସାତ ଦିନ ଭୁବନେଶ୍ୱରରୁ ଗୋଆ ବିମାନ ସେବା ଯୋଗାଇବ ଇଣ୍ଡିଗୋ । ଏନେଇ ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ଡ. ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି ।

ଏବେ ଭୁବନେଶ୍ୱରରୁ ସିଧାସଳଖ କୋଲକାତା, ବେଙ୍ଗଳୁରୁ, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ. ଆହ୍ଲାବାଦ, ଅହମଦାବାଦ, ଚେନ୍ନାଇ, ଝାରସୁଗୁଡ଼ା, ବାରଣାସୀକୁ ବିମାନ ଉଡ଼ାଣ କରୁଛି ।

’କାଳିଆ’ ଯୋଜନା ଦ୍ୱାରା ବର୍ଷକୁ ଉପକୃତ ହେଉଛନ୍ତି ପ୍ରାୟ ୫୬ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ୱର: ଓଡ଼ିଶା ଏକ କୃଷି ବହୁଳ ରାଜ୍ୟ । ଅଧିକାଂଶ ଲୋକେ କୃଷି ଉପରେ ନିଭର୍ର କରି ନିଜ ପରିବାର ଚଳାନ୍ତି । ରାଜ୍ୟରେ ନାମମାତ୍ର ଚାଷୀ ଓ ଭାଗ ଚାଷୀଙ୍କ ସଂଖ୍ୟା ବି ଅଧିକ । ବିପର୍ଯ୍ୟୟ କାରଣରୁ ଚାଷ ନଷ୍ଟ ହେଲେ ଏମାନଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଥାଏ । ଚାଷ ଓ ଚାଷୀ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିଲେ ମଧ୍ୟ ଏମାନଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ବଳିଷ୍ଠ ପଦକ୍ଷେପ । ୨୦୧୮ ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ଆାରମ୍ଭ କରିଛନ୍ତି କାଳିଆ ଯୋଜନା । କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଏବଂ କୃଷକମାନଙ୍କର ନିରାପତ୍ତା ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ଏବଂ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିଥାଏ । ‘କାଳିଆ’ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା ) ଯୋଜନା ଏ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ।

 More Than 56 Lakh Farmer Benefited By Odisha Govt KALIA Scheme Each Year

‘କାଳିଆ’ ଯୋଜନା ରାଜ୍ୟରେ ଚାଷୀ ଓ ଚାଷର ଉନ୍ନତି ପାଇଁ ବେଶ୍ ସହାୟକ ହେଉଛି । ବାସ୍ତବ ଦୃଷ୍ଟିକୋଣ ଉପରେ ଆଧାରିତ ଏହି ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ମାଧ୍ୟମରେ ବର୍ଷକୁ ୧୦,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ରାଶି ବିନିଯୋଗ କରାଯାଇ ରାଜ୍ୟର ଅସମର୍ଥ କୃଷି ପରିବାର, ଭୂମିହୀନ ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଋଣ ଯନ୍ତା ଏବଂ ଦାରିଦ୍ର୍ୟରୁ ମୁକ୍ତ କରିବା ଏହାର ଲକ୍ଷ୍ୟ। ‘କାଳିଆ’ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ୯୨ ପ୍ରତିଶତ ଚାଷୀ ଏବଂ ପ୍ରାୟ ସମସ୍ତ ଅଭାବଗ୍ରସ୍ତ ଭୂମିହୀନ ଚାଷୀ ମାନଙ୍କୁ ପରିସର ଭୁକ୍ତ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ।

ଏହି ଯୋଜନା ମାଧ୍ୟମରେ ଏହି ସମସ୍ତ ହିତାଧିକାରୀ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ସହାୟତା ରାଶି ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି । ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଓ ଖରିଫ ଋତୁରେ ଚାଷ କାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଔଷଧ କିଣିବା ସହିତ ମଜୁରୀ ଓ ଆନୁଷଙ୍ଗିକ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ୫ ଗୋଟି ଫସଲ ଋତୁରେ ମୋଟ୍ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହି ଯୋଜନା ଚଳିତ ୨୦୧୮-୧୯ ରବି ଋତୁରୁ କାର୍ଯ୍ୟକାରୀ କରାଯାଉଛି ।

