spot_img
Home Blog Page 5060

କାଶ୍ମୀରକୁ ଭାରତରେ ନେହେରୁ ମିଶାଇଥିଲେ ନା ପଟେଲ ? ଜିନ୍ନା ଏବଂ ପଟେଲଙ୍କ ମଧ୍ୟରେ ଥିଲାକି ସୁ ସମ୍ପର୍କ ?

ନୂଆଦିଲ୍ଲୀ: ଭାରତର ସ୍ୱର୍ଗ କାଶ୍ମୀର। ଆଉ ଏହି କାଶ୍ମୀରକୁ ନେଇ ଏନେକ ସମୟରେ ବିବାଦ ମୁଣ୍ଡ ଟେକିଛି। ପାକିସ୍ତାନ ମଧ୍ୟ କାଶ୍ମୀରକୁ ଅକ୍ତିଆର କରିବା ପାଇଁ ପ୍ରତିଟି ସମୟରେ ଆକ୍ରମଣ ଜାରି ରଖିଛି। ଖାଲି ସେତିକି ନୁହେଁ ଅନେକ ସମୟରେ କାଶ୍ମୀରକୁ ନେଇ ଭାରତରେ ରାଜନୀତି ସରଗରମ ହୁଏ। କାଶ୍ମୀର ଏବଂ ଭାରତକୁ ନେଇ ପ୍ରଶ୍ନ ଉଠେ। କାଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ କାହିଁକି ସୃଷ୍ଟି ହେଲା ବୋଲି କାଶ୍ମୀର ପଚାରେ। ହେଲେ ସବୁ ସତ କାଶ୍ମୀରର ବରଫ ତରେ ଚାପି ହୋଇ ରହିଯାଇଛି।

ଦୁନିଆ ପ୍ରଶ୍ନ କରେ ଏହି କାଶ୍ମୀରକୁ ଭାରତରେ ନେହେରୁ ମିଶାଇଥିଲେ ନା ପଟେଲ ? ସର୍ଦ୍ଦାର ପଟେଲ ଜିନ୍ନାଙ୍କ ସହ ସାକ୍ଷାତ କରିଥିଲେ କି ? ପଟେଲ ଜାମ୍ମୁ କାଶ୍ମୀରକୁ ଭାରତରୁ ଅଲଗା କରିବାକୁ ଚାହୁଁଥିଲେ କି ? ଏଥିରେ ହିରୋ କିଏ ଏବଂ ଭିଲେନ୍ କିଏ ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଜବାହରଲାଲ ନେହେରୁ କିମ୍ବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆଜି ନାହାଁନ୍ତି। ହଁ, ‘କୁଜି ନେତାଙ୍କ’ ପାଇଁ ଏହି ପ୍ରଶ୍ନଗୁଡିକ କିଛି ସମୟରେ ଉଙ୍କି ମାରେ।

କଂଗ୍ରେସ ୱାର୍କିଂ କମିଟି (CWC) ବୈଠକରେ କଂଗ୍ରେସ ନେତା ତାରିକ ହମିଦ କାରା ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଏମିତି କିଛି ବିବାଦିୟ ମନ୍ତବ୍ୟ ଦେଇଛନ୍ତି ଯେଉଁଥିରୁ ଏହି ବିବାଦ ଏବେ ଜୋର ଧିରିବାରେ ଲାଗିଛି। ତାରିକ ହମିଦ ଦେଶର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ବଲ୍ଲଭଭାଇଙ୍କୁ ଜଣେ ଭିଲେନ୍ ବୋଲି ବିବେଚନା କରିଛନ୍ତି। ତାଙ୍କ ମତରେ କାଶ୍ମୀରକୁ ଭାରତର ଅଂଶ କରାଇବାକୁ ଚାହୁଁନଥିଲେ ବଲ୍ଲଭଭାଇ ପଟେଲ। ସେ ବଲ୍ଲଭଭାଇ ଏବଂ ଜିନ୍ନାଙ୍କ ସହ ସାକ୍ଷାତ ବିଷୟରେ ମଧ୍ୟ ବୈଠକରେ କହିଥିଲେ।

ସମୟ ଥିଲା ଗତ ଶନିବାର ଅପରାହ୍ନର, ଆରମ୍ଭ ହୋଇଥିଲା CWC ବୈଠକ। ଏଥିରେ କଂଗ୍ରେସର ସମସ୍ତ ଭେଟେରାନ ନେତା ଯୋଗ ଦେଇଥିଲେ। ଏହି ସଭାରେ ଜାମ୍ମୁ କାଶ୍ମୀରର ନେତା ତାରିକ ହମିଦ ମଧ୍ୟ ଯୋଗ ଦେଇଥିଲେ। ଏହି ବୈଠକରେ ହମିଦ ତାଙ୍କର ଉପସ୍ଥିତିକୁ ଜାହିର କରିବା ପାଇଁ ଟିକେ ଅଧିକ ଚେଷ୍ଟା କରିଥିଲେ। ଯେଉଁଥିପାଇଁ ଗାନ୍ଧୀ ପରିବାରର ପ୍ରଶଂସା କରୁଥିବାବେଳେ ସବୁକିଛି ଭୁଲି ଯାଇଥିଲେ ହମିଦ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁଙ୍କୁ ପ୍ରଶଂସା କରିଥିଲେ। ସ୍ୱାଧୀନତା ପରେ ଜାମ୍ମୁ କାଶ୍ମୀରର ଭାରତ ସହିତ ଏକୀକରଣ ପାଇଁ ତାଙ୍କୁ ଶ୍ରେୟ ଦେଇଥିଲେ ହମିଦ। ଯଦି ଦେଖିବା ସର୍ଦ୍ଦାର ପଟେଲଙ୍କୁ ଟାର୍ଗେଟ କରିଥିଲେ ହମିଦ।

ସେହି ବୈଠକରେ ହମିଦ ଦେଶର ଏକତା ବଜାୟ ରଖିବାରେ ନେହେରୁ ଏବଂ ଗାନ୍ଧୀ ପରିବାରକୁ କଡ଼ା ପ୍ରଶଂସା କରିଥିଲେ। ଏହା କରିବା ବେଳେ ସେ ଏହା ମଧ୍ୟ କହିଛନ୍ତି ଯେ କାଶ୍ମୀର ସହ ଭାରତରେ ମିଶ୍ରଣର ଶ୍ରେୟ କେବଳ ନେହେରୁଙ୍କୁ ଯାଉଛି। ପଟେଲଙ୍କ ଯୋଗୁଁ କାଶ୍ମୀର ଏବଂ ଭାରତର ମିଶ୍ରଣ ହୋଇନାହିଁ। ଏମିତି ଲାଗୁଥିଲା ଯେମିତି ଚାଟୁକାରିତାର ସମସ୍ତ ସୀମା ଲଂଘିବାକୁ ଲାଗୁଥିଲେ ହମିଦ ଏବଂ କାଶ୍ମୀର ସହ ଭାରତର ମିଶ୍ରଣ ସମୟରେ ବୋଧେ ଉପସ୍ଥିତ ରହିଥିଲେ। ହମିଦଙ୍କର ଏଭଳି ମନ୍ତବ୍ୟ ଶୁଣି କଂଗ୍ରେସର କିଛି ନେତା ମଧ୍ୟ ଅସନ୍ତୁଷ୍ଟ ଥିଲେ। ତିନିଜଣ ବରିଷ୍ଠ ନେତା ଏଥିରେ ହସ୍ତକ୍ଷେପ କରିଥିଲେ। ତାଙ୍କୁ ସ୍ମରଣ କରାଗଲା ଯେ ପଟେଲ ମଧ୍ୟ କଂଗ୍ରେସର ପୂର୍ବତନ ସଭାପତି ଥିଲେ ଯିଏକି ଭାରତର ଏକୀକରଣରେ ଅଦୃଶ୍ୟ ଅବଦାନ ରଖିଥିଲେ।

ହମିଦ କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ଲୋକମାନେ ଆଜି ଭାରତରେ ଅଛନ୍ତି, ଯାହାର ଶ୍ରେୟ କେବଳ ନେହେରୁକୁ ଯାଉଛି। ଆଉ ପଟେଲଙ୍କୁ ନେଇ କିଛି ଅବାନ୍ତର କଥା କହିଛନ୍ତି। ସେ କହିଛନ୍ତି ଯେ କାଶ୍ମୀରକୁ ଭାରତରେ ମିଶାଇବା ସମୟରେ ପଟେଲ ମହମ୍ମଦ ଅଲି ଜିନ୍ନାଙ୍କ ଶିବିରରେ ଥିଲେ, ଯିଏ ଭାରତକୁ ଭାଗ କରି ପାକିସ୍ତାନ ସୃଷ୍ଟି କରିଥିଲେ। ହମିଦ ଆହୁରି ମଧ୍ୟ କରିଛନ୍ତିଯେ ପଟେଲ ଜାମ୍ମୁ କାଶ୍ମୀରକୁ ପାକିସ୍ତାନକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଥିଲେ।

ଏହାର ସତ ଖୋଯିବାକୁ ଗଲେ ଆମେ ଦେଖିବା, ଯେତେବେଳେ ଭାରତ କାଶ୍ମୀର ସହିତ ମିଶିଥିଲା, ସେତେବେଳେ ସର୍ଦ୍ଦାର ପଟେଲ କାଶ୍ମୀରକୁ ନେଇ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନେକ ପଦକ୍ଷେପ ଉପରେ ରାଜିନଥିଲେ। ସେହି ସମୟରେ ନିଆଯାଇଥିବା କିଛି ପଦକ୍ଷେପ ପାଇଁ ଭାରତ ସରକାର ଉପରେ ଉିକ୍ଷିପ୍ତ ହୋଇଉଠିଥିଲେ। ଏଥିରେ ଉପନିର୍ବାଚନ, ମିଳିତ ଜାତିସଂଘକୁ ନେବା, ସେହି ପରିସ୍ଥିତିରେ ଅସ୍ତ୍ରବିରତି ଉଲ୍ଲଂଘନ ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା। ମହାରାଜା ମାନେ ରାଜ୍ୟ ବାହାରକୁ ଯିବା ଉପରେ ପଟେଲ ମଧ୍ୟ ସହମତ ନଥିଲେ।

ଏହା ସତ୍ୟ ଯେ କାଶ୍ମୀରରେ ଭାରତର ଯୋଗଦାନ ଅନେକ ସର୍ତ୍ତ ସହିତ କରାଯାଇଥିଲା। ଏହା ଉପରେ କୌଣସି ମତ ନଥିଲା। ତେବେ ସେହି ସମୟର ସର୍ତ୍ତକୁ ବିଚାର କରି ଅନେକ ଜିନିଷ ଉପରେ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦାବି ମଧ୍ୟ ଗ୍ରହଣ କରାଯାଇଥିଲା। ରାଜ୍ୟକୁ ଅନେକ ରିହାତି ମଧ୍ୟ ପ୍ରଦାନ କରାଯାଇଥିଲା।

କାଶ୍ମୀରର ଭାରତ ସହିତ ମିଶ୍ରଣ ଏକ ଜଟିଳ ପ୍ରସଙ୍ଗ ଥିଲା ଏବଂ ବହୁ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ତା’ପରେ ରାଜାଙ୍କ ସାମ୍ରାଜ୍ୟକୁ ପୃଥକ ଦେଶରେ ବାଣ୍ଟିବା ଏକ ବଡ଼ ଆହ୍ୱାନ ଥିଲା। ଏଭଳି ପରିସ୍ଥିତିରେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲି ଜିନ୍ନା ମଧ୍ୟ ସମସ୍ତ ପ୍ରକାର କାରବାରରେ ନିୟୋଜିତ ଥିଲେ। ଯେଉଁଠାରେ ଅଧିକାଂଶ ରାଜକୁମାର ରାଜ୍ୟ ଉପରେ ନିଷ୍ପତ୍ତି ନେଇଥିଲେ। ଏଥିସହିତ ଜାମ୍ମୁ-କାମୀରର ମହାରାଜା ହରି ସିଂଙ୍କ ହିଲା ହାୱାଲି ହେତୁ ଏହି ମାମଲା ଅଟକି ରହିଥିଲା। ପାକିସ୍ତାନ ଆକ୍ରମଣ ପରେ ହରି ସିଂ ଭାରତ ସହ ମିଶିବାକୁ ପ୍ରସ୍ତୁତ ଥିଲେ। ଏଭଳି ପରିସ୍ଥିତିରେ ଜାମ୍ମୁ କାଶ୍ମୀରର ଭାରତ ମିଶ୍ରଣରେ ନେହେରୁ କିମ୍ବା ପଟେଲଙ୍କୁ ଶ୍ରେୟ ଦେବା ଠିକ୍ ନୁହେଁ। ଏଥିରେ ଉଭୟଙ୍କର ଅବଦାନ ସମାନ ଭାବରେ ରହିଥିଲା।

