spot_img
Home Blog Page 5059

ଚୌଦ୍ୱାର ଜେଲ୍‌ରେ ମିଳିବ ତିହାର ଜେଲ୍ ସୁବିଧା: ପରିବାର ଲୋକଙ୍କ ସହ କଥା ହୋଇପାରିବେ କଏଦୀ

ଚୌଦ୍ୱାର ଜେଲରେ ମିଳିବ ତିହାର ଜେଲ ଭଳି ସୁବିଧା । ଟେଲିଫୋନରେ ପରିବାର ଲୋକଙ୍କ କଥା ହେବାକୁ କଏଦୀକୁ ମିଳିବ ଅନୁମତି । ପ୍ରତି କଏଦୀ ଦୁଇଟି ଲେଖାଏଁ ନମ୍ବରରେ କଥା ହୋଇପାରିବେ । ଏହି ସମୟରେ ମାତ୍ର ୫ ମିନିଟ୍ ପାଇଁ ସେମାନେ କଥା ହୋଇପାରିବେ । ଯାହା ସହ କଥା ହେବେ ସେମାନଙ୍କର ନମ୍ବର ଜେଲ୍ ପ୍ରଶାସନ ପାଖରେ ରହିବ । ସୁରକ୍ଷାକୁ ଦୃଷ୍ଟିରେ ରଖି କଲ୍ ରେକଡିଂ ବ୍ୟବସ୍ଥା କରାଯିବ । ପାଇଲଟ୍ ପ୍ରୋଜେକ୍ଟ ମାଧ୍ୟମରେ ଜେଲ୍ କର୍ତ୍ତୃପକ୍ଷ ଏହି ବ୍ୟବସ୍ଥା କରିବେ । ଏଥିସହ ସୁରକ୍ଷିତ ବାତାବରଣ ପାଇଁ ଭୁବନେଶ୍ୱର ଓ ଚୌଦ୍ୱାର ଜେଲ୍‌ରେ ୨୦ ଜଣଙ୍କ ଦେହରେ କ୍ୟାମେରା ଲାଗିବ । ଜେଲ୍‌ରେ ଯେଉଁ ଅଞ୍ଚଳରେ କ୍ୟାମେରା ଲାଗିନାହିଁ ସେଠାରେ ମଧ୍ୟ କ୍ୟାମେରା ଲଗାଯିବ ।

କ୍ୟାସଲେସ୍ ଟ୍ରାଞ୍ଜାକ୍ସନ ପାଇଁ ସ୍ମାର୍ଟକାର୍ଡର ବ୍ୟବସ୍ଥା ହେବ । ଜେଲ୍ କ୍ୟାଣ୍ଟିନରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଜେଲରେ ସର୍ଭେଲାନ୍ସକୁ ଉନ୍ନତ କରିବାକୁ ଜେଲ୍ ପରିସରରେ ଡ୍ରୋନ୍ ଉଡାଇବାକୁ ମଧ୍ୟ ଯୋଜନା ରଖାଯାଇଛି । ଅନ୍ୟ ରାଜ୍ୟର ଜେଲ୍ ଭଳି ଭିଡିଓ ଓ୍ୱାଲଣ ମଧ୍ୟ ବ୍ୟବସ୍ଥା କରାଯିବ ।

ଆଉ ଏକ ଲଘୁଚାପ ସୃଷ୍ଟି: ଆସନ୍ତାକାଲି ଯାଏଁ ଜାରି ରହିବ ବର୍ଷା

ଭୁବନେଶ୍ୱର:  ଆସନ୍ତାକାଲି ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା । ବିଶେଷ କରି ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ବାଲେଶ୍ୱର ଏବଂ ମୟୂଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହାସହ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ ଏବଂ ଯାଜପୁରରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । କେତେକ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ବର୍ଷା ବଢ଼ିବା କାରଣରୁ ବନ୍ୟା ଭୟ ବଢ଼ୁଛି । ସୁବର୍ଣ୍ଣରେଖା ଏବଂ ବୁଢାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ତଳି ଅଞ୍ଚଳ ଲୋକେ ଭୟଭୀତ ଥିବାବେଳେ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ସିିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ ଓ୍ୱାନ୍ ପରୀକ୍ଷା ତାରିଖ ଘୋଷଣା

