ନିର୍ଦ୍ଧାରିତ ସମୟରେ ଟଙ୍କା ପାଉନି ଓଡ଼ିଶା, ତିନି ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ଏବେ ସୁଦ୍ଧା ମିଳିନି ୫୦ ହଜାର କୋଟି

1 min read
Centre Not Providing Funds As Per Finance Commission Recommends

ଭୁବନେଶ୍ୱର: ରାଜ୍ୟର ଆର୍ଥିକ ସ୍ୱାୟତ୍ତତା ଉପରେ କେନ୍ଦ୍ରର କୁଠାରାଘାତ । ନିର୍ଦ୍ଧାରିତ ସମୟରେ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ଟଙ୍କା ପାଉନି ଓଡ଼ିଶା । ୩ଟି ଅର୍ଥ କମିଶନଙ୍କ ସମୟରେ ଏବେ ସୁଦ୍ଧା ଓଡ଼ିଶା ୫୦ ହଜାର କୋଟି ଟଙ୍କା ପାଇନି । କେନ୍ଦ୍ରର ଏପରି ଅବହେଳା ରାଜ୍ୟ ବଜେଟ୍‌ ପ୍ରସ୍ତୁତ କରିବାରେ ବାଧକ ସାଜୁଛି । ସଂସଦର ଆଗାମୀ ଅଧିବେଶନରେ ବିଜେଡି ଏହି ପ୍ରସଙ୍ଗ ଉଠାଇବା ସହ ସ୍ପେଶାଲ ଫୋକସ୍‌ ରାଜ୍ୟ ଦାବି ଦୋହରାଇବ । କଂଗ୍ରେସ ମଧ୍ୟ ବିଜେଡି ସହିତ ସ୍ୱର ମିଳାଇଥିବା ବେଳେ ବିଜେପି କହୁଛି ଭିନ୍ନକଥା ।

Centre Not Providing Funds As Per Finance Commission Recommends

କମୁଛି କେନ୍ଦ୍ରୀୟ ଅନୁଦାନ, ଠିକ୍‌ ସମୟରେ ବି ଅର୍ଥ ମିଳୁନି । କେନ୍ଦ୍ର ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ଆସୁନି ଟଙ୍କା । ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ନେଇ ଗର୍ଜିଲା ବିଜେଡି । ତ୍ରୟୋଦଶ, ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ଓଡ଼ିଶାକୁ ଏବେ ସୁଦ୍ଧା ପ୍ରାୟ ୫୦ ହଜାର କୋଟି ଟଙ୍କା ମିଳିନାହିଁ । ୨୦୧୦-୧୫ ପର୍ଯ୍ୟନ୍ତ ତ୍ରୟୋଦଶ ଅର୍ଥ କମିଶନ ସମୟରେ ମିଳିବାକୁ ଥିଲା ୬୯ ହଜାର ୩୧୬ କୋଟି ଟଙ୍କା । କିନ୍ତୁ ମିଳିଛି ୬୮ ହଜାର ୧୧୯ କୋଟି । ୧୧୯୭ କୋଟି ଟଙ୍କା ମିଳିନାହିଁ । ସେହିପରି ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ଚତୁର୍ଦ୍ଦଶ ଅର୍ଥ କମିଶନ ସମୟରେ ଓଡ଼ିଶାକୁ କେନ୍ଦ୍ର ୩୬ ହଜାର ୫୬୫ କୋଟି ଟଙ୍କା ଦେଇନାହିଁ ।

