କାହିଁକି ଭୟଙ୍କର ଓମିକ୍ରାନ୍ କରୋନା ଭାରିଏଣ୍ଟ୍ ?

1 min read

ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟକୁ ନେଇ ସାରା ବିଶ୍ବକୁ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।  କରୋନାର ଏହି ନୂଆ B.1.1.529 ଭାଇରସକୁ ‘ଭାରିଏଣ୍ଟ ଅଫ କନର୍ସନ’ ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। କେବଳ ଏତିକି ନୁହେଁ ଦକ୍ଷିଣ ଆଫ୍ରିକାରୁ ବିଶ୍ବକୁ ବ୍ୟାପିଥିବା ଏହି ନୂଆ ଭାରିଏଣ୍ଟର ନାମ ‘ଓମିକ୍ରନ୍’। ଏହି କରୋନା ଭାଇରସ ପୂର୍ବରୁ ଦେଖାଯାଇଥିବା ଡେଲଟା ଭାଇରସଠାରୁ ଅଧିକ ମାରତ୍ମକ ବୋଲି ବିଶେଷଜ୍ଞ କହିଛନ୍ତି ।

ଡେଲଟା ଠାରୁ ୭ ଗୁଣା ଅଧିକ ବେଗରେ ବ୍ୟାପୁଛି ଏହି ନୂଆ ଭାରିଏଣ୍ଟ ।  ଯାହାକୁ ନଜରରେ ରଖି ୟୁରୋପ ସଂଘର ୨୭ଟି ଦେଶ ପ୍ରାୟ ୭ଟି ଆଫ୍ରିକୀୟ ଦେଶର ଉଡାଣ ଉପରେ ରୋକ୍ ଲଗାଇଛନ୍ତି । ତେବେ ଭାରତରେ ଏଯାବତ୍ ନୂଆ ଭାରିଏଣ୍ଟ ଦେଖାଯାଇନି ।

ଏହି ନୂଆ ଭାରିଏଣ୍ଟ କାହିଁକି ଭୟଙ୍କର?

ନଭେମ୍ବର ୧୧ ତାରିଖରେ ଏହି ନୂଆ ଭାରିଏଣ୍ଟ ବୋତ୍ସବାନାରେ ମିଳିଥିଲା। ଯାହା ପରେ ହଂଗକଂଗ, ଇସ୍ରାଏଲ୍ ଓ ବେଲଜିୟମରେ ଦେଖାଦେଇଥିଲା । ୟୁନିଭର୍ସିଟି କଲେଜ ଲଣ୍ଡନର ପ୍ରଫେସର ଦିନାନ ପିଲ୍ଲଇଙ୍କ ମୁତାବିକ କିଛି ନମୁନାର ଜିନୋମ ସିକ୍ୱେସିଂ ହୋଇଛି । ଯେଉଁଥିପାଇଁ ଏହା ଆହୁରି ଦ୍ରୁତ ବେଗରେ ମାଡିପାରେ ।

ଭାଇରସ୍ ମଣିଷ ଶରୀରରେ ପ୍ରବେଶ ପାଇଁ ସ୍ପାଇକ୍ ପ୍ରୋଟିନର ବ୍ୟବହାର କରିଥାଏ । ଆଉ ଭ୍ୟାକସିନ୍ ଶରୀରରେ ଏହି ସ୍ପାଇକକୁ ଚିହ୍ନଟ କରିବା ସହ ପ୍ରଭାବହୀନ ପାଇଁ ପ୍ରସ୍ତୁତ କରିଥାଏ । B.1.1.529 ଭାରିଏଣ୍ଟର ସ୍ପାଇକ୍ ପ୍ରୋଟିନରେ ୩୨ ଭାରିଏଣ୍ଟ ରହିଥାଏ । ଯାହା ଚିନ୍ତାର କାରଣ ପାଲଟିଛି, କାରଣ ମ୍ୟୁଟେସନ୍ ଶରୀରର ପ୍ରତିରକ୍ଷା ପ୍ରଣାଳୀରୁ ରକ୍ଷା ପାଇ ଆଗାମୀ ଲହରର କାରଣ ପାଲଟିପାରେ ।

ତେବେ ଏଯାବତ୍ ଏନେଇ ଅଧିକ ସୂଚନା ମିଳିନଥିବା ବେଳେ ବିଦେଶୀ ଯାତ୍ରୀଙ୍କ ଜରିଆରେ ଏହା ଅଧିକ ବ୍ୟାପିପାରେ ବୋଲି ଅନୁମାନ କରାଯାଉଛି ।

Leave a Reply