 More Than 56 Lakh Farmer Benefited By Odisha Govt KALIA Scheme Each Year

ଗ୍ରାମାଞ୍ଚଳର ଭୂମିହୀନ ଚାଷୀ ପରିବାର ପାଇଁ କୃଷି ଭିତ୍ତିକ ଆନୁଷଙ୍ଗିକ କାର୍ଯ୍ୟ ଯଥା କ୍ଷୁଦ୍ର ଛେଳିପାଳନ ୟୁନିଟ୍, କ୍ଷୁଦ୍ର କୁକୁଡା ପାଳନ ୟୁନିଟ, ବତକ ପାଳନ ୟୁନିଟ୍, ମତ୍ସ୍ୟଜୀବୀମାନଙ୍କୁ ମାଛଧରା ଉପକରଣ , ଛତୁଚାଷ ଓ ମହୁଚାଷ ଇତ୍ୟାଦି ନିମନ୍ତେ ୧୨,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତି ମାନଙ୍କ ପାଇଁ ଏହି ଯୋଜନା ବିଶେଷ ଭାବେ ସହାୟକ ହେଉଛି । ଯେଉଁ କ୍ଷୁଦ୍ର, ନାମମାତ୍ର ତଥା ଭୂମିହୀନ କୃଷି ପରିବାର ଚାଷୀ ବାର୍ଦ୍ଧକ୍ୟ, ଅକ୍ଷମତା କିମ୍ବା ରୋଗଦ୍ୱାରା ଆକ୍ରାନ୍ତ ହୋଇ କୃଷି କାର୍ଯ୍ୟ ଓ ଜୀବିକା ଉପାର୍ଜନ କରିବା ନିମନ୍ତେ ଅସମର୍ଥ, ସେମାନଙ୍କ ପରିବାର ଜୀବିକା ନିର୍ବାହ କରିବା ପାଇଁ ଏକକାଳୀନ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ମିଳୁଛି । ପ୍ରତିବର୍ଷ ୫ ଲକ୍ଷ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଉଛନ୍ତି ।

 More Than 56 Lakh Farmer Benefited By Odisha Govt KALIA Scheme Each Year

ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା, ଖାଦ୍ୟ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି । ଚାଷୀ ଓ ଚାଷ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନାମରେ ନାମିତ ’କାଳିଆ’ ଯୋଜନା ଦ୍ୱାରା ବର୍ଷକୁ ପ୍ରାୟ ୫୬ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି ।

ଡିଜେଲ୍ ଦର ବୃଦ୍ଧି ପରେ ବଢ଼ିଲା ବସ୍ ଭଡ଼ା, ଆଜିଠୁ ଲାଗୁ

ଭୁବନେଶ୍ୱର: ତେଲ ପରେ ବସ୍ ଭଡ଼ାରେ ବୃଦ୍ଧି । ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୩ ପଇସା ବଢ଼ିଥିବା ବେଳେ ଏକ୍ସପ୍ରେସ୍ ବସ୍ ଭଡ଼ା ୩ ପଇସା ବୃଦ୍ଧି ପାଇଛି । ସେହିଭଳି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୬ ପଇସା, ଏସି ଡିଲକ୍ସ ବସ୍ ଭଡ଼ା ୬ ପଇସା ଓ ସୁପର ପ୍ରିମିୟମ୍ ବସ୍ ଭଡ଼ା ୯ ପଇସା ବୃଦ୍ଧି କରାଯାଇଛି ।

BUS Fare Hiked After Diesel Rate Increased

ପୂର୍ବରୁ ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୯ ପଇସା ଥିଲା । ଏବେ ୯୨ ପଇସାକୁ ବୃଦ୍ଧି ପାଇଛି । ସେହିଭଳି ଏକ୍ସପ୍ରେସ୍ ବସ୍ ଭଡ଼ା ୯୩ ପଇସାରୁ ୯୬ ପଇସାକୁ ବଢ଼ିଛି । ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୯ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୩୫ ପଇସା ହୋଇଛି । ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୫୭ ପଇସାରୁ ବଢ଼ି ୧ ଟଙ୍କା ୬୩ ପଇସା, ସୁପର ପ୍ରିମିୟମ୍ ବସ୍ ଭଡ଼ା ୨ ଟଙ୍କା ୪୪ ପଇସାରୁ ବଢ଼ି ୨ ଟଙ୍କା ୫୩ ପଇସା ହୋଇଛି ।