0

CBSE ଦଶମ, ଦ୍ୱାଦଶ ଶ୍ରେଣୀର ଟର୍ମ ଓ୍ୱାନ୍ ପରୀକ୍ଷା ତାରିଖ ଘୋଷଣା ହୋଇଛି । ନଭେମ୍ବର ଡିସେମ୍ବର ମଧ୍ୟରେ ହେବ ଦଶମ, ଦ୍ୱାଦଶ ଟର୍ମ ପରୀକ୍ଷା ଅନୁଷ୍ଠିତ ହେବ । ନଭେମ୍ବର ୩୦ରୁ ଡିସେମ୍ବର ୧୧ତାରିଖ ପର୍ଯ୍ୟନ୍ତ ଦଶମ ବୋର୍ଡ ପରୀକ୍ଷା ହେବ । ସେହିଭଳି ଡିସେମ୍ବର ୧ରୁ ୨୨ପର୍ଯ୍ୟନ୍ତ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ । ଉଭୟ ଶ୍ରେଣୀର ପରୀକ୍ଷା ସାଢେ ୧୧ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ନିର୍ଧାରିତ ହୋଇଥିବା ପରୀକ୍ଷା ସେଣ୍ଟରରେ ପିଲା ଅଫଲାଇନ୍‌ ପରୀକ୍ଷା ଦେବେ ।

ଏଥିସହିତ ପଢ଼ନ୍ତୁ: କୋଇଲା ରୟାଲଟି ନେଇ ପୁଣି ଥରେ କେନ୍ଦ୍ରକୁ ସୁପାରିସ୍ କରିବ ରାଜ୍ୟ: ୨୦ ପ୍ରତିଶତ ରୟାଲଟି ପାଇଁ ଦାବି କରାଯିବ

