ଗୁଗଲରେ ସର୍ଚ୍ଚ କରି କଷ୍ଟମର କେୟାରକୁ କଲ୍ କଲେ, ଖାଲି ହୋଇଗଲା ଆକାଉଣ୍ଟ

Cyber Crime Man Loses 2.29 Lakh By Dialing Customer Care Number From Google Search

ଭୁବନେଶ୍ୱର: ଗୁଗଲରେ ସର୍ଚ୍ଚ କରୁଛନ୍ତି କି କୌଣସି କମ୍ପାନୀର କଷ୍ଟମର କେୟାର ନମ୍ବର । ତେବେ, ସତର୍କ ହୋଇ ଯାଆନ୍ତୁ । ନଚେତ୍ ସର୍ବଶ୍ୱାନ୍ତ ହୋଇଯିବେ । ଗୁଗଲରେ କଷ୍ଟମର କେୟାର ନମ୍ବର ସର୍ଚ୍ଚ କରିବା ଜଣେ ଗ୍ରାହକଙ୍କୁ ମହଙ୍ଗା ପଡ଼ିଛି । ଗୁଗଲ୍ ସର୍ଚ୍ଚରୁ ମିଳିଥିବା ନମ୍ବରରେ କଲ୍ କରିବା ପରେ ଜଣେ ବ୍ୟକ୍ତି ୨ ଲକ୍ଷରୁ ଅଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି । ଏନେଇ ଖଣ୍ଡଗିରି ଥାନା ଓ ସାଇବର କ୍ରାଇମ୍ ହେଲ୍ପ ଡେସ୍କରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ବ୍ୟକ୍ତି ।

Cyber Crime Man Loses 2.29 Lakh By Dialing Customer Care Number From Google Search

ଅଭିଯୋଗ ଅନୁସାରେ, ଏସବିଆଇ ଆକାଉଣ୍ଟରେ କିଛି ନେଣଦେଣ ଦ୍ୱନ୍ଦ୍ୱ ନେଇ ବ୍ୟକ୍ତି ଜଣଙ୍କ ଗୁଗଲରେ ବ୍ୟାଙ୍କର ନମ୍ବର ସର୍ଚ୍ଚ କରିଥିଲେ । ଆଉ ଏକ ମୋବାଇଲ୍ ନମ୍ବର ପାଇବା ପରେ କଲ୍ କରିଥିଲେ । ଆଉ ଠକ ଜଣଙ୍କ ଚତୁରତାର ସହ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ୨୯ ହଜାର ଟଙ୍କା ଠକି ନେଇ ଯାଇଛନ୍ତି ।

Cyber Crime Man Loses 2.29 Lakh By Dialing Customer Care Number From Google Search

ଏଭଳି କ୍ରାଇମରୁ ବର୍ତ୍ତିବା ପାଇଁ ଉପଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । କଷ୍ଟମର କେୟାର ନାଁରେ ଗୁଗଲରେ ସର୍ଚ୍ଚ ନକରିବାକୁ ପୋଲିସ ପରାମର୍ଶ ଦେଇଛି । କମ୍ପାନୀର କଷ୍ଟମର କେୟାର ଗୁଗଲରେ ସର୍ଚ୍ଚ ନକରି କମ୍ପାନୀର ୱେବସାଇଟରୁ ନମ୍ବର ଆଣି ଯୋଗାଯୋଗ କରନ୍ତୁ । ପ୍ରାୟ କମ୍ପାନୀର କଷ୍ଟମର କେୟାରର ନମ୍ବର ମୋବାଇଲ୍ ନମ୍ବର ନଥାଏ, ୟୁନିକ୍ ନମ୍ବର ଥାଏ ବୋଲି କହିଛନ୍ତି ଡିସିପି ।

Leave a Reply