KYC ଅପଡେଟ୍ ନ ହୋଇଥିବାରୁ ବ୍ୟାଙ୍କ ଦେଲାନି ଭତ୍ତା ଟଙ୍କା: ୯୨ ବର୍ଷୀୟ ବୃଦ୍ଧଙ୍କୁ ଟ୍ରଲିରେ ବୋହିନେଲେ ପରିବାର ଲୋକେ

ଭଦ୍ରକ: ଧୁଧୁ ଖରାରେ ଟ୍ରଲିରେ ବୁହା ହେଉଛନ୍ତି ବୃଦ୍ଧ । ଚାଲିବା ତ ଦୂରର କଥା ଠିଆହେବାକୁ ଅକ୍ଷମ । ହେଲେ ତାଙ୍କୁ ଡାକ୍ତରଖାନା ନୁହେଁ ବରଂ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ନିଆଯାଉଛି । ପରିଣତ ବୟସରେ ବି ବ୍ୟାଙ୍କ କର୍ତ୍ତୃପକ୍ଷ ବୃଦ୍ଧଙ୍କ ଗୁହାରି ଶୁଣି ନଥିବା ଅଭିଯୋଗ ହୋଇଛି। କେଓ୍ୱାଇସି  ଅପଡେଟ ପାଇଁ ୯୨ ବର୍ଷର ବୃଦ୍ଧାଙ୍କୁ ଟ୍ରଲିରେ ନେଇଯାଉଛନ୍ତି ଝିଅ ଓ ଜ୍ୱାଇଁ । ଭତ୍ତା ଟଙ୍କା ବ୍ୟାଙ୍କକୁ ଆସିଥିଲେ ବି କେଓ୍ୱାଇସି ଅପଡେଟ ହୋଇନଥିବାରୁ ସେ ଟଙ୍କା ଉଠାଇ ପାରୁନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଭଦ୍ରକ ନଳାଙ୍ଗସ୍ଥିତ ଓଭରସିଜ୍ ବ୍ୟାଙ୍କର ବ୍ୟବସାୟିକ ପ୍ରତିନିଧିଙ୍କୁ ବୃଦ୍ଧାଙ୍କ ବିଷୟରେ ଜଣାଇଥିଲେ ପରିବାର ଲୋକେ । ହେଲେ ସେ କୌଣସି ପଦକ୍ଷେପ ନେଇ ନଥିବା ପରିବାର ଲୋକ କରିଛନ୍ତି ଅଭିଯୋଗ । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବ୍ୟବସାୟିକ ପ୍ରତିନିଧି ।

ଏଥିସହିତ ପଢ଼ନ୍ତୁ: ଶିଶୁକନ୍ୟାକୁ ପଡ଼ିଆରେ ଛାଡ଼ିଦେଇ ଅପହରଣର ନାଟକ ରଚିଥିଲେ ବାପା ଓ ଆଈ!

 

Leave a Reply