ଆରମ୍ଭ ହେଉନି ବିମାନ ସେବା, କେନ୍ଦ୍ର ବିରୋଧରେ ତେଜୁଛି ଜନ ଅସନ୍ତୋଷ

Rourkela Air Port Udaan Scheme Flight Service

ରାଉରକେଲା: ଉଡ଼ାଣ ଯୋଜନାରେ ରାଉରକେଲା ସହରରୁ ବିମାନ ସେବା ଆରମ୍ଭ ହେବାରେ ବିଳମ୍ଭ । ବିଭିନ୍ନ ମହଲରେ ପ୍ରକାଶ ପାଇଲାଣି ଅସନ୍ତୋଷ । ୪ ବର୍ଷ ହେଲା କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇ ଆସୁଥିଲେ ସୁଦ୍ଧା ତାହା ଏଯାଏଁ କାର୍ଯ୍ୟକାରୀ ହୋଇ ପାରି ନାହିଁ । ଏଥିପାଇଁ କେନ୍ଦ୍ରର ଅବହେଲାକୁ ଦାୟୀ କରିଛନ୍ତି ବିଧାୟକ ଓ ସ୍ଥାନୀୟ ଲୋକେ ।

Rourkela Air Port Udaan Scheme Flight Service

ରାଉରକେଲାରୁ କେବେ ଉଡିବ ବିମାନ ? ପ୍ରତିଶ୍ରୁତି ଭିତରେ ଅଟକିଛି ନିର୍ମାଣ କାର୍ଯ୍ୟ । ବିମାନ ଘାଟି ଅଛି ହେଲେ ଲୋକଙ୍କୁ ମିଳୁନି ସୁବିଧା । ୪ ବର୍ଷ ହେଲା ଉଡ଼ାଣ ଯୋଜନାରେ ରାଉରକେଲାକୁ ବିମାନ ସେବା ଯୋଗାଇଦେବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇ ଆସୁଛି । ୨୦୧୭ ମାର୍ଚ୍ଚ ୧୦ ତାରିଖରେ ୬ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ବିମାନଘାଟିର ସ୍ଥିତି ଅନୁଧ୍ୟାନ କରିବା ସହ ସର୍ଭେ କରି ରିପୋର୍ଟ ପ୍ରଦାନ କରିଛନ୍ତି । ଏହା ସତ୍ତ୍ୱେ ବି କେନ୍ଦ୍ରର ଅବହେଳା ଲୋକେ ଏହାର ସୁଫଳ ପାଇବାରୁ ବଞ୍ଚିତ ଥିବା କହିଛନ୍ତି ବିଧାୟକ ।

Rourkela Air Port Udaan Scheme Flight Service

ରାଉରକେଲା ଇସ୍ପାତ କାରଖାନା ସହ ଜିଲ୍ଲାରେ ରହିଛି ଶତାଧିକ ବଡ଼ କାରଖାନା, ବିପିୟୁଟି ଓ ଏନଆଇଟି ପରି ଶିକ୍ଷାନୁଷ୍ଠାନ । ପ୍ରତିଦିନ ହଜାର ହଜାର ଲୋକ ବିଭିନ୍ନ ସହରରୁ ଏଠାକୁ ଯାତାୟାତ କରନ୍ତି । ତେଣୁ ଖୁବଶୀଘ୍ର ବିମାନ ସେବା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ସହରବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିବାରେ ବିଳମ୍ବ ହେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

Leave a Reply