ଜୟରାମ ପାଙ୍ଗିଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ମହିଳା ଆରଆଇ

କୋରାପୁଟ: ମୃତ୍ୟୁ ପଞ୍ଜିକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ତହସିଲ ଦୁଧାରୀ ଆରଆଇ କ୍ଷିରାବ୍ଧି ତନ୍ମୟା ସ୍ବାଇଁ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରସାୟନ ବୋଳା ଟଙ୍କା ଜବତ କରିବା ସହ ତାଙ୍କୁ ଧରିଥିଲେ ବିଭାଗୀୟ ଅଧିକାରୀ ।

vigilance-caught-ri-while-taking-bribe

ମିଳିଥିବା ସୂଚନା ଅନୁସାରେ ଡୋଳିଆମ୍ବ ଗ୍ରାମର ଜୟରାମ ପାଙ୍ଗି ମୃତ୍ୟୁ ପଞ୍ଜିକରଣ ପାଇଁ ତାଙ୍କ ପାଖକୁ ଯାଇଥିଲେ । ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କ୍ଷିରାବ୍ଧି । ଏନେଇ ଜୟରାମ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରି ଅଭିଯୋଗ କରିଥିଲେ । ଆଜି କ୍ଷିରାବ୍ଧି ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ୬ ଜଣିଆ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲେ ।

Leave a Reply