spot_img
Home Blog Page 5050

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ଖୋର୍ଦ୍ଧା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ସାକ୍ଷୀଙ୍କୁ ପ୍ରଭାବିତ ନକରିବା ସହ ରହିଛି ଏକାଧିକ ସର୍ତ୍ତ। ଜାମିନ ଦେବାକୁ ତଳ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତଳ କୋର୍ଟରେ ହାଜର ହୋଇ ଜାମିନରେ ଯିବାକୁ ନିର୍ଦ୍ଦେଶ ମିଳିଛି। ବାଲୁଗାଁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ପ୍ରଶାନ୍ତ। ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ନେଇ ପ୍ରଶାନ୍ତଙ୍କୁ ବାନ୍ଧିଥିଲା ପୋଲିସ। ଏହାପରେ ବିଶୃଙ୍ଖଳିତ ନେତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡି ।

ବାଲୁଗାଁ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସିରେ ଆୟୋଜିତ ଆବାସ ଯୋଜନା ବଣ୍ଟନ କାର୍ଯ୍ୟକ୍ରମରେ ଅଶାନ୍ତି ସୃଷ୍ଟି ହୋଇଥିଲା । ମୁହାଁମୁହିଁ ହୋଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଓ ବାଲୁଗାଁ ବିଜେପି ନଗରମଣ୍ଡଳ ସଭାପତି ନିରଞ୍ଜନ ସେଠୀ । କୌଣସି ଏକ କଥାକୁ ନେଇ କାର୍ଯ୍ୟାଳୟ ସାମ୍ନାରେ ଦୁଇ ନେତାଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉଭୟ ନିୟନ୍ତ୍ରଣ ହରାଇ ହାତାହାତି ହୋଇଥିଲେ ।

ରୋଗରୁ ଭଲ ହେବା ପରେ ସୋସିଆଲ ମିଡିଆରୁ ପାଇଥିବା ଆର୍ଥିକ ସାହାଯ୍ୟକୁ ଫେରସ୍ତ କଲେ ଯୁବକ

କେନ୍ଦୁଝର: ଅନେକ ସମୟରେ ଆମେ ଦେଖିଛେ ପାଖରେ ଚିକିତ୍ସା ପାଇଁ ଅର୍ଥ ନଥିଲେ ଏକମାତ୍ର ସାହାରା ପାଲଟେ ସୋସିଆଲ ମିଡିଆ। ଅର୍ଥ ଅଭାବରୁ ହନ୍ତସନ୍ତ ହେଉଥିବା ଲୋକେ ସେମାନଙ୍କର ଦୁଃଖ ଜଣାଇ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। ସୋସିଆଲ ମିଡିଆରେ ଦୁଃଖ ଦେଖି ସହାୟତା ପାଇଁ ହାତ ବଢ଼ାନ୍ତି ହୃଦୟବାନ ବ୍ୟକ୍ତି। କିନ୍ତୁ ପୀଡ଼ିତ ଜଣକ ଭଲ ହେବା ପରେ ସେହି ସାହାଯ୍ୟର ଅର୍ଥକୁ ସୋସିଆଲ ମିଡିଆରେ ଦେଇଥିବା ବ୍ୟକ୍ତିଙ୍କୁ ଫେରାଇବା ଆମେ କେବେ ବି ଦେଖିନଥିବା। କିନ୍ତୁ ଏମିତି ଏକ ଖବର କେନ୍ଦୁଝର ଜିଲ୍ଲା ଚମ୍ପୁଆ ବଲ୍ଲ ଗମ୍ଭାରିଆ ଗାଁରେ ଦେଖିବାକୁ ମିଳିଛି। ଯିଏ ସହାୟତା ଟଙ୍କାରେ ଭଲ ହୋଇସାରିବା ପରେ କାମ କରି ସମସ୍ତ ଅର୍ଥକୁ ଫେରାଇ ଦେଇଛନ୍ତି।

