SBI ଉପରେ ଲାଗିଲା ୧ କୋଟିର ଫାଇନ୍

1 min read

ନୂଆଦିଲ୍ଲୀ: ଭାରତରେ ସବୁଠାରୁ ବଡ଼ ବ୍ୟାଙ୍କ ହେଉଛି ଷ୍ଟେଟ୍ସ ବ୍ୟାଙ୍କ ଅଫ ଇଣ୍ଡିଆ । ତେବେ ଭାରତର ବଡ଼ ବ୍ୟାଙ୍କ ଏସବିଆଇ ଉପରେ ୧ କୋଟି ଟଙ୍କାର ଫାଇନ୍ ପକାଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ବ୍ୟାଙ୍କିଂ ରେଗୁଲେସନ ଆକ୍ଟ ଉଲ୍ଲଘଂନ ଅଭିଯୋଗରେ ଏସବିଆଇ ଉପରେ ଏହି ଫାଇନ୍ ପକାଇଛି ଆରବିଆଇ । ଦେୟ ପ୍ରଦାନକାରୀ କଂପାନୀ ଗୁଡ଼ିକର ଅଂଶଧନ ପୁଞ୍ଜିର ୩୦ ପ୍ରତିଶତରୁ ଅଧିକ ରଖିବା କାରଣରୁ ଏହି ଫାଇନ୍ ଲଗାଯାଇଛି  । ଷ୍ଟେଟ୍ସ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କିଂ ରେଗୁଲେସନ ଅଧିନିୟମ ୧୯୪୯ର ଧାରା ୧୯(୨) ର ଉଲ୍ଲଘଂନ କରିବା ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ଏକ କୋଟି ଟଙ୍କାର ଫାଇନ୍ ଲଗାଇଛି । ନିୟାମକ ପ୍ରତିଶୃତି ପାଳନ ନ କରିବାରୁ ଏସବିଆଇ ଉପରେ ଏହି ଫାଇନ୍ ପଡ଼ିଛି ବୋଲି ଏକ ବିବୃତ୍ତିରେ କହିଛି ଆରବିଆଇ ।

ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ ଉପରେ ବ୍ୟାଙ୍କିଂ ରେଗୁଲେସନ ଅଧିନିୟମ ଧାରା-୪୭ A (1), ଧାରା-୪୬(4)(i) ଏବଂ ଧାରା ୫୧(1) ସାହାର୍ଯ୍ୟରେ ରିଜର୍ଭ ବ୍ୟାଙ୍କ ଫାଇନ୍ ଲଗାଇଛି । ଆରବିଆଇ ୩୧ ମାର୍ଚ୍ଚ ୨୦୧୮ରୁ ୩୧ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ବ୍ୟାଙ୍କର ଆର୍ଥିକ ସ୍ଥିତିର ମୂଲ୍ୟାୟନ କରିବା ପାଇଁ ଏକ ଅନୁସନ୍ଧାନ କରିଥିଲା । ଦେୟ ପ୍ରଦାନକାରୀ କଂପାନୀ ଗୁଡ଼ିକର ଅଂଶଧନ ପୁଞ୍ଜିର ୩୦ ପ୍ରତିଶତରୁ ଅଧିକ ରଖିବା କାରଣରୁ ଏହି ଫାଇନ୍ ଲଗାଯାଇଛି । ବ୍ୟାଙ୍କିଂ ରେଗୁଲେସନ୍ ଆକ୍ଟ ୧୯୪୯ ର ଉପ-ବିଭାଗ (୨) ରେ କୁହାଯାଇଛି ଯେ କୌଣସି କଂପାନୀ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସେହି କମ୍ପାନୀର ପେଡ୍-ଅପ୍ ସେୟାର କ୍ୟାପିଟାଲର ୩୦ ପ୍ରତିଶତରୁ ଅଧିକ ପରିମାଣର କୌଣସି କମ୍ପାନୀରେ ଅଂଶଧନ ଧାରଣ କରିପାରିବ ନାହିଁ । କିମ୍ବା ନିଜସ୍ୱ ପେଡ୍ ଅପ୍ ସେୟାର ପୁଞ୍ଜି ଏବଂ ସଂରକ୍ଷଣର ତିରିଶ ପ୍ରତିଶତ ରହିବ ।

ଏହା ସହିତ ଜଡିତ ସମସ୍ତ କାଗଜପତ୍ରକୁ ବି ଯାଞ୍ଚ କରିଥିଲା ଆରବିଆଇ । ତେବେ ଏହି ଯାଞ୍ଚ ସମୟରେ ଏସବିଆଇର କିଛି କାଗଜ ପତ୍ର ଠିକ୍ ନଥିଲା । ଯାହା ଫଳରେ ଏସବିଆଇକୁ ସ୍ପଷ୍ଟି କରଣ ମାଗିଥିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । କିନ୍ତୁ ବ୍ୟାଙ୍କ ଦେଇଥିବା ସ୍ପଷ୍ଟି କରଣରେ ସନ୍ତୁଷ୍ଟ ହୋଇନଥିଲା ଆରବିଆଇ । ଯାହା ଫଳରେ ଷ୍ଟେଟ୍ସ ବ୍ୟାଙ୍କ ଅଫ ଇଣ୍ଡିଆ ଉପରେ ଏକ କୋଟିର ଫାଇନ୍ ଲଗାଇଥିଲା ରିଜର୍ଭ ବ୍ୟାଙ୍କ ।

Leave a Reply