ଚୀନ ପ୍ରସଂଗରେ ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ: କହିଲେ, ଚୀନ ଅନୁପ୍ରବେଶର ସତକୁ ମଧ୍ୟ ସ୍ୱୀକାର କରିନିଅନ୍ତୁ ସରକାର

1 min read

ନୂଆଦିଲ୍ଲୀ: ଚୀନ ପ୍ରସଂଗରେ ମୋଦି ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । ଭାରତ ସୀମାରେ ଚୀନର ଅକ୍ତିଆର ସତ୍ୟକୁ ମଧ୍ୟ ମୋଦି ସରକାର ଗ୍ରହଣ କରନ୍ତୁ ବୋଲି କହିଛନ୍ତି ରାହୁଲ । ସମ୍ପ୍ରତି ଭାରତ-ଚୀନ ମଧ୍ୟରେ ସୀମାରେ ତିକ୍ତତା ଲାଗି ରହିଛି । ଏହାରି ମଧ୍ୟରେ ଚୀନ ସେନା ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିବା ଦାବି କରିଆସୁଛି କଂଗ୍ରେସ । ଏ ନେଇ ଦାବି କରିଛନ୍ତି ଦଳର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ।

କୃଷି ଆଇନକୁ ନେଇ ସରକାର ବ୍ୟାକଫୁଟକୁ ଆସିଯାଇଥିବା ବେଳେ ଏବେ ଚୀନ ପ୍ରସଂଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ସେ ଟ୍ୱିଟ୍ କରିଛନ୍ତି ଯେ, ଚୀନର ଅନୁପ୍ରବେଶର ସତକୁ ମଧ୍ୟ ସ୍ୱୀକାର କରିନିଅନ୍ତୁ ସରକାର । ଅନ୍ୟପକ୍ଷରେ ଭିଣୋଇ ରବର୍ଟ ଭଦ୍ରା କୃଷି ଆଇନ ପ୍ରତ୍ୟାହାରର ଶ୍ରେୟ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଇଛନ୍ତି  । ଏବଂ ଉଭୟଙ୍କୁ ଦୂରଦୃଷ୍ଟି ସମ୍ପନ୍ନ ନେତା ବୋଲି କହିଛନ୍ତି । ତେବେ ଘଟଣାଗୁଡ଼ିକୁ ଅନୁଶୀଳନ କଲେ ମନେ ହେଉଛି କୃଷି ଆଇନ ପରେ ଏବେ ଚୀନ ପ୍ରସଂଗରେ ସରକାରଙ୍କୁ ଘେରିବ କଂଗ୍ରେସ । ଚୀନ ପକ୍ଷରୁ ଭାରତ ସୀମାରେ କବ୍‌ଜା କରାଯିବାକୁ ନେଇ ସେନା ମୁଖ୍ୟ ଏମ୍ଏମ୍ ନରଭାଣେଙ୍କୁ ପାଲଟା ଆକ୍ରମଣ କରିଥିଲେ ରାହୁଲ । ସେ କହିଥିଲେ ଯେ, ଚୀନ ଏଠାରେ ରହିବ କି? ଆମ ମାଟିରେ ।

Leave a Reply