ଚମ୍ପୁଆ ବ୍ଲକ ଗମ୍ଭାରିଆ ଗାଁର ସୁନାସିନ୍ଦୂର ମହାନ୍ତ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୂଚନା ଅନୁସାରେ ସୁନାସିନ୍ଦୂର ନିଜ ଆଣ୍ଠୁରେ ସମସ୍ୟା ଯୋଗୁ ଲକ୍ଷାଧିକ ଟଙ୍କାରେ ଅସ୍ତ୍ରୋପଚାର କରିଥିଲେ। ପରେ ଆପେଣ୍ଡିସାଇଟିସ୍ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଟଙ୍କା ଆବଶ୍ୟକ ପଡ଼ିଥିଲା। ଟଙ୍କା ନଥିବାରୁ ସୋସିଆଲ୍ ମିଡିଆ ମାଧ୍ୟମରେ ଲୋକଙ୍କ ସାହାଯ୍ୟ ଲୋଡିଥିଲେ। ଫୋନ୍ ପେ ଯୋଗେ ୧ଲକ୍ଷ ଟଙ୍କାର ସାହାଯ୍ୟ ପାଇଥିଲେ ସୁନାସିନ୍ଦୂର। ତେବେ ସବୁଠୁ ବଡ଼ କଥା ହେଉଛି, ସୁସ୍ଥ ହେବା ପରେ ଫୋନ୍ ପେ ହିଷ୍ଟ୍ରି ଯାଞ୍ଚ କରି  ସହାୟତା କରିଥିବା ଲୋକଙ୍କ ୧ ଲକ୍ଷ ଟଙ୍କା ଫେରାଇଦେଇଛନ୍ତି।

NCB ସ୍କାନରେ ବଲିଉଡ୍: ଶାହରୁଖ ଓ ଅନନ୍ୟା ପାଣ୍ଡେଙ୍କ ଘରେ ଛାନଭିନ୍

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଫସିଥିବା ଆର୍ୟନ ଖାନଙ୍କ ପରେ ଏବେ ଆଉ ଜଣେ ଷ୍ଟାର କିଡ୍ ଏନସିବି ରାଡାର ଭିତରକୁ ଆସିଛନ୍ତି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗୁରୁବାର ଦିନ ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଂଚି ଯାଂଚ୍ କରିଛି। କୁହାଯାଉଛି ଯେ, ଦୁଇଟି ଗାଡିରେ ଏନସିବି ଟିମ୍ ଅନନ୍ୟାଙ୍କ ଘରେ ପହଂଚିଛନ୍ତି। ଟିମରେ ମହିଳା ଅଧିକାରୀ ମଧ୍ୟ ସାମିଲ ଥିଲେ। ଏନସିବି ଦି’ପହର ଦୁଇଟାରେ ଅନନ୍ୟାଙ୍କୁ ଅଫିସକୁ ଆସିବାକୁ କହିଛି।

ଅନନ୍ୟାଙ୍କ ପରେ ଏନସିବିର ସେହି ଏକା ଟିମ୍ ଶାହରୁଖଙ୍କ ଘର ମନ୍ନତରେ ପହଂଚିଥିଲା। ମନ୍ନତ ବାହାରେ ଟିମକୁ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା। ଯାହାକୁ ନେଇ ଏନସିବି ଟିମରେ ସାମିଲ ଥିବା ଅଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ। ମନ୍ନତ ଗେଟ୍ ବାହାରେ ଟିମକୁ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା। ପରେ ଶାହରୁଖଙ୍କ ମ୍ୟାନେଜର ଟିମକୁ ଭିତରକୁ ନେଇଥିଲେ। ସୂଚନା ଅନୁସାରେ ଟିମ୍ ଆର୍ୟନ ଖାନଙ୍କ ରୁମର ତଲାସି ନେଇଛି। ଏନସିବି ଆର୍ୟନଙ୍କ ବିରୋଧରେ ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ୍ ସହ ସମ୍ପର୍କର ଅଭିଯୋଗ ଆଣିଛି। ଏମିତିରେ ଏନସିବି ଆର୍ୟନଙ୍କ ଘରୁ କିଛି ସୁରାକ ପାଇବ ବୋଲି ଆଶା ରଖିଛି।

ତଦନ୍ତରେ ସନ୍ତୁଷ୍ଟ ମମିତାଙ୍କ ପରିବାର, ହେଲେ ତଦନ୍ତକୁ ନେଇ ମୂଲ୍ୟହୀନ ରାଜନୀତି କରୁଛନ୍ତି ବିରୋଧୀ

