ଆଇପିଏଲ-୨୦୨୨ରେ ହେବ ଟଙ୍କା ବର୍ଷା; ରାହୁଲ ହେବେ ଲକ୍ଷ୍ନୌ ଟିମର ଅଧିନାୟକ!

1 min read

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁରରେ ଚାଲିଛି ପ୍ରଥମ ଟେଷ୍ଟ । ତେବେ ଏହି ମ୍ୟାଚ ମଧ୍ୟରେ ଏବେ ସମସ୍ତଙ୍କ ନଜର ରହିଛି ଆଇପିଏଲ ୨୦୨୨ ଉପରେ । ୨୦୨୨ରେ ହେବାକୁ ଥିବା ଆଇପିଏଲ ପୂର୍ବରୁ ହେବ ମେଗା ଅକ୍ସନ । ଏଥିସହ ଆଇପିଏଲର ପରବର୍ତ୍ତି ସିଜିନରେ ଆଉ ଦୁଇଟି ଟିମ୍ ଭାଗ ନେବାକୁ ଯାଉଛନ୍ତି । ତେବେ ମେଗା ଅକ୍ସନ ପୂର୍ବରୁ ଆସନ୍ତା ନଭେମ୍ବର ୩୦ ପୂର୍ବରୁ ସବୁ ଟିମ୍ କେଉଁ କେଉଁ ଖେଳାଳିଙ୍କୁ ଦଳରେ ରଖିଲେ ତାହାର ଲିଷ୍ଟ ପ୍ରଦାନ କରିବାକୁ ପଡ଼ିବ ।

ତେବେ ଏସବୁ ଭିତରେ କେଉଁ ଦଳ କେଉଁ ଖେଳାଳିଙ୍କୁ ଦଳରେ ରଖିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । କିଛି ରିପୋର୍ଟ ଅନୁସାରେ ଶ୍ରେୟସ ଆୟରଙ୍କୁ ଆଉ ଦଳରେ ରଖିବନି ଦିଲ୍ଲୀ କ୍ୟାପିଟାଲ୍ସ । ଆୟର ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ମ୍ୟାନେଜମେଣ୍ଟକୁ କହିଛି କି ସେ ଆଉ ଦିଲ୍ଲୀ ସହ ରହିବେ ନାହିଁ । ଅନ୍ୟପକ୍ଷରେ ନୂଆ କରି ହୋଇଥିବା ଦୁଇଟି ନୂଆ ଟିମ ଶ୍ରେୟସ ଆୟରଙ୍କୁ ନିଜ ଦଳକୁ ନେବା ପାଇଁ ଆଲୋଚନା କରିଛନ୍ତି । ସେହିପରି ଭାବରେ ଆୟରଙ୍କୁ ନେବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଚେଷ୍ଟା କରିବ । କାହିଁକି ନା ଆୟରଙ୍କ ଘର ମୁମ୍ବାଇ । ଯାହା ଫଳରେ ଭବିଷ୍ୟତରେ ମୂମ୍ବାଇ ଦଳର ଅଧିନାୟକ ପାଇଁ ଆୟରଙ୍କୁ ଦଳରେ ନେଇ ପାରନ୍ତି । ତେବେ କେଉଁ ଦଳକୁ ଆୟର ଯାଉଛନ୍ତି ତାହା ମେଗା ଅକ୍ସନରେ ହିଁ ଜଣା ପଡ଼ିବ । ତେବେ କେବଳ ଆୟର ନୁହଁନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଓପନର ଶିଖର ଧାଓ୍ବନଙ୍କୁ ନେବା ପାଇଁ ଦୁଇ ନୂଆ ଟିମ୍ ତାଙ୍କ ଦଳରେ ନେବା ପାଇଁ ନଜର ରଖିଛନ୍ତି ।

ସେହିପରି ଭାବରେ ଯଦି କେଏଲ ରାହୁଲ କଥା କହିବା ତାହାଲେ ରାହୁଲ ପଞ୍ଜାବ କିଙ୍ଗ୍ସ ସହ ଶେଷ ମ୍ୟାଚ ଖେଳି ସାରିଛନ୍ତି ବୋଲି କହିଛନ୍ତି । ରାହୁଲ ଆଗାମୀ ସିଜିନରେ ନୂଆ କରି ହୋଇଥିବା ଲକ୍ଷ୍ନୌ ଟିମ୍ ସହ ଯୋଗ ଦେଇ ପାରନ୍ତି । ଏଥିସହ ଲକ୍ଷ୍ନୌ ଟିମର ନେତୃତ୍ବ ମଧ୍ୟ ନେବାକୁ ଯାଉଛନ୍ତି କେଏଲ ରାହୁଲ । ସେହିପରି କୋଲକାତା ନାଇଟ ରାଇଡର୍ସ କଥା କହିବା ତାହାଲେ ଦୁଇ ସ୍ପିନର ସୁନୀଲ ନାରାୟଣ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ରଖିବା ପାଇଁ ମନସ୍ତ କରିସାରିଛି । ସେହିପରି ଭାବରେ ତୃତୀୟ ଖେଳାଳି ଭାବରେ ଭେଙ୍କଟେଶ ଆୟରଙ୍କୁ ନେଇ ଆଲୋଚନା କରୁଥିବାର ସୂଚନା ମିଳିଛି । ଅନ୍ୟପକ୍ଷରେ କେକେଆରର ଓପନର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଓ ଅଲରାଉଣ୍ଡର ଆଣ୍ଡ୍ରେ ରସଲଙ୍କୁ ନେଇ ମଧ୍ୟ ବିଚାର କରୁଥିବାର ରିପୋର୍ଟ ପ୍ରକାଶ ପାଇଛି ।

ଆଇପିଏଲ ୨୦୨୨ ପୂର୍ବରୁ ହେବାକୁ ଯାଉଛି ମେଗା ଅକ୍ସନ । ତେବେ ଏହି ଅକ୍ସନ ପୂର୍ବରୁ ସବୁ ଟିମକୁ ୪ ଜଣ ଖେଳାଳିଙ୍କୁ ରିଟେନ କରି ପାରିବେ । ଏଥିମଧ୍ୟରେ ଅତିବେଶୀରେ ୩ ଜଣ ଭାରତୀୟଙ୍କୁ ରଖିପାରିବେ ଓ ଅତିବେଶୀରେ ୨ ଜଣ ବିଦେଶୀ ଖେଳାଳିଙ୍କୁ ଦଳରେ ରଖିପାରିବେ । ୪୨ କୋଟି ମଧ୍ୟରେ ଏହି ଚାରି ଜଣ ଖେଳାଳିଙ୍କୁ ରିଟେନ କରିପାରିବେ । ଅନ୍ୟପକ୍ଷରେ ମେଗା ଅକ୍ସନ ପାଇଁ ସମସ୍ତ ଟିମ ପାଖରେ ୯୦ କୋଟି ଟଙ୍କା ରହିବ ।

 

Leave a Reply