ସୀମାରେ ସୁଧୁରୁନି ଆନ୍ଧ୍ର: କୋଟିଆରେ ଜାରି ରଖିଛି ଅନୁପ୍ରବେଶ ଉଦ୍ୟମ

0

ଜୟପୁର: ସୀମାରେ ସୁଧୁରନି ଆନ୍ଧ୍ର । ଏଲଏସିରେ ଚୀନ ଭଳି, କୋଟିଆରେ ଅନୁପ୍ରବେଶ କରିବାର ହୀନ ଉଦ୍ୟମ ଜାରି ରଖିଛି ଆନ୍ଧ୍ର । ବିଭିନ୍ନ ଆଳରେ ବିବାଦୀୟ ଅଞ୍ଚଳରେ ଅସ୍ତିତ୍ବ ଜାହିର କରିବାକୁ କରୁଛି ହୀନ ଚକ୍ରାନ୍ତ । ଆଜି କୋଟିଆର ଫାଟୁସେନେରୀରେ ମହିଳା ସମାବେଶ ଆୟୋଜନ କରିଛି ଆନ୍ଧ୍ର ପ୍ରଶାସନ । ଆନ୍ଧ୍ର ଜୀବିକା ମିଶନର ଅଧିକାରୀ ସତ୍ୟମ୍ ନାଇଡୁ, ସଲପଗୁଡ଼ା, କୋନାଦୋରା, ଫଗୁଣସେନେରୀ, ବର୍ଣ୍ଣାପାଡୁ, ଡୋଲିଆମ୍ବା ଓ ମାଡକା ଗାଁର ମହିଳାଙ୍କୁ ନେଇ କରିଛନ୍ତି ସମାବେଶ । ଏଥିସହ ମହିଳା ମାନଙ୍କୁ ବିଭିନ୍ନ ଯୋଜନାର ଲୋଭ ଦେଖାଇଛନ୍ତି । ବିବାଦୀୟ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ହେଲେ ବାରମ୍ବାର ଅପପ୍ରୟାସ କରିଆସୁଛି ଆନ୍ଧ୍ର । କେତେ ପଞ୍ଚାୟତ ନିର୍ବାଚନ କରୁଛି, ତ ଆଉ କେତେ ବେଳେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରୁଛି । ପୁଣି କେତେ ବେଳେ ନାମଫଳକ ବଦଳାଇବାକୁ ଅପଚେଷ୍ଟା ବି କରୁଛି । ଏପରିକି ଆନ୍ଧ୍ର ପକ୍ଷରୁ ନିର୍ବାଚିତ ସମିତି ସଭ୍ୟଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବରେ ଭୋଜିଭାତର ଆୟୋଜନ କରି ଲୋକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ବି କରିଥିଲା । ନିକଟରେ ଆନ୍ଧ୍ରର ହୀନ ଉଦ୍ୟମକୁ ଜୋରଦାର ବିରୋଧ କରିଥିଲେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ନେତୃତ୍ୱ । ସମସ୍ତ ଦଳ ଏକଜୁଟ ହୋଇ ଆନ୍ଧ୍ରକୁ ଦେଖାଇଥିଲେ ନାଲି ଆଖି । ତଥାପି ଆନ୍ଧ୍ର ନିଜର ହୀନ ପ୍ରୟାସ ଜାରି ରଖିଛି

ମୃତ ଘୋଷଣା ପରେ ବି ଗ୍ରହଣ କରିପାରିଲେନି ପରିବାର ଲୋକେ: ବର୍ହିବିଭାଗ ସମ୍ମୁଖରେ ଆରମ୍ଭ କରିଦେଲେ ଚିକିତ୍ସା

0

ଅନୁଗୁଳ: ଡାକ୍ତରଙ୍କ ମୃତ ଘୋଷଣା ପରେ ଯମ ମୁହଁରୁ ଫେରାଇ ଆଣିବାକୁ ପରିବାର ଲୋକଙ୍କ ପ୍ରୟାସ । ପୋଲିସ ବୁଝାଇଲା ହେଲେ ଶୁଣିବାକୁ ନାରାଜ ପରିବାର । ଆଜି ଅପରାହ୍ନରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଢେଙ୍କାନାଳ ବାଲିମି ଥାନା ବଙ୍ଗିଡ଼ି ଗାଁ ପୋଖରୀକୁ ପଦ୍ମ ତୋଳିବାକୁ ଯାଇ ବୁଡି ଯାଇଥିଲେ ଗାଁର ଆଲୋକ ନାଏକ ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ପୁଅର ଅକାଳ ବିୟୋଗ ଗ୍ରହଣ କରିପାରିନଥିଲେ ପରିବାର ଲୋକେ । ପୁଅ ଜୀବିତ ଥିବା ବିଶ୍ୱାସ କରି ବର୍ହିବିଭାଗ ସାମନାରେ ହିଁ ଆରମ୍ଭ କରିଦେଇଥିଲେ ଚିକିତ୍ସା । ପୋଲିସ ପହଞ୍ଚି ବୁଝାଇବାକୁ ଉଦ୍ୟମ କରିଥିବା ବେଳେ, ଶୁଣିନଥିଲେ ପରିବାର ଲୋକ । ହାତ ପାଦରେ ତେଲ ଲଗାଇ ଅଳିଅଳର ଜୀବନ ଫେରାଇଆଣିବାକୁ କରିଥିଲେ ଉଦ୍ୟମ । ଏପରକି ମୃତଦେହ ନେଇ ପଳାଇଯିବାକୁ ବାହରିଥିଲେ । ବହୁ ବୁଝାସୁଝା ପରେ ପୁଣି ଥରେ ଡାକ୍ତରୀ ପରୀକ୍ଷା ପରେ ପରିବାର ଲୋକ ଏଥିରୁ କ୍ଷ୍ୟାନ୍ତ ହୋଇଥିଲେ । ଶେଷରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏଥିସହିତ ପଢ଼ନ୍ତୁ: ନୌସେନାରୁ ପ୍ରଶାସନିକ ଅଧିକାରୀ: ଏବେ କଲମ ମୁନରେ କରିବେ ଲୋକଙ୍କ ସେବା

