ସଲମାନ ଖୁର୍ସିଦଙ୍କ ମିଳିଲା ଆଶ୍ବସ୍ତି; ବହି ପ୍ରକାଶନ ଉପରେ ଲଗାଯାଇପାରିବନି ରୋକ୍

1 min read

ନୂଆଦିଲ୍ଲୀ: ସଲମାନ ଖୁର୍ସିଦଙ୍କୁ ମିଳିଛି ଏକ ବଡ଼ ଆଶ୍ବସ୍ତି । ସଲମାନ ଖୁର୍ସିଦଙ୍କ ପୁସ୍ତକର ପ୍ରକାଶନ ଓ ବିକ୍ରି ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି କୋର୍ଟ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି ଏହି ନିଷ୍ପତି ନେଇଛନ୍ତି । କାହାର ବାକ୍ ସ୍ବାଧିନତାରେ କେହି ରୋକ ଲଗାଇପାରିବେନି ବୋଲି କହିଛନ୍ତି କୋର୍ଟ । ଆବେଦନକାରୀ ଚାହିଁଲେ ଏହି ବହି ବିରୋଧରେ ପ୍ରଚାର କରିପରିବେ କିନ୍ତୁ ଏହି ବହିର ପ୍ରକାଶନ ବନ୍ଦ ହେବ ନାହିଁ ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନିକଟରେ ଏକ ବହି ଲେଖି ଅଡୁଆରେ ପଡ଼ିଯାଇଥିଲେ । ସେ ଲେଖିଥିବା Sunrise Over Ayodhyaରେ ହିନ୍ଦୁତ୍ବକୁ ଆଇଏସଆଇଏସ ଓ ବୋକୋ ହାରମ ସହ ତୁଳନା କରିଥିଲେ ଯାହା ଫଳରେ ଏହି ବହିକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ଏହି ବହିର ପ୍ରକାଶନ, ବିକ୍ରି ଓ ପ୍ରଚାର ପ୍ରାସର ଉପରେ ରୋକ ଲଗାଇବାକୁ ହିନ୍ଦୁ ସେନା ପଟିଆଲା କୋର୍ଟରେ ଆବେଦନ କରିଥିଲେ ।

ହିନ୍ଦୁ ସେନା କରିଥିବା ଆବେଦନରେ ଅଭିଯୋଗ କରିଥିଲେ କି ଏହି ପୁସ୍ତକ ହିନ୍ଦୁତ୍ବଙ୍କ ଭାବନାକୁ ଆଘାତ ଦେଇଛି । ଏଥିପାଇଁ ଏହି ପୁସ୍ତକର ପ୍ରଚାର, ପ୍ରକାଶନ ଓ ବିକ୍ରି ଉପରେ ରୋକ୍ ଲଗାଇବାକୁ କୋର୍ଟରେ ଅପିଲ କରିଥିଲେ । କିନ୍ତୁ ହିନ୍ଦୁ ସେନାଙ୍କ ଏହି ଅପିଲକୁ କୋର୍ଟ ମନା କରିଦେଇଥିଲେ । କୋର୍ଟ କହିଥିଲେ କି ପ୍ରକାଶକମାନଙ୍କୁ ପୁସ୍ତକ ଲେଖିବାରେ ଓ ପ୍ରକାଶିତ କରିବାରେ ଅଧିକାର ରହିଛି । ସଲମାନ ଖୁର୍ସିଦଙ୍କ ଏହି ବହିର ଏକ ଅଧ୍ୟାୟ ରହିଛି ଯାହାର ନାମ ଦ ସାଫ୍ରନ ସ୍କାଏ । ଏହି ଅଧ୍ୟାୟକୁ ନେଇ ବିବାଦ ଉପୁଜିଥିଲା ।

Leave a Reply