ମମିତା ହତ୍ୟା ମାମଲାର ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ

High Court Engage A Retired Judge To Supervise Mamita Meher Case

କଟକ: ମମିତା ମେହେର ହତ୍ୟା ମାମଲାରେ ସରକାରଙ୍କୁ ତଦନ୍ତର ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ । ତଦନ୍ତ କେତେଦୂର ଆଗେଇଛି, ତା’ର ରିପୋର୍ଟ ଦେବାକୁ କୁହାଯାଇଛି । ଡିସେମ୍ବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମାମଲାର ତ୍ୱରିତ ଶୁଣାଣି ଓ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ପାଇଁ ଗତ ୧୬ ତାରିଖରେ ହାଇକୋର୍ଟରେ ଆବେଦନ କରିଥିଲେ ମମିତାଙ୍କ ପରିବାର ।

ମମିତାଙ୍କ ହତ୍ୟା ମାମଲାରେ ଅଯଥା ରାଜନୀତି ହେଉଥିବା ପରିବାର ଲୋକ ଅଭିଯୋଗ କରିଥିଲେ । କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ରାଜନୈତିକ ଦଳର ହାତ ବାରିସି ସାଜି ସମ୍ବେଦନଶୀଳ ଖବର ପରିବେଷଣ କରୁଛନ୍ତି । ତେଣୁ ତ୍ବରିତ ତଦନ୍ତ ହିଁ ଏକମାତ୍ର ସମାଧାନ ବୋଲି କହି ହାଇକୋର୍ଟରେ ଆବେଦନ କରିଥିଲେ ମମିତାଙ୍କ ପରିବାର । ଘଟଣାରେ ପରିବାରର ଅଧିକାର କ୍ଷୁର୍ଣ୍ଣ କରାଯାଉଛି । ଘଟଣାର ତଦନ୍ତ ବିଳମ୍ବ ହେଉଥିବାରୁ କିଛି ରାଜନୈତିକ ଦଳ ଏହାକୁ ଅଯଥା ପ୍ରସଙ୍ଗ କରୁଥିବା ବେଳେ ଓ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅତିରଞ୍ଜିତ ଖବର ପରିବେଷଣ କରି ମୃତ ମମିତାଙ୍କର ଚରିତ୍ର ସଂହାର କରୁଥିବା ଆବେଦନରେ ଦର୍ଶାଇଥିଲେ ମମିତାଙ୍କ ପରିବାର ।

Leave a Reply