ଜୁଲାଇ ପହିଲାରେ ଡିଜେଲ୍ ଦର ୯୭ ଟଙ୍କା ରହିଥିଲା । ଆଜି ସୁଦ୍ଧା ଡିଜେଲ୍ ଲିଟର ପିଛା ଦରରେ ପ୍ରାୟ ୬ ଟଙ୍କା ୧୭ ପଇସା ବଢ଼ିଛି । ସେହି ଅନୁସାରେ ବୃଦ୍ଧି ପାଇଛି ବସ୍ ଭଡ଼ା ।

ବିଲ୍ ପେମେଣ୍ଟକୁ ନେଇ ମାରପିଟ୍ ପରେ ପୋଖରିରେ ମନୀଷଙ୍କ ମୃତଦେହ ଫିଙ୍ଗିଥିଲେ ଅଭିଯୁକ୍ତ

ଭୁବନେଶ୍ୱର: ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲା । ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଲା କମିଶନରେଟ୍ ପୋଲିସ । ଘଟଣା ଦିନ ସନ୍ଧ୍ୟା ୫ଟା ୩୦ ବେଳେ ମନୀଷ ତାଙ୍କର ତିନିଜଣ ସାଙ୍ଗଙ୍କ ସହ ଲକ୍ଷ୍ମୀସାଗର ଯାଇଥିଲେ । ପରେ ଭୋରରୁ ପାତ୍ରପଡ଼ା ଯାଇଥିଲେ ତିନିସାଙ୍ଗ । ଦୀନେଶ, ମୃତ୍ୟୁଞ୍ଜୟ ଓ ଅମ୍ରିତ ମିଶି ମନୀଷଙ୍କ ସହ ଯାଇଥିଲେ । ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

Manish Anurag Murder Case, Accused Though Body In Pond

ପରେ ହୋଟେଲ ବାହାରେ ମନୀଷଙ୍କୁ ଆକ୍ରମଣ କରିଥିଲେ ଦୀନେଶ, ମୃତ୍ୟୁଞ୍ଜୟ ଓ ଅମ୍ରିତ । ମନୀଷଙ୍କ ମୃତ୍ୟୁ ପରେ ପ୍ରମାଣ ଲୁଚାଇବା ପାଇଁ ଅଭିଯୁକ୍ତ ମୃତଦେହକୁ ପାତ୍ରପଡ଼ା ଭଗବାନପୁର ପୋଖରିରରେ ଫିଙ୍ଗି ଦେଇଥିଲେ । ଠେଲାପେଲା ବେଳେ ମାଡ଼ ମରାରୁ ମୃତ୍ୟୁ ହୋଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପ୍ରେସମିଟରେ କହିଛନ୍ତି ।

Manish Anurag Murder Case, Accused Though Body In Pond

ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ ପରେ ରିମାଣ୍ଡରେ ଆଣିବାକୁ ଆବେଦନ କରିବ କମିଶନରେଟ୍ ପୋଲିସ । ପୋଖରିରେ ମୃତଦେହ ଫିଙ୍ଗିବା ପରେ ଅଭିଯୁକ୍ତଙ୍କୁ ଜଣେ ସ୍ଥାନୀୟ ଯୁବକ ଦେଖିଥିବା ଡିସିପି କହିଛନ୍ତି । ଘଟଣାରେ ବ୍ୟବହୃତ କାରକୁ ପୋଲିସ ଜବତ କରିଛି । ୧୦ ତାରିଖରେ ମନୀଷ ନିଖୋଜ ନେଇ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଥିଲା । ଗଣ୍ଡଗୋଳ ଘଟିଥିବା ବିଏମସି ବାରକୁ ସିଲ୍ କରିଛି ।