ନବରଙ୍ଗପୁରରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର: ୪ ଜଣ ଗିରଫ

0

ନବରଙ୍ଗପୁର: ପୁଣି ଚୋରାଚାଲାଣ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ୪ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ନବରଙ୍ଗପୁର ରେଞ୍ଜ ବନବିଭଗ । ଗିରଫ ୪ ଅଭିଯୁକ୍ତ ହେଲେ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳଗୁମ୍ମା ଗାଁର ବୃନ୍ଦାବନ ପୂଜାରୀ, ଚିତ୍ରକୋଟ ଗାଁର ଲୁଥର ଟାକରି, ରାୟଗଡା ଜିଲ୍ଲା ଲୁପୁଙ୍ଗ ଗାଁର ଶ୍ରୀପ ହେମ୍ବ୍ରମ, କୋରାପୁଟ ଜିଲ୍ଲା କାଳିଆ ହଟାଲ ଗାଁର ଶୁକ୍ର ମୁଦୁଲି । ଗିରଫ ଅଭିଯୁକ୍ତଙ୍କଠାରୁ ଦୁଇଟି ମଟର ସାଇକେଲ, ମୋବାଇଲ ଫୋନ, ଗୋଟିଏ ଟାଙ୍ଗିଆ, ଖଣ୍ଡା ଜବତ ହୋଇଛି ।

ଏଥିସହିତ ପଢ଼ନ୍ତୁ: ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ

 

IASସ୍ତରରେ ଅଦଳବଦଳ: ଖୋର୍ଦ୍ଧା ଜିଲ୍ଲାପାଳ ହେଲେ ସଂଗ୍ରାମ କେଶରୀ ମହାପାତ୍ର

0

ଭୁବନେଶ୍ୱର: ବରିଷ୍ଠ IAS ସ୍ତରରେ ଅଦଳବଦଳ । ଆଇଏଏସ୍ ଗଙ୍ଗାଧର ସାହୁ ହେଲେ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ । ଏହାସହ ତାଙ୍କୁ ମଳିଛି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ । ସେହିଭଳି ପରୁଲ ପଟୁଓ୍ୱାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ଜଗତସିଂହପୁରରେ ଜିଲ୍ଲାପାଳ ଅଛନ୍ତି । ସନତ କୁମାର ମହାନ୍ତିଙ୍କୁ ବୈଷୟିକ ଶିକ୍ଷା ଓ SCERT ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଏଥିସହ ତାଙ୍କୁ ମିଡ୍‌ ଡେ ମିଲ୍‌ର ପରିଚାଳନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଆଇଏଏସ୍ ସ୍ତରରେ ଅଦଳବଦଳ: ବିଜୟ ଅରୋରାଙ୍କୁ ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ଦାୟିତ୍ୱ

 

କରୋନାରେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ କଲିନ ପାଓ୍ୱେଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କୋଭିଡରେ ଚାଲିଗଲେ ଆମେରିକାର ପ୍ରଭାବଶାଳୀ କୂଚନୀତିଜ୍ଞ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ କଲିନ ପାଓ୍ୱେଲ। ପ୍ରଥମ କୃଷ୍ଣକାୟ ବୈଦେଶିକ ମନ୍ତ୍ରୀ ତଥା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପାଓ୍ୱେଲଙ୍କୁ ମୃତ୍ୟୁବେଳକୁ ହୋଇଥିଲା ୮୪ ବର୍ଷ। ସେ ନିଜର ବ୍ୟକ୍ତିତ୍ୱ ବଳରେ ଆମେରିକାର ବୈଦେଶିକ ନୀତିର ଏକ ରୂପରେଖ ତିଆରି କରିପାରିଥିଲେ।

