ଚୀନର ଦାଦାଗିରି; ଡୋକଲାମରେ କରିଛି ୪ଟି ଗାଁ

1 min read

ନୂଆଦିଲ୍ଲୀ: ଅମାନିଆ ପଡ଼ୋଶୀ । ସୀମା ବିବାଦକୁ ନେଇ ଭାରତ-ଚୀନ୍ ବିବାଦ ସମାଧାନ ପାଇଁ ଆଲୋଚନା ଜାରି ରହିଥିବା ବେଳେ ବିସ୍ତାରବାଦୀ ଚିନର ଆଉ ଏକ ଚାଲାକି ସାମ୍ନାକୁ ଆସିଛି । ଭୁଟାନର ବିବାଦୀୟ ଅଞ୍ଚଳକୁ ବେଆଇନ ଭାବେ ଦଖଲ କରିଛନ୍ତି ଚୀନ୍ ସେନା । ଚୀନ ଓ ଭୁଟନର ବିବଦୀୟ କ୍ଷେତ୍ରରେ ଚାରୋଟି ଗ୍ରାମ ନିର୍ମାଣ କରିଛି ଚୀନ । ଏଲଏସି ଅତିକ୍ରମ କରି ଚୀନ ସେନା ଅନୁପ୍ରବେଶ କରିଥିବା ବେଳେ ଏହାକୁ ନିଜ ଦେଶର ବୋଲି ପ୍ରମାଣିତ କରିବା ପାଇଁ ସେଠାରେ ୪ଟି ଗାଁ ମଧ୍ୟ ନିର୍ମାଣ କରାଯାଇଛି ।

ଗାଁ ଗୁଡ଼ିକ ଡୋକଲାମ ନିକଟ ବିବାଦୀୟ ଜମିରେ ରହିଛି । ସାଟେଲାଇଟ ଇମେଜରୁ ଏହି ଗାଁ ସମ୍ପର୍କରେ ଜଣାପଡ଼ିଛି । ୨୦୨୦ରୁ ୨୦୨୧ ମଧ୍ୟରେ ଏହି ଗାଁ ନିର୍ମାଣ କରାଯାଇଛି । ପ୍ରାୟ ୧୦୦ ବର୍ଗ କିଲୋମିଟର ଅଞ୍ଚଳରେ ଚୀନ୍ ନିର୍ମାଣ କରିଥିବା ଗାଁ ଭାରତ ପାଇଁ ଚିନ୍ତା ବଢ଼ାଇଛି । ୨୦୧୭ରେ ଡୋକଲାମ ସୀମାକୁ ନେଇ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଏହି ଚୀନର ଏପରି ପଦକ୍ଷେପରେ ଭାରତ ଦୃଷ୍ଟିରୁ ଠିକ୍ ନୁହେଁ ବୋଲି କୁହାଯାଉଛି ।

Leave a Reply