ଭୁବନେଶ୍ୱର: ମମିତାଙ୍କୁ ହତ୍ୟା ପରେ ଏବେ ତାଙ୍କ ହତ୍ୟାର ସଠିକ୍‌ ତଦନ୍ତ ନେଇ ଯୋରଦାର ରାଜନୀତି ଦେଖା ଦେଇଛି। ତଦନ୍ତ ଭଲରେ ଚାଲିଥିବା ବେଳେ କେବଳ ଚର୍ଚ୍ଚାରେ ରହିବା ପାଇଁ ବିଭିନ୍ନ ରାନୈତିକ ଦଳ ତଦନ୍ତକୁ ଆହୁରି ଭଲସେ କରିବା ପାଇଁ ମୂଲ୍ୟହୀନ ରାଜନୀତି କହୁଛନ୍ତି। ତଦନ୍ତ ଭଲରେ ଚାଲିଛି ବୋଲି ଆମେ କହୁନୁ, କହୁଛନ୍ତି ଖୋଦ ମମିତାଙ୍କ ପରିପାର ଲୋକେ। ଗତକାଲି ସନ୍ଧ୍ୟାରେ ମମିତାଙ୍କ ପରିବାର ଉତ୍ତରାଞ୍ଚଳ ଡିଆଇଜିଙ୍କୁ ଭେଟି ତଦନ୍ତରେ ସନ୍ତୋଷ ପ୍ରକାଶ କରିବା ସହ ଗୋବିନ୍ଦଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପ୍ରଶ୍ନ ଉଠୁଛି ଯଦି ପରିବାର ଲୋକେ ପୋଲିସର ତଦନ୍ତ ପ୍ରକ୍ରିୟାରେ ଖୁସି, ବିରୋଧୀ କାହା ସ୍ୱାର୍ଥରେ ଭିନ୍ନ ଭିନ୍ନ ଦାବି କରୁଛନ୍ତି।

ତେବେ ମମିତା ହତ୍ୟା ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଦଳରେ ସୃଷ୍ଟି ହୋଇଛି ଫାଟ। ଦଳର ତିନି ପ୍ରମୁଖ ନେତା ଭିନ୍ନ ଭିନ୍ନ ଦାବି କରୁଛନ୍ତି। କିଏ ସିବିଆଇ ତଦନ୍ତ ଦାବି କରୁଛନ୍ତି ତ କିଏ ପରିବାରକୁ ଆସ୍ୱସ୍ତି କଲା ଭଳି ତଦନ୍ତ ଦାବି କରୁଛନ୍ତି। ପୁଣି କିଏ ବଲାଙ୍ଗିର ପୋଲିସର ସଫଳତାକୁ ପ୍ରଶଂସା କରିବା ସହ ପରିବାରର ମତାମତ ଆଧାରରେ ତଦନ୍ତ କରିବାକୁ ଦାବି କରିଛନ୍ତି। କଣ୍ଟାବାଞ୍ଝି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏନେଇ ରାଜ୍ୟପାଳଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯାଇଛି।

ସେପଟେ ପିପିସି ସଭାପତି ନିରଂଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ମମିତାଙ୍କ ପରିବାରକୁ ଆସ୍ୱସ୍ତି କଲାଭଳି ତଦନ୍ତ ଦାବି କରିଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପରିବାର ମତାମତ ଆଧାରରେ ତଦନ୍ତ କରିବାକୁ ଦାବି କରିଛନ୍ତି। ବର୍ତ୍ତମାନର ତଦନ୍ତ ପ୍ରକ୍ରିୟାରେ ଯଦି ପରିବାର ଲୋକେ ସନ୍ତୁଷ୍ଟ ତେବେ ତଦନ୍ତ ପ୍ରକ୍ରିୟାକୁ ଅଧିକ ଜୋରଦାର କରାଯାଉ ବୋଲି କହିଛନ୍ତି ନରସିଂହ।

ଉତ୍ତରପ୍ରଦେଶରେ ମହିଳା ବିରୋଧୀ ହିଂସାକୁ ନେଇ କେତେ ଥର ପ୍ରଶ୍ନ କରିଛନ୍ତି ଜାତୀୟ ମହିଳା କମିଶନ ?