ମୟୂରଭଞ୍ଜ ପାଇଁ ମିଶନ ସ୍ମାର୍ଟକାର୍ଡ: ୨୨ ତାରିଖରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ବାରିପଦା: ମୟୂରଭଞ୍ଜ ପାଇଁ ମିଶନ୍ ସ୍ମାର୍ଟକାର୍ଡ । ଆସନ୍ତା ୨୨ ତାରିଖରେ ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୬ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରାଯିବ । ହସପିଟାଲରେ କେବଳ ସ୍ମାର୍ଟକାର୍ଡ ଦେଖାଇଲେ ମାଗଣା ଚିକିତ୍ସା ସୁବିଧା ମିଳିବ। ରାଜ୍ୟର ୯୬ ଦଶମିକ ୫ଲକ୍ଷ ପରିବାରକୁ କାର୍ଡ ମିଳିବାକୁ ଥିବା ବେଳେ ଏଥିରେ ସାଢ଼େ ତିନି କୋଟି ଲୋକ ଉପକୃତ ହେବେ। ରାଜ୍ୟ ଓ ରାଜ୍ୟ ବାହାରର ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ହିତାଧିକାରୀ ।

ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ଏଥିସହ ମୟୂରଭଞ୍ଜରେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୨୧ଶହ ୫୫କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ୩୨୦କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ବିଜେଡି ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୋରଦାର ପ୍ରସ୍ତୁତି କରାଯାଉଛି ।

ନୌସେନାରୁ ପ୍ରଶାସନିକ ଅଧିକାରୀ: ଏବେ କଲମ ମୁନରେ କରିବେ ଲୋକଙ୍କ ସେବା

ନବରଙ୍ଗପୁର: ଦିନେ ଦେଶ ଓ ମାଟି ମା’ର ରକ୍ଷା ପାଇଁ ହାତରେ ଧରିଥିଲେ ବନ୍ଧୁକ । ସାମିଲ ହୋଇଥିଲେ ନୌସେନାରେ । ହେଲେ ଏବେ କଲମ ମୁନରେ କରିବେ ଲୋକଙ୍କ ସେବା । ବିନା କୋଟିଂରେ ପ୍ରଶାସନିକ ଅଧିକାରୀ ହେଲେ ନବରଙ୍ଗପୁରର ଅଜୟ ମାଣ୍ଡାଙ୍ଗି । ୧୫ ବର୍ଷ ଦେଶର ସେବା କରି ଅବସର ନେବା ପରେ ଏବେ ନିଜର ନିଷ୍ଠା ଓ ପରିଶ୍ରମ ବଳରେ ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି ଅଜୟ ।

ଦେଶ ମାତୃକାର ସେବା ପାଇଁ ନୀଳ ସମୁଦ୍ରରେ ଥିଲେ ସଜାଗ ପ୍ରହରୀ । ତାଙ୍କର ବନ୍ଧୁକ ଶତ୍ରୁ ଶିବିରରେ ସୃଷ୍ଟି କରିଥିଲା ଆତଙ୍କ । ହେଲେ ଏବେ ହାତରେ କଲମ ଧରି ପ୍ରଶାସନିକ ଅଧିକାରୀ ଭାବେ ଲୋକଙ୍କ ସେବା କରିବେ ନବରଙ୍ଗପୁରର ଅଜୟ ମାଣ୍ଡାଙ୍ଗି । ୧୫ ବର୍ଷ ଦେଶର ସେବା କରି ଅବସର ନେବା ପରେ ଏବେ ନିଜର ନିଷ୍ଠା ଓ ପରିଶ୍ରମ ବଳରେ ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି ଅଜୟ । ନବରଙ୍ଗପୁର ନିକଟ ନୀଳକଣ୍ଠଗୁଡ଼ା ଗାଁର ଅଜୟଙ୍କ ବାପା ପୋଲିସ ବାହିନୀରେ କାର୍ଯ୍ୟରତ ଅଛନ୍ତି । ଦିନକୁ ୮ ରୁ ୧୦ ଘଣ୍ଟା ପରିଶ୍ରମ କରି ଏହି ସଫଳତା ପାଇଥିବା କହିଛନ୍ତି ଅଜୟ ।

୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ନୌବାହିନୀରେ କାର୍ଯ୍ୟ କରି ଅବସର ନେଇଥିଲେ ଅଜୟ । ଏବେ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବିନା କୋଚିଂରେ ଓଏଏସ ପରିକ୍ଷାରେ କୃତକାର୍ଯ୍ୟ ହେବା ସମସ୍ତଙ୍କୁ ଚକିତ କରିଛନ୍ତି । ତାଙ୍କର ଏହି ଅଧ୍ୟବସାୟ ଏବେ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ।

ଏଥିସହିତ ପଢ଼ନ୍ତୁ: ଆଇନଜୀବୀଙ୍କ ଭିନ୍ନ ସଉକ: ୧ହଜାର ୫୫ କିସମର କରିଛନ୍ତି ବିହନ ସଂଗ୍ରହ

ଆଇନଜୀବୀଙ୍କ ଭିନ୍ନ ସଉକ: ୧ହଜାର ୫୫ କିସମର କରିଛନ୍ତି ବିହନ ସଂଗ୍ରହ

ବାଲେଶ୍ୱର: ପେଶା ଆଇନଜୀବୀ ହେଲେ ନିଶା ବିହନ ସଂଗ୍ରହ । ନିଜସ୍ୱ ପ୍ରଚେଷ୍ଟାରେ ଓଡ଼ିଶା ସିଡ ସେଣ୍ଟ୍ରାଲ ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରିର ବ୍ଲକ ଚଣ୍ଡିପୁର ଗାଁର କୁସୁମ ମିଶ୍ର । ଯେଉଁଠି ରହିଛି ଏକ ହଜାର ୫୫ କିସମର ଦେଶୀ ବିହନ । ଆଜିର ଯୁଗରେ ଚାଷୀ ହାଇବ୍ରିଡ୍ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବାବେଳେ କୁସୁମଙ୍କ ଏପରି ପ୍ରୟାସକୁ ସବୁଆଡୁ ମିଳିଛି ପ୍ରଶଂସା ।

ଗୋଟିଏ ଧାନରୁ ବାହାରୁଛି ଦୁଇଟି ଚାଉଳ । ଜୈବିକ ପଦ୍ଧତିରେ ହସୁଛି ସୁନାର ଫସଲ । ବିନା ରସାୟନିକ ପଦ୍ଧତିରେ ହେଉଛି ଜୈବିକ ଖତ । ଟିକେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । ଧାଡି ଧାଡି ହୋଇ ହାଣ୍ଡିରେ ସାଇତା ହୋଇଛି ବିହନ । ସବୁ ହାଣ୍ଡିରେ ଲାଗିଛି ଟ୍ୟାଗ । ଇଏ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିର ବ୍ଲକ ଚଣ୍ଡିପୁର ଗାଁର କୁସୁମ ମିଶ୍ରଙ୍କ ଓଡ଼ିଶା ସିଡ ସେଣ୍ଟ୍ରାଲ ବ୍ୟାଙ୍କ । ପେଶାରେ ଜଣେ ଆଇନଜୀବୀ ହୋଇଥିଲେ ବି ନିଜର ଚେଷ୍ଟାରେ ତିଆରି କରିଛନ୍ତି ଏହି ବିରଳ ବ୍ୟାଙ୍କ । ଯେଉଠି ସାଇତା ହୋଇ ରହିଛି ଏକ ହଜାର ୫୫ କିସମର ଦେଶୀ ବିହନ ।

ବିଲୁପ୍ତ ମୁଗେଇ, ପାଟ୍ଟିଣି, ଅଗ୍ନିଝାଲ, ଜଙ୍ଗଲି ଜଟ୍ଟା, କଳାବତି, ସାଠିଆ, ବାସ୍ନା, ଶୃଙ୍ଗ, ପେନ୍ଥା, ପଙ୍ଖ, କଳାଧାନ, କଳା ଚାଉଳ, ଭଳି ବିଭିନ୍ନ କିସମର ବିହନ ସଂଗ୍ରହ କରିଛନ୍ତି କୁସୁମ । ବାସ୍ନା ଧାନ ୮୯ ପ୍ରକାର, ଶୃଙ୍ଗ ଧାନ ୬୯, ପେନ୍ଥା ୬୦, ପଙ୍ଖ ଧାନ ୧୮, କଳା ଧାନ ୪, କଳା ଚାଉଳ ୩, ଲୁଣୀ ୧୫୯, ବନ୍ୟା ୭୧, ମରୁଡି ୧୦୫ ପ୍ରକାର ଦେଶୀ ଧାନକୁ ସଂଗ୍ରହ କରି ବ୍ୟାଙ୍କରେ ରଖାଯାଇଛି । ଏହାସହ ନିଜର ୪ ଏକର ଜମିରେ ଜୈବିକ ପଦ୍ଧତିରେ ଧାନ ଚାଷ କରିଛନ୍ତି ସେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀଙ୍କପାଖରେ ପହଞ୍ଚି ସହାୟତାର ହାତ ବଢାଇ ବିହନ ଯୋଗାଇ ଦିଅନ୍ତି

ପୁରୀ, କୋରାପୁଟ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜିଲ୍ଲାରୁ ଦେଶୀ ବିହନ ସଂଗ୍ରହ କରାଯାଇଥାଏ । ୫ଶହରୁ ଅଧିକ ଚାଷୀ ଏହି ବ୍ୟାଙ୍କରୁ ବିହନ ନେଇ ଚାଷ କରୁଛନ୍ତି । ଜଣେ ଚାଷୀଙ୍କୁ ୨ଶହ ୫୦ ଗ୍ରାମରୁ ୧ କେଜି ପର୍ଯ୍ୟନ୍ତ ବିହନ ଯୋଗାଇ ଦିଆଯାଏ

T-20 WC: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଚାରିଆଡ଼ୁ ବିରୋଧ, ପାକିସ୍ତାନକୁ କଡ଼ା ଜବାବ ପାଇଁ ବନ୍ଦ ହେଉ ଏହି ମ୍ୟାଚ୍‌

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍‌ର ମହାସମର। ବିଶ୍ୱକଫ୍‌ ଟାଇଟଲକୁ ହାତେଇବା ପାଇଁ ସମସ୍ତ ଦଳ ପୁରା ପ୍ରସ୍ତୁତ। ଆସନ୍ତା ଅକ୍ଟୋବର ୨୪ ତାରିଖରେ ଖେଳାଯିବାକୁ ଯାଉଛି ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌। ଭାରତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହିତ ଖେଳିବାକୁ ଯାଉଛି। ତେବେ ଏହି ମ୍ୟାଚ୍‌ ପାକିସ୍ତାନ ସହ ଥିବାରୁ ଏହାକୁ ଚାରିଆଡ଼ୁ ବିରୋଧ କରାଯାଉଛି। ପାକିସ୍ତାନ ସହ ଏହି ମ୍ୟାଚ୍‌ ଭାରତ ନଖେଳୁ ବୋଲି ଚର୍ଚ୍ଚା ଯୋର ଧରିଛି। କାରଣ ପାକିସ୍ତାନ ବାରମ୍ବାର ଭାରତ ଉପରେ ଆକ୍ରଣ, ଆତଙ୍କବାଦୀଙ୍କ ସହ ପାକିସ୍ତାନର ସୁ ସମ୍ପର୍କ, ଚଳିତ ଦିନ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ ପାଇଁ ଏଭଳି ବିରୋଧ ଏବେ ତୀବ୍ର ହେବାରେ ଲାଗିଛି।

ଏହି ମ୍ୟାଚ୍‌କୁ ନେଇ ପୁଣିଥରେ ବିଚାର କରାଯାଉ ବୋଲି ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ବର୍ତ୍ତମାନ ବିହାର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ମଧ୍ୟ ଏହା କହିଛନ୍ତି।

ତାରକିଶୋର ପ୍ରସାଦ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଅନ୍ୟ ରାଜ୍ୟର ଲୋକଙ୍କୁ ହତ୍ୟା କରାଯାଉଛି, ଏହା ସାରା ବିଶ୍ୱ ପାଇଁ ସବୁଠାରୁ ବଡ଼ ଦୁଃଖଦାୟକ। ଭାରତରେ ଆତଙ୍କ ବୃଦ୍ଧି ପାଇଁ ପାକିସ୍ତାନ ଯେଉଁ କାମ କରୁଛି, ତାକୁ ବିରୋଧ କରି ଏହି ମ୍ୟାଚ୍‌ ବନ୍ଦ ହେବା ଉଚିତ୍। ପାକିସ୍ତାନକୁ କଡ଼ା ଜବାବ ଦେବା ପାଇଁ ଭାରତ ଏଭଳି ପଦକ୍ଷେପ ନେବା ଉଚିତ ବୋଲି ବିହାର ଡେପୁଟି ସିଏମ କହିଛନ୍ତି।

ଅକ୍ଟୋବର ୨୪ ରେ ଭାରତ ଏବଂ ପାକିସ୍ତାନ ଟି -୨୦ ବିଶ୍ୱକପରେ ମୁହାଁ ମୁହିଁ ହେବେ। ଦୀର୍ଘ ସମୟ ପରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି।

ଏହି ସମଗ୍ର ବିତର୍କ ଉପରେ କଂଗ୍ରେସ ନେତା ତଥା ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ମଧ୍ୟ ଏକ ବିବୃତ୍ତି ଦେଇଛନ୍ତି। ରାଜୀବ ଶୁକ୍ଲା କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଯାହା କିଛି ଘଟିଛି, ତାହା ନିନ୍ଦନୀୟ। କିନ୍ତୁ ମ୍ୟାଚ୍ ଏହିପରି ବାତିଲ ହୋଇପାରିବ ନାହିଁ, ଏହା ଆଇସିସିର ଏକ ପ୍ରତିବଦ୍ଧତା।

ତେବେ ଏହି ମ୍ୟାଚ୍ ପୂର୍ବରୁ ଜାମ୍ମୁ କାଶ୍ମୀରରେ କିଛି ଘଟଣା ଘଟିଛି ଯେଉଁଠାରେ ସାଧାରଣ ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀଙ୍କ ଦ୍ୱାରା ବିହାରର କିଛି ନାଗରିକ ମଧ୍ୟ ଟାର୍ଗେଟ ହୋଇଛନ୍ତି। ଏହା ବ୍ୟତୀତ ଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ପ୍ରାୟ ୯ ଜଣ ଯବାନ ସହିଦ ହୋଇଛନ୍ତି।

ଏହି କାରଣରୁ ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ କରିବାକୁ ଚାରିଆଡ଼ୁ ଦାବି ହେଉଛି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ମଧ୍ୟ କିଛିଦିନ ପୂର୍ବରୁ ଏକ ବିବୃତ୍ତି ଦେଇଛନ୍ତି ଯେ ଯଦି ସମ୍ପର୍କ ଭଲ ନଥାଏ ତେବେ ଏହାକୁ ବିଚାର କରାଯିବା ଉଚିତ। ଆତଙ୍କବାଦୀଙ୍କ ଦ୍ୱାରା ନିହତ ହୋଇଥିବା ବ୍ୟକ୍ତିଙ୍କ ପିତା ଗିରିରାଜ ସିଂଙ୍କ ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚକୁ ବାତିଲ କରିବାକୁ ସରକାରଙ୍କୁ ଦାବି କରିଥିଲେ।

T20WC: ଖେଳାଳିଙ୍କ ସହ ‘ମେଣ୍ଟର’ ଧୋନିଙ୍କ ଅଭ୍ୟାସ, ବିରାଟ-ପନ୍ଥଙ୍କ ସହ ଚର୍ଚ୍ଚା: Photos

ନୂଆଦିଲ୍ଲୀ: ଟି -20 ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ପୁରା ପ୍ରସ୍ତୁତ। ଟି-୨୦ ବିଶ୍ୱକପ୍‌ରେ ପ୍ରଥମେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ସୋମବାର ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ। ଦଳ ଏହା ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ରେ ଅଂଶଗ୍ରହଣ କରିଥିଲା।

ତେବେ ଟି-୨୦ ବିଶ୍ୱକପ୍‌ର ଟାଇଟଲକୁ ହାତେଇବା ପାଇଁ ଚାଲିଛି ଯୋଜଦାର ଅଭ୍ୟାସ। ଟିମ୍ ଇଣ୍ଡିଆର ମେଣ୍ଟର ଭାବରେ ମହେନ୍ଦ୍ର ସିଂ ଧୋନି ମଧ୍ୟ ଏହି ସମୟରେ ଅଧିନାୟକ ବିରାଟ କୋହଲି ଏବଂ ଅନ୍ୟ ସାଥୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା।

 

 

ମହେନ୍ଦ୍ର ସିଂ ଧୋନି ଟିମ୍ ଇଣ୍ଡିଆର ଅଭ୍ୟାସ ମ୍ୟାଚ୍‌ରେ ବିଭିନ୍ନ ଖେଳାଳିଙ୍କ ସହ ସମୟ ଅତିବାହିତ କରିଥିଲେ। ଅଧିନାୟକ ବିରାଟ କୋହଲିଙ୍କ ସହ ଏମଏସ ଧୋନି ରଣକୌଶଳ ପ୍ରସ୍ତୁତ କରୁଥିବାର ନଜର ଆସିଥିଲେ।

ମେଣ୍ଟର ଏମଏସ ଧୋନି ଟିମ୍ ଇଣ୍ଡିଆର ଯୁବ ଖେଳାଳିଙ୍କ ସହ ଅଧିକ ସମୟ ଅତିବାହିତ କରିଥିଲେ। ଯେଉଁଥିରେ  ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଜସପ୍ରୀତ ବୁମ୍ରା ଏବଂ ଅନ୍ୟ ଖେଳାଳିଙ୍କ ସହ ଅଭ୍ୟାସ କରୁଥିବା ଚିତ୍ର ସାମ୍ନାକୁ ଆସିଛି।

ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣା । ମୁଖ୍ୟ ଅଭିଯୁକ୍ତ ରଘୁନାଥ ପଣ୍ଡା ଗିରଫ । ରଘୁନାଥଙ୍କୁ ପଣ୍ଡାପାଲି ଅଞ୍ଚଳରୁ ଗିରଫ କରିଛି ପୋଲିସ । ରଘୁନାଥ ଗିରଫ ପରେ ମୋଟ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ପ୍ରତାପ ରାଉତ, ବିଦ୍ୟାଧର ପରିଡ଼ା, ମନମୋହନ ଦାସ, ଶରତ ଚନ୍ଦ୍ର ଜେନା ଓ ଶିକୁଲ ଶେଖଙ୍କୁ ଗିରଫ କରିଥିଲା ପୋଲିସ ।

ସେମାନଙ୍କ ଠାରୁ ୪ଟି ମୋବାଇଲ, ଗୋଟିଏ ବାଇକ ଓ ଦୁଇଟି ଅଫୁଟା ବୋମା ଜବତ କରିଥିଲା ପୋଲିସ । ଗତ ୧୦ ତାରିଖରେ ଏକ ସାଧାରଣ ସଭା ସାରି ଫେରୁଥିବା ବେଳେ ଟାଉନ ଥାନା ଅଞ୍ଚଳର ମଣ୍ଡୁଆ ଠାରେ ଦୁଇ ବାଇକ ଅରୋହୀ ମୋହନଙ୍କ ଗାଡି ଉପରକୁ ଦୁଇଟି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ । ପରେ ମୋହନ ଏ ନେଇ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ପୋଲିସ ହେପାଜତରୁ ଅଟକ ଅଭିଯୁକ୍ତ ଫେରାର ଘଟଣା; ଟିଟିଲାଗଡ଼ରେ ପହଞ୍ଚି ତଦନ୍ତ ଆରମ୍ଭ କଲେ ଏସ୍‌ପି

 

ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ

ନୂଆଦିଲ୍ଲୀ: ହରିୟାଣାର ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମକୁ ବଡ ଝଟକା। ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ। ରଣଜିତ ସିଂ ହତ୍ୟା ମାମଲାରେ ରାୟ ଶୁଣାଇଲେ ସିବିଆଇ ସ୍ପେଶାଲ କୋର୍ଟ। ରାମ ରହୀମଙ୍କ ସହ ଅନ୍ୟ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ। ରାମ ରହୀମଙ୍କୁ ୩୧ଲକ୍ଷ ଜରିମାନା ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତାଙ୍କର ୫ସହଯୋଗୀଙ୍କୁ ୫୦ହଜାର ଲେଖାଏଁ ଜରିମାନା ଶୁଣାଇଛନ୍ତି କୋର୍ଟ।

୨୦୦୨ ରେ ରଞ୍ଜିତ ସିଂଙ୍କ ହତ୍ୟା ହୋଇଥିଲା। ସିବିଆଇ ଅଭିଯୁକ୍ତଙ୍କ ବିରୋଧରେ ୨୦୦୩ ରେ ମାମଲା ରୁଜୁ କରିଥିଲା  । ୨୦୦୭ରେ କୋର୍ଟ ଚାର୍ଜ ଫ୍ରେମ୍ କରିଥିଲା ସିବିଆଇ । ଗତ ୨୦୧୭ରେ ଦୁଇ ଶିଷ୍ୟାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଗୁରମିତଙ୍କୁ ୨୦ ବର୍ଷ ଜେଲଦଣ୍ଡ ମିଳିଥିଲା । ଗତ ଦୁଇ ବର୍ଷ ତଳେ ଜଣେ ସାମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କୁ ହତ୍ୟା ମାମଲାରେ ବି ଗୁରମିତଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା।

ତେବେ ଅଗଷ୍ଟ ୨୦୧୭ର ହିଂସାକୁ ଦୃଷ୍ଟିରେ ରଖି ରାମ ରହିମ ସହ ଜଡିତ କୌଣସି ମାମଲାରେ ଶୁଣାଣି କିମ୍ବା ଦଣ୍ଡ ଘୋଷଣା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ୨୦୧୭ ରେ, ରାମ ରହିମ ଏକ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଗତ ଶୁଣାଣି ସମୟରେ ସିବିଆଇ କୋର୍ଟରୁ ଡେରା ମୁଖ୍ୟ ରହିମ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲା।

ଏଥି ସହ ରାମ ରହୀମ ନିଜେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋହତକ ଜେଲରୁ ଦୟା ମାଗିଥିଲେ। ଦୁଇ ଅନୁଗାମୀଙ୍କୁ ବଳାତ୍କାର ଅଭିଯୋଗରେ ରାମ ରହୀମ ୨୦ ବର୍ଷ ଜେଲ ଦଣ୍ଡ ମିଳିଛି। ରାମ ରହୀମ କୋର୍ଟରେ ଦୟା ମାଗିବାବେଳେ ରକ୍ତଚାପ, ଆଖି ଏବଂ କିଡନୀ ସମ୍ବନ୍ଧୀୟ ରୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସପଟେ ସିବିଆଇ ରାମ ରହୀମର ଆବେଦନକୁ ବିରୋଧ କରି କହିଛି ଯେ ପୀଡିତା ତାଙ୍କୁ ଇଶ୍ୱର ପରି ବ୍ୟବାହର କରୁଥିଲା କିନ୍ତୁ ଅଭିଯୁକ୍ତ ତାଙ୍କ ବିରୋଧରେ ଅପରାଧ କରିଥିଲା।

ଏକାଥରେ ୭ଟି ଶିଶୁଙ୍କୁ ଜନ୍ମଦେଲେ ମହିଳା, ସ୍ୱାମୀ କହିଲେ ଏମିତି କଥା

ଇସଲାମାବାଦ: ପାକିସ୍ତାନରେ ଜଣେ ମହିଳା ଏକାସାଙ୍ଗରେ ସାତୋଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ଡାକ୍ତରମାନେ କହିଛନ୍ତି ଯେ ଅଲଟ୍ରାସାଉଣ୍ଡ ଏବଂ ଅନ୍ୟାନ୍ୟ ରିପୋର୍ଟରୁ ଜଣାପଡିଛି ଯେ ମହିଳାଙ୍କ ଗର୍ଭରେ ପାଞ୍ଚଟି ସନ୍ତାନ ଅଛନ୍ତି । ଏହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ପ୍ରସବ ସରିବା ପରେ ମହିଳା ଜଣକ ସାତୋଟି ସନ୍ତାନ ଜନ୍ମ ଦେଇଥିଲେ । ବର୍ତ୍ତମାନ ସମସ୍ତ ନବଜାତ ଶିଶୁ ଏବଂ ମାଆ ସୁସ୍ଥ ଥିବା ସୂଚନା ରହିଛି ।

ଏହି ଖବର ହେଉଛି ଖୌବର ପାଖ୍ତନଖୱାର ଆବଟ୍ଟାବାଦର । ଯେଉଁଠାରେ ୟାର ମହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ପ୍ରସବ ବେଦନା ପରେ ଡାକ୍ତରଖାନା ନିଆଯାଇଥିଲା । ୟାର ମହମ୍ମଦଙ୍କ ପତ୍ନୀ ଜିନ୍ନା ଡାକ୍ତରଖାନାରେ ୭ଟି ସନ୍ତାନ ଜନ୍ମ ଦେଇଥିଲେ। ସେଥିରେ ଚାରି ପୁଅ ଏବଂ ତିନି ଝିଅ ଅଛନ୍ତି ।

ସ୍ୱାମୀ କହିଲେ ଏମିତି କଥା

ବିବିସି ଅନୁଯାୟୀ, ୟାର ମହମ୍ମଦ କହିଛନ୍ତି ଯେ ଶିଶୁମାନଙ୍କ ଲାଳନପାଳନରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ, କାରଣ ସେମାନେ ଏକ ଯୌଥ ପରିବାରରେ ରୁହନ୍ତି ଏବଂ ପରିବାରର ସମସ୍ତେ ସେମାନଙ୍କୁ ସାହାଯ୍ୟ କରିବେ । ଏହି ଶିଶୁଙ୍କ ଜନ୍ମ ପୂର୍ବରୁ ୟାର ମହମ୍ମଦଙ୍କର ଦୁଇଟି ଝିଅ ଅଛନ୍ତି, ଅର୍ଥାତ୍ ତାଙ୍କ ପରିବାରରେ ମୋଟ ୯ ସନ୍ତାନ ଅଛନ୍ତି ।

ଆର୍ଯ୍ୟନ୍‌ଙ୍କୁ ରିୟାଙ୍କ ଭଳି ମାସ ମାସ ଧରି ଜେଲରେ ରଖିବାକୁ ପ୍ରସ୍ତୁତି ? NCB ଆପଣେଇଛି ସମାନ ପଦ୍ଧତି

ମୁମ୍ବାଇ: ବଲିଓଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଆର୍ଥର ରୋଡ ଜେଲରେ। ୧୪ ଦିନିଆ ନ୍ୟାୟିକ ହେପାଜତରେ ଅଛନ୍ତି ଆର୍ଯ୍ୟନ୍‌। କଏଦୀ ନମ୍ବର ୯୫୬ ଆର୍ଯ୍ୟନ୍‌ଙ୍କ ଜାମିନ ଉପରେ କୋର୍ଟରେ ଯୁକ୍ତି ସମାପ୍ତ ହୋଇଛି। ବର୍ତ୍ତମାନ ଅକ୍ଟୋବର ୨୦ ରେ ଜଜ୍ ବି.ବି ପାଟିଲ ଏହା ଉପରେ ରାୟ ଶୁଣାଇବେ। ଅକ୍ଟୋବର ୨୦ରେ ଆର୍ଯ୍ୟନଙ୍କ ଜେଲରେ ଶେଷଦିନ ବୋଲି ଜଜ୍‌ ଆର୍ଯ୍ୟନ୍‌ଙ୍କ ଓକିଲମାନେ ଆଶା କରୁଥିବାବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ପ୍ରସ୍ତୁତି କିନ୍ତୁ କିଛି ଅଲଗା ଥିବା ଜଣାପଡିଛି।

ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡରେ ସାମ୍ନାକୁ ଆସିଥିବା ଡ୍ରଗ୍ସର କାରବାର ଉପରେ ଏନସିବିର ତଦନ୍ତ ଅତ୍ୟନ୍ତ ଆକ୍ରମଣାତ୍ମକ ଢ଼ଙ୍ଗରେ ବୃଦ୍ଧି ପାଇଥିଛି। ଆଉ ଏବେ ରିୟା ଚକ୍ରବର୍ତ୍ତୀ ଏବଂ ଆର୍ଯ୍ୟନଙ୍କ ଗିରଫରେ ଏନ୍‌ସିବିର ମନୋଭାବ ସମାନ ଦେଖିବାକୁ ମିଳିଛି। ଯେମିତି ରିୟାଙ୍କୁ ଏନ୍‌ସିବି ମାସ ମାସ ଧିରି ଜେଲରେ ରଖିଥିଲା ଠିକ୍‌ ସେମିତି ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ମଧ୍ୟ ଆର୍ଯ୍ୟନ୍‌ଙ୍କୁ ମାସ ମାସ ଧରି ଜେଲରେ ରଖିବାକୁ ପ୍ରସ୍ତୁତ ହେଉଛି !

ହ୍ୱାଟସ୍ ଆପ୍ ଡ୍ରଗ୍ ଚାଟ୍ ଭରସାରେ ଦୁଇଟି ମାମଲା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଏନସିବି ଡ୍ରଗ୍ ଚାଟ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଫଳସ୍ୱରୂପ, ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ରିୟା ଚକ୍ରବର୍ତ୍ତୀ କୋର୍ଟରେ ଜାମିତ ପାଇଁ ଆବେଦନ କରିଥିଲେ। କିନ୍ତୁ ରିୟାଙ୍କୁ କୋର୍ଟ ଜାମିନ ପ୍ରଦାନ କରିନଥିଲେ। ଯାହାପରେ ତାଙ୍କୁ ଭାୟଖଲ୍ଲା ଜେଲରେ ବନ୍ଦୀ କରି ପ୍ରାୟ ଏକ ମାସ ପର୍ଯ୍ୟନ୍ତ ରଖରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟପୂର୍ଣ୍ଣ କଥା ହେଉଛି ଉଭୟ ମାମଲାରେ ଆର୍ଯ୍ୟନ୍‌ ହୁଅନ୍ତୁ କିମ୍ବା ରିୟା ହୁଅନ୍ତୁ। ଏନସିବି ଉଭୟଙ୍କଠାରୁ କୌଣସି ଡ୍ରକ୍ସ ପାଇ ନାହିଁ। କେବଳ ବ୍ଲଡ ଟେଷ୍ଟରୁ ଜଣାପଡ଼ିଥିଲା କି ଦୁଇଜଣ ଡ୍ରଗ୍ସ ନିଅନ୍ତି ବୋଲି।

ପ୍ରଥମେ ଅଟକ ତାପରେ ଚାଟ୍ ଏବଂ ତାପରେ ଗିରଫ

ବର୍ତ୍ତମାନ ଯଦି ଆମେ ଉଭୟ ମାମଲାର ଅନୁସନ୍ଧାନର ପଦ୍ଧତି, କୋର୍ଟରେ ଏନସିବି ଦ୍ୱାରା ଉପସ୍ଥାପିତ ପ୍ରମାଣ ଏବଂ ବିଚାରପତିଙ୍କ ଆଗରେ ଯୁକ୍ତି ଦଲିଲ ଦେଖିବା ତେବେ ଉଭୟ ଆର୍ଯ୍ୟନ୍ ଏବଂ ରିୟା ଚକ୍ରବର୍ତ୍ତୀଙ୍କ କେସ୍‌ ମଧ୍ୟରେ ଅନେକ କିଛି ସମାନ ଦେଖିପାରିବା। ଏନସିବି ତରଫରୁ ଏଏସଜି ଅନିଲ ସିଂ କ୍ରମାଗତ ଭାବରେ କୋର୍ଟରେ ଡ୍ରଗ୍ସ ଚାଟ୍ ବିଷୟରେ ଯୁକ୍ତି ବାଢ଼ି ଚାଲିଛନ୍ତି। ଯଦି ଦେଖିବା ଏନଥସିବା ଆର୍ଯ୍ୟନ୍‌ ଏବଂ ରିୟା, ଦୁହିଁଙ୍କୁ ପ୍ରଥମେ ଥାନାରେ ଅଟକ ରଖିଥିଲା। ତା’ପରେ ସେମାନଙ୍କ ଫୋନ୍ ଜବତ କରାଯାଇଥିଲା ଏବଂ ପରେ ହ୍ୱାଟସ୍ ଆପ୍ ଚାଟ୍ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଥିଲା।

ଆର୍ଯ୍ୟନ୍ ଏବଂ ରିୟାଙ୍କ ଡ୍ରଗ୍ସ ବେପାରୀଙ୍କ ସହ ଯୋଗାଯୋଗ ଅଭିଯୋଗ

ଆର୍ଯ୍ୟନ୍‌ଙ୍କ ମାମଲାରେ ଏନସିବି କୋର୍ଟରେ ଦାବି କରିଛି ଯେ ସେମାନେ ଆର୍ଯ୍ୟଙ୍କ ଫୋନରୁ ଏଭଳି ଚାଟ୍ ପାଇଛନ୍ତି, ଯାହା ପ୍ରମାଣ କରେ ଯେ ଆର୍ଯ୍ୟନ୍ ଡ୍ରଗ୍ସ ବିକ୍ରେତାଙ୍କ ସହ ଯୋଗାଯୋଗରେ ଥିଲେ। କେବଳ ଏତିକି ନୁହେଁ ଏନସିବିର କହିବା ଅନୁଯାୟୀ ଆର୍ଯ୍ୟନ୍‌ଙ୍କ ଚାଟରେ ବିଦେଶୀ ଡ୍ରଗ୍ସ ବ୍ୟବସାୟୀଙ୍କ ର ମଧ୍ୟ ଚାଟ ରହିଛି ଏବଂ ଭାରତକୁ ବଡ଼ ପରିମାଣରେ ବେପାର ପାଇଁ ଡ୍ରକ୍ସ ଆଣିବାର କଥା ମଧ୍ୟ ଚାଟରେ ରହିଛି। ଏହି କାରଣରୁ ଏନସିବି ସନ୍ଦେହ କରୁଛି ଯେ ଆର୍ଯ୍ୟଙ୍କ ଷ୍ଟ୍ରିଙ୍ଗ ଅନ୍ତର୍ଜାତୀୟ ଡ୍ରଗ୍ ଚୋରା ଚାଲାଣକାରୀଙ୍କ ସହ ମଧ୍ୟ ଜଡିତ। ଅନ୍ୟପକ୍ଷରେ ଯଦି ଦେଖିବା ରିୟା ଚକ୍ରବର୍ତ୍ତୀଙ୍କ କ୍ଷେତ୍ରରେ ମଧ୍ୟ ପରିସ୍ଥିତି ସମାନ ରହିଥିଲା।