ମନୀଷ ମୃତ୍ୟୁ ମାମଲା, ପାଣିରେ ବୁଡ଼ିବା ପୂର୍ବରୁ ହୋଇଥିଲା ମୃତ୍ୟୁ

ଭୁବନେଶ୍ୱର: ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲା । ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପୋଲିସକୁ ଏମ୍ସ ପକ୍ଷରୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରାଯାଇଛି । ପାଣିରେ ବୁଡ଼ିବା ପୂର୍ବରୁ ମନୀଷଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି । ତେବେ, ହତ୍ୟା କରି ମନୀଷଙ୍କୁ ପାଣିରେ ଫିଙ୍ଗାଯାଇଛି କି ? ତାର ଖୁଲାସା କରିବ କମିଶନରେଟ୍ ପୋଲିସ । କିଛି ସମୟ ପରେ ଭୁବନେଶ୍ବର ଡିସିପି ପ୍ରେସମିଟ୍ କରି ସବିଶେଷ ତଥ୍ୟ ଦେବେ ।

Manish Anurag Post Mortem Report Reveals Death Mystery

ସେପଟେ ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ମୃତ୍ୟୁଞ୍ଜୟ ମିଶ୍ର,  ଦିନେଶ ମହାପାତ୍ର ଓ ଅମ୍ରିତ ବିଶ୍ୱାଳଙ୍କୁ ଗିରଫ କରାଯାଇଛି । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଗିରଫ କରିଛି ପୋଲିସ । ସେଦିନ ବାରରେ ବିଲ୍ ପେମେଣ୍ଟକୁ ନେଇ ହୋଇଥିଲା ବିବାଦ । ସାଙ୍ଗମାନଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ । ବାର୍‌ରେ  ୭ହଜାର ୫ଶହ ଟଙ୍କାର ବିଲ୍ ହୋଇଥିଲା । ବିଲ୍ କିଏ ପେମେଣ୍ଟ କରିବ ତାକୁ ନେଇ ଝଗଡ଼ା ହୋଇଥିଲା ।

ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ

ଭୁବନେଶ୍ୱର: ଅର୍ଥ ଅଭାବରୁ କାହାର ଜୀବନ ଯିବ ନାହିଁ । ଚିକିତ୍ସା ପାଇଁ ଜମିବାଡ଼ି, ଗହଣା ବିକିବାକୁ ପଡ଼ିବ ନାହିଁ । ସାଢେ ଚାରି କୋଟି ଓଡ଼ିଆଙ୍କ ପାଇଁ ପରିବାରର ମୁଖିଆ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ନିଷ୍ପତ୍ତ, ଘରେ ଘରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ । ମାଲକାନଗିରିରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ରୂପରେ ଆସିଥିବା ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ମିଳିବା ଆରମ୍ଭ ହୋଇଛି । ମାଗଣାରେ ସମସ୍ତଙ୍କୁ ମିଳିବ ସବୁ ପ୍ରକାର ଚିକିତ୍ସା । ୯୬ଲକ୍ଷ ପରିବାର ଏହି ଯୋଜନାରେ ଆସୁଥିବା ବେଳେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ । ନବୀନ ବାବୁଙ୍କ ୨୧ବର୍ଷର ଶାସନରେ ଏହି ଯୋଜନା ହେଉଛି ଏକ ବଡ଼ ଉପଲବ୍ଧି । ଆଜି ଜନ୍ମଦିନରେ ଆସନ୍ତୁ ନଜର ପକାଇବା ଏହି ଯୋଜନା ଉପରେ ।