ଭୁବନେଶ୍ୱର: ଜାତୀୟ ମହିଳା କମିଶନଙ୍କୁ ସମାଲୋଚନା। ମମିତା ମେହେର ହତ୍ୟା ମାମଲାର ତଦନ୍ତ ନସରୁଣୁ ମନ୍ତ୍ରୀଙ୍କ ବହିଷ୍କାର ଦାବିକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ। ସେ ଅଭିଯୋଗ କରିଛନ୍ତି, ଜାତୀୟ ମହିଳା କମିଶନଙ୍କ ରାଜନୀତିକରଣ କରାଯାଉଛି। ମମିତା ମେହେର ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ଏଭଳି ସମୟରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ହସ୍ତକ୍ଷେପ ଠିକ୍ ନୁହେଁ ବୋଲି କହିଛନ୍ତି ସୁଲତା। ୟୁପି, ବିହାର, ମଧ୍ୟ ପ୍ରଦେଶ ଓ ଆସାମରେ ମହିଳାଙ୍କ ବିରୋଧରେ ଅପରାଧ ମାମଲା ଦ୍ରୁତ ଗତିରେ ବଢି ଚାଲିଛି। ଏସବୁ ରାଜ୍ୟରେ କେତେ ଜଣ ମନ୍ତ୍ରୀଙ୍କୁ ବହିଷ୍କାର ପାଇଁ ଜାତୀୟ ମହିଳା କମିଶନ ପରାମର୍ଶ ଦେଇଛନ୍ତି ବୋଲି ସୁଲତା ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଜାତୀୟ. ମହିଳା କମିଶନଙ୍କ ଟ୍ୱିଟକୁ ନେଇ ବିଜେଡି ପକ୍ଷରୁ ଏହି ପ୍ରତିକ୍ରିୟା ଆସିଛି। ଟ୍ୱିଟ୍ କରି ଜାତୀୟ ମହିଳା କମିଶନ ମମିତା ମେହର ହତ୍ୟା ମାମଲାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲେ। ଗୋଟିଏ ରାଜନୈତିକ ଦଳ ଭଳି ଜାତୀୟ ମହିଳା କମିଶନ କେମିତି ଅବାନ୍ତର ଦାବି କରିଛନ୍ତି। ଜାତୀୟ ମହିଳା କମିଶନ ଏକ ସାମ୍ବିଧାନିକ ସଂସ୍ଥା। କିନ୍ତୁ ମହିଳା କମିଶନ୍ କେମିତି ମମିତା ଘଟଣାରେ ଦୁଇ ଜଣ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି। ଆଇନ ଅନୁସାରେ ତଦନ୍ତ ସରିବା ପରେ ଅଭିଯୁକ୍ତ ସଂପର୍କରେ ଅଦାଲତ ଦୋଷୀ ସାବ୍ୟସ୍ତ କରନ୍ତି।

କିନ୍ତୁ କିଛି ଘୃଣାକଥା ଆଧାରରେ ଜାତୀୟ ମହିଳା କମିଶନଙ୍କ ଏଭଳି ମନ୍ତବ୍ୟ ଏକ ସାମ୍ବିଧାନିକ ସଂସ୍ଥାର ନିରପେକ୍ଷତା ଆଡକୁ ଆଙ୍ଗୁଳି ଉଠାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଜାତୀୟ ମହିଳା କମିଶନ ରାଜନୈତିକ ଦଳର ହାତବାରିଶି ଭଳି କାମ କରୁଥିବା ଚର୍ଚ୍ଚା ହେଉଛି। ମମିତା ମାମଲାରେ ନାଁ ଅଭିଯୋଗ ପତ୍ରରେ କୌଣସି ମନ୍ତ୍ରୀଙ୍କ ନାଁ ଉଲ୍ଲେଖ ଅଛି ନାଁ ଅଭିଯୁକ୍ତ କୌଣସି ମନ୍ତ୍ରୀଙ୍କ ନାଁ ନେଇଛନ୍ତି ନା ତଦନ୍ତ ବେଳେ କୌଣସି ମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିଛି। ଏଭଳି କ୍ଷେତ୍ରରେ ଜାତୀୟ ମହିଳା କମିଶନଙ୍କ ବିବୃତ୍ତି ଅନୁଷ୍ଠାନର ଗାରିମାକୁ କ୍ଷୂର୍ଣ୍ଣ କରୁଛି ବୋଲି ମତ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ୟୁପି, ମଧ୍ୟପ୍ରଦେଶ, ବିହାର, ଓ ଆସାମ ଭଳି ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ସର୍ବାଧିକ ରହିଛି। କିନ୍ତୁ ମହିଳା କମିଶନ ଏସବୁ ରାଜ୍ୟରେ ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧ ସମ୍ପର୍କରେ କେବେ କେଉଁଠି ପଦେ କହିନାହାନ୍ତି ବା କୌଣସି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିନାହାନ୍ତି।

