ଆଞ୍ଚଳିକ ଭାଷା ପ୍ରତି CBSEର ଏ କି ବୈମାତୃକ ଭାବ ?

1 min read

ଭୁବନେଶ୍ବର: ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପ୍ରଥମ ଟର୍ମ ପରୀକ୍ଷା ପାଇଁ ଭାଷା ବର୍ଗୀକରଣକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ପ୍ରଥମ ଟର୍ମ ପରୀକ୍ଷା ପାଇଁ ଯେଉଁ ବର୍ଗୀକରଣ କରାଯାଇଛି ଏଥିରେ ଓଡ଼ିଆ ସମେତ ସବୁ ଆଞ୍ଚଳିକ ଭାଷାକୁ ଗୌଣ (Minor) କାଟାଗୋରୀରେ ରଖାଯାଇଛି । ଯାହାକୁ ନେଇ ବିରୋଧର ସ୍ବର ଉଠିବା ପରେ ସଫେଇ ଦେଇଛନ୍ତି ସିବିଏସଇ କର୍ତ୍ତୃପକ୍ଷ ।

ସିବିଏସଇ ପକ୍ଷରୁ କୁହାଯାଇଛି, ‘ପ୍ରଶାସନିକ ସ୍ତରରେ ଭାଷା ବର୍ଗୀକରଣ କରାଯାଇଛି । ଯେଉଁ ଭାଷାରେ ଯେତେ ପିଲା ପରୀକ୍ଷା ଦେଉଛନ୍ତି ସେହି ହିସାବରେ ଭାଷା ବର୍ଗୀକରଣ କରାଯାଇଛି । କୌଣସି ଭାଷାକୁ ପ୍ରମୁଖ କି ଗୌଣ ଦେଖାଯିବା ଏହାର ଉଦ୍ଦେଶ୍ୟ ନୁହେଁ । ପରୀକ୍ଷା ପରିଚାଳନାରେ ସରଳତା ଆଣିବାକୁ ଏମିତି ବର୍ଗୀକରଣ କରାଯାଇଛି ।’

ସୂଚନାଯୋଗ୍ୟ, ସିବିଏସଇ କର୍ତ୍ତୃପକ୍ଷ ଆଞ୍ଚଳିକ ଭାଷାକୁ ଗୌଣ ବର୍ଗରେ ରଖିବାକୁ ନେଇ ପ୍ରଥମେ ଆପତ୍ତି ଉଠାଇ ଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ।

ପ୍ରଶାସନିକ ସୁବିଧା ପାଇଁ ସିବିଏସଇ ହୁଏତ ଏମିତି କରିଥାଇ ପାରେ । ହେଲେ ଆଞ୍ଚଳିକ ଭାଷାଗୁଡିକୁ ଗୌଣ କାଟାଗୋରୀରେ ରଖିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ । ଦେଶର ପ୍ରତ୍ୟେକ ଆଞ୍ଚଳିକ ଭାଷାର ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି । ଏହାକୁ ଗୌଣ କାଟାଗୋରୀରୁ ତୁରନ୍ତ ହଟାଇବାକୁ ସାଧାରଣରେ ଦାବି ହେଉଛି ।

Leave a Reply