ଜେନରାଲ କଲିନ ମଧ୍ୟ ଥିଲେ ତିନି ବାହିନୀର ପୂର୍ବତନ ଯୁଗ୍ମମୁଖ୍ୟ। ଆମେରିକା- ଭିଏତନାମ ଯୁଦ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଚର୍ଚ୍ଚାରେ ଥିଲେ। ଏଥିଲାଗି ତାଙ୍କୁ ପ୍ରଥମ କୃଷ୍ଣକାୟ ଜାତୀୟ ନିରାପତ୍ତା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା। ପୂର୍ବତନ ରାଷ୍ଟ୍ରପତି ରୋନାଲଡ ରେଗାନଙ୍କ ସମୟରେ ବି ସେ ସର୍ବକନିଷ୍ଠ ଓ ପ୍ରଥମ ଆଫ୍ରିକୀୟ ଆମେରିକୀୟ ଯୁଗ୍ମ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ।

କୋଇଲା ରୟାଲଟି ନେଇ ପୁଣି ଥରେ କେନ୍ଦ୍ରକୁ ସୁପାରିସ୍ କରିବ ରାଜ୍ୟ: ୨୦ ପ୍ରତିଶତ ରୟାଲଟି ପାଇଁ ଦାବି କରାଯିବ

ଭୁବନେଶ୍ୱର: କୋଇଲା ରୟାଲଟି ସଂଶୋଧନ କର । ଗ୍ରୀନ ସେସ୍‌ର ପ୍ରାପ୍ୟ ରାଜ୍ୟକୁ ଦିଅ । ପୁଣି ଥରେ କେନ୍ଦ୍ରକୁ ସୁପାରିସ କରିବ ରାଜ୍ୟ । କୋଇଲା ରୟାଲିଟି ୨୦ ପ୍ରତିଶତ ଦେବାପାଇଁ କେନ୍ଦ୍ର ନିକଟରେ ଦାବି କରିବ ରାଜ୍ୟ । ବିଧାନସଭାର ଇସ୍ପାତ ଓ ଖଣି ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗ୍ରୀନ ସେସ୍ ରାଜ୍ୟକୁ କେନ୍ଦ୍ର ଦେଉନଥିବାରୁ କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା କଂଗ୍ରେସ ଓ ବିଜେଡି ଅଭିଯୋଗ କରିଛନ୍ତି । କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ଓ ବିଜେଡି । ଯାହାର ଜବାବ ରଖିଛି ବିଜେପି ।

୭ବର୍ଷ ହେଲା ଦାବି ହେଉଛି । କିନ୍ତୁ କୋଇଲା ରୟାଲଟି ସଂଶୋଧନ କରୁନି କେନ୍ଦ୍ର । ୧୨ହଜାର କୋଟି ଟଙ୍କାର ରାଜସ୍ୱ  ହରାଇଲାଣି ରାଜ୍ୟ । ବାରମ୍ବାର କେନ୍ଦ୍ର ନିକଟରେ କୋଇଲା ରୟାଲଟି ସଂଶୋଧନ କରିବା ପାଇଁ ରାଜ୍ୟ ଦାବି ଦୋହରାଉଥିଲେ ମଧ୍ୟ କର୍ଣ୍ଣପାତ କରୁନାହିଁ କେନ୍ଦ୍ର । ଯାହାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ହୋଇଛି ଘମାଘୋଟ ଆଲୋଚନା । ତୁରନ୍ତ କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ କରିବା ସହ, ୧୪ପ୍ରତିଶତରୁ ୨୦ପ୍ରତିଶତକୁ ରୟାଲଟି ବୃଦ୍ଧି କରିବା ପାଇଁ ବୈଠକରେ ଦାବି କରାଯାଇଛି । ଷ୍ଟାଣ୍ଡି କମିଟିର ପ୍ରସ୍ତାବକୁ ଖୁବଶୀଘ୍ର କେନ୍ଦ୍ରକୁ ସୁପାରିସ କରିବ ରାଜ୍ୟ ।