ମଧ୍ୟପ୍ରଦେଶରେ ମିରାଜ-୨୦୦୦ ଦୁର୍ଘଟଣା, ପାରାସୁଟ୍ ବଞ୍ଚାଇଲା ପାଇଲଟଙ୍କ ଜୀବନ

ଭିଣ୍ଡ୍: ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ ମିରାଜ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ପାଇଲଟ୍ ପାରାସୁଟରେ ଓହ୍ଲାଇ ଜୀବନ ବଂଚାଇବାରେ ସକ୍ଷମ ହୋଇଛନ୍ତି। ଭିଣ୍ଡର ଗ୍ରାମୀଣ ଥାନା କ୍ଷେତ୍ରର ବଗଡି ଗାଁରେ ଏହି ଦୁର୍ଘଟଣା ଘଟିଥିଲା। ବୈଷୟିକ ତୃଟି କାରଣରୁ ବିମାନ ଅନିୟନ୍ତ୍ରିତ ହୋଇ ପଡିଥିଲା।

ଫଳରେ ପାଇଲଟ୍ ଅଭିଲାଷଙ୍କୁ ବିମାନ ଛାଡିବାକୁ ପଡିଥିଲା। ସେ ପାରାସୁଟ ବ୍ୟବହାର କରି ଓହ୍ଲାଇଥିଲେ। ଅନ୍ୟପକ୍ଷରେ ବିମାନଟି ଗାଁର ଏକ ବିଲରେ ପଡିଥିଲା। ଫଳରେ ବିଲରେ ଗାତ ସୃଷ୍ଟି ହୋଇଥିଲା। ଘଟଣା ବାବଦରେ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଉକ୍ତ ଅଂଚଳକୁ ଯାଇଥିଲା।

ସ୍ଥାନୀୟ ଲୋକଙ୍କ ଅନୁସାରେ ବିମାନ କ୍ରାସ୍ କରିବା ପରେ ଖୁବଜୋରରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ଗାଁ ଲୋକ ବିମାନ ଖସିଥିବା ସ୍ଥାନକୁ ଯାଇଥିଲେ। ସେଠାରେ ସେମାନେ ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ। ଖବର ପାଇ ଭିଣ୍ଡ୍ ଏସପି ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲେ।
ଦୁର୍ଘଟଣା ପରେ ବିମାନ ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଛି। ପାଇଲଟ୍ ବିମାନରୁ ପାରାସୁଟ ଦ୍ୱାରା ଲମ୍ଫ ପ୍ରଦାନ କରୁଥିବାର ଭିଡିଓ ଗ୍ରାମବାସୀଙ୍କ ଦ୍ୱାରା ସୁଟ୍ ହୋଇଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ ଗ୍ୱାଲିୟର ବାୟୁସେନା ଘାଟିରୁ ଏକ ଟିମ୍ ଘଟଣସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

