କ୍ରିପ୍ଟୋ କରେନ୍ସି ଭୁଲ ହାତକୁ ଗଲେ ଯୁବପିଢ଼ୀ ବର୍ବାଦ ହୋଇଯିବେ; ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କିଛି ଦିନ ଧରି କ୍ରିପ୍ଟୋ କରେନ୍ସିକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ କ୍ରିପ୍ଟୋ କରେନ୍ସିକୁ ନେଇ ଆଲୋଚନା ପରେ ଆଜି କ୍ରିପ୍ଟୋ କରେନ୍ସିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ବ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ କ୍ରିପ୍ଟୋ କରେନ୍ସି ଉପରେ ମିଳିତ ଭାବରେ କାର୍ଯ୍ୟ କରିବାକୁ କହିଛଡ଼୍ତି ମୋଦି । ମୋଦି କହିଛନ୍ତି କି ଏହା ଭୁଲ ହାତରେ ଯେପରିର ନପଡ଼େ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ମୋଦି । ତେବେ ଭାରତରେ କ୍ରିପ୍ଟୋ କରେନ୍ସି ପାଇଁ ଏକ ନୂଆ ନିୟମ ଉପରେ ଭାରତ କାର୍ଯ୍ୟ କରୁଛି ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତରେ କିପରି କ୍ରିପ୍ଟୋ କରେନ୍ସି କିପରି ଆଗକୁ ବଢ଼ିବ ସେନେଇ ଆଲୋଚନା ହେବାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦି ଅବ୍ୟବହୃତ କ୍ରିପ୍ଟୋ କରେନ୍ସି ବଜାରରେ ଅର୍ଥ ହେରଫେର ତଥା ଆତଙ୍କବାଦୀଙ୍କ ପାଇଁ ଆର୍ଥିକ ସହାୟତା ପାଲଟିଛି ।

ବର୍ତ୍ତମାନ ଟେକ୍ନୋଲୋଜି ଓ ତଥ୍ୟ ନୂଆ ଅସ୍ତ୍ରରେ ପରିଣତ ହୋଇଛି । ଏବଂ ଏହି ତଥ୍ୟ ଶାସନ ପାଇଁ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକୁ ନିଶ୍ଚିତ ଭାବରେ ସାହାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଉଦାହରଣ ସ୍ବରୂପ ଆମେ କ୍ରିପ୍ଟୋ କରେନ୍ସି ଓ ବିଟ୍ କଏନକୁ ନେଇ ପାରିବା । ଏହା ଗୁରୁତ୍ବପୂର୍ଣ୍ଣ ଯେ ଏହି କ୍ରିପ୍ଟୋ କରେନ୍ସି ଉପରେ ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଗୁଡିକ ମିଳିତ ଭାବରେ କାମ କରିବା ଜରୁରୀ । କାହିଁକି ନା ଯଦି ଏହା ଭୁଲ ହାତରେ ପଡ଼ିଯାଏ ତେବେ ଏହା ଆମ ଯୁବକମାନଙ୍କୁ ବରବାଦ୍ କରିଦେଇପାରେ ବୋଲି ସଡିନୀ ଡାଏଲୋଗରେ କହିଛନ୍ତି ନରେନ୍ଦ୍ର ମୋଦି ।

କ୍ରିପ୍ଟୋ କରେନ୍ସି ଉପରେ ଭାରତ ସରକାର ଏକ ନିୟାମକ ଉପରେ କାର୍ଯ୍ୟ କରୁଛନ୍ତି । ଯାହା ଦ୍ବାରା ଭାରତରେ କ୍ରିପ୍ଟୋ କରେନ୍ସିକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ କରାଯିବ ନାହିଁ । ସରକାର କାରବାର ଓ ପେମେଣ୍ଟ କରିବା ପାଇଁ କ୍ରିପ୍ଟୋ କରେନ୍ସିକୁ ବ୍ୟାନ କରିପାରେ । କିନ୍ତୁ ସାଧାରଣ ଲୋକମାନେ ଏହାକୁ ସୁନା, ଅଶଂଧନ କିମ୍ବା ବଣ୍ଡ ପରି ସମ୍ପତ୍ତି ଭାବରେ ରଖିପାରିବେ ।

ଗତ ଶନିବାର କ୍ରିପ୍ଟୋ କରେନ୍ସିକୁ ନେଇ ପ୍ରଧାନମନ୍ତ୍ରୀ ଏକ ବୈଠକ କରିଥିଲେ । ଯେଉଁଥିରେ ରିର୍ଜଭ ବ୍ୟାଙ୍କ ଅଫ ଇଣ୍ଡିଆ, ଅର୍ଥ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର ବିଶେଷଜ୍ଞ ଯୋଗ ଦେଇଥିଲେ । ଅତ୍ୟଧିକ ବିଜ୍ଞାପନ ଯୁବକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା ବନ୍ଦ କରାଯିବ ଆବଶ୍ୟକ ବୋଲି ବୈଠକରେ ଆଲୋଚନା ହୋଇଥିଲା ।ତେବେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି କି କ୍ରିପ୍ଟୋ କରେନ୍ସି ବାବଦରେ ଭାରତକୁ ଆହୁରି ଅଧିକ ଆଲୋଚନା କରିବା ଜରୁରୀ । ଯେତେବେଳେ କି କେନ୍ଦ୍ରୀୟ ବ୍ୟାଙ୍କ କହିସାରିଛି କି ମାଇକ୍ରୋ ଅର୍ଥନୈତିକ ଏବଂ ଆର୍ଥିକ ସ୍ଥିରତାକୁ ଦୃଷ୍ଟିରେ ରଖି ଆମକୁ ଏହା ଉପରେ ଗମ୍ଭୀର ଭାବରେ ଆଲୋଚନା କରିବାକୁ ପଡ଼ିବ ।

ତେବେ ଆଜି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି କି ଡିଜିଟାଲ ଯୁଗ ଆମ ଚାରି ପାଖରେ ସବୁକିଛି ବଦଳାଇ ଦେଉଛି । ରାଜନିତୀ, ଅର୍ଥନୀତି ଓ ସମାଜକୁ ଡିଜିଟାଲ ପୁନଃବ୍ୟାଖ୍ୟା କରିଛି । ସେ ଆହୁରି କହିଛନ୍ତି କି ଏହା ସର୍ବଭୌମତା, ଶାସନ, ନୈତିକତା, ଆଇନ, ଅଧିକାର ଓ ସୁରକ୍ଷା ଉପରେ ନୂଆ ପ୍ରଶ୍ନ ଉଠାଇଛି ।

Leave a Reply