Odisha CM Naveen Patnaik's BSKY Card Brings Revolution In Health Sector

ମାଲକାନଗିରିରୁ ସ୍ୱାସ୍ଥ୍ୟସେବାର ମହାବିପ୍ଳବ । ଗୋଟିଏ କାର୍ଡରେ ମିଳିବ ସବୁ ରୋଗର ମାଗଣା ଚିକିତ୍ସା । ସ୍ୱାସ୍ଥ୍ୟ ସେବାର ସ୍ମାର୍ଟ ଯୁଗ ଆରମ୍ଭ । ମିଳିବ ସମ୍ପୂର୍ଣ୍ଣ କ୍ୟାସଲେସ୍‌ ଚିକିତ୍ସା ସୁବିଧା । ସରକାର ବୁଝିବେ ସ୍ୱାସ୍ଥ୍ୟସେବା । ସୁରକ୍ଷିତ ରଖ ନିଜ ସଞ୍ଚିତ ଅର୍ଥ, ଅନ୍ୟ କାମରେ ଲଗାଅ । ଏପରି ବାର୍ତ୍ତା ଦେଇ ମାଲକାନାଗିରି ଭଳି ଉପାନ୍ତରୁ ଚିକିତ୍ସା କ୍ଷେତ୍ରରେ ଏକ ଐତିହାସିକ ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରିରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରି ଦେଶରେ ପ୍ରଥମ ରାଜ୍ୟ ଭାବେ ଲେଖିଛନ୍ତି ନୂଆ ଅଧ୍ୟାୟ । ମାଲକାନାଗିରି ପରେ ସୁନ୍ଦରଗଡ଼, ବଲାଙ୍ଗିର, ଗଜପତି, ଦେବଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନିଜେ ହିତାଧିକାରୀଙ୍କୁ ଦେଇଛନ୍ତି ସ୍ମାର୍ଟ କାର୍ଡ଼ । କେବଳ ସେତିକି ନୁହେଁ, ଗାଁ ଗାଁରେ ସ୍ୱତନ୍ତ୍ର କ୍ୟାମ୍ପ କରି ସମସ୍ତଙ୍କ ପାଖରେ କାର୍ଡ଼ ପହଞ୍ଚାଇବା ପାଇଁ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅଧିକାରୀଙ୍କୁ ତାଗିଦ୍ ବି କରିଛନ୍ତି । ସ୍ମାର୍ଟ କାର୍ଡ଼ର ଫାଇଦା ବି ଲୋକଙ୍କୁ ମିଳିଛି । ସ୍ମାର୍ଟ କାର୍ଡ଼ ଜରିଆରେ ଅନେକ ଗରିବ ଲୋକ ଉନ୍ନତ ଚିକିତ୍ସା ପାଇବାରେ ସକ୍ଷମ ହୋଇଛନ୍ତି ।

Odisha CM Naveen Patnaik's BSKY Card Brings Revolution In Health Sector

ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ ମୂଲ୍ୟବାନ । ପରିବାରର କେହି ଅସୁସ୍ଥ ହୋଇ ରୋଗରେ ପଡ଼ିଗଲେ ଚିନ୍ତା ବଢିଯାଏ । ଜମି ବିକ୍ରି କରି, ସୁନା ଗହଣା ବିକି ଖର୍ଚ୍ଚ ତୁଲାଇବା କଥା ବେଶ ଦୁଃଖଦାୟକ । ଏପରିକି ପିଲାଙ୍କର ପାଠପଢାରେ ମଧ୍ୟ ଡୋରି ବନ୍ଧା ହୋଇଥାଏ । ଏସବୁ ସମସ୍ୟାରୁ ଲୋକଙ୍କୁ ମୁକୁଳାଇବା ପାଇଁ ନବୀନଙ୍କ ସ୍ମାର୍ଟ ହେଲଥ୍ କାର୍ଡ ସଞ୍ଜିବନୀ ସଦୃଶ ହୋଇଛି । ସ୍ମାର୍ଟ କାର୍ଡ଼ ଅନେକଙ୍କ ଦୁଃଖ ଲାଘବ କରିବ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

Odisha CM Naveen Patnaik's BSKY Card Brings Revolution In Health Sector

ଏହି ବ୍ୟବସ୍ଥାରେ ହସ୍ପିଟାଲରେ କାର୍ଡ ଦେଖାଇଲେ ମାଗଣା ଚିକିତ୍ସା ସୁବିଧା ମିଳିବ ।  ୯୬.୫ଲକ୍ଷ ପରିବାରକୁ କାର୍ଡ ମିଳିବାକୁ ଥିବାବେଳେ ସାଢେ ତିନି କୋଟି ଲୋକ ଉପକୃତ ହେବେ । ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ଏହି ସ୍ମାର୍ଟ କାର୍ଡର ହିତାଧିକାରୀ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା କେବଳ ବିପିଏଲଙ୍କ ପାଇଁ ଥିବା ବେଳେ ବିଏସକେୱାଇ ଉଭୟ ଏପିଏଲ୍ ଓ ବିପିଏଲ୍ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଆୟୁଷ୍ମାନ ଯୋଜନା ବୀମା ବ୍ୟବସ୍ଥା ହୋଇଥିବାରୁ ରୋଗୀଟିଏ ଚିକିତ୍ସା ପାଇଁ ଅନେକ ହଇରାଣ ହରକତ ହେବାକୁ ପଡ଼ିବ ହେଲେ ବିଏସକେୱାଇରେ ହସ୍ପିଟାଲରେ ପହଞ୍ଚିଲେ କ୍ୟାସଲେସ ଚିକିତ୍ସ ସୁବିଧା ରହିଛି ।