ବଦଳିଲା ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ନିୟମ, ଯାତ୍ରା ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ଦାଖଲ କରିବାକୁ ପଡ଼ିବ RTPCR ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ତେବେ ଏହାରି ଭିତରେ ବିମାନ ଚଳାଚଳ ମଧ୍ୟ ଆରମ୍ଭ ହୋଇଛି। ସେଥିପାଇଁ ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ କିଛି ନିୟମକୁ ବଦଳା ଯାଇଛି। ଭାରତ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ବଦଳିଲା ନିୟମ। ସମସ୍ତ ଯାତ୍ରୀ ଯାତ୍ରା ଆରମ୍ଭର ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ନେଗେଟିଭ ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତି ଯାତ୍ରୀ ଏକ ଆତ୍ମଘୋଷଣାନାମା ଦାଖଲ କରିବା ସହ ନେଗେଟିଭ ରିପୋର୍ଟକୁ ଅପଲୋଡ କରିବେ।

ବିମାନରେ ଚଢିବା ପୂର୍ବରୁ ଏହି ନେଗେଟିଭ ଆରଟିପିସିଆର ରିପୋର୍ଟକୁ ଯାଞ୍ଚ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଏୟାରଲାଇନସକୁ ନିର୍ଦ୍ଦେଶ ଦେଇଛି। ଯାତ୍ରୀମାନେ ଏୟାର ସୁବିଧା ପୋର୍ଟାଲରେ ରହିଥିବା ଆତ୍ମଘୋଷଣାନାମା ଫର୍ମ ସହ ଆରଟିପିସିଆର ରିପୋର୍ଟ ଅପଲୋଡ କରିବା ଲାଗି କୁହାଯାଇଛି। ଭାରତର ସ୍ୱୀକୃତି ଅନୁସାରେ ସମ୍ପୂର୍ଣ୍ଣ ଡୋଜ ନେଇ ସାରିଥିବା ଯାତ୍ରୀମାନେ ଭାରତ ଆସିବା ପରେ ନିଜକୁ ନିଜେ ମନିଟରିଂ କରି ରହିବା ଲାଗି ପରାମର୍ଶ ଦିଆଯାଇଛି।

ତେବେ ଯେଉଁମାନେ ସମ୍ପୂର୍ଣ୍ଣ ଡୋଜ ନେଇ ନାହାନ୍ତି ବା ଆଦୌ ଟିକା ନେଇ ନାହାନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ସ୍ୱୀକୃତ ଟିକା ନେଇନାହାନ୍ତି ସେମାନେ ଭାରତ ଆସିଲେ ୭ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବେ। ଏବଂ ୭ଦିନ ପରେ ସେମାନଙ୍କ ପୁନର୍ବାର ପରୀକ୍ଷା କରାଯିବ।

ପାର୍ବଣ କାରଣରୁ ବଢ଼ିଥିବା ସଂକ୍ରମଣ ଉଦବେଗ ଜନକ ନୁହେଁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ କମିନି ବିପଦ। ସେଥିପାଇଁ ପାର୍ବଣକୁ କରୋନା କଟକଣା ସହିତ ସମାପ୍ତ କରାଯାଇଛି। ତଥାପି ଜେତିକି କଟକଣା ମୁକ୍ତ କରାଯାଇଥିଲା ସେଥିରେ କେତେ ପରିମାଣରେ ସଂକ୍ରମଣ ବଢ଼ିଛି ସେନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ପୂଜା ସମୟରେ ସଂକ୍ରମଣ ବଢିବ ବୋଲି ଆଶଙ୍କା କରାଯାଉଥିଲା। ୭-୮ ଦିନ ମଧ୍ୟରେ ସଂକ୍ରମଣ କେତେ ବଢିଛି ଜଣାପଡିବ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଯେତିକି ବଢିଛି ତାହା ଉଦବେଗ ଜନକ ନୁହେଁ। କିନ୍ତୁ ଆଗକୁ ଅପେକ୍ଷା କରିବାକୁ ପଡିବ ଏବଂ ଦେଖିବାକୁ ପଡ଼ିବ ସଂକ୍ରମଣ କେତେ ବଢ଼ିଛି। ଯେଉଁ ସମୟରେ ପିକ ଭିଡ଼ ଥିଲା ସେହି ସମୟ ଆସିନି। ତେଣୁ ଆଗକୁ ଅପେକ୍ଷା କରିବାକୁ ପଡିବ। ତୃତୀୟ ଲହର ନେଇ ଏଂଡେମୀକ ଭାଇ ରୋ ଲୋଜିଷ୍ଟ କହିଛନ୍ତି ଏବେ ଏଂଡେମୀକ ସ୍ତରରେ ଅଛୁ। ଏବେବି କୋଭିଡ ଅଛି। ପରିସ୍ଥିତି ଦେଖି ସଂକ୍ରମଣ କମୁଛି ଆଉ ବଢୁଛି।

