ଶିଶୁକନ୍ୟାକୁ ପଡ଼ିଆରେ ଛାଡ଼ିଦେଇ ଅପହରଣର ନାଟକ ରଚିଥିଲେ ବାପା ଓ ଆଈ!

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଶିଶୁ ଚୋରି ଘଟଣାର ନୂତନ ମୋଡ଼ । ଶିଶୁ କନ୍ୟାର ବାପା ଓ ଆଈ ଗିରଫ । ଶିଶୁ ବିକ୍ରି ଓ ଅପହରଣ ମାମଲାରେ ବାପା ଗଜେନ୍ଦ୍ର ତାଣ୍ଡିଆ ଓ ଆଈ ପାନ୍ତା ଜାଲକୁ ଗିରଫ କଲା ସୋନପୁର ପୋଲିସ । ବୀରମହାରାଜପୁର ବ୍ଲକ୍ ଷଣ୍ଢା ଗ୍ରାମର ଗଜେନ୍ଦ୍ର ତାଣ୍ଡିଆଙ୍କ ପତ୍ନୀ ସନ୍ତୋଷିନୀ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ ।

ଶନିବାର ସକାଳ ପ୍ରାୟ ୮ଟାରେ ଜଣେ ମହିଳା ଆସି ଟିକା ଦେବା ବାହାନାରେ ନବଜାତ ଶିଶୁକନ୍ୟାକୁ ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍‌ ଆଧାରରେ ତନାଘନା କରିଥିଲା | ସିସିଟିଭି ଫୁଟେଜ ଅନୁସାରେ ଗଜେନ୍ଦ୍ରଙ୍କ ଶାଶୂ ପାନ୍ତିଙ୍କ ସହ ଶିଶୁକନ୍ୟା ଧରି ଫେରାର ଥିବା ମହିଳା ଟିକା କେନ୍ଦ୍ର ସମ୍ମୁଖରେ ବେଶ୍ କିଛି ସମୟ କଥାବାର୍ତ୍ତା ହୋଇଥିଲେ । ରବିବାର ଦିନ ପ୍ରାୟ ୧୨ଟାରେ ସହର ଠାରୁ ପ୍ରାୟ ୧୨ କିମି ଦୂର ଅର୍ଜୁନପୁର ଶରଧାପାଲି ରାସ୍ତା ପ୍ରତାପପୁର ନିକଟସ୍ଥ ପଡ଼ିଆରୁ ଶିଶୁକନ୍ୟା ଉଦ୍ଧାର ହୋଇଥିଲା । ସିସିଟିଭିରେ ଦେଖା ଦେଇଥିବା ମହିଳାକୁ ଗିରଫ କରାଯାଇଛି ନାହିଁ । ଅଭିଯୁକ୍ତ ବାପ ଓ ଜେଜେ ମାଆକୁ ପୋଲିସ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ଦେଇଛି ।

ଏଥିସହିତ ପଢ଼ନ୍ତୁ: ରୋଷେଇ ଗ୍ୟାସ୍ ସିଲିଣ୍ଡରରୁ ବାହାରୁଛି ପାଣି

Leave a Reply