ଅଗଷ୍ଟ ୨୦୧୮ରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆାରମ୍ଭ ହୋଇଥିବା ବେଳେ ୨୦୨୧ ଅଗଷ୍ଟ ମାସରୁ ସମସ୍ତଙ୍କ ପାଇଁ ସ୍ମାର୍ଟ କାର୍ଡ ବ୍ୟବସ୍ଥା ପ୍ରଚଳନ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ସାରା ଦେଶରେ ପ୍ରଶଂସା କରାଯାଇଛି ।

ରାୟପୁର ରେଳ ଷ୍ଟେସନରେ ବିସ୍ଫୋରଣ, ୬ ଯବାନ ଆହାତ

ମାଲକାନଗିରି: ବିସ୍ଫୋରଣରେ ୬ ଯବାନ ଆହାତ । ଛତିଶଗଡ଼ ରାୟପୁର ରେଳ ଷ୍ଟେସନରେ ବିସ୍ଫୋରଣ ହୋଇଛି । ଏଥିରେ ସିଆରପିଏଫର ୬ ଜଣ ଯବାନ ଆହାତ ହୋଇଛନ୍ତି । ଆଜି ସକାଳେ ଏହି ବିସ୍ଫୋରଣ ଘଟିଛି । ୨୧୧ ବାଟାଲିଅନର ଯବାନମାନେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଜାମ୍ମୁ ଯାଉଥିବାବେଳେ ଡମି କାଟ୍ରିଜ ବକ୍ସରେ ଥବା ଗ୍ରେନେଡ୍ ବିସ୍ଫୋରଣ ହୋଇଥିଲା ।

6 CRPF personnel injured in blast Raipur Railway Station

ଏହି ପେଟିଗୁଡିକ ରାୟପୁର ରେଳ ଷ୍ଟେସନରେ ସ୍ଥାନାନ୍ତର ହେବା ବେଳେ ହଠାତ ଏହା ଖସି ପଡ଼ିଥିଲା । ଫଳରେ ୨୯ଟି ଡିଟୋନେଟର ବିସ୍ଫୋରଣ ଘଟିଥିବା କୁହାଯାଉଛି । ଆହାତମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ହୋଇପାରନ୍ତି ରାହୁଲ ଦ୍ରାବିଡ଼

ମୁମ୍ବାଇ: ରାହୁଲ ଦ୍ରାବିଡ଼ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ । ଏନେଇ ସେ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି । ଗତକାଲି ଆଇପିଏଲ୍ ଫାଇନାଲ ବେଳେ ୟୁଏଇରେ ତାଙ୍କ ସହ ଆଲୋଚନା କରିଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା । ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପୂର୍ବରୁ ଜାତୀୟ କ୍ରିକେଟ ଏକାଡେମୀ ମୁଖ୍ୟ ପଦରୁ ଇସ୍ତଫା ଦେବେ ଦ୍ରାବିଡ଼ । ବୋଲିଂ କୋଚ୍ ଭାବେ ପାରସ ମାହାମ୍ବ୍ରେଙ୍କୁ ଦାୟିତ୍ୱ ମିଳିପାରେ ।

Rahul Dravid set to take over as Team India coach after T20 World Cup

ଦଳର ବ୍ୟାଟିଂ କୋଚ୍ ଭାବେ ବିକ୍ରମ ରାଠୋଡ ଏବଂ ଫିଲ୍ଡିଂ କୋଚ୍ ପଦ ବଜାୟ ରଖିପାରନ୍ତି ଆର. ଶ୍ରୀଧର । ଆଗାମୀ ୨ ବର୍ଷ ପାଇଁ ଅର୍ଥାତ ୨୦୨୩ ଯାଏଁ ମୁଖ୍ୟ କୋଚ୍ ପଦରେ ରହିବା ପାଇଁ ରାହୁଲ ଦ୍ରାବିଡଙ୍କ ସହ ଚୁକ୍ତି କରାଯିବ । ଏଥିପାଇଁ ତାଙ୍କୁ ୧୦ କୋଟି ଟଙ୍କା ଦରମା ଆକାରରେ ମିଳିବ । ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବା ନେଇ ପୂର୍ବରୁ ଘୋଷଣା କରିଥିଲେ ରବି ଶାସ୍ତ୍ରୀ । ତେଣୁ ନ୍ୟୁଜିଲାଣ୍ଡ ସିରିଜ ବେଳକୁ ଦାୟିତ୍ୱ ଗ୍ରହଣ କରିପାରନ୍ତି ରାହୁଲ ଦ୍ରାବିଡ଼ ।

ତୈଳଦରରେ ଲଗାମ୍ ନାହିଁ, ମାଲକାନଗିରିରେ ପେଟ୍ରୋଲ ଲିଟର ୧୧୨ ଟଙ୍କା

ଭୁବନେଶ୍ୱର: ଆଜି ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର । ପେଟ୍ରୋଲ ଲିଟର ପିଛା ୩୬ ପଇସା ଓ ଡିଜେଲ୍ ଲିଟର ପିଛା ୩୮ ପଇସା ବୃଦ୍ଧି ପାଇଛି । ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ୍ ଲିଟର ପିଛା ୧୦୬ ଟଙ୍କା ୦୬ ପଇସା ଓ ଡିଜେଲ ଲିଟର ପିଛା ୧୦୨ ଟଙ୍କା ୪୦ ପଇସା ରହିଛି । ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କାରେ ବିକ୍ରି ହେଉଛି ।

Petrol Diesel Price Increased Today Fuel Rate Record high In City

ସେହିଭଳି କୋରାପୁଟରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୩୦ ପଇସା, ନବରଙ୍ଗପୁରରେ ୧୧୧ ଟଙ୍କା ୧ ପଇସା ରହିଛି । ଗତକାଲି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୭୦ ପଇସା ଓ ଡିଜେଲ ଲିଟର ପିଛା ୧୦୨ ଟଙ୍କା ୦୨ ପଇସା ଥିଲା । ଗତ ଏକ ସପ୍ତାହ ଧରି ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳଦର କମିବା ପରେ ମଧ୍ୟ ସରକାର ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ାଇଥିଲେ । ଏହାଦ୍ୱାରା ସରକାରଙ୍କ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇଥିଲା ।

ମନୀଷ ଅନୁରାଗ ମୃତ୍ୟୁ ମାମଲା, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ହାଇ ପ୍ରୋଫାଇଲ୍ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ବନ୍ଧାହେଲେ ୩ ସାଙ୍ଗ । ଘନ ଘନ ଜେରା ପରେ ମନୀଷଙ୍କ ୩ ସାଙ୍ଗକୁ ଗିରଫ କରିଛି କମିଶନରେଟ୍ ପୋଲିସ । ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନ୍ନା, ଦିନେଶ ମହାପାତ୍ର ଓରଫ ଲିଟୁ ଓ ଅମ୍ରିତ ବିଶ୍ୱାଳଙ୍କୁ ଗିରଫ କରିଛି ପୋଲିସ । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧିଛି । ସେପଟେ ଆଜି ଆସିବ ପୋଷ୍ଟମର୍ଟମ ରିପୋର୍ଟ ।

Police Arrested Three Person On Manish Anurag Death Case

ମନୀଷଙ୍କ ସହ ରାଜଧାନୀର ବିଭିନ୍ନ ବାରରେ ମଦ ପିଇଥିଲେ ମୃତ୍ୟୁଞ୍ଜୟ ମିଶ୍ର, ଦିନେଶ ମହାପାତ୍ର । ପରେ ବିଲ୍ ଭରିବାକୁ ନେଇ ମନୀଷଙ୍କ ସହ ହୋଇଥିଲା ଝଗଡ଼ା । ବାପାଙ୍କୁ ଫୋନ୍ କରି ମନୀଷ ଟଙ୍କା ମାଗି ବିଲ୍ ପୈଠ କରିଥିଲେ । ଆଉ ଭୋରରୁ ପାତ୍ରପଡ଼ାର ଏକ ପୋଖରିରୁ ମିଳିଥିଲା ମନୀଷଙ୍କ ମୃତଦେହ । ଫେରାର୍ ହୋଇ ଯାଇଥିଲେ ଅଭିଯୁକ୍ତ ।