ନ୍ୟୁଜିଲାଣ୍ଡ ଟିମରେ ପୁଣି ଜଣେ ଭାରତୀୟ; ସଚିନ ଓ ଦ୍ରାବିଡଙ୍କ ନାଁ ସହ ଅଛି କନେକସନ

1 min read

ଜୟପୁର: ଗତକାଲି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚକୁ ୫ ଓ୍ବିକେଟର ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ । ତେବେ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପକ୍ଷରୁ ଆଉ ଜଣେ ଭାରତୀୟ ଖେଳିଥିଲେ । ସେ ହେଉଛନ୍ତି ରଚିନ୍ ରବିନ୍ଦ୍ର ।  ନ୍ୟୁଜିଲାଣ୍ଡ ସ୍ପିନର ଇସ୍ ସୋଢ଼ିଙ୍କ ପରେ ଦ୍ବିତୀୟ ଭାରତୀୟ ଭାବରେ ନ୍ୟୁଜିଲାଣ୍ଡରେ ପକ୍ଷରୁ ଖେଳୁଛନ୍ତି ରଚିନ । ତେବେ ଗତକାଲି ମ୍ୟାଚରେ କିଛି ଦମଦାର ପ୍ରଦର୍ଶନ କରି ପାରିନଥିଲେ ରଚିନ ।  କିନ୍ତୁ ତାଙ୍କ ନାଁକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି ରଚିନ୍ ।

ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରବିନ୍ଦ୍ରଙ୍କ ପିତା ଆର, କୃଷ୍ଣାମୂର୍ତ୍ତି ୯୦ ଦଶକରେ ତାଙ୍କ କାମ ପାଇଁ ନ୍ୟୁଜିଲାଣ୍ଡ ଯାଇଥିଲେ । ସେଠାରେ ରବିନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ରଚିନଙ୍କ ପିତା କ୍ରିକେଟକୁ ବହୁତ ପସନ୍ଦ କରୁଥିଲେ । ଯେଉଁଥି ପାଇଁ ସେ ଓ୍ବିଲିଙ୍ଗଟନରେ ତାଙ୍କର ଗୋଟିଏ କ୍ରିକେଟ କ୍ଲବ ଆରମ୍ଭ କରିଥିଲେ । ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକର ଓ ରାହୁଲ ଦ୍ରାବିଡଙ୍କ ଫ୍ୟାନ ଥିବା ରବିନ୍ଦ୍ରଙ୍କ ପିତା ଏହି ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନାଁର ଅକ୍ଷର ମିଶାଇ ତାଙ୍କ ପୁଅର ନାମ ‘ରଚିନ୍’ ରଖିଥିଲା । (RACHIN: Ra-Rahul; Chin-Sachin)

ନ୍ୟୁଜିଲାଣ୍ଡର ଘରୋଇ କ୍ରିକେଟରେ ରଚିନ୍ ଆଗାମୀ ସମୟରେ ଷ୍ଟାର ଖେଳାଳି ଭାବରେ ଜଣାଯାଉଛି । ରଚିନ୍ ୨୦୧୬ରେ ଓ ୨୦୧୮ରେ ନ୍ୟୁଜିଲାଣ୍ଡ ପାଇଁ ଅଣ୍ଡର-୧୯ ବିଶ୍ବକପରେ ଭାଗ ନେଇଥିଲେ ଏବଂ ଦମଦାର ପ୍ରଦର୍ଶନ କରିଥିଲେ । ଏହା ବ୍ୟତୀତ ରଚିନ୍ ଲଗାତର ଭାବରେ ନ୍ୟୁଜିଲାଣ୍ଡ ଦଳରେ ରହିଛନ୍ତି । ରଚିନ୍ ୨୦୨୧ ସେପ୍ଟମ୍ବରରେ ବାଂଲାଦେଶ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ।

କିନ୍ତୁ ଏହି ସିରିଜରେ ରଚିନ୍ ବ୍ୟାଟରେ କିଛି କମାଲ କରିପାରିନଥିଲେ କିନ୍ତୁ ୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୬ଟି ଓ୍ବିକେଟ ଅକ୍ତିଆର କରି ନ୍ୟୁଜିଲାଣ୍ଡ ଟିମରେ ସ୍ଥାନ ପକ୍କା କରିଛନ୍ତି । ନ୍ୟୁଜିଲାଣ୍ଡ ଘରୋଇ କ୍ରିକେଟରେ ରଚିନ୍ ଗତ ଦୁଇଟି ସିଜିନରେ ଦମଦାର ପ୍ରଦର୍ଶନ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ରଚିନ୍ ୨୮ ମ୍ୟାଚରେ ୩୮.୯୦ ହାରାହାରି ରନ ସଂଗ୍ରହ କରନ୍ତି । ଯେଉଁଥିରେ ୩ଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ହାସଲ କରିଥିଲେ ।

Leave a Reply