ମହାରାଷ୍ଟ୍ରରେ ଯେଉଁ ନୂଆ ଭ୍ୟାରିଆନ୍ତ ଚିହ୍ନଟ ହୋଇଛି ସେଥିପାଇଁ ବ୍ୟସ୍ତ ହେବାର କିଛି ନାହିଁ। ସେହି ଭ୍ୟାରିଆଣ୍ଟ କଣ୍ଟାକ୍ୱ ଟ୍ରେସିଂ ଅନ୍ୟ କେହି ସଂକ୍ରମିତ ବାହାରି ନାହାନ୍ତି। ଏ ବାବଦରେ ରେ କେନ୍ଦ୍ର ସରକାର କିମ୍ବା ଆଇଏଲଏସକିଛି ଅବଗତ କରାଇନାହାନ୍ତି। ଏତେ ଆତଙ୍କିତ ହେବାର କିଛି କାରଣ ନାହିଁ। ବର୍ତ୍ତମାନ ସ୍ଥିତି ଯେପରି ଅଛି ତୃତୀୟ ଲହର ଆଶଙ୍କା କମ ରହିଛି। କିନ୍ତୁ ଅନଲକ ହୋଇଛି ,ବିଭିନ ଅନୁଷ୍ଠାନ ଖୋଲିଛି ଲୋକ ମାନେ ନିଜ ଆଡୁ ସତର୍କ ରୁହନ୍ତୁ। ଯେଉଁଠି କାର୍ଯ୍ୟ ହେଉଛି କୋଭିଡ ନିୟମ ଅନୁପାଲନ କରନ୍ତୁ।

ବଢ଼ିଚାଲିଛି ଧଳା ଜହର ବେପାର, ଜବତ ହେଲା ୧ କେଜିରୁ ଅଧିକ ବ୍ରାଉନସୁଗର

ଟାଙ୍ଗୀ: ରାଜ୍ୟରେ ବଢ଼ି ଚାଲିଛି ବ୍ରାଉନସୁଗର ବେପାର। ପ୍ରତିଦିନ ଗିରଫ ହେଉଛନ୍ତି ଦଲାଲ। ପୋଲିସ୍‌ର ବାରମ୍ବାର କଠୋର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ସୁଧୁରୁ ନାହାଁନ୍ତି ବ୍ରାଉନସୁଗର ଦଲାଲ। ଯଦି ଦେଖିବା ଘନ ଅନ୍ଧାରରେ ବଢ଼ିଚାଲିଛି ଏହରି ବେପାର। ତେବେ ବ୍ରାଉନସୁଗର ବେପାରୀଙ୍କ ଉପରେ ପୁଣି ଥରେ ଛାପା ମାରିଲା ସ୍ପେଶାଲ ଟାସ୍କଫୋର୍ସ। ୧୬ ନମ୍ବର ଜାତୀୟ ରାଜପଥ ନିକଟ ଟାଙ୍ଗି ଛକ ଠାରେ ପାଉଡର ମାଫିଆକୁ ଗିରଫ କରିବା ସହ ୧ କେଜି ୪୩ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ସଫିକୁଲ ଏସ୍.କେ ଓରଫ ଖୋକନକୁ କାବୁ କରିଛି ଏସ୍ ଟିଏଫ।

ଅଭିଯୁକ୍ତର ଘର ପଶ୍ଚିମବଙ୍ଗ ସ୍ଥିତ ମୁର୍ଶିଦାବାଦ ବୋଲି ଜଣାପଡିଛି। ତାକୁ କେସ ନମ୍ବର ୩୫ରେ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି। ୨୦୨୦ରୁ ଆଜି ଯାଏଁ ନିଶା ବେପାର ବିରୋଧରେ ଦୃଢ଼ ଆକ୍ସନ ନେଇଛି ସ୍ପେଶାଲ ଟାସ୍କଫୋର୍ସ। ବର୍ତ୍ତମାନ ସୁଦ୍ଧା ୪୧କେଜି ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ୮୬ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଆଗକୁ ଏହି ଡ୍ରାଇଭ ଆହୁରି ବ୍ୟାପକ କରାଯିବ ବୋଲି ଏସ୍ ଟିଏଫ ପକ୍ଷରୁ ସୂଚନା ମିଳିଛି।