Centre Not Providing Funds As Per Finance Commission Recommends

ଏବେ ପଞ୍ଚଦଶ ଅର୍ଥ କମିଶନ ଅବଧିର ଆରମ୍ଭରେ ବି ସମାନ ଦଶା । ୨୦୨୦-୨୧ ଆର୍ଥିକବର୍ଷରେ ମିଳିନାହିଁ ୧୨ ହଜାର ୪୩ କୋଟି ଟଙ୍କା । ତା’ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟ ସରକାର କୋଭିଡ୍‌ ମହାମାରୀ ସମୟରେ ଆର୍ଥିକ ସୁପରିଚାଳନା କରିବାରେ ସକ୍ଷମ ହୋଇଛନ୍ତି । ଗୋଟିଏ ପଟେ କେନ୍ଦ୍ରୀୟ ଅନୁଦାନ କମୁଥିବାବେଳେ ଅଣଟିକସ ରାଜସ୍ୱ ସଂଗ୍ରହ ରାଜ୍ୟ ପାଇଁ ବଡ଼ ସମ୍ବଳ ଭାବେ କାମ କରୁଛି । ଦୁର୍ବିପାକପ୍ରବଣ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ ଓ ଉପକୂଳ ସୁରକ୍ଷା ବନ୍ଧ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଆର୍ଥିକ ସହାୟତା ମାଗୁଥିଲେ ବି ଟଙ୍କାଟିଏ ମିଳୁନାହିଁ । ସଂସଦର ଆଗାମୀ ଅଧିବେଶନରେ ବିଜେଡି ଏନେଇ ଦୃଢ଼ ଦାବି କରିବ ।

Centre Not Providing Funds As Per Finance Commission Recommends

ହେଲେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି । କହିଛି, ଅର୍ଥ କମିଶନଙ୍କ ସୁପାରିସ ଏକ ଆକଳନ । ଚିରାଚରିତ ଢଙ୍ଗରେ ବିଜେପି କହିଛି, ଓଡ଼ିଶା ସରକାର ଅର୍ଥ ଖର୍ଚ୍ଚ ନେଇ ପୂର୍ବରୁ ସୁଚିନ୍ତିତ ଯୋଜନା କରୁନାହାନ୍ତି । ଅଧିକାଂଶ କ୍ଷେତ୍ରରେ କେନ୍ଦ୍ରୀୟ ଅର୍ଥ ଖର୍ଚ୍ଚ ନହୋଇ ପଡ଼ି ରହୁଛି । ବିନିଯୋଗ ପ୍ରମାଣ ପତ୍ର ବି ମିଳୁନି । ଅନ୍ୟପଟେ ବିଜେଡିର ଦାବିକୁ ସମର୍ଥନ କରିଛି କଂଗ୍ରେସ । କହିଛି, କେନ୍ଦ୍ରରେ ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ଅର୍ଥ କମିଶନଙ୍କ ସୁପାରିସଠାରୁ ମଧ୍ୟ ଅଧିକ ଅର୍ଥ ବି ରାଜ୍ୟକୁ ଆସିଥିଲା । ଏବେ ଯେଭଳି ଭାବେ କେନ୍ଦ୍ର ଅର୍ଥ ଦେବାରେ ଟାଳଟୁଳ ନୀତି ଆପଣାଇଛି, ସେଥିପାଇଁ ରାଜ୍ୟ ସରକାର ଶ୍ୱେତପତ୍ର ଜରିଆରେ ସାର୍ବଜନୀନ କରନ୍ତୁ ।

Centre Not Providing Funds As Per Finance Commission Recommends

ବିଜେପିର ଯୁକ୍ତିକୁ ରାଜ୍ୟର ଅର୍ଥନୀତି ବିଶାରଦମାନେ ଉପହାସ କରୁଛନ୍ତି । କହିଛନ୍ତି ଯେ ଏଭଳି ଯୁକ୍ତି ଅବାନ୍ତର । ଅପର ପକ୍ଷରେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍‌ ଦେଇଛନ୍ତି । ଆର୍ଥିକ ବର୍ଷର ୭ ମାସ ବିତିଛି । ଖଣି ରାଜସ୍ୱ, ଅଣଟିକସ ରାଜସ୍ୱ ସଂଗ୍ରହ ବୃଦ୍ଧି ଯୋଗୁଁ ରାଜ୍ୟକୁ ଏଯାଏ ଋଣ କରିବାକୁ ପଡ଼ିନି ।

Leave a Reply