‘ରାଜ୍ୟର ବିକାଶ, ଲୋକଙ୍କୁ ସୁବିଧା ଚାହୁଁନି ବିଜେପି… କରୁଛି ବିରୋଧ’

BJP Opposing Odisha Government's Development Work

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିକାଶମୁଳକ କାମକୁ ଦେଖି ସହିପାରୁନି ବିଜେପି । ବିରୋଧ ପ୍ରଦର୍ଶନ କରି ବିକାଶ କାମରେ ବାଧକ ସାଜୁଛି । ଏଭଳି କିଛି ସ୍ଥିତି ଦେଖିବାକୁ ମିଳିଛି ଢେଙ୍କାନାଳରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଗସ୍ତକୁ ବିରୋଧ କରିଛି ବିଜେପି । ଆଜି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଯାଇଥିବା ବେଳେ ବିଜେପି କର୍ମୀ କଳା ପତାକା ଦେଖାଇ ବିରୋଧ କରିଛନ୍ତି । ଢେଙ୍କାନାଳ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ବିଜେପି କୃଷକ ମୋର୍ଚ୍ଚାର ନେତା ରାମଚନ୍ଦ୍ର ପାତ୍ରଙ୍କ ସମେତ କିଛି ବିଜେପି କର୍ମୀ କଳା ପତାକା ଦେଖାଇ ବିରୋଧ କରିଥିଲେ ।

BJP Opposing Odisha Government's Development Work

ସେପଟେ ଅନୁଗୁଳରେ ମଧ୍ୟ ସମାନ ଢଙ୍ଗରେ ବିଜେପି କର୍ମୀ ରାଜ୍ୟ ସରକାରଙ୍କ ବିକାଶମୂଳକ କାମକୁ ବିରୋଧ କରିଛନ୍ତି । ଦଳଗତ ନିର୍ବିଶେଷରେ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ମିଳିଥିବା ବେଳେ ବିଜେପି ଏହାକୁ କାହିଁକି ବିରୋଧ କରୁଛି ବୋଲି ଜିଲ୍ଲାବାସୀ ପ୍ରଶ୍ନ କରିଛନ୍ତି । ଢେଙ୍କାନାଳ ଓ ଅନୁଗୁଳବାସୀ ବିଜେପିର ହୀନ ରାଜନୀତିକୁ ନିନ୍ଦା କରିଛନ୍ତି । ଅନେକ ଲୋକ ଟଙ୍କା ପଇସା ଅଭାବରୁ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇ ପାରୁ ନାହାନ୍ତି । ଅସ୍ତ୍ରୋପଚାର ନକରିପାରିବାରୁ ମୃତ୍ୟୁ ହେଉଛି । ଏହି ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ଅନେକ ଗରିବ ଲୋକ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇବେ ବୋଲି ବୁଦ୍ଧୀଜୀବି କହିଛନ୍ତି ।

Leave a Reply