ଜାତିପ୍ରଥାର ଘୃଣ୍ୟ ଚିତ୍ର, ଗୋଡ଼ରେ ଘା ହେବାରୁ ବୃଦ୍ଧଙ୍କୁ ପର କରିଦେଲା ସମାଜ

ବରଗଡ଼: ସାମାଜିକ ବାସନ୍ଦ ଆଗରେ ହାର ମାନିଲା ପୁଅ। ବାପାକୁ ପାଖରେ ରଖିବାକୁ ଚାହୁଁଥିଲେ ବି ସମାଜ ନରଖିବାକୁ ବାଧ୍ୟ କରିଛି। ଏ ସମାଜ ଆଜି ବାପାକୁ ପାଖରେ ନ ରଖିବା ପାଇଁ ଚେତାବନି ଦେଇଛି। ବାପାକୁ ନେଇ ରହିବତ କୋଉଠି ରହିବ। ସମାଜର ବାପାକୁ ପାଖରେ ରଖିବା ପାଇଁ ରୋକ୍‌ ଠୋକ୍‌ ମନା କରିଦେଇଛି। ଗୋଡ଼ରେ ଘା ପାଇଁ ଏ  ସମାଜ ଆଜି ପର କରିଦେଇଛି।  ଘା ହେବାରୁ ବାପାକୁ ଜଙ୍ଗଲରେ ଛାଡ଼ିଦେଇଛି ପୁଅ। ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି  ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ପେଟୁପାଲି ଗାଁରେ।

ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ୬୦ ବର୍ଷର ବୃଦ୍ଧ ଜଣଙ୍କୁ କୁକୁର କାମୁଡ଼ିଥିଲା। ଚିକିତ୍ସା କରିବା ପାଇଁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ସମୟରେ ଉନ୍ନତ ମାନର ଚିକତ୍ସା ପାଇଁ ବୁର୍ଲ୍ଲା ବଡ ମେଡିକାଲରେ ଭର୍ତ୍ତି କରାଇଥିଲେ ପୁଅ। ୧୦ ଦିନର ଚିକିତ୍ସା ପରେ ଘରକୁ ଆଣି ପ୍ରତିଦିନ ଡ୍ରେସିଂ କରୁଥିଲେ। ହେଲେ ଜାତି ତଥା ସମାଜର ବଡ ପଣ୍ଡା ମାନେ ବାପାଙ୍କୁ ସାମାଜିକ ବାସନ୍ଦ କରିବାକୁ ବାଧ୍ୟ କରିଥିଲେ। ପରେ ପୁଅ ବାଧ୍ୟ ହୋଇ ବୃଦ୍ଧ ବାପାଙ୍କୁ ଜଙ୍ଗଲରେ ଛାଡ଼ି ଆସିଥିଲେ। ଏନେଇ ସୂଚନା ପାଇ ଏକ ସାମାଜିକ ସଂଗଠନ ଜଙ୍ଗଲରୁ ବୃଦ୍ଧଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକତ୍ସାଲୟରେ ଭର୍ତ୍ତି କରିଛନ୍ତି।

ତେବେ ଏତିକିରେ କଥା ସରିନଥିଲା, ଭୋଜି ଭାତ କରି ଗାଁ ଲୋକଙ୍କୁ ଖାଇବାକୁ ଦେଇଥିଲା। ପରେ ଜାତି ଭାଇଙ୍କ ସହିତ ପୁନର୍ବାର ସାମିଲ ହୋଇଥିଲେ। ତେବେ ବୃଦ୍ଧ ଜଣଙ୍କ ଜଙ୍ଗଲରେ ଥିବା ଖବର ପାଇ ଏକ ସାମାଜିକ ସଂଗଠନ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଛି।