‘ଭାଇ ଜାନ୍’ ମନ୍ତବ୍ୟକୁ ନେଇ ଘେରିଲା ବିଜେପି: ଏଭଳି ଜବାବ ରଖିଲେ ନବଜ୍ୟୋତ ସିଦ୍ଧୁ

ନୂଆଦିଲ୍ଲୀ: ଶନିବାର କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ ତାଙ୍କ ବୟାନକୁ ନେଇ ବିଜେପି ଦେଇଥିବା ପ୍ରତିକ୍ରିୟାର ଜବାବ ରଖିଛନ୍ତି  । କର୍ତ୍ତାପୁର ସାହିବ ଯାତ୍ରା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଭାଇ ବୋଲି କହିଛନ୍ତି ନବଜ୍ୟୋତ ।

ଏହାପରେ ପଞ୍ଜାବ କଂଗ୍ରେସ ସଭାପତି ଥିବା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରିଥିଲା । ବଡ଼ଭାଇ ସମ୍ୱୋଧନ ନେଇ ସିଦ୍ଧୁଙ୍କୁ ଟାର୍ଗେଟ କରିଛି ବିଜେପି ।  ନବଜ୍ୟୋତ କହିଥିଲେ ଯେ, ତାଙ୍କୁ ହିନ୍ଦୁତ୍ୱ ଭିତରେ ଆଇଏସ୍ ଏବଂ ବୋକୋ ହାରାମ୍ ଭଳି ଆତଙ୍କବାଦୀ ସଂଗଠନ ଦେଖାଯାଉଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ‘ଭାଇ ଜାନ୍’ ବ ବଡ଼ ଭାଇ ଦେଖାଯାଅନ୍ତି ।

ବର୍ତ୍ତମାନ ସିଦ୍ଧୁଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ସେ ଖାନ ହେଉଛନ୍ତି ତାଙ୍କ ବଡ଼ ଭାଇ ଭଳି, ସେ ତାଙ୍କୁ ବହୁତ ଭଲ ପାଅନ୍ତି । ଆଉ ଏହି ଭିଡିଓକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ପକ୍ଷରୁ ପାକିସ୍ତାନୀ ଅଫିସିଆଲ୍ ସ୍ୱାଗତ କରିଛନ୍ତି । ଯାହାକୁ ନେଇ ବିଜେପି ତୁମ୍ୱି ତୁଫାନ୍ ସୃଷ୍ଟି କରିଥିବା ବେଳେ ବିଜେପିକୁ ଯାହା କହିବାର ଅଛି କହୁ ବୋଲି କହିଛନ୍ତି ସିଦ୍ଧୁ ।

ପଞ୍ଚାବ ମନ୍ତ୍ରୀ ପାରଗତ ସିଂହ ମଧ୍ୟ ନବଜ୍ୟୋତ ସିଂହଙ୍କୁ ସମର୍ଥନ କରିଛନ୍ତି । ଯେତେବେଳେ ପ୍ରଧାନମନ୍ତ୍ରୀ ପାକିସ୍ତାନ ଗସ୍ତ କରୁଛନ୍ତି ତାହା ଦେଶ ପ୍ରେମ, ଯେତେବେଳେ ସିଦ୍ଧୁ ଯାଉଛନ୍ତି ତାହା କ’ଣ ଦେଶଦ୍ରୋହ ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ଘଟଣାକୁ ନେଇ କହିଛନ୍ତି ଯେ, ଏହା ଅତ୍ୟନ୍ତ ଗୁରୁତର ବିଷୟ ଏବଂ ଚିନ୍ତାର ବିଷୟ । ଦେଶର ଏହି ସର୍ବପୁରାତନ ଦଳର ନେତାଙ୍କୁ ମନେ ହେଉଛି ଦେଶରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ପାକିସ୍ତାନକୁ ପ୍ରଶଂସା କଲେ ଖୁସି ଏଣୁ ସେ ଏଭଳି କରିଛନ୍ତି । କିନ୍ତୁ ଭାରତରେ ଏଭଳି କୌଣସି ବ୍ୟକ୍ତି ନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।  ପଞ୍ଜାବ ସୀମାରେ ପାକିସ୍ତାନ ରହିଥିବା ବେଳେ ସେଠାରେ ସେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଛି । ଏଣୁ ସେଠାରେ ଏକ ପରିପକ୍ୱ ଏବଂ ଦେଶପ୍ରେମୀ ନେତୃତ୍ୱର ଆବଶ୍ୟକତା ଥିବା ଶ୍ରୀ ପାତ୍ର ଯୁକ୍ତି ବାଢ଼ିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଚୀନ ପ୍ରସଂଗରେ ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ: କହିଲେ, ଚୀନ ଅନୁପ୍ରବେଶର ସତକୁ ମଧ୍ୟ ସ୍ୱୀକାର କରିନିଅନ୍ତୁ ସରକାର

Leave a Reply