କୋଇଲା ଉତ୍ତୋଳନ ଓ ପ୍ରଦୂଷଣ ରାଜ୍ୟ ସହୁଛି । ଏ ବାବଦକୁ କିନ୍ତୁ ରାଜ୍ୟର ଗ୍ରୀନ ସେସ୍‌ ପ୍ରାପ୍ୟକୁ କେନ୍ଦ୍ର ଦେଉନାହିଁ । ଏ ନେଇ ବାରମ୍ବାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦାବି କରୁଛନ୍ତି । ସଂସଦରେ ଏ ପ୍ରସଙ୍ଗ ବିଜେଡି ଉଠାଉଛି । ତଥାପି କେନ୍ଦ୍ର ରାଜ୍ୟକୁ ତାର ହକ୍ ଦେଉନାହିଁ । ଯାହାକୁ ନେଇ ଖପ୍ପା ଉଭୟ ବିଜେଡି ଓ କଂଗ୍ରେସ । ତୁରନ୍ତ କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ କରିବା ସହ ଗ୍ରୀନ ସେସ୍ ବାବଦ ଅର୍ଥ ରାଜ୍ୟକୁ ଦେବାପାଇଁ ଦାବି ହୋଇଛି । ସେପଟେ ରାଜ୍ୟ ସ୍ୱାର୍ଥକୁ ଭୁଲି କେନ୍ଦ୍ର ପାଇଁ ଓକିଲାତି କରିବାକୁ ପଛାଇନାହିଁ ରାଜ୍ୟ ବିଜେପି । ସବୁ କ୍ଷେତ୍ରରେ କେନ୍ଦ୍ର ଓଡିଶା ପ୍ରତି ବୈମାତୃକ ମନୋଭାବ ରଖୁଛି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ହକ୍‌କୁ ମଧ୍ୟ କେନ୍ଦ୍ର ଅଣଦେଖା କରିଚାଲିଛି । ଯାହାକୁ ନେଇ ଏବେ ସାରା ଓଡିଶାରେ ଉଠିଲାଣି ପ୍ରତିବାଦର ସ୍ୱର ।

ଉପାନ୍ତ ଅଞ୍ଚଳରେ ଟାଓ୍ୱାର ବସାଇବାକୁ ମନା କରିଦେଲା ବିଏସ୍‌ଏନ୍‌ଏଲ୍: କେନ୍ଦ୍ର ଆଇଟି ମନ୍ତ୍ରୀଙ୍କୁ ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ୱର: ଆଗକୁ ରାଜ୍ୟର ଉପାନ୍ତ ଓ ଅପହଞ୍ଚ ଅଞ୍ଚଳରେ ଇଣ୍ଟରନେଟ୍‌ ସମସ୍ୟା ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି । କାରଣ ଗାଁ ଗାଁକୁ ଇଣ୍ଟରନେଟ୍‌ ସଂଯୋଗ ଦାୟିତ୍ୱ ନେଇଥିବା ବିଏସଏନଏଲ ନୂଆ ଟାଓ୍ୱାର ବସାଇବାକୁ ମନା କରିଦେଇଛି । ଘରୋଇ ଟେଲିକମ କମ୍ପାନୀ ମଧ୍ୟ ଉପାନ୍ତ ଅଞ୍ଚଳକୁ ଯିବାକୁ ଅମଙ୍ଗ । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଆଇଟି ମନ୍ତ୍ରୀଙ୍କୁ ରାଜ୍ୟ ସରକାର ତିଠି ଲେଖିଛନ୍ତି

ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ସମସ୍ୟା ଆହୁରି ବଢ଼ିବା ଆଶଙ୍କା । ହାତ ଟେକିଦେଲା ବିଏସ୍‌ଏନ୍‌ଏଲ୍‌  । ଲାଭ ଖୋଜୁଛନ୍ତି ଘରୋଇ କମ୍ପାନୀ । ଟାର୍ଗେଟ୍‌ରେ କେନ୍ଦ୍ର ସରକାରଙ୍କ କର୍ପୋରେଟ୍‌ ପ୍ରୀତି । ଆଉ ନୂଆ ଟାୱାର ବସାଇବାକୁ ବିଏସଏନଏଲ ରାଜି ହେଉନି । କ୍ଷତି ଯୋଗୁ ଘରୋଇକରଣ ବିବାଦ ଉପୁଜିବାରୁ ରାଜ୍ୟରେ ନୂଆ ସଂଯୋଗ ଦେବାକୁ କେନ୍ଦ୍ରୀୟ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ ମନା କରି ଦେଇଛି । ଓ୍ବାନ୍ ଇଣ୍ଡିଆ ପ୍ଲାନରେ ସାରା ଦେଶକୁ ସଂଯୋଗ କରିବା ଦାୟିତ୍ବ ନେଇଛି ବିଏସଏନଏଲ । କିନ୍ତୁ ଏହି କମ୍ପାନୀ ମନା କରିଦେବାରୁ ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ନେଟଓ୍ୱର୍କ ସମସ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । ଅପହଞ୍ଚ ଅଞ୍ଚଳରେ କମ୍ ଜନସଂଖ୍ୟା ଯୋଗୁ କ୍ଷତି ଆଶଙ୍କାରେ ଘରୋଇ କମ୍ପାନୀ ବି ସେଠାରେ ଟାଓ୍ବାର ବସାଇବାକୁ ଇଚ୍ଛା କରୁ ନାହାନ୍ତି । ତେଣୁ ଘରୋଇ କମ୍ପାନୀଙ୍କ ସହ ଆଲୋଚନା କରି ଅପହଞ୍ଚ ଅଞ୍ଚଳରେ ଟାଓ୍ୱାର ବସାଇବା ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ଆଇଟି ମନ୍ତ୍ରୀଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି

କେନ୍ଦ୍ର ସରକାର ବିଏସଏନଏଲକୁ ଘରୋଇକରଣ କରିବା ପାଇଁ ଚିନ୍ତା କରୁଥିବାରୁ କର୍ମଚାରୀମାନେ କାମ କରିବାକୁ ମନ ବଳାଉ ନାହାନ୍ତି । ୨୧ ବର୍ଷ ତଳେ ସାରା ଦେଶରେ ନେଟଓ୍ବର୍କ ସଂଯୋଗ ଦାୟିତ୍ୱ ନେଇଥିଲା ବିଏସଏନଏଲ । ବେଶ୍ କିଛି ବର୍ଷ ଲାଭ ହେଲା । ପରେ ଘରୋଇ ଟେଲିକମ୍ କମ୍ପାନୀ ସଂଖ୍ୟା ବଢ଼ିବାରୁ ବିଏସଏନଏଲର କ୍ଷତି ହେବାରେ ଲାଗିଲା । ତେବେ କେନ୍ଦ୍ର ସରକାର  ଘରୋଇ କର୍ପୋରେଟ ହାଉସଗୁଡ଼କର ସ୍ୱାର୍ଥ ପାଇଁ ବିଏସଏନଏଲକୁ କ୍ଷତି ଆଡ଼କୁ ଠେଲୁଥିବା ବିଭିନ୍ନ ସଂଗଠନ ଅଭିଯୋଗ କରିଛନ୍ତି ।